• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ଶ୍ରୀଜିଉଙ୍କ ଚକାବିଜେ ନୀତି
ଆଜି ଅଣସରଘରେ ଉଠି ବସିବେ ଶ୍ରୀଜିଉ

ପୁରୀ: ଆଜି ଶ୍ରୀଜିଉଙ୍କ ଚକାବିଜେ ନୀତି। ମହାସ୍ନାନ ସାରି ଅସୁସ୍ଥ ହୋଇ ପଡ଼ିଥିଲେ ବ୍ରହ୍ମାଣ୍ଡ ଠାକୁର।  ଅଣସରରେ ଶୋଇ ରହିଥିଲେ ଶ୍ରୀଜିଉ ।  ଫୁଲୁରି ତେଲ ଓ ଓଷୁଅ ଲାଗି ପରେ ଆଜି  ସାମାନ୍ୟ ସୁସ୍ଥ ହୋଇଛନ୍ତି ଠାକୁର। ଆଜି ପରେ ଉଠି ବସିବେ। ଅଣସର ଘରର ପୂର୍ବ ଭାଗରେ ଥିବା ତିନୋଟି ଚକାକୁ ସେବକମାନେ ଗଡାଇ ଗଡାଇ ଆଣିବେ। ତାରି ଉପରେ ବସିବେ ତିନି ଠାକୁର। ବ୍ରହ୍ମାଣ୍ଡକର୍ତ୍ତା, ଦାରୁବ୍ରହ୍ମଙ୍କ ଶରୀର ସଂପୂର୍ଣ୍ଣ ସସ୍ଥ ପାଇଁ ରାଜବୈଦଙ୍କ […]

susanta
କାହିଁକି ଆତ୍ମହତ୍ୟା କଲେ ସୁଶାନ୍ତ ? ମାନସିକ ଅବସାଦ ନା ଆଉ କିଛି ?

ମୁମ୍ବଇ: କାହିିଁକି ଏମିତି ଅବେଳରେ ଝଡ଼ିଗଲେ ବଲିଉଡର ଏଇ ଉଜ୍ଜ୍ୱଳ ତାରକା ? ଅବସାଦରୁ ଆତ୍ମହତ୍ୟା ନା ଆଉ କିଛି ? ଯଦି ଅବସାଦ ତାହେଲେ କାରଣ କଣ? ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ  ଏ ଦିଗରେ ତଦନ୍ତକୁ ଆଗକୁ ବଢ଼ାଇ ସୁଶାନ୍ତଙ୍କ ସାଥି ରିଆ ଚକ୍ରବର୍ତ୍ତୀ, ମହେଶ ସେଟ୍ଟୀଙ୍କ ସହ ଅନ୍ୟ କିଛି ନିକଟ ସଂପର୍କୀୟଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି। ପୋଷ୍ଟମର୍ଟମ୍ ରିପୋର୍ଟ କହୁଛି, ଫାଶି ଯୋଗୁଁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଛି। ହେଲେ […]

corona-test
୧୫ ମିନିଟ୍‌ରେ ହେବ କରୋନା ଟେଷ୍ଟ

ନୂଆଦିଲ୍ଲୀ: କଣ୍ଟେନମେଣ୍ଟ ଜୋନରେ କୋଭିଡ ପରୀକ୍ଷଣ ପାଇଁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ କିଟ୍ ବ୍ୟବହାର କରିବାକୁ ସୁପାରିଶ କରିଛି ICMR । ରାପିଡ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସିଥିଲେ, ଏହା ପଛକୁ RT-PCR ଟେଷ୍ଟ କରିବା ଉଚିତ । ଏହା ପରେ ଯଦି କୌଣସି ବ୍ୟକ୍ତି ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ତାକୁ ହିଁ ପ୍ରକୃତ ପଜିଟିଭ ଧରାଯିବ ବୋଲି ICMR ପକ୍ଷରୁ କୁହାଯାଇଛି।  ବିନା ଲାବୋରେଟୋରୀ ପରୀକ୍ଷଣରେ ଏହା ଶୀଘ୍ର ଫଳ ନିରୁପଣ କରିବ।  ଏହି […]

ସକାଳର ମୁଖ୍ୟ ଖବର
ଆଜି ସକାଳର ମୁଖ୍ୟଖବର

୧) ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତା: ଆଜିଠୁ କରୋନା ଲକ୍ଷଣ ପାଇଁ ଘର ଘର ବୁଲି ସର୍ଭେ କରିବେ ଆଶା ଦିଦି ଓ ANM କର୍ମୀ।  କରୋନା ଲକ୍ଷଣର ହେବ ଯାଞ୍ଚ, ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ।.. ୨) ଦେଶରେ ବୃଦ୍ଧି ପାଉଛି କରୋନାର କହର…କଣ୍ଟେନମେଣ୍ଟ ଜୋନରେ କୋଭିଡ ପରୀକ୍ଷଣ ପାଇଁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ କିଟ୍ ବ୍ୟବହାର କରିବାକୁ ICMRର ସୁପାରିଶ। ୩) ପଞ୍ଚଭୂତରେ ବିଲୀନ ହେଲେ ବଲିଉଡର ଧୋନୀ: ଅନ୍ତିମ […]

icmr
କରୋନା ସଂକ୍ରମିତ ଖବରକୁ ଖଣ୍ଡନ କଲା ଆଇସିଏମ୍‌ଆର

ନୂଆଦିଲ୍ଲୀ: ନଭେମ୍ବର ମଧ୍ୟଭାଗରେ ଦେଶରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଆଇସିଏମ୍ଆର୍ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଏହାକୁ ବିଭ୍ରାନ୍ତିକର ବୋଲି ସ୍ପଷ୍ଟ କରିଛି ନିଜେ ଆଇସିଏମ୍‌ଆର। ଏ ନେଇ ଆଇସିଏମ୍‌ଆର ପକ୍ଷରୁ ଟ୍ୱିଟ୍ କରାଯାଇଛି । ଏହି ତଥ୍ୟ ଯେଉଁ ଗବେଷଣାରୁ ସଂଗ୍ରହ କଯାଇଛି, ତାହା ଆଇସିଏମ୍‌ଆର କିମ୍ବା କୌଣସି ଅନୁବନ୍ଧିତ ସଂସ୍ଥା ଦ୍ୱାରା କରାଯାଇନାହିଁ । ତେଣୁ ଏହା ଆଇସିଏମ୍‌ଆରର ତଥ୍ୟ ନୁହେଁ ବୋଲି […]

covid
ଭୁବନେଶ୍ୱରରୁ ଚିହ୍ନଟ ହେଲେ ୫ କରୋନା ରୋଗୀ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫ ଜଣଙ୍କ ମଧ୍ୟରୁ ୩ ଜଣ ହୋମ୍ କ୍ୱାରେଣ୍ଟିନରେ ଥିବାବେଳେ ୨ଟି ଲୋକାଲ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ଏହାକୁ ମିଶାଇ  ଭୁବନେଶ୍ୱରରେ ଆକ୍ରାନ୍ତ ସଂଖ୍ୟା ୧୨୭କୁ ବୃଦ୍ଧି ପାଇଛି। ମିଳିଥିବା ସୂଚନା ଅନୁସାରେ ଚିନ୍ତାମଣିଶ୍ୱର, ପଟିଆ ଓ କୋଳଥିଆର ୩ ଜଣ ହୋମ୍ କ୍ୱାରେଣ୍ଟିନରେ ଥିଲେ। ଲୋକାଲ କେସ୍‌ରେ ୨ ଜଣ ମହିଳା ଚିହ୍ନଟ […]

bana-1
ଉଡ଼ିଗଲା ଶ୍ରୀମନ୍ଦିର ପତିତପାବନ ବାନା

ପୁରୀ: ଶ୍ରୀକ୍ଷେତ୍ରରେ ପ୍ରବଳ ବର୍ଷା ଓ ପବନ। ପବନ ଯୋଗୁ ବାଉଁଶ ସହ ଉଡ଼ିଯାଇଛି ଶ୍ରୀମନ୍ଦିରର ପତିତପାବନ ବାନା । ଯେହେତୁ ନୀଳଚକ୍ରରେ ଅନ୍ୟ ବାନା ରହିଛି, ତେଣୁ ନୀତିକାନ୍ତିରେ ବିଭ୍ରାଟ ହୋଇନି । ଆଜି ପ୍ରବଳ ବର୍ଷା ଯୋଗୁ ବଡଦାଣ୍ଡ ଆଣ୍ଠୁଏ ପାଣିର ଲହଡ଼ା ମାରୁଛି।  ଏମିତିକି ରଥ ଖଳାରେ ମଧ୍ୟ ପାଣି ପଶିଯାଇଥିଲା । କିଛି ରଥକାଠ ପାଣିରେ ବୁଡି ଯାଇଥିବା ଦେଖିବାକୁ ମିଳିଥିଲା । ହେଲେ ପରେ ରଥଖଳାରୁ ପାଣି ନିଷ୍କାସନ ହୋଇଯାଇଛି […]

Lac-2
ବର୍ଷ ଶେଷ ସୁଦ୍ଧା ଚୀନ ସୀମାରେ ସଡ଼କ ନିର୍ମାଣ କାମ ଶେଷ କରିବ ଭାରତ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ-ଚୀନ ମଧ୍ୟରେ ଏଲଏସିରେ ବିବାଦ ବିସ୍ଫୋରକ ରୂପ ନେଇଛି । ଅନ୍ୟପକ୍ଷେ ଭାରତ ସୀମାରେ ସଡ଼କ ନିର୍ମାଣ କାମ ଜାରି ରଖିଛି । ବର୍ଡର ରୋଡସ୍‌ ଅର୍ଗାନାଇଜେସନ‌୍ ଆଶା ରଖିଛି, ଚଳିତବର୍ଷ ଶେଷ ସୁଦ୍ଧା ୨୫୫ କିମି ଦୀର୍ଘ ଏଇ ସଡକର ନିର୍ମାଣ କାମ ଶେଷ ହେବ । ଏଠି କହି ରଖିବୁ, ନିର୍ମାଣ ଚାଲିଥିବା ଦାରବୁକ-ଶୌକ-ଦୌଲତବାଗ ଓଲଡି ସଡକ( Darbuk-Shyok-Daulat Beg Oldie-DSDBO)ରେ ପାଖାପାଖି ୮ଟି ଜଳାଶୟ ନିର୍ମାଣ ହେବ । […]

baragada
କରୋନା ଆକ୍ରାନ୍ତ ହେବା ପୂର୍ବରୁ ମଗାଇଥିଲେ ଅନ୍‌ଲାଇନ ପାର୍ସଲ

ବରଗଡ଼: ଅନ୍‌ ଲାଇନ୍‌ରେ ମଗାଇଥିଲେ ଜିନିଷ। ଘରେ ପହଞ୍ଚିଲା ପାର୍ସଲ। କିଛି ଦିନ ପରେ ଜଣାପଡ଼ିଲା ସେ କରୋନା ଆକ୍ରାନ୍ତ। ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକରେ ପାର୍ସଲରୁ କରୋନା ଭାଇରସ ଆସିଥିବା ସନ୍ଦେହ କରାଯାଉଛି। ପଦ୍ମପୁର ବ୍ଲକରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛନ୍ତି ୩ କରୋନା ରୋଗୀ। ଏକାଥରକେ ୩ କରୋନା ରୋଗୀ ଚିହ୍ନଟ ହେବା ପରେ ଅଞ୍ଚଳବାସୀଙ୍କ ଚିନ୍ତା ବଢି ଯାଇଥିଲା।  ତେବେ  ସେମାନଙ୍କ ମଧ୍ୟରେ ଥିବା ଜଣେ ସ୍ଥାନୀୟ ଲୋକ କେମିତି ସଂକ୍ରମିତ […]

india
ପାକିସ୍ତାନରେ ଭାରତୀୟ ଦୂତାବାସର ୨ କର୍ମଚାରୀ ନିଖୋଜ

ନୂଆଦିଲ୍ଲୀ:  ଇସଲାମାବାଦରେ ଥିବା ଭାରତୀୟ ଦୂତାବାସର ୨ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି।  CISFର ୨ କର୍ମଚାରୀ ଡ୍ୟୁଟିରେ ଥିବାବେଳେ ନିଖୋଜ ହୋଇଯାଇଛନ୍ତି । ୨ ଘଣ୍ଟାରୁ ଅଧିକ ହେଲାଣି, ସେମାନଙ୍କର କୌଣସି ପତ୍ତା ମିଳୁନାହିଁ। ସକାଳୁ ଉଭୟ ନିଜ ଡ୍ୟୁଟିରେ ଯୋଗ ଦେଇଥିଲେ। ହେଲେ ଆସିବାର ପ୍ରାୟ ୨ ଘଣ୍ଟା ପରେ ସେମାନଙ୍କର ପତ୍ତା ମିଳୁନାହିଁ ।  ଘଟଣା ପରେ ଭାରତ ପକ୍ଷରୁ ପାକିସ୍ତାନ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ନିଖୋଜ ଦୁଇ କର୍ମଚାରୀ ହାଇକମିଶନରରେ […]

srusti-1
ତୁଣ୍ଡରେ ତାଙ୍କର ୧୦୦ ବର୍ଷର କ୍ୟାଲେଣ୍ଡର

ଭୁବନେଶ୍ୱର: ମନେ ରଖିଛନ୍ତି ଶହେ ବର୍ଷର କ୍ୟାଲେଣ୍ଡର । ୨୦୦୦ ମସିହାରୁ ଆରମ୍ଭ କରି ୨୧୦୦ ମସିହା ଅର୍ଥାତ ପୁରା ଶତାବ୍ଦୀର କ୍ୟାଲେଣ୍ଡରକୁ ନିଜ ମୁଣ୍ଡରେ ସେ ଷ୍ଟୋର୍ କରି ରଖିଛନ୍ତି ଆଉ ତୁଣ୍ଡରେ କହୁଛନ୍ତି ।  ଯେଉଁ ମସିହାର ଯେଉଁ ତାରିଖ କୁହନ୍ତୁ, ଫଟାଫଟ କହି ଦେଉଛନ୍ତି ତାହା କେଉଁ ବାରରେ ପଡ଼ିବ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସେ ଅଟିଜିମ୍‌ ଆକ୍ରାନ୍ତ ହୋଇ ମଧ୍ୟ ଏପରି ବିରଳ ପ୍ରତିଭାର ଅଧିକାରୀ ହୋଇପାରିଛନ୍ତି । […]

corona-virus-w
୧୪୬ କରୋନା ଆକ୍ରାନ୍ତ‌ ଚିହ୍ନଟ, କନ୍ଧମାଳରୁ ସର୍ବାଧିକ ୪୮

ଭୁବନେଶ୍ୱର: ରାଜ୍ୟରେ ଆଜି  ଆଉ ୧୪୬ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିମଧ୍ୟରୁ ୧୨୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବାବେଳେ ୧୮ଟି ଲୋକାଲ କେସ ରହିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୯ ଅଗ୍ନିଶମ କର୍ମଚାରୀ । ସେମାନେ ସମସ୍ତେ ଅମ୍ଫାନ ଡ୍ୟୁଟିରେ ପଶ୍ଚିମବଙ୍ଗ ଯାଇଥିଲେ। ଆଜି କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭଦ୍ରକ ଓ  କଟକରୁ […]

sushant sing
ସୋଶାଲ ମିଡିଆରେ ସୁଶାନ୍ତଙ୍କ ଶେଷ ପୋଷ୍ଟ କହୁଥିଲା ଏମିତି କିଛି....

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍‌  ଆଉ ଆମ ପାଖରେ ନାହାନ୍ତି । ରିପୋର୍ଟ ଅନୁସାରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ଘରେ ସୁଶାନ୍ତ ରବିବାର ଆତ୍ମହତ୍ୟା କରିଛନ୍ତି । ଏହି ଖବର ଶୁଣିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖେଳି ଯାଇଥିଲା ଶୋକର ଲହରୀ । ଆକ୍ଟରମାନଙ୍କ ଭିତରେ ସୁଶାନ୍ତ ସିଂ ଯଥେଷ୍ଟ ଅଲଗା ଥିଲେ । ଅଧିକାଂଶ ସମୟରେ ସେ ନିଜ ଇନ୍‌ଷ୍ଟାରେ ଅଜିବ ଅଜିବ ପୋଷ୍ଟ ଶେୟାର କରୁଥିଲେ । ଗତକିଛି ଦିନ ହେବ ଇନ୍‌ଷ୍ଟାରେ […]

ojee
ବଢିଲା ସ୍ୱତନ୍ତ୍ର ଓଜେଇଇ ଅନଲାଇନ୍ ଆବେଦନ ଓ ଫି ଦାଖଲର ଅବଧି

ଭୁବନେଶ୍ୱର: କରୋନା କଟକଣା ଭିତରେ ସ୍ୱତନ୍ତ୍ର ଓଜେଇଇର ଅନଲାଇନ୍ ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଶ୍ୱସ୍ତିର ଖବର।  ସ୍ୱତନ୍ତ୍ର ଓଜେଇଇର ଅନଲାଇନ୍ ପାଇଁ ଆବେଦନ ଓ ଫି ଦାଖଲର ଅବଧି ବୃଦ୍ଧି କରାଯାଇଛି । କୋଭିଡ୍ ସ୍ଥିତି ଲାଗି ବି. ଟେକ୍ ସ୍ପେଶାଲ ଓଜେଇଇ ପାଇଁ ଅନଲାଇନ୍ ଆପ୍ଲିକେସନ ଦାଖଲ କରିବାର ଶେଷ ତାରିଖ ଜୁନ୍ ମାସ ୩୦ ତାରିଖ ଯାଏଁ ବୃଦ୍ଧି ହୋଇଛି। ସେହିଭଳି ଅନଲାଇନ୍ ଆବେଦନ ଫି ଭରିବାର ଶେଷ ତାରିଖ ଜୁଲାଇ […]