• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଚ୍ୟାନେଲ୍ ବ୍ଲକ୍ ନିର୍ଦ୍ଦେଶ ଦେଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ

  • ଫେକ୍ ନ୍ୟୁଜ୍ ଓ ଦେଶ ବିରୋଧୀ ଖବର ପ୍ରସାରଣ ପାଇଁ ବ୍ଲକ ନିର୍ଦ୍ଦେଶ

  • ପାକିସ୍ତାନରୁ ପରିଚାଳିତ ହୋଇ ଭାରତ ବିରୋଧୀ ଖବର ପ୍ରସାରଣ କରୁଥିଲା

  • ଚାଷୀ ଆନ୍ଦୋଳନ, କାଶ୍ମୀର, କୁନ୍ନୁର କ୍ରାସ୍ ସଂପର୍କରେ ଫେକ୍ ନ୍ୟୁଜ୍ ଦେଉଥିଲା

ନୂଆଦିଲ୍ଲୀ : ପାକିସ୍ତାନ ଦ୍ୱାରା ପରିଚାଳିତ ୨୦ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ କରିଛି ଭାରତ । ସବୁବେଳେ ଭାରତ ବିରୋଧରେ ଅପପ୍ରଚାର କରି ଚାଲିଛି ପାକିସ୍ତାନ । ବାରମ୍ବାର ଅସଫଳ ହେଲେ ବି ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଲିପ୍ତ ପାକିସ୍ତାନ । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ପୁଣିଥରେ ବଡ଼ ପଦକ୍ଷେପ ନେଇଛନ୍ତି । ଭାରତ ବିରୋଧରେ ଅପପ୍ରଚାର ଏବଂ ମିଥ୍ୟା ଖବର ପ୍ରସାରଣ ଅଭିଯୋଗରେ ପାକିସ୍ତାନ୍‌ର ୨୦ଟି ୟୁଟ୍ୟବ ଚ୍ୟାନେଲ୍ ଓ ୨ଟି ୱେବସାଇଟ୍ ବ୍ଲକ କରାଯାଇଛି । ସମସ୍ତ ଚ୍ୟାନେଲ୍ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ।

ଗୁପ୍ତଚର ସଂସ୍ଥାଗୁଡ଼ିକର ସୂଚନା ଆଧାରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବିଭିନ୍ନ ଯୁଟ୍ୟୁବ ଚ୍ୟାନେଲକୁ ମନିଟର କରୁଥିଲା । ଇଣ୍ଟରନେଟରେ ଭାରତ ବିରୋଧୀ ପ୍ରଚାର ଏବଂ ମିଥ୍ୟା ଖବର ପ୍ରସାରଣ ପାଇଁ ୨୦ଟି ଚ୍ୟାନେଲ ଏବଂ ଦୁଇଟି ୱେବସାଇଟକୁ ବ୍ଲକ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ବ୍ୟାନ ହୋଇଥିବା ଚ୍ୟାନେଲ ଓ ୱେବସାଇଟ୍‌ ଗୁଡ଼ିକ ଆଉ ଭାରତରେ କାର୍ଯ୍ୟକ୍ଷମ ହେବନି । ବ୍ଲକ୍ ହୋଇଥିବା ସଂପୃକ୍ତ ଚ୍ୟାନେଲ ଓ ୱେବସାଇଟ୍‌ ଗୁଡ଼ିକ ପାକିସ୍ତାନରୁ ପରିଚାଳିତ ହେଉଥିଲା ଏବଂ ପାକିସ୍ତାନରୁ ପରିଚାଳିତ ହୋଇ ଭାରତ ବିରୋଧୀ ଖବର ପ୍ରସାରଣ କରୁଥିଲା ।

ଭାରତ ବିଷୟରେ ମିଥ୍ୟା ଖବର ପ୍ରଚାର କରୁଥିଲେ । ଉଦ୍ଦେଶ୍ୟମୂଳକ ଭାବେ କାଶ୍ମୀର, ଭାରତୀୟ ସେନା, ଭାରତର ସଂଖ୍ୟାଲଘୁ ସମ୍ପ୍ରଦାୟ, ରାମ ମନ୍ଦିର, ସିଡିଏସ୍ ଜେନେରାଲ୍ ବିପିନ ରାୱତ, ଚାଷୀ ଆନ୍ଦୋଳନ, କାଶ୍ମୀର, କୁନ୍ନୁର କ୍ରାସ୍ ସଂପର୍କରେ ବିଦ୍ୱେଷ ସୃଷ୍ଟିକାରୀ ତଥା ଗୁଜବ ପ୍ରକାଶ କରାଯାଉଥିଲା । ପାକ୍ ପରିଚାଳିତ ୟୁଟ୍ୟୁବ୍ ଜରିଆରେ ସରକାରଙ୍କ ବିରୋଧରେ ଲୋକଙ୍କୁ ଉସକେଇବା ଭଳି କଣ୍ଟେଣ୍ଟ୍ ‌ଅପଲୋଡ୍ ହେଉଥିଲା । ଏହାସହ ଆଗାମୀ ଦିନରେ  ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନର ଗଣତାନ୍ତ୍ରିକ ପ୍ରକ୍ରିୟାକୁ କ୍ଷୁର୍ଣ୍ଣ କରିବା ପାଇଁ ଏହି ଚ୍ୟାନେଲ ଗୁଡିକ କଣ୍ଟେଣ୍ଟ୍ ପ୍ରସ୍ତୁତ କରିସାରିଥିଲେ ।

ତେବେ ଏହି ୟୁଟ୍ୟୁବ୍ ଚ୍ୟାନେଲ ବନ୍ଦ ହେବା ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ନିଜର ପ୍ରତିକ୍ରିୟା ରଖିଛନ୍ତି । କେତେକ ପୋର୍ଟାଲ ଏବଂ ୱେବସାଇଟ ମାଧ୍ୟମରେ ମିଥ୍ୟା ଖବର ମାଧ୍ୟମରେ ଦେଶରେ ଭୟ ଓ ଦ୍ୱନ୍ଦ୍ୱ ବିସ୍ତାର କରିବାକୁ ଚେଷ୍ଟା କରାଯାଉଛି । ତାଙ୍କ ବିରୋଧରେ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ନୂଆ ପାକିସ୍ତାନ ଗ୍ରୁପ୍ ଦ୍ୱାରା ପରିଚାଳିତ ପ୍ରାୟ ୧୫ଟି ୟୁଟ୍ୟୁବ୍ ଚ୍ୟାନେଲ, ଅନ୍ୟ ୫ଟି ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ୨ଟି ୱେବ୍ ପୋର୍ଟାଲ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଚ୍ୟାନେଲରେ କାଶ୍ମୀର, ଚାଷୀ ଆନ୍ଦୋଳନ, ଧାରା ୩୭୦ ଓ ଅଯୋଧ୍ୟା ଭଳି ପ୍ରସଙ୍ଗରେ ମିଥ୍ୟା ଖବର ନିୟମିତ ପ୍ରଚାର କରାଯାଉଥିଲା। ଆଇଟି ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।