• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜଣାଶୁଣା ଗଜଲ ଗାୟକ ଭୁପିନ୍ଦର ସିଂହଙ୍କ ପରଲୋକ । ମୁମ୍ବାଇର କ୍ରିଟି କେୟାର ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ତାଙ୍କ ପତ୍ନୀ ମିତାଲି ସିଂହ ଭୁପିନ୍ଦରଙ୍କ ପରଲୋକ ନେଇ ନିଶ୍ଚିତ କରିଛନ୍ତି । ସେ କହିଥିଲେ ଯେ, ଦୀର୍ଘ ସମୟ ଧରି ମୂତ୍ର ସମସ୍ୟା ସମେତ ଅନେକ ସ୍ୱାସ୍ଥ୍ୟଗତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏଥିସହିତ କ୍ରିଟି କେୟାର ହସ୍ପିଟାଲର ଡ. ଦୀପକ ନାମଜୋସି କହିଛନ୍ତି ଯେ, ଭୁପିନ୍ଦର ସିଂହ ୧୦ ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା ।

ଡାକ୍ତର କହିଛନ୍ତି ଯେ, ପରୀକ୍ଷା ନିରିକ୍ଷା ବେଳେ ତାଙ୍କୁ କୋଲନ କର୍କଟ ଥିବାର ସନ୍ଦେହ କରାଯାଉଥିଲା । ସ୍କାନିଂରେ କର୍କଟ ହେବାର ସମ୍ଭାବନା ଦେଖାଯାଇଥିଲା । ତେଣୁ ଏଭଳି ପରିସ୍ଥିତିରେ ଅଧିକରୁ ଅଧିକ ପରୀକ୍ଷା କରାଯିବାର ଆବଶ୍ୟକ ଥିଲା । ଏମିତିକି ସେ କରୋନା ଆକ୍ରାନ୍ତ ମଧ୍ୟ ଥିଲେ । ସେଥିପାଇଁ କର୍କଟ ପରୀକ୍ଷା କରାଯାଇନଥିଲା । ଭୁପିନ୍ଦର ସିଂହଙ୍କ କୋଭିଡ ମୁକ୍ତ ହୋଇନଥିଲେ । ଅନ୍ୟପଟେ ଆଜି ସନ୍ଧ୍ୟା ପ୍ରାୟ ୭.୩୦ରେ ତାଙ୍କର ପରଲୋକ ଘଟିଥିଲା ।