
ଲକ୍ଷ୍ନୌ: ଟାୟାର ଫାଟିଯିବାରୁ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଉଦ୍ଧାରକାରୀ ଟିମ୍ ପହଞ୍ଚି ଆହତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ଆହତଙ୍କ ମଧ୍ୟରେ ମହିଳା, ଶିଶୁ ଅଛନ୍ତି। ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଜୟପୁରରୁ ବିହାର ଯାଉଥିବା ବେଳେ ଉତ୍ତର ପ୍ରଦେଶ କନୌଜ ଦେଇ ଯାଇଥିବା ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ବସ୍ଟି ସମ୍ପୂର୍ଣ୍ଣ […]
ଆଜି ୨୦୧୯ ମସିହା, ନଭେମ୍ବର ମାସ ୨୮ ତାରିଖ, ଗୁରୁବାର, ମାର୍ଗଶୀର ମାସ। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ମୁମ୍ବାଇ: ଆଜିଠୁ ମହାରାଷ୍ଟ୍ରରେ ଆରମ୍ଭ ହେବାକୁ ଯାଉଛି ଠାକ୍ରେ ଯୁଗ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ଶପଥ ନେବେ। ମୁମ୍ବାଇର ଶିବାଜୀ ପାର୍କରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଆଜି ସନ୍ଧ୍ୟା ୬ଟା ୪୦ ମିନିଟ୍ରେ ସେ ଶପଥ ନେବେ। ଶିବସେନା, ଏନ୍ସିପି ଓ କଂଗ୍ରେସର ମହା ବିକାଶ ଆଘାଡି ମେଣ୍ଟର ଏକ ବୈଠକରେ ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ହେବାନେଇ ଘୋଷଣା କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ଭାବେ ଏନ୍ସିପିର ଜଣେ ନେତା ଶପଥ ନେବାକୁ […]
କଟକ: ପ୍ରଥମେ ଫୋନ୍ରେ କଥାବାର୍ତ୍ତା, ତା’ପରେ ଗଢ଼ି ଉଠିଲା ପ୍ରେମ ସମ୍ପର୍କ। ଆଉ ଶେଷରେ ଏମିତି କିଛି ଘଟିଲା ପ୍ରେମିକା ରାଗି ଯାଇ ପ୍ରେମିକଙ୍କ ଉପରକୁ ଏସିଡ୍ ଫିଙ୍ଗିବାକୁ ମଧ୍ୟ ପଛାଇଲା ନାହିଁ। ଘଟଣା ଘଟିଛି କଟକ ଜଗତପୁର ଅଞ୍ଚଳରେ। ଗତକାଲି ବିଳମ୍ବିତ ରାତିରେ ଜଗତପୁର ଶିକାରୀପୁରର ବାରିକସାହିରେ ଜଣେ ଯୁବକଙ୍କ ଉପରକୁ ଜଣେ ଯୁବତୀ ଏସିଡ୍ ମାଡ଼ କରିଥିବା ଅଭିଯୋଗ ହୋଇଛି। ଆହତ ଯୁବକଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ସେପଟେ ଏସିଡ୍ […]
ମୁମ୍ବାଇ: ଶେଷରେ ପାର୍ଟି-ଫ୍ୟାମିଲିରେ ଥିବା ଫାଟରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଗତ କିଛିଦିନ ଧରି ମହାରାଷ୍ଟ୍ର ରାଜନୀତିରେ ପ୍ରତ୍ୟେକ ଦିନ ନୂଆ ନୂଆ ଟ୍ୱିଷ୍ଟ୍ ଦେଖିବାକୁ ମିଳିଥିବା ବେଳେ ଆଜିର ଦୃଶ୍ୟ ଟିକେ ଅଲଗା ଥିଲା। ଗତକାଲି ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଏନ୍ସିପି ନେତା ଅଜିତ୍ ପାୱାର୍ଙ୍କୁ, ଏନ୍ସିପି ସୁପ୍ରିମୋ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଖୁସିରେ ସ୍ୱାଗତ କରିଛନ୍ତି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଶରଦ ପାୱାରଙ୍କ ପୁତୁରା ହେଉଛନ୍ତି ଅଜିତ୍ ପାୱାର୍। […]
ଆଜି ୨୦୧୯ ମସିହା, ନଭେମ୍ବର ମାସ ୨୭ ତାରିଖ, ବୁଧବାର, ମାର୍ଗଶୀର ମାସ, କୃଷ୍ଣପକ୍ଷ ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…