• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

t--20-world-cuip
୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ

ନୂଆଦିଲ୍ଲୀ: ୨୦୨୨ରୁ ୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ। ଏନେଇ ଗୁରୁବାର ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ ବା ଆଇସିସି। ଆଗାମୀ ଟି-୨୦ ମହିଳା ବିଶ୍ୱକପ ଦକ୍ଷିଣ‌ଆଫ୍ରିକାର ହେବ ବୋଲି ସ୍ଥିର ହୋଇଛି। ଟି-୨୦ ଦକ୍ଷିଣ‌ଆଫ୍ରିକା ସଂସ୍କରଣକୁ ୨୦୨୨ ନଭେମ୍ବରରୁ ୨୦୨୩ ଫେବ୍ରୁଆରିକୁ ଘୁଞ୍ଚାଇ ଦିଆଯାଇଛି। କାରଣ ୨୦୨୨ରେ ମହିଳା ଦିନିକିଆ ବିଶ୍ୱକପ୍‌ ରହିଛି ତା ସହିତ କମନୱେଲ୍ଥ ଗେମ୍‌ ମଧ୍ୟ ରହିଛି। ଆଉ ଯଦି ଟି-୨୦ ବିଶ୍ୱକପ୍ ହୁଏ ତେବେ ଗୋଟିଏ ବର୍ଷରେ ୩ଟି […]

ion-jone
ଏହି ବିଦେଶୀଙ୍କ ବେଳ ଖରାପ; କରୋନା, ଡେଙ୍ଗୁ ପରେ ମ୍ୟାଲେରିଆ, ଶେଷରେ କାମୁଡ଼ିଲା ନାଗ

ଜୟପୁର: ପ୍ରଥମେ କରୋନା ହେଲା, ପରେ ଡେଙ୍ଗୁ ଓ ମ୍ୟାଲେରିଆ ବି ହେଲା, ଶେଷକୁ କାମୁଡ଼ିଲା ନାଗ। ବିଦେଶରୁ ଭାରତକୁ ଆସି ଏତେ ହନ୍ତସନ୍ତ ହେଲେଣି ବିଦେଶୀ। ଆମେ କହୁଛୁ ବ୍ରଟିଶ ଚାରିଟି ୱାର୍କର ଇଅନ ଜୋନସଙ୍କ କଥା। ଇୟନ ଜୋନସଙ୍କୁ ନାଗ କାମୁଡ଼ିବା ପରେ ତାଙ୍କୁ ରାଜସ୍ଥାନର ଯୋଧପୁର ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ଥାନୀୟ ମେଡିପ୍ଲସ ହସ୍‌ପିଟାଲ ଡାକ୍ତର ଅଭିଷେକ ଟାଟେରଙ୍କ ସୂଚନା ଅନୁସାରେ ଜୋନସ ସାପ କାମୁଡ଼ିବା ପରେ ଗତ ସପ୍ତାହରେ ହସ୍‌ପିଟାଲକୁ ଆସିଥିଲେ। […]

rain
ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କଟକ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ଗଞ୍ଜାମ, ନବରଙ୍ଗପୁର ଓ ଯାଜପୁର। ଏହିସବୁ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି। ଅନ୍ୟପକ୍ଷେ, ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଏକାଧିକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ […]

କୁସୁମା ପୋଖରୀ ପୁନରୁଦ୍ଧାର ଓ ନବୀକରଣରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ

ଯାଜପୁର: ଯାଜପୁର ଟାଉନର କୁସୁମା ପୋଖରୀ ପୁନରୁଦ୍ଧାର ଓ ନବୀକରଣରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, କୁସୁମାର ପୁନରୁଦ୍ଧାରରେ ୧୨ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ବିଭିନ୍ନ ବିଭାଗରୁ ବିଭିନ୍ନ ପ୍ରକଳ୍ପ ନାଁରେ ଆସି ଏତେ ଟଙ୍କା କୁସୁମାରେ କାହିଁକି ଖର୍ଚ୍ଚ କରାଗଲା ସେନେଇ ପ୍ରଶ୍ନ ଉଠିଛି। ସବୁଠାରୁ ଚର୍ଚ୍ଚାର ବିଷୟ ଏହା ଯେ, କୁସୁମାରେ ଶୌଚାଳୟ ନିର୍ମାଣ ଲାଗି ୨୧ […]

bharati
ଭାରତୀଙ୍କ ପରେ ଗିରଫ ହେଲେ ସ୍ୱାମୀ ହର୍ଷ

ମୁମ୍ବାଇ(ସୁରେଶ ଦାଶ): ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB) ଗିରଫ‌ କରିଛି। ୧୫ ଘଣ୍ଟାର ଜେରା ପରେ ହର୍ଷଙ୍କୁ ଗିରଫ କରାଯାଇଛି। ୫ ଘଣ୍ଟାର ଜେରା ପରେ ଗତକାଲି ସନ୍ଧ୍ୟାରେ ଏନ୍‌ସିବି ଭାରତୀଙ୍କୁ ଗିରଫ କରିଥିଲା। ଏନ୍‌ସିବି ଭାରତୀଙ୍କ ଅନ୍ଧେରୀ ସ୍ଥିତ ଫ୍ଲାଟ୍‌ ଓ ପ୍ରଡକ୍ସନ ହାଉସ୍‌ରେ ରେଡ୍‌ କରି ୮୬.୫ ଗ୍ରାମ୍‌ର ଗଞ୍ଜେଇ ଜବତ କରିଥିଲା। ଏହାପରେ ପଚରାଉଚରା ପାଇଁ ଉଭୟଙ୍କୁ ଏନ୍‌ସିବି ଅଫିସ ନିଆଯାଇଥିଲା। ଉଭୟଙ୍କୁ ଆଜି […]

ଷଣ୍ଢ ଉପରେ ଚଢ଼ିଗଲା ଟ୍ରକ୍

ସୋର: ଷଣ୍ଢ ଉପରେ ଚଢ଼ିଗଲା ପଥର ବୋଝେଇ ଟ୍ରକ୍‌। ରାସ୍ତା ଉପରେ ଶୋଇଥିବା ବେଳେ ଏକ ପଥର ବୋଝେଇ ଟ୍ରକ୍‌ ଚଢ଼ି ଯିବାରୁ ୩ଟି ଷଣ୍ଢଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ବାଲେଶ୍ୱର ଜିଲ୍ଲା ସୋରର ବାଗୁଡି ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ବାଗୁଡି ଅଞ୍ଚଳରେ ପଥର ଖାଦାନ ଥିବାରୁ ପ୍ରତିଦିନ ଶହ ଶହ ଟ୍ରକ୍‌ ଏହି ରାସ୍ତାରେ ଯାତାୟତ କରିଥାଏ। ଆଜି ସକାଳେ ରାସ୍ତା ପାର୍ଶ୍ୱରେ ୩ଟି ଷଣ୍ଢ ଶୋଇଥିବା ବେଳେ ଏକ ଟ୍ରକ୍‌ ଭାରସାମ୍ୟ […]

moderna
ମହଙ୍ଗା ହୋଇପାରେ ମଡର୍ଣ୍ଣା ଟିକା

ଫ୍ରାଙ୍କଫର୍ଟ: ଆମେରିକୀୟ ବାୟୋଟେକ୍ ଫାର୍ମ୍ ମଡର୍ଣ୍ଣା ପକ୍ଷରୁ ଚାଲିଥିବା କରୋନା ଟିକା ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଭିନ୍ନ ଦେଶର ସରକାରଙ୍କ ପକ୍ଷରୁ ଟିକା ଯୋଗାଣ ପାଇଁ ଆଲୋଚନା ଚାଲିଛି। ପ୍ରତି ଡୋଜ୍‌ ପାଇଁ ୨୫ ଡଲାରରୁ ୩୭ ଡଲାର ମଧ୍ୟରେ ଟିକା ଯୋଗାଇ ଦିଆଯିବ ବୋଲି ମଡର୍ଣ୍ଣାର ଚିଫ୍ ଏକଜିକ୍ୟୁଟିଭ୍‌ ଷ୍ଟିଭେନ୍ ବନ୍‌ସଲ୍‌ ସୂଚନା ଦେଇଛନ୍ତି। ଅର୍ଥାତ ଭାରତୀୟ ବଜାରରେ ଏହାର ମୂଲ୍ୟ ୧୮୫୪ ଟଙ୍କାରୁ ୨୭୪୪ ଟଙ୍କା ମଧ୍ୟରେ ରହିବ। ୟୁରୋପୀୟ […]

sanas
ବଲିଉଡ୍‌ ଛାଡିବା ପରେ ମୌଲାନା ମୁଫତି ଅନାସଙ୍କୁ ବିବାହ କଲେ ସନା

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତ୍ରୀ ତଥା ବିଗ୍ ବସ୍ ରନର୍ ଅପ୍ ସନା ଖାନ୍ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରି ଦେଇଥିଲା। ସନା ଖାନ ନିକଟରେ ଫିଲ୍ମ ଜଗତ ଛାଡି ଧର୍ମର ପଥ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ନେଇ ତାଙ୍କ ପ୍ରଶଂସକମାନେ ନାନା ପ୍ରତିକ୍ରିୟା ଦେଇଥିଲା। ଏବେ ସନା ଖାନ ଆଉ ଏକ କାରଣ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସନା ଗୁଜରାଟର ମୌଲାନା […]

ଓଡ଼ିଶାରେ କରୋନା ସ୍ଥିତି: କମୁଛି ଲୋକାଲ କେସ୍, ଦିନକରେ ୬୩୮ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୩୭୩ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍‌ ୨୬୫ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୩,୯୬୧ରେ ପହଞ୍ଚିଛି। Covid-19 Report For 21st November New positive […]

mohan
୩ ଦିନ ପାଇଁ ଓଡ଼ିଶା ଆସୁଛନ୍ତି ମୋହନ ଭାଗବତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସରସଂଘଚାଳକ ମୋହନ ଭାଗବତ ନଭେମ୍ବର ୨୪ରୁ ୩ ଦିନ ପାଇଁ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ପୂର୍ବ କ୍ଷେତ୍ର ବୈଠକରେ ଯୋଗଦେବେ। ଭାଗବତ ୨୪ ତାରିଖରେ ଆସି ଭୁବନେଶ୍ୱରରେ ପହଞ୍ଚିବେ। ୨୫ ଓ ୨୬ ତାରିଖରେ ସେ ବୈଠକରେ ଅଂଶଗ୍ରହଣ କରିବେ। ତାଙ୍କ ସହ ସଂଘର ସରକାର୍ଯ୍ୟବାହ ସୁରେଶ ଭୟାଜୀ ଯୋଶୀ ମଧ୍ୟ ଆସୁଛନ୍ତି। ତେରାପନ୍ଥ ଭବନରେ ହେବାକୁ ଥିବା […]

corona
୨୪ ଘଣ୍ଟାରେ ଓଡ଼ିଶାରେ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୧,୬୪୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୫ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୪୦  ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ କୁହାଯାଇଛି। ସୁନ୍ଦରଗଡ଼ରୁ ସର୍ବାଧିକ ୪ ଜଣ, ଖୋର୍ଦ୍ଧାରୁ ୩ ଜଣ, କେନ୍ଦୁଝରରୁ ୨ ଜଣ, ବଲାଙ୍ଗିର, କଟକ, ଗଞ୍ଜାମ, ଅନୁଗୁଳ, ଝାରସୁଗୁଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the demise of fifteen […]

prashant
ସାଲେପୁର ବିଧାୟକଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ନୂଆ ମୋଡ

କଟକ: ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନାଁରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୁବତୀଙ୍କ ସମ୍ପର୍କୀୟ ଭାଇ। ପୂର୍ବରୁ ଏକ ଜମିଜମା ବିବାଦର ସମାଧାନ କରିବାକୁ ସଂପୃକ୍ତ ଯୁବତୀଙ୍କୁ ବିଧାୟକ ଏକୁଟିଆ ଡାକୁଥିବା ଥାନାରେ ଅଭିଯୋଗ ହୋଇଥିଲା।  ତେବେ ସାଲେପୁର ଥାନାକୁ ଯାଇ ସଂପୃକ୍ତ ଯୁବତୀଙ୍କ ଭାଇ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ଭଉଣୀ ମିଛ କହୁଥିବା କହିଛନ୍ତି। ଏନେଇ ସେ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।  ବିଧାୟକ ପ୍ରଶାନ୍ତ ବେହେରା ମଧ୍ୟ ଏହି […]

bjp leader ram madhav
ରାଜନୈତିକ ଆକ୍ରୋଶ ରଖି OTV କୁ ହଇରାଣ କରାଯାଉଛି: ରାମ ମାଧବ

ଭୁବନେଶ୍ୱର/ନୂଆଦିଲ୍ଲୀ: ଓଟିଭି ବିରୋଧରେ ରାଜ୍ୟ ସରକାରଙ୍କ ଆକ୍ରୋଶ ମୂଳକ ପଦକ୍ଷେପକୁ ନିନ୍ଦା କରିଛନ୍ତି ବିଜେପି ନେତା ରାମ ମାଧବ। ଟ୍ୱିଟ୍ କରି ସେ କହିଛନ୍ତି, ରିପବ୍ଲିକ୍‌ ଟିଭି ବିରୋଧରେ ମହାରାଷ୍ଟ୍ର ସରକାର ଯେପରି ପଦକ୍ଷେପ ନେଉଛନ୍ତି, ସେଭଳି ଢଙ୍ଗରେ ଓଟିଭି ବିରୋଧରେ ଓଡିଶା ସରକାର ପଦକ୍ଷେପ ନେଉଛନ୍ତି। ଚ୍ୟାନେଲ୍ ପ୍ରମୋଟର ତଥା ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଜଗି ମଙ୍ଗତ ପଣ୍ଡା ଏବଂ ଓଟିଭିର ଷ୍ଟାଫ୍ ମାନଙ୍କୁ ପୋଲିସ୍‌ ଜାଣିଶୁଣି ହଇରାଣ କରୁଛି। ରାଜନୈତିକ ଆକ୍ରୋଶ ରଖି […]

sakhi
ସାକ୍ଷୀଗୋପାଳ ମନ୍ଦିର ପରିସରରେ ଲାଗୁ ହେଲା ୧୪୪ ଧାରା

ପୁରୀ : ପୁରୀ ସାକ୍ଷୀଗୋପାଳ ମନ୍ଦିର ପରିସରରେ ଲାଗୁ ହେଲା ୧୪୪ ଧାରା। ରାତି ପାହିଲେ ଅଁଳା ନବମୀ ଏଥିପାଇଁ ଆଜି ପ୍ରଶାସନ ପକ୍ଷରୁ ଏଠାରେ ୧୪୪ ଧାରା ଜାରି କରାଯାଇଛି। ଆଜି ମଧ୍ୟରାତ୍ରିରୁ ଏହାକୁ ଲାଗୁ କରାଯିବ। ଚନ୍ଦନ ପୋଖରୀ ଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। ଏଥିସହ ମନ୍ଦିର ଚାରିପଟର ୨୦୦ ମିଟର ପର୍ଯ୍ୟନ୍ତ ଏହି ଧାରା ଲାଗୁ ହେବ। ୨୫ ତାରିଖ ବଡ଼ ଏକାଦଶୀ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ […]

hen
କୁକୁଡ଼ା ମୃତ୍ୟୁକୁ ନେଇ ହତ୍ୟାକାଣ୍ଡ

କେନ୍ଦୁଝର: କୁକୁଡ଼ା ମୃତ୍ୟୁକୁ ନେଇ ହତ୍ୟାକାଣ୍ଡ। କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଁରା ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି। ଗାଁର ଭିମା ଖଣ୍ଡେଇଙ୍କ ପରିବାର ତାଙ୍କ ବାଡିରେ କରିଥିବା ଶାଗ କିଆରିରେ ବିଷ ପକାଇଥିଲେ। ଗାଁର ଲକ୍ଷ୍ମଣ ମଲ୍ଲିକଙ୍କ କୁକୁଡ଼ା ଏହି ଶାଗ ଖାଇବା ପରେ ମରିଯାଇଥିଲା। ଏହାପରେ ଉଭୟ ପରିବାର ପକ୍ଷରୁ ଗାଁର ୨ଜଣ ଭଦ୍ର ଲୋକ ବାବନ ବେହେରା ଓ ଆନନ୍ଦ ନାୟକଙ୍କୁ ଡାକି ଘଟଣାର ଆପୋସ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା। […]

jimut-patnaik-1
ପ୍ରସିଦ୍ଧ ଓଡ଼ିଆ ହାସ୍ୟ ଅଭିନେତା ଜୀମୂତ ପଟ୍ଟନାୟକଙ୍କ ପରଲୋକ

କଟକ: ପ୍ରସିଦ୍ଧ ଓଡ଼ିଆ ହାସ୍ୟ ଅଭିନେତା ଜୀମୂତ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ସେ କଟକ ସିଡିଏ ସେକ୍ଟର-୧୦ରେ ରହୁଥିଲେ। ଏକ ଟିଭି ସିରିଏଲ୍‌ ପାଇଁ ଶୁଟିଂ କରୁଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ […]

lina
ଚାଲିଗଲେ ଅଭିନେତ୍ରୀ ଲୀନା

ମୁମ୍ୱାଇ: ଟେଲି ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କର ଦେହାନ୍ତ ହୋଇଛି। ଶନିବାର ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କିଡ୍‌ନୀ ଫେଲ୍‌ ହେବାରୁ ଲୀନାଙ୍କର ମୃତ୍ୟୁ ହୋଇଛି। ତେବେ ଦାର୍ଘ ଦିନ ଧରି ଲୀନା କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ। କିଛିଦିନ ପୂର୍ବରୁ ତାଙ୍କ ଶରୀରରେ ତାଙ୍କ ମା’ଙ୍କର ଏକ କିଡ୍‌ନୀ ପ୍ରତିରୋପଣ କରାଯାଇଥିଲା। ଶେଷରେ ଗତକାଲି  ଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ‘ମେରି ହାନିକାରକ ବିବି’  ‘ସେଠ୍‌ ଜୀ’, ‘ଆପ କେ […]

୩୬ ଘଣ୍ଟାରେ ଡିପ୍ରେସନରେ ପରିଣତ ହୋଇପାରେ ଲଘୁଚାପ

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଡିପ୍ରେସନରେ ପରିଣତ ହୋଇପାରେ। ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଏହି ସିଷ୍ଟମ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ୨୫ ତାରିଖ ବେଳକୁ ଏହା ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ଉତ୍ତର ଉପକୂଳରେ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ […]

prabhu-deba
ବିବାହ କଲେ ପ୍ରଭୁଦେବା

ମୁମ୍ବାଇ: ଗତ କିଛି ଦିନ ଧରି ବଲିଉଡ୍‌ ତଥା ସାଉଥ୍‌ କୋରିଓଗ୍ରାଫର ପ୍ରଭୁଦେବାଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା। ପ୍ରଭୁ ତାଙ୍କ ଭାଣିଜୀଙ୍କ ସହ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ମିଳିଲା। କିନ୍ତୁ ଏବେ ଭାଣିଜୀକୁ ନୁହେଁ ମୁମ୍ବାର ଜଣେ ଡାକ୍ତରଙ୍କୁ ସେ ପ୍ରେମ ବିବାହ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଏ ବିଷୟରେ ଜଣାଇଛନ୍ତି ପ୍ରଭୁଙ୍କ ଭାଇ ରାଜୁ ସୁନ୍ଦରମ୍‌। ତେବେ ପ୍ରଭୁଙ୍କ ପତ୍ନୀଙ୍କ ନାମ ହିମାନୀ। ସେ ମୁମ୍ବାଇର ସାକିନାକା ଅଞ୍ଚଳରେ […]

petrol diesel price hiked
ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଲଗାତାର ତୃତୀୟ ଦିନ ପାଇଁ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଦର ଲିଟର ପ୍ରତି ୮ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପ୍ରତି ୧୯ ପଇସା ବୃଦ୍ଧି ପାଇଛି। ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ଦର ୮୧ଟଙ୍କା ୪୬ ପଇସା ଥିବାବେଳେ ଡିଜେଲ ଦର ୭୧ଟଙ୍କା ୦୭ ପଇସା ରହିଛି। ଗତ ୩ ଦିନ ମଧ୍ୟରେ ପେଟ୍ରୋଲ ଦର ଲିଟର ପ୍ରତି ୪୦ ପଇସା ବୃଦ୍ଧି ପାଇ […]