• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

pradip
ଗଣମାଧ୍ୟମର କଣ୍ଠରୋଧ ଲାଗି ପ୍ରଚେଷ୍ଟା ଚାଲିଛି-ପ୍ରଦୀପ ମାଝୀ

ଭୁବନେଶ୍ୱର: ଓଟିଭି ସିଏଫ୍ଓଙ୍କୁ କ୍ରାଇମବ୍ରାଞ୍ଚ ଉଠାଇନେବା ପ୍ରସଙ୍ଗକୁ ନେଇ ବିଭିନ୍ନ ସ୍ତରରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ସମସ୍ତେ ଘଟଣାର ନିନ୍ଦା କରିବା ସହ ଏପରି ଉଦ୍ଦେଶ୍ୟ ପ୍ରଣୋଦିତ ପଦକ୍ଷେପକୁ ସମାଲୋଚନା କରିଛନ୍ତି। ଏହି ଘଟଣାକୁ କଂଗ୍ରେସ ମଧ୍ୟ ତୀବ୍ର ନିନ୍ଦା କରିଛି । ସରକାର ମନ୍ଦ ଉଦ୍ଦେଶ୍ୟ ରଖି ଗଣମାଧ୍ୟମର କଣ୍ଠରୋଧ ଲାଗି ପ୍ରଚେଷ୍ଟା ଚଳାଇଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମାଝି କହିଛନ୍ତି, ଏହା ମିଡ଼ିଆ ଉପରେ […]

  • Thursday, 01 July 2021
surama
ରାଜ୍ୟରେ ଜରୁରୀକାଳିନ ପରିସ୍ଥିତି ଲାଗୁ ହେବା ଭଳି ଲାଗୁଛି-ସୁରମା ପାଢୀ

ଭୁବନେଶ୍ୱର: OTV ସିଏଫ୍ଓଙ୍କୁ କ୍ରାଇମବ୍ରାଞ୍ଚ ଉଠାଇନେବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ସ୍ତରରେ ତୀବ୍ର ସମାଲୋଚନା କରାଯାଉଛି। ଏହି ଘଟଣାକୁ ବିଜେପି ନେତ୍ରୀ ସୁରମା ପାଢ଼ୀ ତୀବ୍ର ସମାଲୋଚନା କରିବା ସହ ଆଇନ ତା ବାଟରେ ଯାଉ ବୋଲି କହିଛନ୍ତି। ଆଇନ ବାଟବଣା ନହେଉ । ରାଜ୍ୟ ସରକାର ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରୁଛନ୍ତି । ଏହା ପୂର୍ବରୁ ଜଣେ ଓଟିଭି କର୍ମଚାରୀଙ୍କୁ ପୋଲିସ ଉଠାଇ ନେଇଥିଲା। ଏବେ ଆଉ ଜଣେ କର୍ମଚାରୀଙ୍କୁ ଉଠାଇ ନେଇଛି […]

  • Thursday, 01 July 2021
OTV ସିଏଫ୍ଓଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: OTV ସିଏଫ୍ଓଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। CFO ମନୋରଂଜନ ଷଡ଼ଙ୍ଗୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ  କରିଛି। ସାରୁଅ ଜମି କିଣାବିକା ମାମଲାରେ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଇଛି କ୍ରାଇମବ୍ରାଞ୍ଚର ଇଓଡବ୍ଲୁ। ସକାଳେ ମନୋରଂଜନଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲା। ଦଫା ୪୨୦, ୪୨୩, ୪୬୭, ୪୬୮, ୪୭୧, ୧୨୦ ବିର ସେକ୍ସନ ୩(୧) (ଜି, କ୍ୟୁ) SC/ST ଆଇନରେ ଗିରଫ କରାଯାଇଥିବା ଜଣାପଡ଼ିଛି। ପ୍ରକାଶଥାଉକି ଆଜି ସକାଳେ କୌଣସି ନୋଟିସ୍ ନ ଦେଇ ମନୋରଞ୍ଜନଙ୍କୁ ଉଠାଇ […]

  • Thursday, 01 July 2021
otv-action
ଓଟିଭି ବିରୋଧରେ କେତେ ଚରମ ସରକାରଙ୍କ ରାଗ?

ଭୁବନେଶ୍ୱର: ଆକ୍ରୋଶ! ଅମାନବୀୟ! ଓଟିଭି ବିରୋଧରେ କେତେ ଚରମ ସରକାରଙ୍କ ରାଗ? ଇଏ ତାର ଆଉ ଏକ ବଡ଼ ଉଦାହରଣ ବିନା ନୋଟିସ୍ କି ସୂଚନାରେ ସାରୁଅ ଜମି କିଣାବିକା ମାମଲାରେ ଅତି ଅମାନବୀୟ ଢଙ୍ଗରେ ଓଟିଭିର ଚିଫ୍ ଫାଇନାନ୍ସିଆଲ୍ ଅଫିସର ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ତେବେ ଗିରଫ ପୂର୍ବର ପୁରା ପ୍ରକ୍ରିୟାକୁ ଦେଖିଲେ ବାରି ହୋଇ ପଡିଛି କିଭଳି ଆଇନ୍‌ର ବ୍ୟବସ୍ଥାକୁ ଦଳିମକଚି ଦେଇଛି କ୍ରାଇମବ୍ରାଞ୍ଚ। ମନୋରଞ୍ଜନଙ୍କ ଝିଅଙ୍କ ସୂଚନା ଅନୁସାରେ ଆଜି […]

  • Thursday, 01 July 2021
odisha
ଦେଶର ୧୮ଟି ବଡ଼ ରାଜ୍ୟ ତାଲିକାରେ ଓଡ଼ିଶାର ସ୍ଥାନ କେଉଁଠି, ଜାଣନ୍ତୁ

ଭୁବନେଶ୍ୱର: ପୁଣି ପଦାରେ ପଡ଼ିଲା, ରାଜ୍ୟ ବିକାଶର ବିକଳ ଚିତ୍ର। ଭାରତର ଅନ୍ୟ ରାଜ୍ୟ ତୁଳନାରେ, ଓଡ଼ିଶାର ଶାସନ କଳ ଯେ କେତେ ଦୁର୍ବଳ, ତାହା ସାମ୍ନାକୁ ଆଣିଛି ପବ୍ଲିକ୍ ଆଫାୟାର୍ସ ଇଣ୍ଡେକ୍ସ-୨୦୨୦। ଯେଉଁଥିରେ ଦେଶର ୧୮ଟି ବଡ଼ ରାଜ୍ୟ ତାଲିକାରେ, ଓଡ଼ିଶାର ସ୍ଥାନ ତଳ ଆଡ଼ୁ ଦ୍ୱିତୀୟ  ଇକ୍ୱିଟି, ଗ୍ରୋଥ୍ ଓ ସସ୍ଟେନେବିଲିଟି। ରାଜ୍ୟର ଶାସନ ବ୍ୟବସ୍ଥାକୁ ସୂଚାଉଥିବା ଏହି ୩ଟି ଯାକ ମାନଦଣ୍ଡରେ, ଅନ୍ୟ ରାଜ୍ୟ ତୁଳନାରେ ବହୁ ପଛରେ ଓଡ଼ିଶା। ଇକୁଇଟି କ୍ଷେତ୍ରରେ […]

  • Thursday, 01 July 2021
accident
ଇନୋଭାକୁ ଧକ୍କା ଦେଲା ବସ୍‌; ୨ ମୃତ, ୨୫ ଆହତ

ବୌଦ୍ଧ: ବୌଦ୍ଧ- ଅନୁଗୁଳ ଜିଲ୍ଲା ସୀମାନ୍ତ କିଆକଟା ଛକରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଠିଆ ହୋଇଥିବା ଇନୋଭାକୁ ବସ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୨୫ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ବସ୍‌ କଣ୍ଡକ୍ଟର ଓ ଇନୋଭା କାର୍‌ର ଡ୍ରାଇଭର ଅଛନ୍ତି। ଆହତଙ୍କ ମଧ୍ୟରୁ ୮ ଗୁରୁତରଙ୍କୁ ବୁର୍ଲା ମେଡିକାଲ୍‌ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆହତଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି। […]

  • Thursday, 01 July 2021
accident 1
ରାସ୍ତାକଡ଼ରେ ଗାଡ଼ି‌ ଠିକ୍‌ କରୁଥିଲେ ୨ ହେଲ୍‌ପର୍‌, ଚଢ଼ିଗଲା ଟ୍ରକ୍‌

ଆନନ୍ଦପୁର: ରାସ୍ତାକଡ଼ରେ ଛିଡ଼ା ହୋଇ ଗାଡ଼ି ସଜାଡ଼ୁ ଥିବାବେଳେ ଟ୍ରକ୍‌ ଧକ୍କା ଦେବାରୁ ୨ଜଣଙ୍କ ମୃତ୍ୟୁ ଘଟିଛି। ୨୦ ନମ୍ବର ଜାତୀୟ ରାଜପଥ ବୀରଗୋବିନ୍ଦପୁର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମୃତକ ୨ ହେଲ୍‌ପର୍‌ ଆନନ୍ଦପୁର ଥାନା ଅନ୍ତର୍ଗତ ଜୋକନାଳି ଗାଁର ବୋଲି ଜଣାପଡ଼ିଛି।  ସୂଚନା ଅନୁସାରେ, ଟ୍ରକ୍‌ ଖରାପ ହୋଇଯିବାରୁ ରାସ୍ତାକଡ଼ରେ ଏହାକୁ ଛିଡ଼ାକରି ସଜାଡ଼ୁ ଥିବାବେଳେ ଏହି ସମୟରେ ଅନ୍ୟ ଏକ ଟ୍ରକ୍‌ ଆସି ୨ ହେଲ୍‌ପର୍‌ଙ୍କ ଉପରେ […]

  • Thursday, 01 July 2021
governor ganeshi lal
ରାଜ୍ୟପାଳ ଓ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଟ୍ୱିଟ୍‌ କରି ରାଜ୍ୟପାଳ ସୂଚନା ଦେଇଛନ୍ତି। ରାଜ୍ୟପାଳଙ୍କ ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କିଛିଦିନ ଭିତରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରାଇବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। Hon’ble Governor and first lady have tested corona positive and have advised all who have come in close contact recently to […]

  • Thursday, 01 July 2021
crona test
୨୪ ଘଣ୍ଟାରେ ଓଡ଼ିଶାରେ ୧,୩୮୯ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶା ରେ ୧,୩୮୯  ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଥିବା ବେଳେ ୯ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୨  ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୩୮୯  ଆକ୍ରାନ୍ତଙ୍କ ମଧ୍ୟରୁ ୭୯୮  ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୯୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Covid-19 Report For 1st November New […]

ଓଡ଼ିଶାରେ କମୁଛି କରୋନା ମୃତ୍ୟୁ ସଂଖ୍ୟା, ଦିନକରେ ଆଖି ବୁଜିଲେ ୯ କରୋନା ରୋଗୀ

ଭୁବନେଶ୍ୱର: ଆଜି ରାଜ୍ୟରେ ୯ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧, ୩୪୦ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ସୁନ୍ଦରଗଡ଼ରୁ ସର୍ବାଧିକ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ଥିବାବେଳେ ସମ୍ବଲପୁର, ଭୁବନେଶ୍ୱର, କଟକ, କନ୍ଧମାଳ, ପୁରୀ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the demise of nine […]

otv cfo
୨ ଦିନିଆ ରିମାଣ୍ଡରେ ଗଲେ ଓଟିଭି ସିଏଫ୍‌ଓ

ଭୁବନେଶ୍ୱର: ଓଟିଭିର ଚିଫ୍ ଫାଇନାନ୍ସ ଅଫିସର(ସିଏଫ୍‌ଓ) ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ୨ ଦିନିଆ ରିମାଣ୍ଡରେ ନେଇଥିବା ସୂଚନା ମିଳିଛି। ଅଧିକ ଦିନର ରିମାଣ୍ଡ ମାଗିଥିଲେ ବି କୋର୍ଟ ମାତ୍ର ୨ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିବା EOWର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଜମି କିଣାବିକା ମାମଲାରେ ମନୋରଞ୍ଜନଙ୍କୁ ଗତକାଲି ଗିରଫ କରାଯାଇଥିଲା ବୋଲି ପ୍ରେସ୍ ରିଲିଜ୍ ଯୋଗେ ସୂଚନା ଦେଇଥିଲା EOW। ତାଙ୍କ ବିରୋଧରେ […]

  • Thursday, 01 July 2021
saiber
ରାଜଧାନୀରେ ଆଉ ଏକ ସାଇବର ଥାନା ଉଦ୍‌ଘାଟିତ

ଭୁବନେଶ୍ୱର : ରାଜଧାନୀରେ ଆଉ ଏକ ସାଇବର ଥାନା ଉଦଘାଟିତ ହୋଇଛି।  ଭୁବନେଶ୍ୱର ସାଇବର କମ୍ପ୍ଲେକ୍ସରେ କ୍ରାଇମବ୍ରାଞ୍ଚର ସାଇବର ଥାନାକୁ ଉଦ୍‌ଘାଟନ କରିଛନ୍ତି ପୋଲିସ ଡିଜି ଅଭୟ।  ଏହାକୁ ମିଶାଇ ରାଜ୍ୟରେ ଏବେ ସାଇବର ଥାନା ସଂଖ୍ୟା ୪କୁ ବୃଦ୍ଧି ହୋଇଛି।  କଟକରେ ଥତ୍ୱା ସାଇବର ଥାନା ଏଠାରୁ ଅପରେଟ ହେବ। ତେବେ ସାଇବର ମାମଲା ତୁଳନାରେ ଦକ୍ଷତାର ଅଭାବ ରହୁଛି, ତେଣୁ ସାଇବର ଥାନା ମାଧ୍ୟମରେ କର୍ମଚାରୀଙ୍କୁ ଟ୍ରେନିଂ ଦେଇ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯିବ […]

  • Thursday, 01 July 2021
sero-survey
କଟକରେ ଆରମ୍ଭ ହେଲା ସେରୋ ସର୍ଭେ

କଟକ: ଆଜିଠାରୁ କଟକ ସହରରେ ଆରମ୍ଭ ହୋଇଛି ସେରୋ ସର୍ଭେ।  ପ୍ରଥମ ପର୍ଯ୍ୟାୟରେ ସହରର ୨୫ଟି ଓ୍ୱାର୍ଡରେ ଏହି ସର୍ଭେ କରାଯିବ। ପ୍ରତି ଓ୍ୱାର୍ଡରୁ ୭୦ ଜଣଙ୍କର ସାମ୍ପଲ ନିଆଯିବ ଏବଂ ଯେଉଁମାନେ ସାମ୍ପଲ ଦେବେ ସେମାନଙ୍କ ନାଁ  ଗୋପନ ରଖାଯିବ ବୋଲି ନିଷ୍ପତ୍ତି ହୋଇଛି। ସିଏମ୍‌ସି ପକ୍ଷରୁ ଏଥିପାଇଁ ଏକ ଟିମ୍ ଗଠନ କରାଯାଇଛି। ଏହି ଟିମ୍‌ରେ ଓ୍ୱାର୍ଡ ଅଫିସର, ସ୍ୱାସ୍ଥ୍ୟ କର୍ମୀ, ଏ.ଏନ.ଏମ, ଅଙ୍ଗନବାଡ଼ି କର୍ମୀ, ସାନିଟାରି ଇନିସ୍ପେର ସାମିଲ ହୋଇଛନ୍ତି। ସେରୋ ସର୍ଭେ […]

  • Thursday, 01 July 2021
chora
ଦୁଇ ଗୁଣା ଟଙ୍କା ଦେବେ କହି ଠକୁଥିଲେ, ଶେଷରେ ଧରାପଡିଲେ

ଭୁବନେଶ୍ୱର: ଦୁଇ ଗୁଣା ଟଙ୍କା ଦେବେ କହି ଲୋକଙ୍କୁ ଠକୁଥିବା ଗୋଟିଏ ଗ୍ୟାଙ୍ଗର ୨ଜଣଙ୍କୁ ଭଦ୍ରକ ଜିଲ୍ଲା ବାସୁଦେବପୁର ପୋଲିସ ଗିରଫ କରିଛି। ଏହି ୨ ଜଣ ହେଲେ କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳର ପ୍ରିୟରଞ୍ଜନ ନାୟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଞ୍ଚଳର ବିଜୟ ଦାସ। ଦୁହିଁଙ୍କ ପାଖରୁ ନଗଦ ଶହେ ଟଙ୍କିଆ ହିସାବରେ ୭୨ ହଜାର ୨୦୦ ଟଙ୍କା ଓ ୪୧୦୦ ଟଙ୍କାର ନକଲି ଶହେ ଟଙ୍କିଆ ନୋଟ୍ ଜବତ ହୋଇଛି। […]

  • Thursday, 01 July 2021
crackers in diwali
‘କଟକରେ ବାଣ ଦୋକାନ ଖୋଲିବାକୁ ମିଳିବ ଅନୁମତି’

କଟକ: କଟକରେ ବାଣ ଦୋକାନ ଖୋଲିବାକୁ ମିଳିବ ଅନୁମତି। ଏନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ପୂର୍ବବର୍ଷ ଭଳି ଏଥର ମଧ୍ୟ କଟକରେ ବାଣ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ବୋଲି ଡିସିପି କହିଛନ୍ତି। କରୋନା କଟକଣାରେ ବାଣ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ। ଦୋକାନ ସାମ୍ନାରେ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ ହେବ। କଟକରେ ଦୁର୍ଗାପୂଜା ଭଳି କାଳୀପୂଜା କୋଭିଡ୍‌ କଟକଣା ମଧ୍ୟରେ ହେବ। ଶାନ୍ତିଶୃଙ୍ଖଳା ପାଇଁ ୧୫ ପ୍ଲାଟୁନ୍‌ ଫୋର୍ସ ଓ […]

  • Thursday, 01 July 2021
ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ହୋଇଯାଇଛି। ଜଟଣୀ ସ୍ଥିତ ଘରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ରାଜୁ ମିଶ୍ରଙ୍କ ପରଲୋକ ନେଇ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି। ଘରେ ବସି ଥିବାବେଳେ ହୃଦ୍‌ଘାତରେ ଟଳି ପଡ଼ିଥିଲେ ରାଜୁ ମିଶ୍ର। ସେ ଅନେକ ସୁପର ହିଟ୍ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶନା ଦେଇଛନ୍ତି। ‘ମମତା ମାଗେ ମୂଲ’, ‘ପୁଅ ମୋର କଳା ଠାକୁର’, ‘ସାଗର […]

  • Thursday, 01 July 2021
ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା: ମେଡିକାଲ କଲେଜ ଅଧୀକ୍ଷକଙ୍କୁ ଠେଲାପେଲା ସହ ମାଡ଼ ମାରିଲେ ଲୋକେ

ବାରିପଦା: ରୋଗୀ ମୃତ୍ୟୁକୁ ନେଇ ବାରିପଦା ମେଡିକାଲ କଲେଜ ଅଧୀକ୍ଷକ ବୈକୁଣ୍ଠନାଥ ମହାପାତ୍ରଙ୍କୁ ଠେଲାପେଲା ସହ ମାଡ଼ ମରାଯାଇଥିବା ସୂଚନା ମିଳିଛି। ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ମେଡିକାଲ କଲେଜ ଅଧୀକ୍ଷକଙ୍କୁ ଉତ୍ତ୍ୟକ୍ତ ଲୋକେ ଠେଲାପେଲା କରିବା ସହ ମାଡ଼ ମାରିଛନ୍ତି। ଜଣେ ନାବାଳିକା ରୋଗୀଙ୍କ ମୃତ୍ୟୁରୁ ଏହି ଉତ୍ତେଜନା ସୃଷ୍ଟି ହୋଇଥିଲା। ଗତ ୩୦ ତାରିଖରେ ଶ୍ୟାମାଖୁଣ୍ଟା ବ୍ଲକର ସମ୍ପୃକ୍ତ ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଥାଲାସେମିଆରେ ପୀଡ଼ିତ ନାବାଳିକାଙ୍କ ଆଜି ମୃତ୍ୟୁ ହୋଇଥିଲା। […]

  • Thursday, 01 July 2021
ten
ମହାପ୍ରସାଦ ସେବନକୁ ନେଇ ଜଗନ୍ନାଥପ୍ରେମୀ ଅସନ୍ତୋଷ

ପୁରୀ: ମହାପ୍ରସାଦ ଯୋଗାଣ ବ୍ୟବସ୍ଥାରେ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିରରେ ମହାପ୍ରସାଦ ବଣ୍ଟନ ହେଉଥିଲେ ମଧ୍ୟ ସେବନର କୌଣସି ବ୍ୟବସ୍ଥା ନଥିବାରୁ ଲୋକେ ଚେୟାର ଉପରେ ବସି ପ୍ରସାଦ ସେବନ କରୁଛନ୍ତି। କାର୍ତ୍ତିକ ମାସ ସାରା ସୁବିଧାରେ ମହାପ୍ରସାଦ ଯୋଗାଇ ଦେବାକୁ ପୁରୀ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସୁଆର ଏବଂ ମହାସୁଆର ନିଯୋଗ ସହ ଆଲୋଚନା କରାଯାଇ ଶ୍ରୀମନ୍ଦିରର ଉତ୍ତର ଓ ଦକ୍ଷିଣଦ୍ୱାରରେ ୨ଟି ଅସ୍ଥାୟୀ ଟେଣ୍ଟ ନିର୍ମାଣ କରାଯାଇଛି। ଏହି ଟେଣ୍ଟରେ କେବଳ […]

  • Thursday, 01 July 2021
election
‘ସମସ୍ତ ଭୋଟରଙ୍କ ହେବ ଥର୍ମାଲ ସ୍କ୍ରିନିଂ’

ଭୁବନେଶ୍ୱର: ଆସନ୍ତାକାଲିର ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ। ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ପ୍ରେସମିଟରେ କହିଛନ୍ତି, ଆସନ୍ତାକାଲି ସକାଳ ୭ରୁ ସଂଧ୍ୟା ୬ଟା ଯାଏଁ ଭୋଟିଂ ହେବ। ବୁଥ୍ ସଂଖ୍ୟା ବଢ଼ିଛି, ଗୋଟିଏ ବୁଥ୍‌ରେ ୧ ହଜାର ଭୋଟର ଭୋଟ୍ ଦେବେ ବୋଲି ସେ ସୂଚନା ଦେଇଛନ୍ତି। ଭୋଟିଂ ପୂର୍ବରୁ ସମସ୍ତ ପୋଲିଂ ବୁଥ୍ ସାନିଟାଇଜ କରାଯିବ। ସମସ୍ତ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ ହେବ, ତାପମାତ୍ରା ଅଧିକ […]

  • Thursday, 01 July 2021
birju
୨୫ ବର୍ଷ ଧରି ପାକିସ୍ତାନ‌ ଜେଲ୍‌ରେ ଥିଲେ ସୁନ୍ଦରଗଡ଼ର ବିରଜୁ

ରାଉଲକେଲା: ପ୍ରାୟ ୨୫ ବର୍ଷ ଧରି ନିଖୋଜ ଥିବା ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଜଙ୍ଗାଟୋଲି ଗାଁର ବିରଜୁ କୁଲୁ ପାକିସ୍ତାନରେ ଜେଲରେ ଥିଲେ ବୋଲି ଜଣାପଡ଼ିଛି। ସେ ଏବେ ପଞ୍ଜାବ ଅମୃତସରର ଏକ ହସ୍ପିଟାଲରେ ଅଛନ୍ତି କ୍ୱାରେଣ୍ଟିନ୍ ସମୟ ସାରିବା ପରେ ଘରକୁ ଫେରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ୨୫ ବର୍ଷ ପୂର୍ବରୁ ବିରଜୁ ରାଞ୍ଚିର ଏକ ହୋଟେଲରେ କାମ କରୁଥିବା ବେଳେ ହଠାତ କେଉଁଆଡେ ନିଖୋଜ ହୋଇଯାଇଥିଲେ ତେବେ ମାନସିକ ଅନଗ୍ରସର […]

  • Thursday, 01 July 2021
vaccine
ଟିକା ପାଇଁ ନାଁ ଦେଲେଣି ୯୮ ପ୍ରତିଶତ

ଭୁବନେଶ୍ୱର: ଟିକା ପାଇଁ ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀଙ୍କ ଡାଟା ଆହ୍ୱାନ ପ୍ରସଙ୍ଗରେ ଏଯାବତ ୯୮% ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ ତଥ୍ୟ ଦେଲେଣି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ୩୬୮୩ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ ସଂସ୍ଥାରୁ ଡାଟା ମଗାଯାଇଥିଲା। ୩୪୬୩ ସଂସ୍ଥା ସେମାନଙ୍କ କର୍ମଚାରୀଙ୍କ ସଂପର୍କରେ ଡାଟା ଦେଇଛନ୍ତି। ମୋଟ ୩ ଲକ୍ଷ ୨୭୦୮ ଲୋକଙ୍କ ଡାଟା ଟାର୍ଗେଟ ରହିଛି। ଅକ୍ଟୋବର ୩୧ ସୁଦ୍ଧା ୨ […]

  • Thursday, 01 July 2021
picnic-spot
'ପିକ୍‌ନିକ୍ ସ୍ପଟ୍‌ରେ ବଣଭୋଜି ଓ ମ୍ୟୁଜିକ୍ ବଜାଇବା ମନା'

ବ୍ରହ୍ମପୁର: କରୋନାର ଦ୍ୱିତୀୟ ପ୍ରବାହକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ବୈଠକ। ଦ୍ୱିତୀୟ ପ୍ରବାହ ରୋକିବାକୁ ସତର୍କତା ଅବଲମ୍ବନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। କରୋନା ନିୟମ ମାନିବାକୁ ପ୍ରଥମେ ସଚେତନତା ଓ ପରେ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏଥିରେ କଣ ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ:- ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ପହିଲା ଯାଏଁ ସମସ୍ତ ମନ୍ଦିର ବନ୍ଦ ରହିବ। ପିକନିକ୍ ସ୍ପଟଗୁଡ଼ିକ ଲାଗି ମଧ୍ୟ ଗାଇଡ୍ ଲାଇନ୍ ଜାରି। ପିକ୍‌ନିକ୍ ସ୍ପଟରେ ବଣଭୋଜି […]

  • Thursday, 01 July 2021
kjhhh
ପିଆଜ ପରେ ଏବେ ଆଳୁ ଚଡ଼କ ! ନିଇତି ବଜାରରେ ନୂଆ ନୂଆ ରେଟ୍

ଭୁବନେଶ୍ୱର: ବଜାରରେ ପରିବା ଦର ଆକାଶଛୁଆଁ ହୋଇଛି। ପିଆଜ ଦର ଖସୁନଥିବା ବେଳେ ଏବେ ଆଳୁ ଦରରେ ଲାଗିଲାଣି ନିଆଁ। ନିଇତି ବଜାରରେ ନୂଆ ନୂଆ ରେଟ୍‌ ମଧ୍ୟ ସ୍ଥିର ହେଉଛି। ଦେଢ଼ ମାସେ ତଳେ କିଲୋ ପିଛା ୨୦ରୁ ୨୫ଟଙ୍କା ଥିଲା, ଦୁଇ ଦିନ ତଳେ ୩୮ରୁ ୪୦ ହେଲେ ଆଜି କିଣିଲା ବେଳକୁ କେଉଁଠି ୪୨ ତ କେଉଁଠି ୪୫ ଟଙ୍କା। ଏବେ କାର୍ତ୍ତିକ ମାସ ଘରେ ଆମିଷ ପଶିବନି। ତେଣୁ ପରିବା ଉପରେ […]

  • Thursday, 01 July 2021