• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରଥମେ ଭିଡିଓ କଲ୍‌ରେ ବନ୍ଧୁତା, ତାପରେ ଧୋକା ଏବଂ ପରେ ସେକ୍ସଟୋର୍ସନ୍ । ଏହି ତିନୋଟି ଶବ୍ଦ ସହିତ ଯାହାର ଜୀବନ ଯୋଡ଼ି ହୁଏ, ସେମାନଙ୍କ ଜୀବନ ନର୍କ ସହ ଯୋଡ଼ି ହୋଇଯାଏ । ଗୁରୁଗ୍ରାମର ଜଣେ ୨୫ ବର୍ଷର ଯୁବକ ସହିତ ଠିକ୍‌ ଏମିତି କିଛି ଘଟଣା ଘଟିଛି । ଜାଣିବାକୁ ମିଳିଛି ଯେ ଯୁବକ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ପୁଅ ।

ସେ ତାଙ୍କ ପିତାଙ୍କ ସହ ଚାମ୍ବରରେ ବସିଥିଲେ, ଆଉ ସେତେବେଳେ ତାଙ୍କ ହ୍ୱାଟସ୍‌ଆପ୍‌କୁ ଏକ ଭିଡିଓ କଲ ଆସିଲା। କଲ୍‌ର ସେପଟେ ଜଣେ ଯୁବତୀ ଥିଲେ । ଯିଏ କି ଲଗାତାର ଭାବେ ନିଜର ପୋଷାକ ଖୋଲୁଥିଲା । ବାପାଙ୍କ ସହ ବସିଥିବା ପୁଅଟିର ମୁଣ୍ଡ କିଛି ସମୟ ପାଇଁ କାମ କଲାନି । କ’ଣ କରିବେ କ’ଣ ନକରିବେ କିଛି ବୁଝିପାରିଲେ ନାହିଁ । ଆଉ ସେହିଠାରେ ହିଁ ଯୁବକ ଜଣକ ଅଚେତ୍ ହୋଇପଡ଼ିଲେ । ତାଙ୍କର ହୃଦସ୍ପନ୍ଦନ ତୀବ୍ର ହେବାରେ ଲାଗିଲା ।

ଅବସରପ୍ରାପ୍ତ ବିଚାରପତି ପୋଲିସକୁ ଦେଇଥିବା ରିପୋର୍ଟରେ କହିଛନ୍ତି ଯେ ଏହି କଲ୍ ସକାଳ ୯.୩୦ ସମୟରେ ଆସିଥିଲା, ଯେତେବେଳେ ସେ ଏବଂ ତାଙ୍କ ପୁଅ ସେକ୍ଟର ୧୭ରେ ଥିବା ସେମାନଙ୍କ ଚାମ୍ବରରେ ବସିଥିଲେ । ସେ କହିଥିଲେ, କଲ ଆସିବା ମାତ୍ରେ ତାଙ୍କ ପୁଅ ଦେଖିଲେ ଯେ କଲ୍‌ କରିଥିବା ଝିଅଟି ଗୋଟିଏ ପରେ ଗୋଟିଏ ପୋଷାକ ଖୋଲୁଥିଲା । ଏହା ଦେଖି ତାଙ୍କ ପୁଅ ଚେତାଶୂନ୍ୟ ହୋଇଗଲା । ପରେ ସେ ଏହି କଲ୍‌କୁ କାଟିଥିଲେ ।

କଲ୍ କାଟିବା ମାତ୍ରେ ଆସିଲା ଧମକ

ଅବସରପ୍ରାପ୍ତ ବିଚାରପତି ତାଙ୍କ ରିପୋର୍ଟରେ କହିଛନ୍ତି ଯେ କଲ୍ କଟିବା ପରେ କଲ୍ ଏବଂ ହ୍ୱାଟସ୍‌ଆପ୍ ଜରିଆରେ ଧମକ ଆସିଲା । ଆଉ ବାରମ୍ବାର ଟଙ୍କା ଦାବି କରିବା ଆରମ୍ଭ କଲେ । ଯଦି ଟଙ୍କା ଦିଆନଯାଏ, ତେବେ ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଅଶ୍ଳୀଳ ଫଟୋ ସବୁ ଭାଇରାଲ କରିଦେବେ ବୋଲି ଧମକ ଦେଲେ । ଅବସରପ୍ରାପ୍ତ ବିଚାରପତି ଆହୁରି କହିଛନ୍ତି, ଏଭଳି ହେବା ଦ୍ୱାରା କେତେକ ଅସାମାଜିକ ବ୍ୟକ୍ତି ତାଙ୍କ ପ୍ରତିଷ୍ଠା ଓ ସମ୍ମାନକୁ କ୍ଷତି ପହଞ୍ଚାଇ ପାରନ୍ତି ଏବଂ ଟଙ୍କା ପାଇଁ ତାଙ୍କ ମୋବାଇଲ ମଧ୍ୟ ହାକ କରିପାରନ୍ତି ।

ଯଦି ଆପଣଙ୍କ ସହ ଏମିତି ଘଟେ, ତେବେ କଣ କରିବେ

ଯଦି ଆପଣଙ୍କ ସହିତ ବି ଏମିତି କିଛି ଘଟୁଛି, ତେବେ ଭୟଭୀତ ହେବାର ଆବଶ୍ୟକତା ନାହିଁ । କିମ୍ବା ସେକ୍ସଟୋର୍ସନ୍‌ କରୁଥିବା ଲୋକଙ୍କ ସହ କୌଣସି ପ୍ରକାର ଡିଲ୍‌ କରନ୍ତୁ ନାହିଁ । ବରଂ ଆପଣ ନିଜ ପାଖ ପୋଲିସ ଷ୍ଟେସନକୁ ଯାଇ ଆଇଟି ଆକ୍ଟରେ ଧାରା 67A ଏବଂ ଆଇପିସିର ଧାରା 292 ଅନୁଯାୟୀ ଅଜଣା ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବା ଉଚିତ୍ ।

ଠିକ୍ ଏହିଭଳି ଭାବରେ ଅବସରପ୍ରାପ୍ତ ବିଚାରପତି ଗୁରୁଗ୍ରାମର ସେକ୍ଟର ୧୮ରେ ଥିବା ପୋଲିସ ଷ୍ଟେସନରେ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଏପର୍ଯ୍ୟନ୍ତ ପୋଲିସ ଏହି ମାମଲାରେ କାହାକୁ ଗିରଫ କରିନାହିଁ ।

ଭିଡିଓ କଲ୍ ସ୍କାମ କ’ଣ ?

ଭିଡିଓ କଲ୍ ସ୍କାମ ନୂଆ ନୁହେଁ, ଦେଶରେ ଏହା ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ହ୍ୱାଟସ୍ ଆପ୍ ମାଧ୍ୟମରେ କରାଯାଉଛି । ଯେଉଁଥିରେ ସ୍କାମର ଭିଡିଓ କଲ୍‌ କିମ୍ବା ଟଙ୍କା ରୋଜଗାର କରିବାର ଲୋଭ ଦେଖାଇ ଫସାଇଥାନ୍ତି । ଥରେ ଯଦି କୌଣସି ଜଣେ ସାଧାରଣ ବ୍ୟକ୍ତି ଏମାନଙ୍କ ଜାଲରେ ଫସିଲେ, ସେମାନଙ୍କ କବଳରୁ ବାହାରିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼େ ।