• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ସ୍ୱାମୀଙ୍କୁ ହତ୍ୟା ପାଇଁ ସୁପାରୀ ଦେଇଥିବା ରାଜଧାନୀର ମହିଳାଙ୍କୁ ନେଇ ଥମୁନି ଚର୍ଚ୍ଚା। ସ୍ୱାମୀଙ୍କ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ମାମଲାରେ ପୋଲିସ ତାଙ୍କୁ ଖୋଜୁଥିବା ବେଳେ ଏପଟେ କ୍ୟାମେରା ସାମ୍ନାକୁ ଆସି ତାଙ୍କ ବିରୋଧରେ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିଯୁକ୍ତା ସିଲସିଲା ବେହେରା।

ସେ କହିଛନ୍ତି ଯେ ମୋ ନାଁରେ ଯେଉଁସବୁ ଆସିଛି, ତାହା ମିଛ ଓ ଭିତ୍ତିହୀନ। ମୋ ସ୍ୱାମୀ ମୋ ବିରୋଧରେ ମନଗଢା କାହାଣୀ କହୁଛନ୍ତି। କୌଣସି ହିନ୍ଦୁ ନାରୀ ତା ସ୍ୱାମୀକୁ ମାରିପାରିବ ନାହିଁ। ୧୮ ବର୍ଷର ଦାମ୍ପତ୍ୟ ଜୀବନ ପରେ ଏହା କରିବାର କାରଣ କଣ? ଯଦି ମାରିବାର ଥିଲା, ତାହାହେଲେ ସୁପାରୀ ଦେବାର ଆବଶ୍ୟକ କଣ ଥିଲା। ମୋ ସ୍ୱାମୀ ମୋତେ ଓ ମୋ ପିଲାଙ୍କୁ ଗ୍ରହଣ କରୁନଥିଲେ। ତେବେ ଆମଠୁ ସବୁଦିନ ଅଲଗା ହେବା ପାଇଁ ଏହା ତାଙ୍କର ପ୍ଲାନ୍‌।

ତେବେ ଅଶୋକ ସାହୁଙ୍କ ଆକ୍ରମଣକୁ ନେଇ ସେ କହିଛନ୍ତି ଯେ ମୋର ଅଶୋକ ସାହୁଙ୍କ ସହ କୌଣସି ଖରାପ ସମ୍ପର୍କ ନାହିଁ। ତାଙ୍କର ମୋର ସମ୍ପର୍କ ଭାଇ-ଭଣଣୀର ସମ୍ପର୍କ ପରି। ମୁଁ ତାଙ୍କୁ ରାକ୍ଷୀ ପିନ୍ଧାଇଛି। ଏହାର ପ୍ରମାଣ ମଧ୍ୟ ମୋ ପାଖରେ ଅଛି। ଅଶୋକ ସାହୁ କିଏ ମୁଁ ନିଜେ ଜାଣିନଥଲି। ତାଙ୍କୁ ବିନାୟକ ବେହେରା ହି ଆଣିଛନ୍ତି। ମୋ ସ୍ୱାମୀଙ୍କ ପୁରୀ ଟ୍ରାନ୍ସଫର ହେବା ପରେ ସ୍ତ୍ରୀ ପିଲାଙ୍କର ଯତ୍ନ ନେବା ପାଇଁ ଅଶୋକ ସାହୁଙ୍କୁ ସେ ହିଁ କହିଥିଲେ।

ମୋ ସ୍ୱାମୀ ଯେଉଁଭଳି ମନଗଢା କାହାଣୀ ରଚିଛନ୍ତି ତାର ମୂଳ ଉଦ୍ଦେଶ୍ୟ ହେଲା- ସେ ଆମମାନଙ୍କ ଠାରୁ ଅଲଗା ରହିବାକୁ ଚାହୁଁଛନ୍ତି। କାହିଁକିନା ତାଙ୍କର ପରକୀୟା ପ୍ରୀତି ରହିଛି। ଗତ ୪ ବର୍ଷ ଧରି ସେ ପରକୀୟା ସମ୍ପର୍କରେ ରହିଆସୁଛନ୍ତି। ମୋ ସ୍ୱାମୀଙ୍କ କେବଳ ତାଙ୍କ ବେତନ ହିଁ ତାଙ୍କର ସମ୍ପତ୍ତି। ଖଣ୍ଡିଏ ଫ୍ଲାଟ୍‌କୁ ଛାଡିଦେଲେ ଅନ୍ୟ କିଛି ବି ସମ୍ପତ୍ତି ନାହିଁ।

ମୋ ସ୍ୱାମୀଙ୍କ ଅନ୍ୟ ଯୁବତୀମାନଙ୍କ ସହ ସମ୍ପର୍କ ଥିବା ନେଇ ମୁଁ ପ୍ରମାଣ ମଧ୍ୟ ଦେଇସାରିଛି। ମୁଁ ଏସବୁ ପ୍ରମାଣ ମଧ୍ୟ ପୋଲିସକୁ ଦେଇସାରିଛି। କିନ୍ତୁ ଅଶୋକ ସାହୁଙ୍କ ମାମଲାରେ ପୋଲିସ କୌଣସି କଥା ଶୁଣୁନାହିଁ।