ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ଜୁନିଅର ଆକାଉଣ୍ଟାଣ୍ଟ ଓ ଗଣିତ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ସେହିପରି ଲାଞ୍ଚ ନେବା ଅଭିଯୋଗରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଯୋଗାଣ ବିଭାଗର ଜୁନିଅର ଆକାଉଣ୍ଟାଣ୍ଟ କମ୍ଭୁପାଣି ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି। କମ୍ଭୁପାଣିଙ୍କ ବରଗଡ଼ ସ୍ଥିତ ଭଡ଼ା ଘର, କାର୍ଯ୍ୟାଳୟ ଓ ବଲାଙ୍ଗିର […]
ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧୧ରେ ଆସିବ କରୋନା ଟିକା । ଏନେଇ ଘୋଷଣା କରିଛି ଆମେରିକାର ଫାଇଜର ଫାର୍ମା କଂପାନି। ଆମେରିକାର ଜରୁରୀକାଳୀନ ଅଧିକାରୀଙ୍କ ପାଖରେ ଅନୁମୋଦନ ପାଇଁ ଆବେଦନ କରାଯାଇଛି। ଜର୍ମାନୀର ବାଇନଟେକ୍ କମ୍ପାନୀ ସହ ମିଳିତ ଭାବେ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକା ୯୫ ପ୍ରତିଶତ ସଫଳ ହୋଇଥିବା ପୂର୍ବରୁ ଦାବି କରିଥିଲା । ଏହାର ବ୍ୟବହାର ପାଇଁ ଏକ ଆବେଦନ ମଧ୍ୟ ହୋଇସାରିଛି। କଂପାନିର ଆବେଦନ ଉପରେ ଆସନ୍ତା ଡିସେମ୍ବର ୧୦ […]
ମୁମ୍ବାଇ: ଲୋକପ୍ରିୟ କମେଡିଆନ୍ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଜାମିନ୍ ମିଳିଛି। ମୁମ୍ବାଇର ସ୍ୱତନ୍ତ୍ର NDPS କୋର୍ଟ ଉଭୟଙ୍କୁ ଆଜି ଜାମିନ୍ ପ୍ରଦାନ କରିଛନ୍ତି। ଉଭୟଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(NCB) ଗିରଫ କରିଥିଲା। ଶନିବାର ଦିନ ଭାରତୀଙ୍କ ଅନ୍ଧେରୀ ସ୍ଥିତ ଫ୍ଲାଟ୍ ଓ ପ୍ରଡକ୍ସନ ହାଉସ୍ରେ ରେଡ୍ କରିଥିଲା NCB। ଏହି ସମୟରେ ୮୬.୫ ଗ୍ରାମ୍ର ଗଞ୍ଜେଇ ଜବତ ହୋଇଥିଲା। ଏହାପରେ ଉଭୟଙ୍କୁ ପଚରାଉଚରା ପାଇଁ ଏନ୍ସିବି ଅଫିସ ନିଆଯାଇଥିଲା। ଜେରା ସମୟରେ ଭାରତୀ […]
ନୂଆଦିଲ୍ଲୀ: କରୋନା ସ୍ଥିତି ନେଇ ୪ ରାଜ୍ୟକୁ ରିପୋର୍ଟ ତଲବ କରିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ, ଗୁଜରାଟ, ମହାରାଷ୍ଟ୍ର ଓ ଆସାମକୁ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଠାରେ ବର୍ତ୍ତମାନର କରୋନା ସ୍ଥିତି, ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ପରିଚାଳନା ସହ ସ୍ଥିତି ନିୟନ୍ତ୍ରଣ ଲାଗି କଣ ସବୁ ପଦକ୍ଷେପ ଗ୍ରହଣ କରାଯାଉଛି ଏ ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ଦେଶରେ ଚଳିତ ମାସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତ […]
ମୁମ୍ବାଇ: କିଛି ଦିନ ପୂର୍ବରୁ ଅର୍ଜୁନ କପୁର ଏକ ନୂଆ ଷ୍ଟାର୍ଡଅପ୍ ଆରମ୍ଭ କରିବା ନେଇ ଆଲୋଚନା କରୁଥିଲେ। ଏଥିରେ ଖାଦ୍ୟ ବିତରଣ କାର୍ଯ୍ୟକ୍ରମ ସାମିଲ୍ ହେବ ବୋଲି ସୂଚନା ମିଳିଥିଲା। ଏହି ଷ୍ଟାର୍ଟ ଅପ୍ ମାଧ୍ୟମରେ ସେ ଲିଙ୍ଗଗତ ଅସମାନତା ହ୍ରାସ କରିବାକୁ ଏବଂ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବାକୁ ଚାହୁଁଥିଲେ। ଏହି ଷ୍ଟାର୍ଟଅପ୍ ମାଧ୍ୟମରେ ସେ ପ୍ରତି ମାସରେ ପ୍ରାୟ ୧୦୦୦ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାର ନିଷ୍ପତ୍ତି ନେଇଛନ୍ତି। ଅର୍ଜୁନ୍ଙ୍କ କହିବା ଅନୁଯାୟୀ ‘କରୋନା […]
ରାଇପୁର: ଅନ୍ଧ ବିଶ୍ୱାସ କୁହ କିମ୍ବା ପୁତ୍ର ସନ୍ତାନର ମୋହ, ଆଧୁନିକ ମଣିଷକୁ ଉପହାସ କରୁଛି ଏଇ ଭାଇରାଲ ଭିଡିଓଟି। ଭିଡିଓଟି ଛତିଶଗଡର ପାରମ୍ପରିକ ପର୍ବର । ଏଠାରେ ଦେଖିବାକୁ ମିଳିଛି ପ୍ରାୟ ୨୦୦ରୁ ଅଧିକ ମହିଳା ତଳେ ଶୋଇଛନ୍ତି। ପୂଜକଙ୍କ ପରି ଦିଶୁଥିବା କିଛି ଲୋକ ସେମାନଙ୍କ ଉପରେ ଚଢି ଚଢି ଆସୁଛନ୍ତି। ଏପରି କରିବା ଦ୍ୱାରା ଗ୍ରାମଦେବୀଙ୍କ ଆଶୀର୍ବାଦ ମିଳିଥାଏ ଏବଂ ସନ୍ତାନହୀନ ମହିଳାଙ୍କର ସନ୍ତାନପ୍ରାପ୍ତି ହୋଇଥାଏ। ବିଶେଷକରି ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥାଏ […]
ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତ ଅଧିକ ଘନୀଭୂତ ହେଉଛି। ଆସନ୍ତା ୨୪ ଘଣ୍ଟାରେ ଅବପାତ ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇପାରେ। ସାଇକ୍ଲୋନିକ ଷ୍ଟର୍ମ ପରେ ଉତ୍ତର-ପଶ୍ଚିମକୁ ମୁହାଁଇବା ସମ୍ଭାବନା ରହିଛି। ତାମିଲନାଡୁ ଓ ପୁଡୁଚେରୀ ଉପକୂଳ କରାଇକାଲ ଓ ମାମଲାପୁରମ ମଧ୍ୟରେ ଗତି କରିବ ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୫ ତାରିଖ ମଧ୍ୟାହ୍ନରେ ଭୀଷଣ ବାତ୍ୟା ଆଶଙ୍କା କରାଯାଇଛି। ୧୦୦ରୁ ୧୧୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ତେବେ ଓଡ଼ିଶା ଉପରେ ଏହାର […]
କଟକ: ଘରୋଇ ସ୍କୁଲ୍ ଫି ହ୍ରାସ ଆବେଦନ ମାମଲାରେ ହାଇକୋର୍ଟଙ୍କ ଶୁଣାଣି ସ୍କୁଲ ଫି କେତେ ହ୍ରାସ କରାଯାଇପାରିବ, ସେନେଇ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ। ହାଇକୋର୍ଟରେ ଏନେଇ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆସନ୍ତା ଡିସେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ଘରୋଇ ସ୍କୁଲ୍ ଗୁଡ଼ିକର ଫି ବୃଦ୍ଧି ପ୍ରସଙ୍ଗରେ ନିଜେ ହାତ ଟେକିଦେଇ ଅଦାଲତ ଭରସାରେ ଛାଡ଼ିଦେଇଥିଲେ ରାଜ୍ୟ ସରକାର। କେତେ ପରିମାଣର ଫିବୃଦ୍ଧି କରାଯିବ […]
ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ ସହରରେ ଥିବା ମେଟ୍ରୋରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ୪୦ ବର୍ଷୀୟ ଜଣେ ମହିଳାଙ୍କୁ ମେଟ୍ରୋ ଟ୍ରେନ୍ ଆସିବାର କିଛି ସମୟ ପୂର୍ବରୁ ଟ୍ରେନ୍ ଟ୍ରାକ୍କୁ ଧକ୍କା ଦେଇଥିଲେ। ଫଳରେ ମହିଳା ଜଣକ ଟ୍ରେନ୍ର ତଳକୁ ଆସିଯାଇଥିଲେ। ଏହି ଘଟଣାଟି ୧୪ ଷ୍ଟ୍ରୀଟ୍ ୟୁନିୟନ୍ ସ୍କୋୟାରର ମେଟ୍ରୋ ଷ୍ଟେସନ୍ରେ ଘଟିଥିବା ଜଣାପଡ଼ିଛି। ମହିଳାଙ୍କର ଭାଗ୍ୟ ତାଙ୍କୁ ସାଥ୍ ଦେଇଛି। ଟ୍ରେନ୍ର ଚକା ତଳକୁ ଆସିଯାଇଥିଲେ ମଧ୍ୟ ସେ […]
ଭୁବନେଶ୍ୱର: ଓଟିଭି ବିରୋଧରେ ଆକ୍ରୋଶମୂଳକ ପଦକ୍ଷେପ ନେବା ବନ୍ଦ କରନ୍ତୁ ଓଡ଼ିଶା ସରକାର । ଏପରି ଅପିଲ୍ କରିଛି ଇଣ୍ଡିଆନ୍ ଡିଜିଟାଲ୍ ମିଡିଆ ଆସୋସିଏସନ୍ IDMA । ଏକ ପ୍ରେସ୍ ରିଲିଜରେ ସଂଘ ଦର୍ଶାଇଛି ଯେ, ନବୀନ ସରକାରଙ୍କ ସମୟରେ ହୋଇଥିବା ଦୁର୍ନୀତି ଅଭିଯୋଗ ସଂପର୍କିତ ବିଭିନ୍ନ ରିପୋର୍ଟ ପ୍ରସାରଣ ପରେ ଓଟିଭି ବିରୋଧରେ ରାଜ୍ୟ ସରକାରଙ୍କ ତରଫରୁ ଆକ୍ରୋଶମୂଳକ ପଦକ୍ଷେପ ନିଆଯାଉଛି । ଯଦି କୌଣସି ବ୍ୟକ୍ତି ବିଶେଷ କିମ୍ବା ସଂସ୍ଥାଙ୍କ ବିରୋଧରେ ଭୁଲ କାର୍ଯ୍ୟ […]
ନୂଆଦିଲ୍ଲୀ: ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଏ ପର୍ଯ୍ୟନ୍ତ କୋଭିଡ୍ରେ ଲକ୍ଷାଧିକ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିସାରିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକାଂଶ ସହରରେ କୋଭିଡ୍ ନିୟମ ଲାଗୁ କରାଯାଉଛି। ଏହି ନିୟମ ଅନୁକରଣ କରି ବିଭିନ୍ନ ଦୋକାନ ଏବଂ ଶିଳ୍ପଅନୁଷ୍ଠାନ ଖୋଲାଯାଉଛି। ସବୁଠି ମାସ୍କ ପରିଧାନ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ନିକଟରେ ଦିଲ୍ଲୀରେ କାର ଚଳାଇବା ସମୟରେ ମାସ୍କ ଖୋଲିଲେ ୨୦୦ଟଙ୍କା ଜୋରିମନାର ନିଷ୍ପତ୍ତି ନିଆଯାଇଛି। ତେବେ ନିକଟରେ ସୋଶାଲ୍ […]
ଭୁବନେଶ୍ୱର: ବେଆଇନ ଧର୍ମଘଟକୁ ପ୍ରୋତ୍ସାହିତ କଲେ ଏଣିକି ଭୋଗିବାକୁ ପଡ଼ିବ ଜେଲ୍ ଦଣ୍ଡ।ପ୍ରୋତ୍ସାହିତକାରୀଙ୍କୁ ୧ ବର୍ଷ ଜେଲ୍ କିମ୍ବା ୫ ହଜାର ଯାଏ ଜରିମାନା ଦେବାକୁ ପଡ଼ିବ। ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ ବିଧାନସଭାରେ ପାରିତ ହୋଇଛି। ନୂଆ ଅଧିନିୟମରେ ଅଗ୍ନି ନିରାପତ୍ତା ଓ ଜଙ୍ଗଲ ବିଭାଗ ସାମିଲ କରାଯାଇଛି। ସେହିପରି କାରାଗାର ସଂସ୍କାର, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ଯୋଗାଯୋଗ ସାମିଲ କରାଯାଇଛି। ନୂଆକରି ସାମିଲ ବିଭାଗର କର୍ମଚାରୀ ସାମିଲ ହେଲେ ଦଣ୍ଡିତ ହେବେ। ଯଦି […]
ନୂଆଦିଲ୍ଲୀ: କେବିସି ଦ୍ୱାଦସ ସିଜନ୍ରେ ଏପର୍ଯ୍ୟନ୍ତ ଦୁଇଜଣ ମହିଳା ୧ କୋଟି ଟଙ୍କା ଜିତିଛନ୍ତି। ଏବେ ଏହି ସିଜନ୍ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବର୍ତ୍ତମାନ କେବିସି ୧୨ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ପୁଣିଥରେ ଏହି ସିଜନ୍ରେ ଜଣେ କୋଟିପତି ହୋଇଛନ୍ତି। କେବିସିର ବସ୍ତରର ପ୍ରତିଯୋଗୀ ଅନୁପା ଦାସ ଏକ କୋଟି ଟଙ୍କା ଜିତିଯାଉଛନ୍ତି। ସେ ୧୫ ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଏହି ସଫଳତା ହାସଲ୍ କରିଛନ୍ତି। ବର୍ତ୍ତମାନ ଅମିତାଭ ବଚ୍ଚନ ସିଜନ୍ରୁ ତୃତୀୟ ଥର […]
ଭୁବନେଶ୍ୱର: ଓଟିଭି ସିଓଓ ପଦରୁ ନିହାର ରଂଜନ ଭୂୟାଁଙ୍କ ଇସ୍ତଫା ପ୍ରସଙ୍ଗରେ ଓଟିଭି ଏଚ୍ଆର୍ ହେଡ୍ ପାର୍ଥ ନନ୍ଦୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ନିହାର ଇସ୍ତଫା ଦେବେ ବୋଲି ଆମେ ପୂର୍ବରୁ ଆଶଙ୍କା କରୁଥିଲୁ। ତାଙ୍କ ସ୍ତ୍ରୀ ସରକାରୀ ଚାକିରିଆ ହୋଇଥିବାରୁ ସେ ଚାପରେ ଥିଲେ। ତାଙ୍କ ଦେହ ମଧ୍ୟ ଖରାପ ରହୁଛି, ସେ ଅଫିସ ଆସୁନାହାନ୍ତି। ତାଙ୍କ ଇସ୍ତଫା ସରକାରୀ ଚାପର ଆଉ ଏକ ଉଦାହରଣ ବୋଲି ପାର୍ଥ କହିଛନ୍ତି। ସାରୁଅ ଜମି ମାମଲାରେ […]
ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଜଣେ ଭାରତୀୟ ବଂଶୋଦ୍ଭବ ମହିଳା ମାଲା ଅଡିଗାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ଏହି ଆମେରିକୀୟ-ଭାରତୀୟ ମହିଳା ମାଲା ଆଗକୁ ଆମେରିକାର ହେବାକୁ ଥିବା ପ୍ରଥମ ମହିଳା ଜିଲ୍ ବାଇଡେନ୍ଙ୍କର ନୀତି ନିର୍ଦ୍ଦେଶକ ଭାବେ ଦ୍ୱାୟିତ୍ୱ ତୁଲାଇବେ। ଜିଲ୍ ଆମେରିକାରେ ଶିକ୍ଷା ଏବଂ କମ୍ୟୁନିଟି ଟିଚିଙ୍ଗ୍ ବା ସାମୂହିକ ଶିକ୍ଷାଦାନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ତେଣୁ ଦେଶରେ ଶିକ୍ଷା ନୀତିକୁ ନେଇ ଅନୁଭବୀ […]
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୋନୁ ସୁଦ୍ କରୋନା ସମୟରେ ଲୋକଙ୍କୁ ସାହାଯ୍ୟ କରି ରାତାରାତି ସୁପର୍ ଷ୍ଟାର ପାଲଟି ଯାଇଥିଲେ। ସେହି ସମୟରେ ସେ ଲୋକଙ୍କ ଦ୍ୱାରା ଏତେ ଆଦୃତ ହୋଇଯାଇଥିଲେ ଯେ ତାଙ୍କର ଫିଲ୍ମ କ୍ୟାରିୟରେ ସେତିକି ହୋଇ ନ ଥିଲେ। ସୋନୁଙ୍କ ପାଇଁ ତାଙ୍କ ଫ୍ୟାନ୍ସମାନେ ଯେମିତି ପାଗଳ ହୋଇ ଯାଇଛନ୍ତି! ସୋନୁଙ୍କର ଏମିତି କିଛି ଫ୍ୟାନ୍ ଅଛନ୍ତି ଯେଉଁମାନେ ତାଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। ଏମିତି ଜଣେ ଫ୍ୟାନ […]