Advertisment

World Aids Vaccine Day 2024: ଏଡ୍‌ସ୍ ରୋକିବା ନେଇ ଆପଣ କ’ଣ କରିପାରିବେ, ଜାଣନ୍ତୁ...

ଏଡ୍‌ସ୍ ଏମିତି ଏକ ଗମ୍ଭୀର ରୋଗ ଯେ ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା ସାଂଘାତିକ ହୋଇପାରେ। ଏହି ଗୁରୁତର ରୋଗ ଏଚ୍‌ଆଇଭି ଜୀବାଣୁର ବିସ୍ତାର ଦ୍ୱାରା ହୋଇଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଦିଏ।

author-image
Pramod Behera
ଅଦ୍ୟତନ ହୋଇଛି
World aids vaccine day 2024 what role you can take

World aids vaccine day 2024 what role you can take

କାର୍ଯ୍ୟଭାର ବୃଦ୍ଧି ଏବଂ ସ୍ୱାସ୍ଥ୍ୟ ପ୍ରତି ଅସାବଧାନତା ଆଜିକାଲି ଲୋକଙ୍କୁ ଅନେକ ସମସ୍ୟା ଆଡକୁ ଟାଣିନେଇଛି। ଏଡ୍‌ସ୍ ଏମିତି ଏକ ଗମ୍ଭୀର ରୋଗ ଯେ ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା ସାଂଘାତିକ ହୋଇପାରେ। ଏହି ଗୁରୁତର ରୋଗ ଏଚ୍‌ଆଇଭି ଜୀବାଣୁର ବିସ୍ତାର ଦ୍ୱାରା ହୋଇଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଦିଏ।

Advertisment

ଏହି ରୋଗ କାହାକୁ ବି ଆକ୍ରମଣ କରିପାରେ। ଏହି ପରିସ୍ଥିତିରେ ଏହି ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ୧୮ ମେ’ରେ ‘ବିଶ୍ୱ ଏଡସ୍ ଟିକା ଦିବସ’ ପାଳନ କରାଯାଏ। ଏହି ଦିନର ମୂଳ ଉଦ୍ଦେଶ୍ୟ ହେଉଛି ଏଚ୍.ଆଇ.ଭି ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏକ ପ୍ରଭାବଶାଳୀ ଏଡ୍‌ସ୍ ଟିକା ବିକାଶ ପାଇଁ ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବା।

ଇତିହାସ:

୧୯୯୭ରେ, ତତ୍କାଳୀନ ଆମେରିକାର ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ମାର୍ଗାନ୍ ଷ୍ଟେଟ୍ ୟୁନିଭର୍ସିଟିରେ ଏକ ଅଭିଭାଷଣରେ ଏଡ୍‌ସ୍ ବିରୋଧରେ ଲଢିବା ପାଇଁ ଟୀକାକରଣର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ତାଙ୍କ ଭାଷଣରେ ଅନୁପ୍ରାଣିତ ହୋଇ ୧୮ ମେ ୧୯୯୮ରେ ପ୍ରଥମ ଥର ପାଇଁ ‘ବିଶ୍ୱ ଏଡ୍‌ସ୍ ଟିକା ଦିବସ’ ପାଳନ କରାଯାଇଥିଲା।

Advertisment

ଗୁରୁତ୍ୱ:

ଏଚ.ଆଇ.ଭି ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସମସ୍ୟା। ଡିସେମ୍ବର ୨୦୧୯ ସୁଦ୍ଧା, ପ୍ରାୟ ୩୮ ମିଲିୟନ ଲୋକ ଏଚ୍.ଆଇ.ଭି ରୋଗରେ ପୀଡିତ ଥିଲେ। ଏଡ୍‌ସ୍ ଟିକା କେବଳ ଏଚ୍.ଆଇ.ଭି ବିସ୍ତାରକୁ ବନ୍ଦ କରିବାରେ ସାହାଯ୍ୟ କରିବ ନାହିଁ ବରଂ ଏପର୍ଯ୍ୟନ୍ତ ସଂକ୍ରମିତ ହୋଇ ନ ଥିବା ଲୋକଙ୍କ ପାଇଁ ପ୍ରତିଷେଧକ ଭାବରେ ମଧ୍ୟ କାର୍ଯ୍ୟ କରିପାରିବ। ଏହି ଦିନ ଅନେକ ସମ୍ପ୍ରଦାୟ ସଚେତନତା ପ୍ରସାର ପାଇଁ କାର୍ଯ୍ୟକ୍ରମ ଆୟୋଜନ କରନ୍ତି। ଏହା ବ୍ୟତୀତ ଏଡ୍‌ସ୍ ଟିକା ସନ୍ଧାନରେ ନିୟୋଜିତ ବୈଜ୍ଞାନିକ ଏବଂ ଅନୁସନ୍ଧାନକାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଏ।

ଆପଣ କ’ଣ କରି ପାରିବେ:

‘ବିଶ୍ୱ ଏଡ୍‌ସ୍ ଟିକା ଦିବସ’ରେ ସଚେତନତା ବିସ୍ତାର କରିବାରେ ଆପଣ ମଧ୍ୟ ନିଜ ଭୂମିକା ଗ୍ରହଣ କରିପାରିବେ। ଆପଣଙ୍କ ଚାରିପାଖରେ ଥିବା ଲୋକଙ୍କୁ ଏଚ୍.ଆଇ.ଭି ବିଷୟରେ ଶିକ୍ଷା ଦେଇପାରିବେ। ଏଚ୍.ଆଇ.ଭି ରୋକିବା ପାଇଁ ଉପାୟ ବିଷୟରେ ମଧ୍ୟ ସୂଚନା ଦେଇପାରିବେ। ଏହା ବ୍ୟତୀତ, ଆପଣ ଏଡ୍‌ସ୍ ଟିକା ବିକାଶ ପାଇଁ କାର୍ଯ୍ୟ କରୁଥିବା ସେହି ସଂସ୍ଥାଗୁଡ଼ିକୁ ଦାନ କରି ମଧ୍ୟ ସାହାଯ୍ୟ କରିପାରିବେ।

କିପରି ରୋକିବେ ଏଡ୍‌ସ୍:

  • ଅସୁରକ୍ଷିତ ଯୌନ ସଂପର୍କକୁ କେବେ ବି ଆପଣାନ୍ତୁ ନାହିଁ କାରଣ ଏହା ଅତ୍ୟନ୍ତ ସାଂଘାତିକ ହୋଇପାରେ
  • ପୂର୍ବରୁ ଏଚ୍.ଆଇ.ଭି ସଂକ୍ରମିତି ପୁରୁଷ କିମ୍ବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ
  • ଏକରୁ ଅଧିକ ପାର୍ଟନରଙ୍କ ସହିତ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ଏହା ସଂକ୍ରମଣର ଆଶଙ୍କାକୁ ବଢାଇଥାଏ
  • ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ ବ୍ୟକ୍ତିଗତ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ହାତ ଏବଂ ବ୍ୟକ୍ତିଗତ ଅଂଶକୁ ସଫା ରଖନ୍ତୁ। କୌଣସି ପ୍ରକାରର ସଂକ୍ରମଣର ଆଶଙ୍କା କମାଇବା ପାଇଁ ଶାରିରୀକ ସଂପର୍କ ପରେ ବ୍ୟକ୍ତିଗତ ଅଂଶକୁ ସଫା କରନ୍ତୁ
  • ଯୌନ ସମ୍ପର୍କ ସମୟରେ କଣ୍ଡୋମ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ
AIDS World AIDS Day Health Tips
Advertisment
Advertisment