Advertisment

ଭୁବନେଶ୍ୱରରେ ଟିକାକରଣ ଟାର୍ଗେଟ ପୂରଣ କଲା ବିଏମ୍‌ସି

କରୋନା ଭାଇରସ ଠାରୁ ରକ୍ଷା ପାଇବାକୁ ହେଲେ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ । ଏଇ ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରରେ ଟିକାକରଣ କେତେଦୂର ସଫଳ ହୋଇଛି ତାର ହିସାବ ଦେଖଇଛନ୍ତି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ।

author-image
Minati Mishra
ଭୁବନେଶ୍ୱରରେ ଟିକାକରଣ ଟାର୍ଗେଟ ପୂରଣ କଲା ବିଏମ୍‌ସି

Vaccination in bbsr

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ସନ୍ତୋଷ ଜନକ ନୁହେଁ। ଡେଲ୍‌ଟା ଭାରିଏଣ୍ଟ ଏବେ ସମସ୍ତଙ୍କ ଆଖିରୁ ନିଦ ହଜାଇ ଦେଇଛି। ଅନ୍ୟପକ୍ଷେ କରୋନା ଭାଇରସ ଠାରୁ ରକ୍ଷା ପାଇବାକୁ ହେଲେ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ । ଆଗାମୀ ଭବିଷ୍ୟତରେ ଡେଲଟା ଭାରିଏଣ୍ଟ୍ ଏବଂ ନୂଆ ନୂଆ ଭାରିଏଣ୍ଟ୍ ବର୍ତ୍ତମାନ ତୁଳନାରେ ଅଧିକ ମାରାତ୍ମକ ହୋଇପାରନ୍ତି ବୋଲି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

Advertisment

 ରାଜଧାନୀ ଭୁବନେଶ୍ୱରରେ ଟିକାକରଣ କେତେଦୂର ସଫଳ ହୋଇଛି ତାର ହିସାବ ଦେଖଇଛନ୍ତି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ।  ସେ ସୂଚନା ଦେଇଛନ୍ତି, ଟିକାକରଣରେ ଭୁବନେଶ୍ୱର ଟାର୍ଗେଟ ପୂରଣ କରିଛି। ୧୮ ବର୍ଷରୁ ଊର୍ଦ୍ଧ୍ୱ  ମୋଟ ୯ ଲକ୍ଷ ୭ ହଜାର ଲୋକଙ୍କ ପାଇଁ ୨ଟି ଡୋଜ ଟିକା ଦେବା ଲାଗି ୧୮.୧୪ ଲକ୍ଷ ଟିକାକରଣ ଟାର୍ଗେଟ ଥିଲା । ଗତକାଲି ସୁଦ୍ଧା ୧୮ ଲକ୍ଷ ୩୫ ହଜାର ଡୋଜ୍ ଦିଆ ସରିଛି।  ୧୦ ଲକ୍ଷ ୫୯ ହଜାର ପ୍ରଥମ, ୭ ଲକ୍ଷ ୭ ହଜାର ଉଭୟ ଡୋଜ୍ ନେଇଛନ୍ତି।

 ସେ ଆହୁରି କହିଛନ୍ତି,  ଭୁବନେଶ୍ୱର ରାଜଧାନୀ ହୋଇଥିବାରୁ ପ୍ରତିଦିନ ବାହାରୁ ଅନେକ ଲୋକ ଆସିଥାନ୍ତି। ତେଣୁ ଟିକା ପାଇଁ କାହାକୁ ମନା କରାଯାଇପାରିବ ନାହିଁ ।  ଭୁବନେଶ୍ୱର ବାସିନ୍ଦାଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଉଛି  । ଏଥିସହିତ ବାହାର ଲୋକଙ୍କୁ ମଧ୍ୟ ଟିକା ଦିଆଯାଉଛି ବୋଲି ବିଏମସି ଅତିରିକ୍ତ କମିଶନର କହିଛନ୍ତି।  

Advertisment

ସୂଚନାଥାଉ କି, ଭୁବନେଶ୍ୱରରେ ଟିକାକରଣ ନେଇ ବିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗର୍ଭବତୀମାନଙ୍କୁ ମଧ୍ୟ ଟିକା ଦେବାକୁ ଗୁରୁତ୍ୱ ଦେଇଛି ବିଏମସି। ସେଥିପାଇଁ ବିନା ସ୍ଲଗ ବୁକ୍‌ରେ ସେମାନଙ୍କୁ ବୁଧବାର ଓ ଶନିବାର ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ ବୋଲି ବିଏମ୍‌ସି ପକ୍ଷରୁ ଟ୍ୱିଟ କରିକୁହାଯାଇଛି। 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ଡେଲଟା ଭାରିଆଣ୍ଟ ସମସ୍ତଙ୍କ ପାଇଁ ଏକ ଚେତାବନୀ । କରୋନାର ଏହି ରୂପକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଉଚିତ, ନଚେତ୍ ସ୍ଥିତି ଆହୁରି ଭୟଙ୍କର ହୋଇପାରେ । ତେବେ ଏଥିରୁ ରକ୍ଷା ପାଇବା ପାଇଁ ଟିକାକରଣ ଅଭିଯାନ ଉପରେ ଗୁରୁତ୍ୱ ଦିଆଯିବା ଉଚିତ । ସେପ୍ଟେମ୍ବର ଶେଷ ସୁଦ୍ଧା ସମସ୍ତ ଦେଶ, ସେମାନଙ୍କ ଜନସଂଖ୍ୟାର ଅତିକମରେ ୧୦ ପ୍ରତିଶତ ଲୋକଙ୍କୁ ଟିକା ଦେବା ଜରୁରୀ ବୋଲି କହିଛି WHO ।

COVID-19 Vaccine Odisha Vaccination Drive
Advertisment
Advertisment