• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଫେରିଲା କରୋନା, ଫେରିଲା ସଂକ୍ରମଣ । କରୋନା ସଂକ୍ରମଣର କହର ଏପର୍ଯ୍ୟନ୍ତ ଥମିନାହିଁ । ମହାମାରୀର ଉତ୍ପତିସ୍ଥଳ କୁହାଯାଉଥିବା ଚୀନରେ ପୁଣି ଥରେ କୋଭିଡ ହାହାକାର ସ୍ଥିତି ସୃଷ୍ଟି ହୋଇଛି । ଚୀନର ସବୁଠାରୁ ବଡ ସହର ସଂଘାଇକୁ ପୁଣି ଥରେ ଲକଡାଉନ୍ ଫେରିଛି । ସହରର ଅଧିକାଂଶ ଅଂଶରେ ଏକ ଲକଡାଉନ୍ ଲଗାଯାଇଛି । ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପୁଡଙ୍ଗ ଏବଂ ଏହାର ଆଖପାଖ ଅଞ୍ଚଳରେ ଲକଡାଉନ୍ ଲାଗୁ କରାଯାଇଛି । ଏହାସହ ହଜାର ହଜାର ଲୋକଙ୍କ କରୋନା ପରୀକ୍ଷା କରାଯାଉଛି ।

ଶୁକ୍ରବାର ଠାରୁ ହୁଆଙ୍ଗପୁ ନଦୀର ପଶ୍ଚିମ ପାର୍ଶ୍ୱରେ ଥିବା ଡାଉନଟାଉନ୍ ଅଞ୍ଚଳରେ ଲକଡାଉନ୍‌ କରିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛି ସାଂଘାଇର ସ୍ଥାନୀୟ ପ୍ରଶାସନ କହିଛି । କେବଳ ଏତିକି ନୁହେଁ ଲୋକଙ୍କୁ ନିଜ ଘରେ ରହିବାକୁ ଏବଂ ଅନାବଶ୍ୟକ ଭାବରେ ବାହାରେ ନବୁଲିବାକୁ ନିବେଦନ କରାଯାଇଛି । ସେହିପରି ଅନଲାଇନରେ ଖାଦ୍ୟ ଓ ଜରୁରୀ ସାମଗ୍ରୀ ଅର୍ଡର କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଜରୁରୀ କାର୍ଯ୍ୟାଳୟ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । 

କରୋନାକୁ ରୋକିବା ପାଇଁ ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସାଧାରଣ ପରିବହନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ୨୬ ମିଲିୟନ୍‌ ଜନସଂଖ୍ୟା ବିଶିଷ୍ଟ ସହର ସଂଘାଇରେ ବର୍ତ୍ତମାନ ଅନେକ ଅଞ୍ଚଳରେ ତାଲା ଲଗାଯାଇଛି । ବିଭିନ୍ନ ସ୍ଥାନରେ ବୁଥ କରାଯାଇ କୋଭିଡ ଟେଷ୍ଟ ଚାଲିଛି । ସେପଟେ ଲକଡାଉନ୍ ହେତୁ ସଂଘାଇର ଅର୍ଥନୀତି ବେଶ୍ ପ୍ରଭାବିତ ହୋଇଥିବା କୁହାଯାଉଛି । କାରଣ କରୋନା କାରଣରୁ ସାଂଘାଇର ଡିଜନି ଥିମ୍ ପାର୍କ ବନ୍ଦ ହୋଇସାରିଛି ।

ବର୍ତ୍ତମାନ ସମୟରେ ଚୀନୀ ଉତ୍ତରପୂର୍ବ ପ୍ରାନ୍ତରେ କରୋନାର ପ୍ରକୋପ ବଢ଼ୁଥିବା ଦେଖିବାକୁ ମିଳୁଛି । ଏଥି ସହିତ ବେଜିଂର "ଡାଇନାମିକ୍ ଜିରୋ-କୋଭିଡ୍" ନୀତି ଅନୁଯାୟୀ କୋଭିଡକୁ ରୋକିବା ପାଇଁ ଉଦ୍ୟମ କରାଯାଉଛି । କରୋନାରୁ ରକ୍ଷା ପାଇବା ପାଇଁ ଜରୁରୀକାଳୀନ ଭାବେ ଲକଡାଉନ୍ ଲଗାଇବା ଆବଶ୍ୟକ ବୋଲି ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।