Advertisment

କ୍ଷୀରରେ ମିଶାଇ ପିଅନ୍ତୁ ଏହି ଜିନିଷ, ବଢିବ ନାହିଁ ସୁଗାର୍

ମଧୁମେହ ଏପରି ଏକ ରୋଗ ଯାହା ଥରେ କାହାକୁ ହୋଇଗଲେ ଏହା ଅନ୍ୟ ରୋଗର କାରଣ ହୋଇଯାଏ । ଖରାପ ଜୀବନଶୈଳୀ ସହିତ ଏହା ପଛରେ ଅନ୍ୟାନ୍ୟ କାରଣ ମଧ୍ୟ ହୋଇଥାଏ । ଜଣେ ମଧୁମେହ ରୋଗୀ ତାଙ୍କ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ

author-image
Pallipuspa Samal
ଅଦ୍ୟତନ ହୋଇଛି
People with diabetes drink this thing

People with diabetes drink this thing

ଯଦି ଆପଣଙ୍କ ରକ୍ତରେ ସୁଗାର ପରିମାଣ ଅଧିକ, ତେବେ ଅନ୍ୟାନ୍ୟ ସମସ୍ୟା ବଢିପାରେ । ଏହି ରୋଗରେ ରୋଗୀକୁ ଏପରି ଜିନିଷ ଖାଇବାକୁ ପଡିବ ଯାହା ଦ୍ୱାରା ସୁଗାର ନିୟନ୍ତ୍ରିତ ଅବସ୍ଥାରେ ରହିବ। ଏହା ସହିତ, ବ୍ୟାୟାମ ପାଇଁ ମଧ୍ୟ ବିଶେଷ ଧ୍ୟାନ ଦେବାକୁ ପଡିବ। ଯଦି ଆପଣ ଶରୀରରେ ସୁଗାର୍ ଲେବଲ କମ୍ କରିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ସକାଳେ କ୍ଷୀର ପିଅନ୍ତୁ । ସୁଗାର ନିୟନ୍ତ୍ରଣ କରିବା ସହିତ ଏହା ଶକ୍ତି ମଧ୍ୟ ଦେଇଥାଏ । ତେବେ ଚାଲନ୍ତୁ ଜାଣିବା ଆପଣ କ୍ଷୀରକୁ କିପରି ବ୍ୟବହାର କରିବେ…

Advertisment

ହଳଦୀ କ୍ଷୀର:

କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବା ପାଇଁ ଦଳଦୀ କ୍ଷୀର ପିଅନ୍ତୁ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହିତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ହଳଦୀରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ ଯାହା ମଧୁମେହର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଶରୀରରେ ଇନସୁଲିନର ପରିମାଣକୁ ନିୟନ୍ତ୍ରଣ କରିବା ସହିତ ଏହା ଔଷଧକୁ ମଧ୍ୟ ପ୍ରଭାବିତ କରିଥାଏ ।ବିଶେଷଜ୍ଞଙ୍କ ଅନୁଯାୟୀ, ଦଳଦୀ କ୍ଷୀର ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ କର୍କୁମିନ୍ ଥାଏ ଯାହା ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

ଡାଲଚିନ କ୍ଷୀର:

ଡାଲଚିନ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଥାଏ । ଯାହା ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଉଭୟ କ୍ଷୀର ଏବଂ ଡାଲଚିନ କ୍ୟାଲସିୟମ୍, ଆଇରନ୍, ପୋଟାସିୟମ୍ ଏବଂ ଭିଟାମିନରେ ଭରପୂର ରହିଥାଏ । ଏହା ବ୍ୟତୀତ ବିଟା କାରୋଟିନ୍, ଆଲଫା କାରୋଟିନ୍, ଲାଇକୋପିନ୍ ରହିଥାଏ ଯାହା ସୁଗାର ଲେବଲକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏହା ସଂକ୍ରମଣର ବିପଦକୁ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ ।

Advertisment

ବାଦାମ କ୍ଷୀର:

ବାଦାମ କ୍ଷୀର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଆପଣ ସହଜରେ ଘରେ ବାଦାମ କ୍ଷୀର ତିଆରି କରିପାରିବେ । ବାଦାମ କ୍ଷୀରରେ କ୍ୟାଲୋରୀ କମ୍ ରହିଥାଏ ଏବଂ ଭିଟାମିନ୍ ଡି, ଇ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱରେ ଭରପୂର ହୋଇଥାଏ । ଏହା ପ୍ରୋଟିନ୍ ଏବଂ ଫାଇବରରେ ଭରପୂର ଅଟେ ଯାହା ଶରୀରରେ ଗ୍ଲୁକୋଜ୍ ସ୍ତରକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ ।

Health News
Advertisment
Advertisment