• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

farmer
ସ୍ୱଳ୍ପ ବୃଷ୍ଟିପାତକୁ ନେଇ ଚିନ୍ତାରେ ଚାଷୀ ; ବର୍ଷା ଅଭାବରୁ ମରୁଡ଼ି ଆଶଙ୍କା

ଫୁଲବାଣୀ /ଚାନ୍ଦବାଲି : ସ୍ୱଳ୍ପ ବୃଷ୍ଟିପାତକୁ ନେଇ ଚିନ୍ତାରେ ଚାଷୀ। କନ୍ଧମାଳରେ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକ ବର୍ଷା ଠାରୁ କମ୍ ବର୍ଷା ହୋଇଛି। ଫଳରେ ଧାନ ଚାଷ ପ୍ରଭାବିତ ହୋଇଛି। କମ୍‌ ବର୍ଷା ଯୋଗୁ ଚାଷଜମି ଗୁଡିକରେ ମାଟି କାଦୁଅ ହୋଇପାରୁନି, ତେଣୁ ଚାଷୀ ତଳି ପ୍ରସ୍ତୁତ କରି ରଖିଥିଲେବି ରୋଇ ପାରୁ ନାହାନ୍ତି। ଜିଲ୍ଲାର ସଦର ମହକୁମା ଫୁଲବାଣୀ ବ୍ଲକ ରୁଜାଙ୍ଗୀ ଗାଁରେ ଶହଶହ ଏକର ଜମିରେ ଚାଷ କାମ ହୋଇପାରୁନି। ଫାଙ୍କା ପଡିଛି ଜମି। […]

rain in odisha
ଲଘୁଚାପ ଟଳିଲା; ଏବେ ଓଡ଼ିଶାରେ ବଡ଼ ବର୍ଷା ନାହିଁ

ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ଟଳିଲା। ଚୀନ ସାଗରରେ ବାତ୍ୟା ଯୋଗୁଁ ଲଘୁଚାପ ଅପସରିଯାଇଛି। ଭାରତୀୟ  ପାଣିପାଗ କେନ୍ଦ୍ର ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ଏହି ସୂଚନା ଦେଇଛନ୍ତି। ତେବେ ଲଘୁଚାପ ଟଳିଥିବାରୁ ଏବେ ଓଡ଼ିଶାରେ ବଡ଼ ବର୍ଷା ହେବନି। କାଁ ଭାଁ ବର୍ଷା ଲାଗି ରହିଲେ ବି ଚାଷକୁ ସୁହାଇଲା ଭଳି ବର୍ଷା ହେବନି। ତେବେ ପୁଣି ଥରେ ୭/୮ ଦିନ ପରେ ଲଘୁଚାପ ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ […]

death--
ପାଣି ଟାଙ୍କିରେ କାମ କଲାବେଳେ ୩ ଶ୍ରମିକଙ୍କର ମୃତ୍ୟୁ

ଭୁବନେଶ୍ୱର : ଅକାଳରେ ଝଡ଼ିଗଲା ତିନି ତିନିଟି ଜୀବନ।  ନିର୍ମାଣାଧୀନ ଓ୍ୱାଟର ସମ୍ପର ସେଣ୍ଟ୍ରି ଖୋଲିବାକୁ ଯାଇ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ।  ଭୁବନେଶ୍ୱର ପଳାଶୁଣୀ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକମାନେ ହେଲେ ସମାରନ ମୁନିଆନ, ବସୁଦେବ ମଣ୍ଡଳ ଓ ଭିଗୁରାମ ମଣ୍ଡଳ । ଏମାନଙ୍କ ଘର ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳରେ ବୋଲି କୁହାଯାଉଛି। ସେଣ୍ଟ୍ରି ଖୋଲିବାକୁ ସମ୍ପ୍ ଭିତରକୁ ପ୍ରଥମେ ଜଣେ ଶ୍ରମିକ ପଶି ଅଣନିଃଶ୍ୱାସୀ ହୋଇପଡ଼ିବାରୁ ତାଙ୍କୁ ଉଦ୍ଧାର କରିବାକୁ […]

teeth
ଆଶ୍ଚର୍ଯ୍ୟ ! ୭ ବର୍ଷର ପିଲା ପାଟିରୁ ବାହାରିଲା ୫୨୬ଟି ଦାନ୍ତ

ଚେନ୍ନାଇ : ମଣିଷ ପାଟିରେ ୩୨ଟି ଦାନ୍ତ ଥିବା ସମସ୍ତେ ଜାଣିଛନ୍ତି। ହେଲେ ଯଦି ଜଣଙ୍କ ପାଟିରେ ୫୨୬ଟି ଦାନ୍ତ ଥିବ, ତା’ହେଲେ ସେ କ’ଣ କରିବ? ଚେନ୍ନାଇର ଜଣେ ୭ ବର୍ଷର ପିଲା ସହ ଏଭଳି ଘଟଣା ଘଟିଛି। ପିଲାଟିର ପାଟିରୁ ଶହେ କିଂ ୨ଶହ ନୁହେଁ, ୫୨୬ଟି ଦାନ୍ତକୁ ଡାକ୍ତରମାନେ ଅପରେସନ କରି ବାହାର କରିଛନ୍ତି। ଏଠାକାର ସବିତା ଡେଣ୍ଟାଲ କଲେଜ ଓ ହସ୍ପିଟାଲର ଡାକ୍ତରମାନେ ବେଶ ସଫଳତାର ସହ ଏହି ଅପରେସନ କରିବାରେ […]

child death
ଡାକ୍ତରଙ୍କ ଅବହେଳାରୁ ୧୬ ଦିନର ଶିଶୁର ଜୀବନ ଯାଇଥିବା ଅଭିଯୋଗ

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଯୋଗୁ ଜଣେ ୧୬ ଦିନର ଶିଶୁର ଜୀବନ ଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କୋରାପୁଟ ଜିଲ୍ଲାରୁ ଆସିଛି। ଏହାକୁ ନେଇ ମେଡିକାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେମିଳିଗୁଡା ବ୍ଲକ ଅନ୍ତର୍ଗତ ମାର୍ଲା ଲେଞ୍ଜିଗୁଡା ଗାଁର ସୁଭଦ୍ରା ଓ ପ୍ରହଲ୍ଲାଦ ସଗରିଆଙ୍କ ୧୬ ଦିନ ଶିଶୁକୁ ଟିକା ଦିଆଯାଇଥିଲା। ଟିକା ନେବା ପରେ ଶିଶୁର ଗୋଡ଼ ଫୁଲି ଯାଇଥିଲା। ତେଣୁ ପରିବାର ଲୋକେ ଶିଶୁକୁ କୁନ୍ଦୁଲି ହସ୍ପିଟାଲକୁ ଆଣିଥିଲେ। ଡାକ୍ତର […]

toilet
ଛାତ୍ରଛାତ୍ରୀଙ୍କୁ ଟଏଲେଟ୍ ଚିନ୍ତା ; ରାଜ୍ୟର ଅନେକ ସ୍କୁଲରେ ଟଏଲେଟ୍ ନାହିଁ

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କୁ ଟଏଲେଟ୍ ଚିନ୍ତା।  ରାଜ୍ୟର ଅନେକ ସ୍କୁଲରେ ଟଏଲେଟ୍ ନଥିବାରୁ ଶୌଚ ହେବାକୁ ପିଲା ବାହାରକୁ ଯାଉଛନ୍ତି। ଆଉ କେତେକ ଜାଗାରେ ଟଏଲେଟ୍ ଥିଲେ ବି ବ୍ୟବହାର ଅନୁପଯୋଗୀ।  ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଛି।  ଆଜି ବିଧାନସଭାରେ ଏହି ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରିଥିଲେ ଉଭୟ ଶାସକ ଓ ବିରୋଧୀ ବିଧାୟକ। ସ୍କୁଲରେ ଟଏଲେଟ୍ ନାହିଁ ଶୌଚ ହେବା ଲାଗି ପିଲାମାନେ ବାହାରକୁ ଯାଉଛନ୍ତି । […]

bjd-=bjp
ଚର୍ଚ୍ଚାରେ ବିଜେଡି-ବିଜେପିର ଖୁଲମ୍‌ଖୁଲା ପ୍ୟାର୍

ଭୁବନେଶ୍ୱର : ଆଉ ଲୁଚା ଛପା ନୁହେଁ । ଖୋଲାଖୋଲି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ବିଜେଡିର ସମର୍ଥନ। ରାଜ୍ୟସଭା ପ୍ରାର୍ଥୀ ହୁଅନ୍ତୁ କି ଗୁରୁତ୍ୱପୂର୍ଣ୍ଣ ବିଲ୍, ସବୁଥିରେ ବିଜେପି ପଛରେ ଛିଡ଼ା ହେଉଛି ବିଜେଡି ।  ଟ୍ରିପଲ୍ ତଲାକ୍ ବିଲ୍‌ ପୂର୍ବରୁ ବିଜେଡି ସଂଶୋଧନ ଦାବି କରୁଥିବାବେଳେ ଗତକାଲି ଦଳର ସମର୍ଥନ ଯୋଗୁଁ ହିଁ ରାଜ୍ୟସଭାରେ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇପାରିଲା ବୋଲି କୁହାଯାଉଛି।  ଯାହାକୁ ନେଇ ବିଧାନସଭାରେ ନବୀନଙ୍କ ବିରୋଧରେ ଡବଲ୍ ଷ୍ଟାଣ୍ଡାର୍ଡର ଅଭିଯୋଗ […]

crime
ଅପରାଧୀଙ୍କ ଅଭୟାରଣ୍ୟ ପାଲଟିଛି କି ରାଜଧାନୀ?

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା। ଗତ ୨୪ ଘଣ୍ଟା ଭିତରେ ଚାରି ଚାରିଟି ଲୁଟ୍ କରି ଦୁର୍ବୃତ୍ତମାନେ କମିଶନରେଟ୍ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବର୍ତ୍ତମାନ ସୁଦ୍ଧା ସଫଳ ହୋଇନି। ଯାହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ରାଜଧାନୀବାସୀଙ୍କ ଅସନ୍ତୋଷ ରାଜରାସ୍ତାକୁ ଆସିବା ପରେ ପୁଲିସର ଚେତା ପଶିଛି। ଲୁଟେରାଙ୍କୁ କାବୁ କରିବା ପାଇଁ ପୁଲିସ ସ୍ଥାନୀୟ ଲୋକଙ୍କୁ ଅସ୍ତ୍ର କରିବାକୁ ଯୋଜନା କରୁଛି। […]

cow smugling
ରାଜ୍ୟରେ ବେଧଡ଼କ ଚାଲିଛି ଗୋଚାଲାଣ

ନୀଳଗିରି /ଜଳେଶ୍ୱର / ସୋର /ଭୁବନେଶ୍ୱର : ରାଜ୍ୟରେ ଚିନ୍ତାଜନକ ଭାବେ ବଢ଼ିବାରେ ଲାଗିଛି ଗୋ ଚାଲାଣ। ଓଡ଼ିଶା ଦେଇ ସୁଦୂର ବାଂଲାଦେଶକୁ ରାଜପଥରେ ଚାଲିଛି ଖୁଲ୍ଲମଖୁଲ୍ଲା ବେଆଇନ ବେପାର। ଆଉ ରାଜପଥ ନିକଟବର୍ତ୍ତୀ ଥାନା ଗୁଡ଼ିକର ଅସାଧୁ ପୁଲିସ କର୍ମଚାରୀ ବି ସବୁ ଜାଣି ଅଜଣା ସାଜିଥିବାର ସଂଗୀନ ଅଭିଯୋଗ। ପ୍ରତିଦିନ କେଉଁଠୁ ନା କେଉଁଠୁ ଗୋ ଚାଲାଣ ଅଭିଯୋଗ ସାମ୍ନାକୁ ଆସୁଥିବା ସତ୍ତ୍ୱେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଆବଶ୍ୟକ ପାଟ୍ରୋଲିଂ ଅଭାବରୁ ବେଫିକର ହୋଇ […]

ମଦୈ
ଟଙ୍କା ଦେଇ ଲୋକେ ଗାଈ ସହ ସମୟ ବିତାଉଛନ୍ତି ! କାହିଁକି ଜାଣନ୍ତି

ନ୍ୟୁୟର୍କ: ହିନ୍ଦୁ ଧର୍ମରେ ଗାଈକୁ ପୂଜା କରାଯାଏ। କୁହାଯାଏ, ଗାଈ ଦେହରେ ୩୩ କୋଟି ଦେବୀଦେବତା ବାସ କରନ୍ତି। ତେଣୁ ଗାଈକୁ ‘ଗୋମାତା’ ବୋଲି ସମ୍ବୋଧନ କରାଯାଏ। ବିଶ୍ୱାସ ରହିଛି, ଗାଈର ସେବା କଲେ ପୂଣ୍ୟ ମିଳେ। ତେବେ ଜାଣିଛନ୍ତି, ଗାଈ ସହିତ ସମୟ ବିତାଇଲେ ଚିନ୍ତା ଦୂର ହୁଏ ଓ ମାନସିକ ଶାନ୍ତି ବି ମିଳେ। ଆଉ ସେଥିପାଇଁ ଏବେ ଆମେରିକାରେ ଲୋକେ ଟଙ୍କା ଖର୍ଚ୍ଚ କରି ଗାଈ ସହିତ ସମୟ ବିତାଉଛନ୍ତି। ବ୍ୟସ୍ତ ବହୁଳ […]

scb-1
କ୍ୟାନସର ରୋଗର ଚିହ୍ନଟ ପାଇଁ ଏସ୍‌ସିବିରେ ଖୋଲିଲା ମଲିକ୍ୟୁଲାର ଜେନୋମିକ୍ସ ଲ୍ୟାବ୍

କଟକ : କ୍ୟାନସର ଭଳି ମାରାତ୍ମକ ରୋଗର ପ୍ରାଥମିକ ସ୍ତରରେ ଚିହ୍ନଟ ଲାଗି ଏସ୍‌ସିବି ମେଡିକାଲରେ ଉଦ୍‌ଘାଟିତ ହୋଇଛି ମଲିକ୍ୟୁଲାର ଜେନୋମିକ୍ସ ଲାବୋରୋଟାରୀ। କ୍ୟାନସର ରୋଗ ଭଳି ବିଭିନ୍ନ ମାରାତ୍ମକ ରୋଗ କ୍ଷେତ୍ରରେ ପ୍ରାଥମିକ ସ୍ତରରେ ଏହି ଲାବୋରୋଟାରୀ ମାଧ୍ୟମରେ ଯାଞ୍ଚ କରାଯାଇପାରିବ। ପୂର୍ବରୁ ଏହା ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ ନିମନ୍ତେ ଉଦ୍‌ଘାଟନ କରାଯାଇଥିବା ବେଳେ ଏବେ ଏହାକୁ ସାଧାରଣ ରୋଗୀଙ୍କ ଚିକିତ୍ସା ଲାଗି ଖୋଲାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ […]

narayana wife---
ସିରିଏଲ କିଲର ହତ୍ୟା ଘଟଣାରେ ନୂଆ ମୋଡ ; ମୋ ସ୍ୱାମୀଙ୍କୁ ଫସାଇ ଦିଆଯାଇଛି କହିଲେ ପତ୍ନୀ

ନୟାଗଡ଼ (ଆର୍ତ୍ତତ୍ରାଣ ସାହୁ):  କଟକ କଟକ ସିରିଏଲ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତର ସମ୍ପୃକ୍ତିକୁ ତାଙ୍କ ପରିବାର ଲୋକଙ୍କ ଖଣ୍ଡନ। ପୁଲିସ ପ୍ରକୃତ ଅଭିଯୁକ୍ତକୁ ଧରିବାରେ ବିଫଳ ହେବାରୁ ଅଭିଯୁକ୍ତ ନାରାୟଣ ସାହୁଙ୍କୁ ଫସାଇ ଦିଆଯାଇଥିବା କହିଛନ୍ତି ତାଙ୍କ ପତ୍ନୀ ଓ ଗ୍ରାମବାସୀ। କଟକରେ ଗତ ୨୨ ଓ ୨୩ତାରିଖରେ ଘଟିଥିଲା ତିନି ତିନିଟି ହତ୍ୟାକାଣ୍ଡ। ତେବେ ୨୨ ତାରିଖ ଦିନ ନାରାୟଣ ତାଙ୍କ ଭୁବନେଶ୍ୱରରେ ଥିବା ଭଉଣୀ ଘରେ ରହିଥିଲେ ବୋଲି କହିଛନ୍ତି ପରିବାର ଲୋକେ। ଅନ୍ୟପଟେ […]

rain
ଅଗଷ୍ଟ ୩ରୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଏବେ ସାରା ରାଜ୍ୟରେ ବିକ୍ଷିପ୍ତ ବର୍ଷା ଲାଗି ରହିଛି। ତେବେ ଆସନ୍ତା ୩ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ତଥା ‘ସୋଆ’ର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ଆକଳନ କରିଛନ୍ତି। ସେ କହିଛନ୍ତି, ଅଗଷ୍ଟ ୨ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। କେନ୍ଦ୍ରର ସୂଚନା ଅନୁଯାୟୀ, ୨ ତାରିଖରେ ସୃଷ୍ଟି […]

house
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିବାକୁ ଯାଇ ହନ୍ତସନ୍ତ ହିତାଧିକାରୀ

ଢେଙ୍କାନାଳ( ରାଜଶ୍ରୀ ଶତପଥୀ) : ପକ୍କା ଘର ତୋଳିବାକୁ ଯାଇ କିଏ ପ୍ଲିଣ୍ଟରେ ଅଟକିଛି, ତ କିଏ କେବଳ ନିଅଁ ପାଖରେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କାର୍ଯ୍ୟାଦେଶ ପାଇବା ପରେ ଧାର ଉଧାର କରି ଘର ତିଆରି କରୁଛନ୍ତି ହିତାଧିକାରୀ। କିନ୍ତୁ ପ୍ରଥମ କିସ୍ତ ଟଙ୍କା ଆସିବା ପରିବର୍ତ୍ତେ, କାମ ବନ୍ଦ କରିବାକୁ ଏନ୍ଏସିରୁ ନୋଟିସ ଆସିବା ପରେ ଏବେ ଚିନ୍ତାରେ ଢେଙ୍କାନାଳ ଜିଲ୍ଲା ଭୁବନ ୩ନଂ ୱାର୍ଡର ୮ ଜଣ ହିତାଧିକାରୀ। ଘର ନଥିବାରୁ […]

dna test
ମୃତ ଜୟଶ୍ରୀଙ୍କ ଉଦ୍ଧାର ଖପୁରୀ ଓ ତାଙ୍କ ପୁଅଝିଅଙ୍କ ହେବ DNA ଟେଷ୍ଟ

ସମ୍ବଲପୁର(ସଞ୍ଜୟ ଜେନା) : ସମ୍ବଲପୁର ନନ୍ଦପଡ଼ାର ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ମାମଲା। ମୃତ ଜୟଶ୍ରୀଙ୍କ ଉଦ୍ଧାର ଖପୁରୀ ଓ ତାଙ୍କ ପୁଅଝିଅଙ୍କ ହେବ DNA ଟେଷ୍ଟ। ଏ ନେଇ SDJM କୋର୍ଟରେ ସମ୍ବଲପୁର ପୁଲିସ ଆବେଦନ କରିଥିବା ସୂଚନା ମିଳିଛି। ୮ବର୍ଷ ତଳେ ଜୟଶ୍ରୀଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ତାଙ୍କ ଝିଅ ବିଜୟିନୀ ମିଶ୍ର ଅଭିଯୋଗ କରିବା ପରେ, ପୁଲିସ କିଛି ଦିନ ତଳେ ତାଙ୍କ ମୃତଦେହ ଅବଶେଷକୁ ମାଟି ଖୋଳି ଉଦ୍ଧାର କରିଥିଲା। […]

banshadhara
କୂଳ ଲଙ୍ଘୁଛି ବଂଶଧାରା ; ଭୟ ଓ ଆଶଙ୍କାରେ ବହୁ ଚାଷୀ

ଗୁଣପୁର( ଇନ୍ଦ୍ରଜିତ୍ ପଣ୍ଡା)  : କୂଳ ଲଙ୍ଘୁଛି ବଂଶଧାରା। ନଦୀ ଆଁରେ ଲୀନ ହୋଇଗଲାଣି ବହୁ ଚାଷଜମି। ଏବେ ନଦୀ ଚାରିପାଖେ ଯାହା କିଛି ଚାଷ ଜମି ଅଛି, ତାହା ବି ବାଲିଚରି ଯିବ। ଏହାକୁ ନେଇ ଭୟ ଓ ଆଶଙ୍କାରେ ଅଛନ୍ତି ରାୟଗଡ଼ା ଜିଲ୍ଲାର ନଦୀକୂଳିଆ ଅଞ୍ଚଳରେ ଚାଷବାସ କରୁଥିବା ବହୁ ଚାଷୀ। ହାତରେ ଜମି ପଟ୍ଟା ଅଛି। ନିଜ ନାଁରେ ଥିବା ଚାଷଜମିକୁ ଖୋଜୁଛନ୍ତି ଏହି ବ୍ୟକ୍ତି। କିନ୍ତୁ ଜାଣି ପାରୁ ନାହାନ୍ତି। କେଉଁଠି […]

photo lover
ପ୍ରେମ ସଂପର୍କକୁ କେନ୍ଦ୍ର କରି ଯୁବକଙ୍କ ବେକ କାଟିଥିବା ଅଭିଯୋଗ

ପାଟକୁରା ( ମନୋଜ ସ୍ୱାଇଁ): ଆଜିକାଲି ପ୍ରେମ ସଂପର୍କକୁ ନେଇ ଅନେକ ଅଜବ ପ୍ରକାରର ଘଟଣା ସବୁ ସାମନାକୁ ଆସୁଛି। କିଏ ଏକ ତରଫା ପ୍ରେମ କରି ଆତ୍ମହତ୍ୟା କରୁଛି ତ କିଏ ପ୍ରତିଶୋଧ ପରାୟଣ ହୋଇଉଠୁଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଅଞ୍ଚଳରେ। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଝିଅ ଘର ଲୋକେ ଜଣେ ଯୁବକର ବେକ କାଟି ଦେଇଥିବାର ଚାଞ୍ଚଲ୍ୟକର ଅଭିଯୋଗ ଆସିଛି । […]