Advertisment

Railway Jobs: ରେଳବାଇରେ ପୂରଣ ହେବ ୧୦୦୦ରୁ ଅଧିକ ପଦବୀ; ଦଶମ ପିଲା ନେବେ ସୁଯୋଗ

ଆପଣ ଯଦି ଭାରତୀୟ ରେଳବାଇରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ସମ୍ପ୍ରତି ରେଳବାଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଇଣ୍ଟିଗ୍ରାଲ୍ କୋଚ୍ କାରଖାନା ଚେନ୍ନାଇରେ ୧ ହଜାରରୁ ଅଧିକ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ।

author-image
Pramod Behera
ଅଦ୍ୟତନ ହୋଇଛି
Railway Jobs ICF Chennai Recruitment 2024

Railway Jobs ICF Chennai Recruitment Apply for 1010 posts

ଭାରତୀୟ ରେଳବାଇରେ ଚାକିରି କରିବାକୁ ଅନେକ ଯୁବକ ଇଛା କରିଥାନ୍ତି। ଆପଣ ଯଦି ଭାରତୀୟ ରେଳବାଇରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ସମ୍ପ୍ରତି ରେଳବାଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଇଣ୍ଟିଗ୍ରାଲ୍ କୋଚ୍ କାରଖାନା ଚେନ୍ନାଇରେ ୧ ହଜାରରୁ ଅଧିକ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ରେଳବାଇରେ କାର୍‌ପେଣ୍ଟର୍, ୱେଲ୍‌ଡର, ଇଲେକ୍ଟ୍ରିକାଲ୍, ଫିଟର୍, ମେସିନିଷ୍ଟ୍, ପେଣ୍ଟର ସହିତ ଅନେକ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍‌ରେ ମାଧ୍ୟମରେ ଆବେଦନ ଚାଲିଛି। ଏନେଇ ଉଭୟ ପୁରୁଷ ଓ ମହିଳା ସାକ୍ଷାତ ଦେଇପାରିବେ। ଦଶମ ପାଶ କରିଥିବା ପ୍ରାର୍ଥୀମାନେ ମଧ୍ୟ ଏହି ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୧୦୦୦ରୁ ଅଧିକ ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: UPSC Recruitment: UPSCରେ ପୂରଣ ହେବେ ଅନେକ ପ୍ରାର୍ଥୀ; ବିଭିନ୍ନ କ୍ଷେତ୍ରରେ ପିଜି-ଡିଗ୍ରୀ ଥିଲେ ନେବେ ସୁଯୋଗ

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ICFର ଅଫିସିଆଲ୍ ୱେବ୍‌ସାଇଟ୍‌ https://pb.icf.gov.in/index.php କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Railway Jobs ICF Chennai Recruitment Apply for 1010 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୨ ମେ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୧ ଜୁନ୍ ୨୦୨୪

ଖାଲି ପଦବୀ:

  • ଫ୍ରେଶର୍ସ – ୩୩୦ଟି ପୋଷ୍ଟ୍‌
  • ଏକ୍ସ୍ ଆଇ୍‌ଇଆଇ ବିଭାଗ – ୬୮୦ଟି ପୋଷ୍ଟ୍‌

କେଉଁଥିରେ କେତେ:

  • କାର୍ପେଣ୍ଟର୍ – ୯୦ଟି ପୋଷ୍ଟ୍‌
  • ଇଲେକ୍ଟ୍ରିସିଆନ୍ – ୨୦୦ଟି ପୋଷ୍ଟ୍‌
  • ଫିଟର୍ – ୨୬୦ଟି ପୋଷ୍ଟ୍‌
  • ମେସିନିଷ୍ଟ୍ – ୯୦ଟି ପୋଷ୍ଟ୍‌
  • ପେଣ୍ଟର୍ – ୯୦ଟି ପୋଷ୍ଟ୍‌
  • ୱେଲ୍‌ଡର୍ – ୨୬୦ଟି ପୋଷ୍ଟ୍‌
  • MLT- ରେଡିଓଲଜୀ – ୦୫ଟି ପୋଷ୍ଟ୍‌
  • MLT- ପାଥୋଲୋଜୀ – ୦୫ଟି ପୋଷ୍ଟ୍‌
  • PASAA – ୧୦ଟି ପୋଷ୍ଟ୍‌
  • ମୋଟ୍ – ୧୦୧୦ଟି ପୋଷ୍ଟ୍

ଅଧିକ ପଢ଼ନ୍ତୁ: IB Recruitment 2024: ଇଣ୍ଟେଲିଜେନ୍ସ ବ୍ୟୁରୋରେ ପୂରଣ ହେବ ୬୦୦ରୁ ଅଧିକ ପଦବୀ; ଦରମା ୧.୫ଲ‍କ୍ଷ

ଶିକ୍ଷାଗତ ଯୋଗ୍ୟତା:

  • ଫ୍ରେଶର୍ସମାନଙ୍କ ପାଇଁ, ଏକ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ ଶିକ୍ଷା ବୋର୍ଡରୁ ୫୦ ପ୍ରତିଶତ ମାର୍କ ସହିତ ଦଶମ ପାଶ୍ ଏବଂ ୧୦ + ୨ ସ୍ତରରେ ବିଜ୍ଞାନ କିମ୍ବା ଗଣିତ ପଢିଥିବେ
  • ଏକ୍ସ୍ ଆଇ୍‌ଇଆଇ ବର୍ଗ ପାଇଁ, ସର୍ବନିମ୍ନ ୫୦୦ ପ୍ରତିଶତ ମାର୍କ ସହିତ ଦଶମ ପାଶ୍ ଏବଂ ସମ୍ପୃକ୍ତ ଟ୍ରେଡ୍‌ରେ ITI ସାର୍ଟିଫିକେଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୫ ବର୍ଷ
  • ସର୍ବାଧିକ ବୟସ – ୨୨/୨୪ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • SC/ST/PwBD/ମହିଳା – ଦେୟମୁକ୍ତ
  • ଅନ୍ୟମାନେ – ୧୦୦ ଟଙ୍କା

ଦରମା:

  • ଦଶମ ପାଶ୍ କରିଥିଲେ ପ୍ରତି ମାସରେ ୬୦୦୦ ଟଙ୍କା
  • ଦ୍ୱାଦଶ ପାଶ୍ କରିଥିଲେ ପ୍ରତି ମାସରେ ୭୦୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: ESIC Recruitment 2024: ESICରେ ପୂରଣ ହେବ ଅନେକ ପଦବୀ; ଦରମା ୨ ଲକ୍ଷ

Indian Railways Indian Railway Jobs Govt Jobs
Advertisment
Advertisment