• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

2324
ମୋଦିଙ୍କ ଅଚାନକ ଲଦାଖ ଗସ୍ତ, ସୁରକ୍ଷା ପ୍ରସଙ୍ଗକୁ ନେଇ ସ୍ଥିତି ପରଖିଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଚାନକ ଲଦାଖ ଗସ୍ତ କରିଛନ୍ତି।  ଲଦାଖ ସେନା କ୍ୟାମ୍ପରେ ଯବାନଙ୍କ ସହ ଆଲୋଚନା କରିଛନ୍ତି ମୋଦି।  ସ୍ଥଳ ସେନା, ବାୟୁ ସେନା ଏବଂ ଆଇଟିବିପି ଯବାନଙ୍କ ସହ ବିସ୍ତୁତ ଭାବେ କଥା ହୋଇଛନ୍ତି। ଯବାନଙ୍କ ସହ ଆଲୋଚନା କରିବା ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ ସିଡିଏସ୍ ଜେନେରାଲ ବିପିନ ରାଓ୍ୱତ, ସ୍ଥଳ ସେନା ମୁଖ୍ୟ ଏମ୍ଏନ୍ ନରୱାଣେ। ଏହାସହ ନର୍ଥନ୍ କମାଣ୍ଡର ଲେଫଟଣ୍ଡ୍ ଜେନେରାଲ୍ ୱାଇ କେ ଯୋଶୀଙ୍କ […]

corona
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୮ ହଜାର ଟପିଲା

ନୂଆଦିଲ୍ଲ: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ରୋଗୀଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ କରୋନାରେ ୩୭୯ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୮ ହଜାର ୨୧୩କୁ ବୃଦ୍ଧି ପାଇଛି। ସେହିପରି  ୨୪ ଘଣ୍ଟାରେ ୨୦ ହଜାର ୯୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୫ ହଜାର ୫୪୪କୁ ବୃଦ୍ଧି ପାଇଛି । ସବୁଠୁ ଅଧିକ ବିଗିଡ଼ିବାରେ ଲାଗିଛି ମହାରାଷ୍ଟ୍ରରେ […]

coronavirus-jajpur
ଚିନ୍ତା ବଢାଉଛି ଗଞ୍ଜାମ; ଆଖି ବୁଜିଲେ ୨ କରୋନା ରୋଗୀ

ଭୁବନେଶ୍ୱର:  ରାଜ୍ୟରେ ପୁଣି ୨ କରୋନା ରୋଗୀଙ୍କର ଆଜି ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ଗଞ୍ଜାମ ଜିଲ୍ଲାର ଓ ଉଭୟ ପୁରୁଷ। ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୧୭ ଛୁଇଁଛି। ଏହାକୁ ମିଶାଇ ରାଜ୍ୟରେ ମୃତକଙ୍କ ସଂଖ୍ୟା ୨୯ ଛୁଇଁଲା। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ଦୁଇଜଣଙ୍କ ମଧ୍ୟରୁ ଜଣେ ୬୬ ବର୍ଷର ପୁରୁଷ । ସେ ହାଇପରଟେନ୍‌ସନରେ ପୀଡିତ ଥିଲେ।  ଅନ୍ୟଜଣେ […]

corona-virus-w
ରାଜ୍ୟରେ କରୋନା ରେକର୍ଡ; ୫୬୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ  ହୋଇଛନ୍ତି। ଦିନକରେ ୫୬୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଗଞ୍ଜାମରୁ ସର୍ବାଧିକ ୨୮୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରୁ ୮୧, ରାୟଗଡ଼ା- ୭୬, ବରଗଡ଼ରୁ ୨୧, ଖୋର୍ଦ୍ଧା- ୨୬, ବଲାଙ୍ଗିର- ୧୯, ମୟୂରଭଞ୍ଜରୁ ୧୦,  ସମ୍ବଲପୁର- ୮, କେନ୍ଦୁଝର ଓ ଜଗତସିଂହପୁରରୁ ୬ ଜଣ ଲେଖାଏ, କଳାହାଣ୍ଡିରୁ ୫, କୋରାପୁଟରୁ ୪,  ଢେଙ୍କାନାଳ, […]

police
ଜମି ବିବାଦରୁ ଗଳାକାଟି ଦେଲେ

ଟିଟିଲାଗଡ: ଜମି ବିବାଦରୁ ହତ୍ୟା । ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ।  ଜଣେ ବ୍ୟଙ୍କିଙ୍କ ଗଳାକାଟି ହତ୍ୟା କରିବା ପରେ ପାହାଡ଼ ତଳକୁ ଫିଙ୍ଗି ଦେଇଥିଲେ। ପରିବାର ଲୋକେ ଗତକାଲି ରାତିରେ ମୃତଦେହକୁ ଉଦ୍ଧାର କରିଛନ୍ତି। ଟିଟିଲାଗଡ ଥାନା ଅନ୍ତର୍ଗତ ଚୋରମରା ଗାଁରେ ଗତକାଲି ସଂଧ୍ୟାରେ ଲୋକେ ନଦୀପଠାକୁ ଯାଇଥିବାବେଳେ ପାହାଡ ତଳେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ।  ମୃତ ଯୁବକ ଜଣକ ଚୋରମରା ଗାଁ ର ଗର୍ଜନ ରଣା ବୋଲି ଜଣାପଡିଥିଲା। […]

bike
ଖାଲରେ ଖସି ପଡ଼ିଲା ବାଇକ୍‌, ଚାଲିଗଲା ୪ ନାବାଳକଙ୍କ ଜୀବନ

କୋରାପୁଟ: କାଳ ହେଲା ବାଇକ୍ ଚଲାଇବା। ଦ୍ରୁତ ଗତିରେ ଗାଡ଼ି ଚଲାଉଥିଲେ। ୟୁଟର୍ଣ୍ଣ ନେଇ ପାରିଲେନି। ଖାଲ ଭିତରକୁ ଖସି ପଡ଼ିଲା ବାଇକ୍। ଫଳରେ ୪ ନାବାଳକଙ୍କର ମୃତ୍ୟୁ ଘଟିଛି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କୋରାପୁଟରେ। ଗୋଟିଏ ବାଇକ୍‌ରେ ୪ ଜଣ ନାବାଳକ ପାଡୁଆ ଆସୁଥିଲେ। ପାଡ଼ୁଆ ଡାକବଙ୍ଗଳା ଛକ ନିକଟରେ ୟୁ ଟର୍ଣ୍ଣ ନେବାବେଳେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳ ଖାଲକୁ ଖସିପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଛି। […]

igh-11
ରାଉରକେଲା IGHରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ରାଉରକେଲା: ସୁନ୍ଦରଗଡ଼ରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ବୁଧବାର ରାଉରକେଲା ଆଇଜିଏଚରେ  ଭର୍ତ୍ତି ହୋଇଥିଲା।  ଆଜି ତାଙ୍କର ମୃତ୍ୟୁ ଘଟିଛି। ୬୪ ବର୍ଷିୟ ଏହି ବ୍ୟକ୍ତି ଜଣକ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ଆଇଜିଏଚ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିବା ପରେ କରୋନା ଚିକିତ୍ସା କରାଯାଇଥିଲା। ତେବେ ତାଙ୍କ ମୃତ୍ୟୁ କରୋନା ଯୋଗୁ ହୋଇଛି ନା ଅନ୍ୟ କେଉଁ ରୋଗ କାରଣରୁ ହୋଇଛି ସେ ନେଇ କୌଣସି ସୂଚନା ମିଳିପାରିନି।  […]

electicity
ଏଣିକି ଅନ୍ଧାରରେ ରହିବେନି ଟୁଇନ୍‌ ସିଟିବାସୀ

ଭୁବନେଶ୍ୱର:  ଟୁଇନ୍ ସିଟିରେ ଦୂର ହେବ ବିଦ୍ୟୁତ୍‌ ସମସ୍ୟା। ଏଣିକି  ଭୁବନେଶ୍ୱର ଓ କଟକବାସୀ ପାଇବେ ନିରବଚ୍ଛିନ୍ନ ବିଦ୍ୟୁତ ସେବା।  ପ୍ରାକୃତିକ ବିପର୍ଯ୍ୟୟ ପ୍ରତିରୋଧୀ ଭୂତଳ ବିଦ୍ୟୁତ୍ ସେବା ଯୋଜନାରେ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ପାଇଁ ୧୬୦୦ କୋଟିର ବ୍ୟୟ ଅଟକଳ କରାଯାଇଛି । ଡିସେମ୍ବର ମାସ ଶେଷ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି […]

sunabesha
ଆଜି ଶ୍ରୀଜୀଉଙ୍କ ଅଧରପଣା ନୀତି

ପୁରୀ: ଦିନକ ପରେ ଶ୍ରୀମନ୍ଦିର ଫେରିବେ ଶ୍ରୀଜିଉ। ଜନ୍ମବେଦୀରୁ ଲୀଳାଖେଳା ସାରି ଏବେ ସିଂହଦ୍ୱାରରେ ଅପେକ୍ଷା କରିଛନ୍ତି। ଗତକାଲି ସୁନାବେଶ ପରେ ଆଜି  ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଅଧରପଣା ନୀତି । ତିନି ରଥ ଉପରେ ବିରାଜିତ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ବିଗ୍ରହ ସାମ୍ନାରେ ଏହି ନୀତି ସମ୍ପନ୍ନ ହେବ। ମଧ୍ୟାହ୍ନ ଧୂପ ପରେ ଅଧରପଣା ନୀତି ଅନୁଷ୍ଠିତ ହେବ। ତିନି ଠାକୁରଙ୍କ ଅଧର ବା ଓଠ ଉଚ୍ଚର କୁମ୍ବ ଆକୃତିର ୯ଟି ମାଟି […]