/odishatv-khabar/media/post_attachments/uploadimage/library/16_9/16_9_0/____1681625897.jpg)
Driver dragging traffic cop on car bonnet for 20 km in Mumbai
ଗଞ୍ଜେଇ ନିଶାରେ ପୁରା ଟଳମଳ ଥିଲେ କାର୍ ଡ୍ରାଇଭର। ଏମିତି ନିଶା ଯେ, ଗାଡ଼ି ଅଟକାଇବାରୁ ଟ୍ରାଫିକ୍ ପୋଲିସ୍ଙ୍କୁ କାର୍ର ବୋନଟ୍ ଉପରେ ପକାଇ ପ୍ରାୟ ୨୦ କି.ମି. ଘୋଷାଡ଼ି ନେଲେ ଡ୍ରାଇଭର। ଶନିବାର ଦିନ ମହାରାଷ୍ଟ୍ରର ନଭୀ ମୁମ୍ବାଇ ଅଞ୍ଚଳରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ, ଏଥିରେ କାହାର କିଛି କ୍ଷତି ହୋଇନାହିଁ। ପୋଲିସ୍ ଅଭିଯୁକ୍ତ କାର୍ ଚାଳକଙ୍କୁ ଗିରଫ ମଧ୍ୟ କରିଛି। ଯୁବକ ଜଣକ ସିଗ୍ନାଲ ଭାଙ୍ଗି କାର୍ ଚଲାଉଥିଲେ। ଏହାପରେ ଟ୍ରାଫିକ ପୋଲିସ୍ ତାଙ୍କୁ ଅଟକାଇବା ପାଇଁ ପ୍ରୟାସ କରିଥିଲେ। ହେଲେ ଯୁବକ ଜଣକ ଗାଡ଼ି ଅଟକାଇ ନଥିଲେ। କନଷ୍ଟେବଲ୍ଙ୍କୁ ଧକ୍କା ଦେବାରୁ ସେ କାର୍ର ବୋନଟ୍ ଉପରେ ଯାଇ ପଡ଼ିଥିଲେ। ଯାହାର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି।
ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ, ନେରୁଲରେ ରହୁଥିବା କାର୍ ଚାଳକ ଆଦିତ୍ୟ ବେମଡେ(୨୩)ଙ୍କୁ ପୋଲିସ୍ ଗିରଫ କରିଛି। ପୋଲିସ୍ ସୂଚନା ଅନୁସାରେ, ନିଶାସକ୍ତ ଅବସ୍ଥାରେ ସେ ଗାଡ଼ି ଚଲାଉଥିଲେ। ବ୍ଲୁ ଡାଇମଣ୍ଡ ଜଙ୍କସନ୍ରେ ରେଡ୍ ସିଗ୍ନାଲ୍ ନିୟମ ଭାଙ୍ଗି ଏକ ସ୍କୁଟରକୁ ଧକ୍କା ଦେଇ କାର୍ ନେଇ ପଳାଉଥିବା ଆଦିତ୍ୟଙ୍କୁ ଅଟକାଇବା ପାଇଁ କନଷ୍ଟେବଲ୍ ସିଦ୍ଧେଶ୍ୱର ମାଲି(୩୭) ପ୍ରୟାସ କରିଥିଲେ। ହେଲେ ଆଦିତ୍ୟ କାର୍କୁ ଦ୍ରୁତ ଗତିରେ ନେଇ ଘଟଣାସ୍ଥଳରୁ ଖସି ଯିବା ବାହାରିବା ସହ ସିଦ୍ଧେଶ୍ୱରଙ୍କୁ ଧକ୍କା ଦେଇଥିଲେ। ଫଳରେ କନଷ୍ଟେବଲ୍ ସିଦ୍ଧେଶ୍ୱର କାର୍ର ବୋନଟ୍ରେ ଫସି ଯାଇଥିଲେ। ପ୍ରାୟ ୨୦ କି.ମି. ପର୍ଯ୍ୟନ୍ତ କନଷ୍ଟେବଲ୍ଙ୍କୁ କାର୍ରେ ଘୋଷାଡ଼ି ଘୋଷାଡ଼ି ନେଇଥିଲେ ଆଦିତ୍ୟ। ଏହି ଘଟଣା ପାମ୍ ବିଚ୍ ରୋଡ୍ରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।
#ନିଶାସକ୍ତ_କାର୍_ଡ୍ରାଇଭରଙ୍କ_ଉନ୍ମତ୍ତକାଣ୍ଡ
ଯାଞ୍ଚ ପାଇଁ ପୋଲିସ ଅଟକାଇବା ବେଳେ ଟ୍ରାଫିକ କନଷ୍ଟେବଲଙ୍କୁ ଘୋଷାଡ଼ି ନେଲେ କାର୍ ଡ୍ରାଇଭର, ପ୍ରାୟ ୨୦ କିଲୋମିଟର ଘୋଷାଡି ନେଇଥିବା ସୂଚନା। ମୁମ୍ବାଇରେ ଏହି ଘଟଣା ଘଟିଛି...#TrafficPolicepic.twitter.com/hAkP14xINO— ଓଟିଭି (@otvkhabar) April 16, 2023
କନଷ୍ଟେବଲ୍ଙ୍କୁ କାର୍ରେ ଘୋଷାଡ଼ି ଘୋଷାଡ଼ି ନେଉଥିବା ବେଳେ ଏନେଇ ପୋଲିସ୍ କଣ୍ଟ୍ରୋଲ ରୁମ୍କୁ ସୂଚନା ଦିଆଯାଇଥିଲା। ରାସ୍ତାରେ Wireless ଯୋଗେ ପୋଲିସ୍କୁ ସତର୍କ କରାଯାଇଥିଲା। ଏହାପରେ ପୋଲିସ୍ କାର୍ ଡ୍ରାଇଭଙ୍କୁ ଅଟକାଇବାରେ ସଫଳ ହୋଇଥିଲା। ପୋଲିସ୍ ସୂଚନା ଅନୁସାରେ, ମେଡିକାଲ୍ ଟେଷ୍ଟରୁ ଜଣାପଡ଼ିଥିଲା ଆଦିତ୍ୟ ନିଶା ସେବନ କରି ଗାଡ଼ି ଚଲାଉଥିଲେ। ପୋଲିସ୍ ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)