Advertisment

୨୦ ବର୍ଷର ଡିଗ୍ରୀକୁ ଅବୈଧ ଘୋଷଣା କଲା ତାଲିବାନ୍‌

ତାଲିବାନ୍‌ର ନୂଆ ନିର୍ଦ୍ଦେଶାନାମା । ୨୦ ବର୍ଷର ଡିଗ୍ରୀଧାରୀଙ୍କୁ ଅବୈଧ ଘୋଷଣା କଲା ତାଲିବାନୀ । ଆଫଗାନ୍‌ରେ ତାଲିବାନ୍‌ ସରକାର ଦ୍ୱାରା ଏକ ନୂଆ ନିୟମ ଜାରି କରାଯାଇଛି । ଯେଉଁଥିରେ ମାଦ୍ରାସାର ପାଠପଢାକୁ ସର୍ବୋତ୍ତମ ଏବଂ ୨୦ ବର୍ଷର ଡିଗ୍ରୀଧାରୀଙ୍କ ପାଠପଢାକୁ ଅବୈଧ ତଥା ଅଦରକାରୀ ବୋଲି ଘୋଷଣା କରାଯାଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Taliban says those graduated from 2000 to 2020 are no use madrasa education is valuable

Taliban says those graduated from 2000 to 2020 are no use madrasa education is valuable

କାବୁଲ: ତାଲିବାନ୍‌ର ନୂଆ ନିର୍ଦ୍ଦେଶାନାମା । ୨୦ ବର୍ଷର ଡିଗ୍ରୀଧାରୀଙ୍କୁ ଅବୈଧ  ଘୋଷଣା କଲା ତାଲିବାନୀ । ଆଫଗାନ୍‌ରେ ତାଲିବାନ୍‌ ସରକାର ଦ୍ୱାରା ଏକ ନୂଆ ନିୟମ ଜାରି କରାଯାଇଛି । ଯେଉଁଥିରେ ମାଦ୍ରାସାର ପାଠପଢାକୁ ସର୍ବୋତ୍ତମ ଏବଂ ୨୦ ବର୍ଷର ଡିଗ୍ରୀଧାରୀଙ୍କ ପାଠପଢାକୁ ଅବୈଧ ତଥା ଅଦରକାରୀ ବୋଲି ଘୋଷଣା କରାଯାଇଛି । ଜାରି କରାଯାଇଥିବା ନୂଆ ନିୟମାବଳୀରେ କୁହାଯାଇଛି ଯେ, ଗତ କୋଡିଏ ବର୍ଷ ମଧ୍ୟରେ ହାଇସ୍କୁଲରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ଆଫଗାନିସ୍ତାନରେ ହାସଲ ହୋଇଥିବା ଡିଗ୍ରୀକୁ କୌଣସି ମହତ୍ତ୍ୱ ଦିଆଯିବ ନାହିଁ । ସ୍ଥାନୀୟ ଅଞ୍ଚଳର ଗଣମାଧ୍ୟମ ଖବର ଅନୁଯାୟୀ, ୨୦୦୦ ବର୍ଷରୁ ଆରମ୍ଭ କରି ୨୦୨୦ ମସିହାର ଶିକ୍ଷବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଡିଗ୍ରୀକୁ କୌଣସି ମାନ୍ୟତା ମିଳିବ ନାହିଁ ବରଂ ଏହା ଅବୈଧ ବୋଲି ତାଲିବାନ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Advertisment
Taliban says those graduated from 2000 to 2020 are no use madrasa education is valuable ମାଦ୍ରାସା (Madrasa)

କାବୁଲ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ସହିତ ବସିଥିବା ଏକ ବୈଠକରେ ତାଲିବାନ ସରକାରର ଉଚ୍ଚଶିକ୍ଷା କାର୍ଯ୍ୟନିର୍ବାହୀ ମନ୍ତ୍ରୀ ଅବଦୁଲ ବଙ୍କି ହକାନି ଏହି ନିୟମ ବିଷୟରେ ଆଲୋଚନା କରିଥିଲେ । ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି,ଗତ କୋଡିଏ ବର୍ଷ ମଧ୍ୟରେ ହାଇସ୍କୁଲରରୁ ନେଇ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କର ଡିଗ୍ରୀ କୌଣସି କାମରେ ଆସିବ ନାହିଁ ।

ଟୋଲୋ ନ୍ୟୁଜ୍ ଅନୁଯାୟୀ, ଅଣ ତାଲିବାନ ସରକାର ସମୟରେ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ହମିଦ କରଜଇ ଏବଂ ଆଶ୍ରାଫ ଗନିଙ୍କ ଆମେରିକା ସମର୍ଥିତ ସରକାର ସହ ଲଢୁଥିବା ସମୟରେ ଯେଉଁମାନେ ଡିଗ୍ରୀ ହାସଲ କରିଛନ୍ତି ସେମାନଙ୍କ ଡୀଗ୍ରୀକୁ ଅବୈଧ ଘୋଷଣା କରାଯାଇଛି ।

Advertisment
Afghanistan Kabul Taliban Taliban New Rule
Advertisment
Advertisment