• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସୋରିଷ ତେଲ ଓଠ ଫାଟିବା ସମସ୍ୟାକୁ ଦୂର କରିଥାଏ

  • ସୋରିଷ ତେଲ ଶରୀରର ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ

କର୍ମମୟ ଜୀବନ ଭିତରେ ଆମେମାନେ ନିଜକୁ ସମୟ ଦେଇପାରୁନା । ବିଶେଷକରି ମହିଳାମାନେ ନିଜର ବିଶେଷ ଯତ୍ନ ନେଇପାରନ୍ତି ନାହିଁ । ଏହି କାରଣରୁ, ଅନେକ ମହିଳା ପ୍ରାୟତଃ କ୍ଲାନ୍ତ ଏବଂ ଅସ୍ଥିର ଅନୁଭବ କରିଥାନ୍ତି । ଏକ ସହଜ ଉପାୟ ଦ୍ୱାରା ଆପଣ ଏଥିରୁ ମୁକ୍ତି ପାଇ ପାରିବେ । ଶରୀର ପାଇଁ ରାମବାଣ ଭଳି କାମ କରେ ସୋରିଷ ତେଲ । ସୋରିଷ ତେଲକୁ ପ୍ରତିଦିନ ପାଦତଳେ ମସାଜ କରିବା ଦ୍ୱାରା ଶରରୀରର ଅନେକ ଫାଇଦା ହୋଇଥାଏ । ଶୋଇବା ପୂର୍ବରୁ ପାଦକୁ ଥଣ୍ଡା କିମ୍ବା ଉଷୁମ ସୋରିଷ ତେଲରେ ୫ରୁ ୧୦ ମିନିଟ ମସାଜ କଲେ ଶରରୀରରେ ରକ୍ତ ସଞ୍ଚାଳନ ସଠିକ୍ ଭାବେ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ସ୍ୱାସ୍ଥ୍ୟ ପାଇଁ ସୋରିଷ ତେଲ କେତେ ଉପକାରୀ ।

  • ସୋରିଷ ତେଲ ସହ ରସୁଣକୁ ଫୁଟାଇ ପାଦରେ ଲଗାଇଲେ ଥଣ୍ଡାରୁ ମୁକ୍ତି ମିଳିଥାଏ
  • ଶୋଇବା ପୂର୍ବରୁ ପାଦର ତଳକୁ ସୋରିଷ ତେଲରେ ମାଲିସ କରିବା ଦ୍ୱାରା ଶରୀରରେ ଗଛିତ ଅତିରିକ୍ତ ଚର୍ବିକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
  • ଶୋଇବା ପୂର୍ବରୁ ସୋରିଷ ତେଲରେ ନାଭିକୁ ମସାଜ କରନ୍ତୁ ଗୋଡ ବିନ୍ଧା ଓ ଯନ୍ତ୍ରଣାରୁ ମୁକ୍ତି ମିଳିବ
  • ଦୃଷ୍ଟି ଶକ୍ତି ବଢାଇବାରେ ସାହାଯ୍ୟ କରେ ସୋରିଷ ତେଲ । ଆଖି ପତା ଉପରେ ପ୍ରତିଦିନ ସୋରିଷ ତେଲ ମାଲିସ କରିବା ଦ୍ୱାରା ଦୃଷ୍ଟି ଶକ୍ତି ବଢିଥାଏ ।
  • ରାତିରେ ଶୋଇବା ଆଗରୁ ପାଦରେ ସୋରିଷ ତେଲ ମାଲିସ କଲେ ସାରାଦିନର ଥକ୍କା, ଯନ୍ତ୍ରଣା, ଚାପ ଆଦି ଦୂର ହେବା ସହ ଭଲ ନିଦ ହୋଇଥାଏ ।
  • କାନ ଅପରିଷ୍କାର ହୋଇ କାନକୁ ଠିକ୍ ଭାବେ ଶୁଣା ନ ଗଲେ କାନରେ ୨ ଟୋପା ଉଷୁମ ସୋରିଷ ତେଲ ପକାଇଲେ କାନର ମଇଳା ସଫା ହୋଇଯାଇଥାଏ ।
  • ଶରୀରରେ ସୋରିଷ ତେଲ ଲଗାଇବା ଦ୍ୱାରା ମାଂସପେଶୀ ଓ ହାଡ଼ ଶକ୍ତିଶାଳୀ ହୋଇଥାଏ । ପ୍ରତିଦିନ ସୋରିଷ ତେଲ ମାଲିସ କରିବା ଦ୍ୱାରା ଶରୀରର ଗଣ୍ଠି ବିନ୍ଧା ଯନ୍ତ୍ରଣା୍ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।
  • ସୋରିଷ ତେଲ ଓଠ ଫାଟିବା ସମସ୍ୟାକୁ ଦୂର କରିଥାଏ ଓ ଏହା ସହ ଏହାକୁ ଓଠରେ ଲଗାଇଲେ ଓଠକୁ ନରମ ଓ ସତେଜ ରଖିଥାଏ ।
  • ସୋରିଷ ତେଲ ଶରୀରର ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ ଓ ଆନୁଷଙ୍ଗିକ ସମସ୍ୟାରୁ ମୁକ୍ତି ଦେଇଥାଏ ।