• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ନିର୍ବନ୍ଧରେ ବହୁତ ସୁନ୍ଦର ଦେଖା ଯାଉଥିଲେ ଭିକି ଓ ଅଙ୍କିତା

 ମୁମ୍ବାଇ: ଅଙ୍କିତାଙ୍କ ନିର୍ବନ୍ଧ ଭିଡିଓରେ ଅଙ୍କିତାଙ୍କ ଏକ୍ସ ବୟଫ୍ରେଣ୍ଡ ତଥା ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ରାବତା’ର ଗୀତ ଶୁଣିବାକୁ ମିଳିଥିଲା। ଯାହାକି ତାଙ୍କ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଥିଲା । ଭିଡିଓରେ ଭିକି, ଅଙ୍କିତାଙ୍କୁ ନିର୍ବନ୍ଧ ମୁଦି ପିନ୍ଧାଉଛନ୍ତି, ଯାହା ପରେ ଅଙ୍କିତା ଓ ଭିକିଙ୍କୁ ରୋମାଣ୍ଟିକ୍ ମୁଡ୍‌ ରେ ନଜର ଆସିଛନ୍ତି ।

ଭିଡିଓରେ ଅଙ୍କିତା, ଭିକ୍କିଙ୍କୁ ମୁଦି ପିନ୍ଧାଉଛନ୍ତି। ଷ୍ଟେଜ୍‌ରେ ଏହି ଦମ୍ପତି ନିଜର ନିର୍ବନ୍ଧ ମୁଦି ଦେଖାଉ ଥିବାର ନଜର ଆସୁଛନ୍ତି। ଏହି ସମୟରେ ଦୁହେଁ ବହୁତ ଖୁସି ଥିବାର ଜଣାଯାଉଛନ୍ତି ।

ନିର୍ବନ୍ଧରେ ବହୁତ ସୁନ୍ଦର ଦେଖା ଯାଉଥିଲେ ଭିକି ଓ ଅଙ୍କିତା । ଅଙ୍କିତା ଲୋଖଣ୍ଡେ କଳା ରଙ୍ଗର ଏକ ଡ୍ରେସ୍‌ରେ ବହୁତ ସୁନ୍ଦର ଦେଖା ଯାଉଥିଲେ । ସେପଟେ ଭିକି ଏକ ପ୍ରିଣ୍ଟେଡ୍‌ ଜ୍ୟାକେଟ୍ ପିନ୍ଧିଛନ୍ତି, ଯେଉଁଥିରେ ସେ ବହୁତ ହ୍ୟାଣ୍ଡସମ୍‌ ଦେଖା ଯାଉଛନ୍ତି। ତେବେ ଏହି ନିର୍ବନ୍ଧରେ ସୁଶାନ୍ତ ସିଂଙ୍କ ଗୀତ ବାଜିବା ସମସ୍ତଙ୍କୁ ଚକିତ କରାଇ ଦେଇଥିଲା ।

Ankita and VickyAnkita and Vicky

ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ଅଙ୍କିତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା ଯେଉଁଥିପାଇଁ ସେ ବେଡ୍ ରେଷ୍ଟରେ ରହିଥିଲେ । ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଭିକି ଜୈନ୍ ଙ୍କ ସହ ନିର୍ବନ୍ଧ କରାଇଛନ୍ତି । ଅଙ୍କିତା ଏବେ ବଲିଉଡରେ ନୂଆ ନୂଆ ପାଦ ଥାପିଛନ୍ତି । ଶେଷ ଥର ପାଇଁ ଅଙ୍କିତା ଫିଲ୍ମ ‘ବାଗୀ’ରେ ନଜର ଆସିଥିଲେ। ଏଥି ପୂର୍ବରୁ ସେ କଙ୍ଗନା ରାଣାୱତଙ୍କ ସହ ‘ମାଣିକର୍ଣ୍ଣିକା’ ଚଳଚ୍ଚିତ୍ରରେ କାମ କରିଥିଲେ।