/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652964953.jpg)
Cuttack Chandi mandir
କଟକ ଚଣ୍ଡୀ ମନ୍ଦିର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ମନ୍ଦିରର ପାଇଁ ୭୦ କୋଟି ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ମନ୍ଦିର ବିକାଶ କାର୍ଯ୍ୟ ବର୍ଷକରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ । ଯାତ୍ରୀ ନିବାସ, ବିସ୍ଥାପିତ ଦୋକାନୀଙ୍କ ପାଇଁ ୧୮ଟି ଦୋକାନ ଘର ହେବ । ମନ୍ଦିର ଚାରି ପାଖରେ ପଥର ପାଚେରୀ ଓ ୪ଟି ଦ୍ୱାର ନିର୍ମାଣ ହେବ । ନୂଆ ଜଗମୋହନ, ଯଜ୍ଞ ମଣ୍ଡପ, ଚଣ୍ଡୀପାଠ ମଣ୍ଡପ ,ମୁଣ୍ଡନ ମଣ୍ଡପ, ହନୁମାନ ମନ୍ଦିର, ନୂଆ ରୋଷଘର ଆଦି ମଧ୍ୟ ନିର୍ମାଣ ହେବ । ଏହାସହ ମନ୍ଦିର ପରିସର ଆଲୋକୀକରଣ ହେବ ଏବଂ ସିସିଟିଭି ଲଗାଯିବ । ଚଣ୍ଡୀ ମନ୍ଦିର ସାମ୍ନା ରାସ୍ତା ଡାଇଭର୍ଟ କରାଯିବ । ଏହାସହ ମନ୍ଦିର ଚଟାଣ ଉଚ୍ଚ ହେବ ।
ଗତ ଏପ୍ରିଲ୍ରେ 5T ସଚିବ ଭି.କେ.ପାଣ୍ଡିଆନ୍ କଟକ ମା’ ଚଣ୍ଡୀ ମନ୍ଦିର ପରିଦର୍ଶନ କରିଥିଲେ । ଏହି ଅବସରରେ ମା’ଙ୍କ ଦର୍ଶନ କରିବା ସହିତ ମନ୍ଦିରର
ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସେବାୟତ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ମନ୍ଦିରରେ ଥିବା ସମସ୍ୟା
ବିଶେଷକରି ଜଳନିଷ୍କାସନ, ପାର୍କିଂ ଓ ମରାମତି ନେଇ ମନ୍ଦିର କର୍ତ୍ତୃପକ୍ଷ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)