• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

lina
ଚାଲିଗଲେ ଅଭିନେତ୍ରୀ ଲୀନା

ମୁମ୍ୱାଇ: ଟେଲି ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କର ଦେହାନ୍ତ ହୋଇଛି। ଶନିବାର ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କିଡ୍‌ନୀ ଫେଲ୍‌ ହେବାରୁ ଲୀନାଙ୍କର ମୃତ୍ୟୁ ହୋଇଛି। ତେବେ ଦାର୍ଘ ଦିନ ଧରି ଲୀନା କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ। କିଛିଦିନ ପୂର୍ବରୁ ତାଙ୍କ ଶରୀରରେ ତାଙ୍କ ମା’ଙ୍କର ଏକ କିଡ୍‌ନୀ ପ୍ରତିରୋପଣ କରାଯାଇଥିଲା। ଶେଷରେ ଗତକାଲି  ଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ‘ମେରି ହାନିକାରକ ବିବି’  ‘ସେଠ୍‌ ଜୀ’, ‘ଆପ କେ […]

୩୬ ଘଣ୍ଟାରେ ଡିପ୍ରେସନରେ ପରିଣତ ହୋଇପାରେ ଲଘୁଚାପ

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଡିପ୍ରେସନରେ ପରିଣତ ହୋଇପାରେ। ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଏହି ସିଷ୍ଟମ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ୨୫ ତାରିଖ ବେଳକୁ ଏହା ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ଉତ୍ତର ଉପକୂଳରେ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ […]

prabhu-deba
ବିବାହ କଲେ ପ୍ରଭୁଦେବା

ମୁମ୍ବାଇ: ଗତ କିଛି ଦିନ ଧରି ବଲିଉଡ୍‌ ତଥା ସାଉଥ୍‌ କୋରିଓଗ୍ରାଫର ପ୍ରଭୁଦେବାଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା। ପ୍ରଭୁ ତାଙ୍କ ଭାଣିଜୀଙ୍କ ସହ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ମିଳିଲା। କିନ୍ତୁ ଏବେ ଭାଣିଜୀକୁ ନୁହେଁ ମୁମ୍ବାର ଜଣେ ଡାକ୍ତରଙ୍କୁ ସେ ପ୍ରେମ ବିବାହ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଏ ବିଷୟରେ ଜଣାଇଛନ୍ତି ପ୍ରଭୁଙ୍କ ଭାଇ ରାଜୁ ସୁନ୍ଦରମ୍‌। ତେବେ ପ୍ରଭୁଙ୍କ ପତ୍ନୀଙ୍କ ନାମ ହିମାନୀ। ସେ ମୁମ୍ବାଇର ସାକିନାକା ଅଞ୍ଚଳରେ […]

petrol diesel price hiked
ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଲଗାତାର ତୃତୀୟ ଦିନ ପାଇଁ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଦର ଲିଟର ପ୍ରତି ୮ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପ୍ରତି ୧୯ ପଇସା ବୃଦ୍ଧି ପାଇଛି। ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ଦର ୮୧ଟଙ୍କା ୪୬ ପଇସା ଥିବାବେଳେ ଡିଜେଲ ଦର ୭୧ଟଙ୍କା ୦୭ ପଇସା ରହିଛି। ଗତ ୩ ଦିନ ମଧ୍ୟରେ ପେଟ୍ରୋଲ ଦର ଲିଟର ପ୍ରତି ୪୦ ପଇସା ବୃଦ୍ଧି ପାଇ […]

5
କେବୁଲ ବେଳାଭୂମିରେ ସାର୍କ ଆକ୍ରମଣ

ସିଡ୍‌ନୀ: ଆପଣ ଜାଣିଥିବେ ସାର୍କ ହେଉଛି ସମୁଦ୍ରରେ ରହୁଥିବା ଏକ ଭୟାନକ ମାଛ। ଏହି ମାଛର ହାବୁଡ଼ରେ ଯିଏ ପଡ଼ିଥାଏ ସେ ମୃତ୍ୟୁ ମୁଖରୁ ଖସି ଆସିବାଟା ଭାରି କଷ୍ଟ। ବେଳେବେଳେ ଏହା ସମୁଦ୍ରରେ ଯାଉଥିବା ଜାହଜକୁ ମଧ୍ୟ ଦୋହଲାଇ ଦେଇଥାଏ। ଏପରି ଏକ ଘଟଣା ଘଟିଛି ଅଷ୍ଟ୍ରେଲିଆର ସିଡ୍‌ନୀ ସହର ନିକଟବର୍ତ୍ତୀ ଏକ ଜଣାଶୁଣା ସମୁଦ୍ର କୂଳରେ। ଯେଉଁଠି ଗୋଟିଏ ସାର୍କ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ଅଷ୍ଟ୍ରେଲିଆର ଉତ୍ତର-ପଶ୍ଚିମାଞ୍ଚଳର କେବୁଲ୍‌ ସମୁଦ୍ର କୂଳରେ […]

6
କରୋନା ଯୋଦ୍ଧାଙ୍କ ପାଇଁ ଦୌଡ଼ିବେ ଅବସରପ୍ରାପ୍ତ ଯବାନ

ଢେଙ୍କାନାଳ: କରୋନା ଯୋଦ୍ଧାଙ୍କ ପାଇଁ ଶହେ କିଲୋମିଟର ଦୌଡ। ଏଭଳି ଅଭିନବ ପ୍ରୟାସ କରିଛନ୍ତି ଢେଙ୍କାନାଳ ଜିଲ୍ଲାର ମାର୍ଥାପୁର ଅଞ୍ଚଳର ଅବସରପ୍ରାପ୍ତ ଆର୍ମି ଅଫିସର ସିଦ୍ଧାର୍ଥ ଶଙ୍କର ଦାସ। କରୋନା ଯୋଦ୍ଧାଙ୍କ ମନୋବଳ ବଢ଼ାଇବା ଉଦ୍ଦେଶ୍ୟରେ ଢେଙ୍କାନାଳରୁ ଭୁବନେଶ୍ୱର ଶହେ କିଲୋମିଟର ମାରାଥନ ଦୌଡ ଆରମ୍ଭ କରିଛନ୍ତି ସିଦ୍ଧାର୍ଥ। ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୧୭୪ ଜଣ ରନର ନିଜ ନିଜ ସ୍ଥାନରେ ଶହେ କିଲୋମିଟର ପର୍ଯ୍ୟନ୍ତ ଜାତୀୟ ପତାକା ଧରିବା ସହ ଦୌଡିବେ। ବିଶ୍ୱ ରେକର୍ଡ […]

covaxin
କୋଭାକ୍ସିନ୍ ନେଇ ବଢୁଛି ଆଶା

ନୂଆଦିଲ୍ଲୀ: ସ୍ୱଦେଶୀ କରୋନା ଟୀକା କୋଭାକ୍ସିନ୍ ନେଇ ଆଶା ବଢୁଛି।  ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ କରୋନା ଟୀକା କୋଭାକ୍ସିନ୍ ୬୦ ପ୍ରତିଶତ ଫଳପ୍ରଦ ହୋଇଛି। ଏହା ଆସନ୍ତାବର୍ଷ ଏପ୍ରିଲ ମାସରେ ବଜାରରେ ଉପଲବ୍ଧ ହେବା ନେଇ ସମ୍ଭାବନା ରହିଛି।  ଭାରତ ବାୟୋଟେକ୍‌ର ଅଧିକାରୀ ସାଇ ଡି. ପ୍ରସାଦ ଏକ ଜାତୀୟ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଥିବା ନେଇ ଖବର ପ୍ରକାଶ ପାଇଛି। ଭାରତ ବାୟୋଟେକ୍ ଏବଂ ଆଇସିଏମଆର ମିଳିତ ଭାବେ କୋଭାକ୍ସିନ୍ ଉପରେ ଗବେଷଣା ଜାରି […]

sahdebkhunta
କୁଖ୍ୟାତ ବ୍ରାଉନସୁଗାର ବେପାରୀ ଶେଖ ରାଜାର ଭିଣୋଇ ଗିରଫ

ବାଲେଶ୍ୱର: ଧରାପଡ଼ିଲା ବଡ଼ ଧରଣର ଡ୍ରଗ୍ସ କାରବାର। ଅଡ଼ର ବଜାରରୁ ୧୦୦ ଗ୍ରାମ ବ୍ରାଉନସୁଗାର ଜବତ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ଜଣାପଡ଼ିଛି। ବ୍ରାଉନସୁଗାର ସହ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ମଧ୍ୟ ଜବତ ହୋଇଛି। ଚଢ଼ାଉ କରି ସହଦେବଖୁଣ୍ଟା ପୋଲିସ ଜବତ କରିଛି। ପୋଲିସ ହାତରେ ଧରାପଡ଼ିଥିବା ବ୍ୟକ୍ତି ଜଣଙ୍କ ହେଲେ ମୁନା ଖାଁ। ମୁନା କୁଖ୍ୟାତ ବ୍ରାଉନସୁଗାର ବେପାରୀ ଶେଖ ରାଜାର ଭିଣୋଇ। ଶେଖ ରାଜାକୁ STF […]

puri
ପୁରୀ ବନ୍ଦ ଡାକରା ଦେବ ଭାରତୀୟ ଜନତା ପାର୍ଟି

ପୁରୀ : ପୁରୀରେ ପୋଲିସ ହେପାଜତରେ ମୃତ୍ୟୁ ମାମଲାରେ ପୁରୀ ବନ୍ଦ ଡାକରା ଦେବ ଭାରତୀୟ ଜନତା ପାର୍ଟି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଜି ଏହି ସୂଚନା ଦେଇଛନ୍ତି। ପୁରୀ ବନ୍ଦ ଡାକରା ଦେବାକୁ ବିଜେପି ଯୋଜନା କରୁଛି। ତେବେ ଏଥିପାଇଁ ଖୁବ୍ ଶୀଘ୍ର ତାରିଖ ଘୋଷଣା ହେବ ବୋଲି ମୋହନ ମାଝୀ କହିଛନ୍ତ॥ ପୁରୀରେ ପୋଲିସ ହେପାଜତରେ କେ. ରମେଶ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାର ପ୍ରତିବାଦ […]

puri
ପୁରୀ ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କଲେ କନୱର ବିଶାଲ ସିଂ

ପୁରୀ: ପୁରୀ ଜିଲ୍ଲାର ନୂଆ ଏସ୍‌ପି ଭାବେ ଆଜି ଦାୟିତ୍ୱ ନେଇଛନ୍ତି କନୱର ବିଶାଲ ସିଂ।  ଜିଲ୍ଲାର ବହୁ ବରିଷ୍ଠ ପୋଲିସ ପଦାଧତ୍କାରୀଙ୍କ ଉପସ୍ଥିତିରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୁରୀକୁ କିଭଳି ଅପରାଧ ମୁକ୍ତ କରାଯିବ ଏବଂ ଜନସାଧାରଣ କିଭଳି ସୁରକ୍ଷିତ ମନେ କରିବେ, ତା ଉପରେ ଗୁରୁତ୍ୱ ଦେବା ପ୍ରାଥମିକତା ବୋଲି ଦାୟିତ୍ୱ ନେବା ପରେ ସୂଚନା ଦେଇଛନ୍ତି କେ.ଭି. ସିଂହ।  ପୋଲିସ ହେପାଜତରେ କେ. ରମେଶ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ […]

drowning
ଭଉଣୀକୁ ବଞ୍ଚାଇବାକୁ ଯାଇ ପାଣି ଭିତରକୁ ଚାଲିଗଲା ଭଉଣୀ

ମାଲକାନଗିରି: ଭଉଣୀକୁ ବଞ୍ଚାଇବାକୁ ଯାଇ ପାଣି ଭିତରକୁ ଚାଲିଗଲା ଭଉଣୀ, କେହି ଫେରିଲେନି।  ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ସଲିଳ ସମାଧି। ଏହି ଅଭାବନୀୟ ଘଟଣା ଘଟିଛି ମୋଟୁ ଥାନା ଅନ୍ତର୍ଗତ ମୁକାନପାଲି ଗାଁରେ। ସୂଚନା ଅନୁସାରେ, ୨ ଝିଅଙ୍କୁ ସାଙ୍ଗରେ ନେଇ ମା ବିଲକୁ ଧାନ କାଟିବାକୁ ଯାଇଥିଲେ। ବିଲ ପାଖ ପୋଖରୀରେ ଖେଳିବା ବେଳେ ସାନ ଭଉଣୀ ବୁଡ଼ି ଯାଇଥିଲା। ସାନ ଭଉଣୀକୁ ଉଦ୍ଧାର କରିବାକୁ ଯାଇ ବଡ଼ ଭଉଣୀ ମଧ୍ୟ ବୁଡ଼ିଗଲା। ୨ […]

7
ପୁଅକୁ ନଦେଲେ ଆତ୍ମହତ୍ୟା କରିଦେବି

ନବରଙ୍ଗପୁର: ଅଲୋଡ଼ା ନବଜାତ। ଶିଶୁ ପୁତ୍ର ମୋହରେ ଜଣେ ଯଶୋଦା ମାଆ। ପୁଅକୁ ନଦେଲେ ଆତ୍ମହତ୍ୟା କରିଦେବି ବୋଲି ଚେତାବନୀ ଦେଇଛନ୍ତି ଜଣେ ମାଆ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର କୋଷାଗୁମୁଡା ବ୍ଲକ ରେଙ୍ଗାଗୁଡା ଗାଁରେ। ସୂଚନା ଅନୁଯାୟୀ, ଗତ ବୁଧବାର ରେଙ୍ଗାଗୁଡା ଗାଁର ସୁନାତାଇ ହରିଜନ ନିଜ ଘର ପାଖ ଜମିକୁ ଶୌଚ ପାଇଁ ଯାଇଥିଲେ। ହେଲେ ସେଠାରେ ପରିତ୍ୟକ୍ତ ସ୍ଥାନରେ ଏକ ନବଜାତ ଶିଶୁପୁତ୍ରକୁ ଦେଖି ଘରକୁ ନେଇ ଆସିଥିଲେ। ଗୋଟିଏ ଦିନ […]

school
ସ୍କୁଲ ମିଶ୍ରଣ ନେଇ ବଦଳିଲା ନିଷ୍ପତ୍ତି

ଭୁବନେଶ୍ୱର: ସ୍କୁଲ ମିଶ୍ରଣ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବଦଳିଲା। ସିଡୁଲ ଏରିଆରେ ସ୍କୁଲ ମିଶ୍ରଣ ନିଷ୍ପତ୍ତି ବଦଳାଇଲେ ସରକାର। ୨୦ ନୁହେଁ ଏଣିକି ୧୫ରୁ କମ୍ ପିଲା ଥିବା ସ୍କୁଲର ମିଶ୍ରଣ ନିଷ୍ପତ୍ତି ହୋଇଥିବା ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସିଡୁଲ ଏରିଆରେ ଏଭଳି ପାଖାପାଖି ୩ ହଜାର ସ୍କୁଲ ଥାଇପାରେ। ରାଜ୍ୟରେ ୭୭୭୨ ସ୍କୁଲ୍‌କୁ ମିଶ୍ରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିମଧ୍ୟରୁ ୧୭୨୪ଟି ସ୍କୁଲ୍ ସିଡୁଲ ଓ ନନସିଡୁଲ ଏରିଆରେ […]

10
ହଠାତ୍‌ ଲାଲ୍‌ ହୋଇଗଲା ନଦୀର ପାଣି, ଦୋଷୀକୁ ଧରାଇ ଦେଲେ ମିଳିବ ପୁରସ୍କାର

ଥାନେ: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ୱାଲ୍‌ଧୁନି ନଦୀର ପାଣି ହଠାତ୍‌ ରକ୍ତର ରଙ୍ଗଭଳି ହୋଇଯାଇଛି। ଯାହାଫଳରେ ଏହାର ଫଟୋ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଏହି ନଦୀର ପାଖାପାଖି ବସବାସ କରୁଥିବା ଉଲ୍ଲାସ ନଗର ଏବଂ ଅମ୍ୱରନାଥ ବସ୍ତି ବାସିନ୍ଦାଙ୍କ କହିବା ମୁତାବକ ୱାଲ୍‌ଧୁନି ନଦୀରେ ବିଷାକ୍ତ ରାସାୟନିକ ପଦାର୍ଥକୁ ଛାଡ଼ିବା ଫଳରେ ପାଣିର ରଙ୍ଗ ଏପରି ହୋଇଛି। ଏଥିରେ ଖାଲି ନଦୀ ନୁହେଁ ବଂର ଏହାର କୂଳରେ ବାସ କରୁଥିବା ଲୋକମାନଙ୍କର ଚଳିବା ମଧ୍ୟ କଷ୍ଟକର […]