• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ରଦହୀଲୋତଗେୂ
୬ ଜଣ ମିଶି ବଟି ଆଦାୟ କରୁଥିଲେ, ଧରିନେଲା ପୋଲିସ

ଭୁବନେଶ୍ୱର: ଲକ୍ଷାଧିକ ଟଙ୍କା ବଟି ନେବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ୬ ଜଣ ଯାକ ଏକ ଘିଅ କମ୍ପାନୀରୁ ବଟି ଆଦାୟ କରୁଥିଲେ। ଘଟଣା ଆଉ କେଉଁଠି ନୁହେଁ, ଖୋଦ ରାଜଧାନୀରେ ଘଟିଛି। ଗିରଫ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଗିରଫ ବ୍ୟକ୍ତିମାନେ ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ଘିଅ କମ୍ପାନୀରୁ ବଟି ଆଦାୟ କରୁଥିବା ଅଭିଯୋଗ ଆସିଥିଲା। ପୋଲିସ ସେମାନଙ୍କୁ ଗିରଫ କରିବା ପରେ ଜଣାପଡ଼ିଥିଲା […]

  • Friday, 02 July 2021
blackrose
ବ୍ଲାକ୍‌ରୋଜ୍‌ରେ ପିଟି ହୋଇ ବୁଡ଼ିଗଲା ଟ୍ରଲର, ୪ ମତ୍ସ୍ୟଜୀବୀ ନିଖୋଜ

ପାରାଦୀପ: ବ୍ଲାକ୍‌ରୋଜ୍ ଜାହାଜରେ ପିଟିହୋଇ ବୁଡ଼ିଗଲା ଟ୍ରଲର। ଫଳରେ ୪ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ପାରାଦୀପରେ ବ୍ଲାକରୋଜ ଜାହାଜ ପାଣିରେ ବୁଡ଼ି ରହିଥିବାରୁ ଟ୍ରଲରଟି ଏଥିରେ ମାଡ଼ ହୋଇ ଯାଇଥିଲା।  ମାଛଧରା ଡଙ୍ଗା ସାହାଯ୍ୟରେ ୫ ଜଣଙ୍କୁ ଉଦ୍ଧାର କରାଯାଇଛି। ହେଲେ ଆଉ ୪ଜଣଙ୍କର ଏ ପର୍ଯ୍ୟନ୍ତ କୌଣସି ପତ୍ତା ମିଳୁନାହିଁ। ସୂଚନାଥାଉ କି, ପୂର୍ବରୁ ମଧ୍ୟ ବ୍ଲାକରୋଜରେ ପିଟି ହୋଇ ଅନେକ ଟ୍ରଲର ବୁଡ଼ିଛି।  

  • Friday, 02 July 2021
mao
ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଅସ୍ତ୍ର ଭଣ୍ଡାର ଠାବ

ମାଲକାନଗିରି : ମାଲକାନଗିରି ପୋଲିସକୁ ମିଳିଛି ସଫଳତା। ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଅସ୍ତ୍ର ଭଣ୍ଡାର ଠାବ ସହ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ମିଳିତ ବାହିନୀ ମୁକୁଡ଼ପାଲ୍ଲୀ ଓ ଗୋରାସେତୁ ପାଖରେ ମାଓବାଦୀମାନେ ମାଟି ତଳେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ପୋତି ରଖିଥିବା ସୂଚନା ମିଳିଥିଲା। ଏହାପରେ ଏସ୍ଓଜି ଓ ବିଏସ୍ଏଫ୍ ମିଳିତ ଭାବେ ଚଢ଼ଉ ସହ ମାଟି ଖୋଳି ଅସ୍ତ୍ରଶସ୍ତ୍ରକୁ ଜବତ କରିଛନ୍ତି। ଏଥିରେ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ କ୍ଲମର ମାଈନ, […]

  • Friday, 02 July 2021
monsoon
ଅଧା ଓଡ଼ିଶା ଛାଡ଼ିଲା ମୌସୁମୀ

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳରୁ ବିଦାୟ ନେଲା ମୌସୁମୀ। ୮ଟି ଜିଲ୍ଲା ସଂପୂର୍ଣ୍ଣ ଏବଂ ଆଉ ୮ ଜିଲ୍ଲାରୁ ମୌସୁମୀ ଆଂଶିକ ବିଦାୟ ନେଇଛି। ଏହା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା ଛାଡିଛି। ଫଳରେ ଆଜି ପାଗ ଅନୁକୂଳ ରହିଛି। ଆଗାମୀ ୨ ଦିନରେ ମୌସୁମୀ ପୂରା ଓଡ଼ିଶା ଛାଡ଼ିବ ବୋଲି ସୂଚନା ମିଳିଛି। ଆସନ୍ତା ୨୮ ସୁଦ୍ଧା ସାରା ଦେଶରୁ ମୌସୁମୀ ବିଦାୟ ନେବା ବୋଲି ଆକଳନ କରାଯାଇଛି। […]

  • Friday, 02 July 2021
2
କୋଭିଡ୍ କଟକଣା ଭିତରେ ଶ୍ରୀକ୍ଷେତ୍ରରେ ହେବ ଗୋଷାଣୀ ଭସାଣ

ପୁରୀ: ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ହେବ ଗୋଷାଣୀ ଭସାଣ ଉତ୍ସବ। ଏଥିଲାଗି ଆସନ୍ତାକାଲି ଦିନ ୧୦ଟାରୁ ମରଚିକୋଟ ଛକଠାରୁ ସିଂହଦ୍ୱାର ଏବଂ ଶ୍ରୀମନ୍ଦିର ଚାରିପାଖରେ ୧୪୪ ଧାରା ଲାଗୁ କରାଯିବ। ଗୋଷାଣୀଙ୍କ ସହ ମାତ୍ର ୭ ଜଣଙ୍କୁ ଭସାଣି ପାଇଁ ଅନୁମତି ଦେଇଛି ପ୍ରଶାସନ। ସେମାନଙ୍କୁ ପରିଚୟ ପତ୍ର ଯୋଗାଇ ଦିଆଯିବ। ଶ୍ରୀକ୍ଷେତ୍ରର ପ୍ରମୁଖ ସାତ ସାହି ଓ ଆଖଡା ଦ୍ୱାରା ହେଉଥିବା ୪୦ରୁ ଅଧିକ ଗୋଷାଣୀ ସିଂହଦ୍ୱାରକୁ ଭସାଣ ଆସିବ। ଏହି ଶୋଭାଯାତ୍ରା […]

  • Friday, 02 July 2021
patamundei
ଠାକୁରାଣୀଙ୍କ ପ୍ରସାଦ ଖାଇ ଶତାଧିକ ଲୋକ ଅସୁସ୍ଥ

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ଠାକୁରାଣୀଙ୍କ ପ୍ରସାଦ ଖାଇ ଶତାଧିକ ଲୋକ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ଅଛନ୍ତି। ସମସ୍ତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଘଟଣାଟି ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅଞ୍ଚଳରେ ଘଟିଛି। ଗତକାଲି ରାତିରେ କୃଷ୍ଣନଗର ପଞ୍ଚାୟତ ପିଞ୍ଛାପାଟିଆ ଗାଁରେ ମନଶାଦେବୀ ଠାକୁରାଣୀ ମନ୍ଦିରରେ ଭୋଗ ହୋଇଥିଲା। ସେହି ଭୋଗକୁ ଗାଁର ଶତାଧିକ ଲୋକ ଖାଇଥିଲେ। ଆଜି ସକାଳେ ସମସ୍ତଙ୍କୁ ଝାଡ଼ା, ବାନ୍ତି ଓ ମୁଣ୍ଡବିନ୍ଧା ହୋଇଥିଲା। ସମସ୍ତଙ୍କୁ ଡାଙ୍ଗମାଳ ପ୍ରାଥମିକ […]

  • Friday, 02 July 2021
hati
ମୟୂରଭଞ୍ଜ କରଞ୍ଜିଆରେ ହାତୀ ଆତଙ୍କ

ମୟୂରଭଞ୍ଜ କରଞ୍ଜିଆରେ ହାତୀ ଆତଙ୍କ। ୨୨ ଟିକିଆ ହାତୀ ପଲ ଗତ ୧୧ ଦିନ ହେଲା ଉପଦ୍ରବ ଚଳାଇଛନ୍ତି। ହାତୀ ପଲ ବ୍ୟାପକ ଅଞ୍ଚଳରେ ଧାନ ଫସଲ ନଷ୍ଟ କରିବା ସହ ୫ରୁ ଅଧିକ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଧାନ ଅମଳ ସମୟ  ହଇଥିବା ବେଳେ ହାତୀପଲ ଧାନ ଖାଇବା ସହିତ ମାଡି ମକଚି ବହୁ ଫସଲ ନଷ୍ଟ କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଗତ ରାତିରେ ହାତୀ ପଲ କରଞ୍ଜିଆ ବ୍ଲକ […]

  • Friday, 02 July 2021
1
ଅସ୍ଥାୟୀ ପୋଖରୀରେ ମା’ଙ୍କୁ ମେଲାଣି

କଟକ: ଦୀର୍ଘ ଦଶ ଦିନର ପୂଜା ବିଧି ଶେଷ ହେବାପରେ ଆସନ୍ତାକାଲି ମା ଦୁର୍ଗାଙ୍କୁ ମେଲାଣି ଦିଆଯିବ। ପୂର୍ବ ବର୍ଷଭଳି ଅଡ଼ମ୍ବରରେ ବିସର୍ଜନ ଉପରେ ପ୍ରଶାସନ ରୋକ୍ ଲଗାଇଛି। ତେଣୁ କଟକରେ ମାଆଙ୍କ ଭସାଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦେବୀଗଡା ବ୍ୟତୀତ ଅନ୍ୟ ୧୪ଟି ସ୍ଥାନରେ ବିର୍ସଜନ ଲାଗି ଅସ୍ଥାୟୀ ପୋଖରୀ କରାଯାଇଛି।  ପ୍ରତିଟି ପୂଜା ମଣ୍ଡପ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ଭସାଣି କରାଯିବ। ସକାଳ ୧୦ଟାରୁ ୧୨ଟା, ୧୨ରୁ ୨ଟା, ଅପରାହ୍ଣ୨ଟା ରୁ […]

  • Friday, 02 July 2021
press-meet
'ଓଟିଭି ଓ ବୈଜୟନ୍ତଙ୍କ ବିରୋଧରେ ହୋଇଥିବା ଅଭିଯୋଗ ମିଛ ଓ ମନଗଢ଼ା'

ଭୁବନେଶ୍ୱର: ଓଟିଭି ଏବଂ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କିଛି ସ୍ଥାନୀୟ ଚ୍ୟାନେଲରେ ପ୍ରସାରିତ ଖବରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓଟିଭି କର୍ତ୍ତୃପକ୍ଷ। ଓଟିଭି ଓ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ମିଛ ଏବଂ ମନଗଢ଼ା ବୋଲି ଓଟିଭି କର୍ତ୍ତୃପକ୍ଷ ଦର୍ଶାଇଛନ୍ତି। ଓଟିଭି ନେଟ୍ଓ୍ୱାର୍କ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରି ଅପରେଟିଂ ଅଫିସର ଲିତିଶା ମଙ୍ଗତ୍ ସ୍ପଷ୍ଟ କରିଛନ୍ତି ଯେ ଓଟିଭି ଏବଂ ପଣ୍ଡା ପରିବାରର କଷ୍ଟଲବ୍ଧ ପ୍ରତିଷ୍ଠାକୁ ମଳିନ କରିବା ଉଦ୍ଦେଶ୍ୟରେ ହିଁ ଦିଲ୍ଲୀରେ […]

  • Friday, 02 July 2021
blackrose
କାହିଁକି ଉଦ୍ଧାର ହେଉନି ବ୍ଲାକରୋଜ୍ ?

ପାରାଦୀପ: ଦୀର୍ଘ ବର୍ଷ ଧରି ପାରାଦୀପ ଉପକୂଳରେ ବୁଡ଼ିରହିଥିବା MV ବ୍ଲାକରୋଜ୍ ଜାହାଜ ପୁଣି ବିପଦ ସାଜିଲା। ଦୁର୍ଘଟଣାଗ୍ରସ୍ତ ଏହି ଜାହାଜରେ ଆଜି ଧକ୍କା ଖାଇ ଅଳ୍ପକେ ବର୍ତ୍ତିଯାଇଛନ୍ତି ୯ ଜଣ ମତ୍ସ୍ୟଜୀବୀ। ଆଜି ସକାଳେ ଘଟିଥିଲା ଏହି ଅଘଟଣ। ସମୁଦ୍ରରେ ଜୁଆର ପାଣିଥିବାରୁ ବୁଡି ରହିଥିବା ବ୍ଲାକରୋଜ୍ ଜାହାଜକୁ ଦେଖି ପାରିନଥିଲେ ଏକ ଟ୍ରଲର ଡ୍ରାଇଭର। ଫଳରେ ଜାହାଜକୁ ଧକ୍କା ହେବା ପରେ ବୋଟ୍‌ଟି ଭାଙ୍ଗି ପାଣିରେ ବୁଡି ଯାଇଥିଲା। ଏହାପରେ ଜାହାଜରେ ଥିବା ସମସ୍ତ […]

  • Friday, 02 July 2021
boat
ଡଙ୍ଗା ବୁଡ଼ି ୩ ନିଖୋଜ

ଲମତାପୁଟ: ଜଲାପୁଟ ଜଳଭଣ୍ଡାରରେ ବୁଡ଼ି ୩ ଯୁବକ ନିଖୋଜ। କାଠ ଡଙ୍ଗାରେ ଜଳଭଣ୍ଡାର ବୁଲିଲା ବେଳେ ଓଲଟିଲା ଡଙ୍ଗା। ଗତକାଲି ୫ ଯୁବକ ଏକ କାଠ ଡଙ୍ଗାରେ ଜଳଭଣ୍ଡାର ଭିତରକୁ ଯାଇଥିଲେ। ଡଙ୍ଗାଟି ବୁଡ଼ି ଯିବାରୁ ୩ ନିଖୋଜ ହୋଇଯାଇଥିଲେ କିନ୍ତୁ ଆଉ ୨ ଜଣ ପହଁରି ପଳାଇ ଆସିଥିଲେ। ପଳାଇ ଆସିଥିବା ୨ ଯୁବକ ଗତକାଲି ଠାରୁ ଦୁର୍ଘଟଣା କଥା କହିନଥିଲେ। ଆଜି ସନ୍ଧ୍ୟାରେ ଘଟଣା ଜଣାପଡ଼ିବା ପରେ ପୋଲିସ୍ ଖୋଜାଖୋଜି ଉଦ୍ୟମ ଆରମ୍ଭ କରିଛି। […]

  • Friday, 02 July 2021
corona-recovery
କରୋନାରୁ ସୁସ୍ଥ ହେଲେ ଆଉ ୨୦୦୩ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୨୦୦୩ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟରେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ୨,୬୬,୧୦୫କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୯ ଓ ଷ୍ଟେଟ୍ ପୁଲ୍‌ରୁ ୫୦ ଜଣ ସୁସ୍ଥ ହୋଇଛନ୍ତି। ଅନୁଗୁଳ-୧୫୯, କଟକ-୧୪୧, ସୁନ୍ଦରଗଡ଼-୧୩୧, ଯାଜପୁରରୁ ୧୧୩ ସୁସ୍ଥ ବାଲେଶ୍ୱର-୧୦୪, ମୟୂରଭଞ୍ଜ-୧୦୧, କଳାହାଣ୍ଡି-୯୧, କେନ୍ଦ୍ରାପଡ଼ା-୮୦ ବରଗଡ଼-୭୮, ବଲାଙ୍ଗିର-୭୨, ପୁରୀ ୬୯, […]

  • Friday, 02 July 2021
Cuttack-Durga-Puja-bhasani
ଆଜି ମେଲାଣି ନେବେ ମା’

ଭୁବନେଶ୍ୱର: ସରିଲା ଦଶହରା ଏବେ ମା‘ଙ୍କୁ ଦିଆଯିବ ମେଲାଣି। ଗତକାଲି ବିଭିନ୍ନ ପୂଜା ମଣ୍ଡପରେ ବିଜୟା ଦଶମୀ ଶେଷ ପରେ ଆଜି ମା’ଙ୍କୁ ଦିଆଯିବ ମେଲାଣି । ରାଜ୍ୟରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ମା’ଙ୍କୁ ଆଜି ବିସର୍ଜନ କରାଯିବ। ଟ୍ୱିନ୍ ସିଟିରେ ମା’ଙ୍କୁ ବିଦାୟ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା। କଟକରେ ସକାଳ ୧୦ଟାରୁ ଆରମ୍ଭ ହେବ ଭସାଣ ପର୍ବ । ଗତକାଲି ମଧ୍ୟ କଟକରେ କିଛି ମେଢ ବିସର୍ଜନ କରାଯାଇଥିଲା। ଦେବୀଗଡା ବ୍ୟତୀତ ଅନ୍ୟ […]

  • Friday, 02 July 2021
temple
ରୂପା କବାଟରେ ଝଲସିବ ଶ୍ରୀମନ୍ଦିର

ପୁରୀ: ରୂପାରେ ଆଛାଦିତ ହେବ ଶ୍ରୀମନ୍ଦିରର ୮ଟି ଦ୍ୱାର । ଏଥିଲାଗି ବିନିଯୋଗ ହେବ ଅଢ଼େଇ ଟନ୍ ରୁପା । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଆଜି ଅପରାହ୍ଣରେ ବସିବ ସ୍ୱତନ୍ତ୍ର ବୈଠକ। ଛତିଶାନିଯୋଗ ନାୟକ, ପରିଚାଳନା କମିଟି ସଦସ୍ୟ, ପୂଜାପଣ୍ଡା ନିଯୋଗ, ପ୍ରତିହାରୀ ନିଯୋଗ ସହ ଆଲୋଚନା କରାଯିବ। ପୂର୍ବରୁ ୩ଟି ଦ୍ୱାର ରୁପା ଛାଉଣୀ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଆଉ ୫ଟି ଦ୍ୱାରକୁ ରୂପାରେ ଛାଉଣୀ କରାଯିବା ପାଇଁ […]

  • Friday, 02 July 2021
mao
ସୀମାରେ ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଆନ୍ଧ୍ର-ଓଡ଼ିଶା ସୀମାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ମାଲକାନଗିରି ଜୁମଡାଙ୍ଗରେ ପୋଲିସ ଅପରେସନ ବେଳେ ଏଭଳି ଘଟଣା ଘଟିଥିଲା। ଜୁମଡାଙ୍ଗ ନିକଟ ଜଙ୍ଗଲରେ ମାଓବାଦୀ ଶିବିର ଥିବାର ସୂଚନା ପାଇ ଗତ କାଲି ପୋଲିସ ଅପରେସନ ଆରମ୍ଭ କରିଥିଲା। ମାଓବାଦୀଙ୍କ ଶିବିର ନିକଟରେ ପହଞ୍ଚିବା ପରେ ପୋଲିସ ଉପରକୁ ମାଓବାଦୀମାନେ ପାଲଟା ଗୁଳିମାଡ଼ କରିଥିଲେ। ଏବେ ମଧ୍ୟ ଏହି ଅଞ୍ଚଳରେ ଗୁଳିବିନିମୟ ଜାରି ରହିଛି। ମାତ୍ର ଏଥିରେ କେହି ମୃତାହତ ହୋଇଥିବା ଜଣାପଡ଼ି […]

  • Friday, 02 July 2021
corona 1
ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହେଲେ ୧, ୨୪୭

ଭୁବନେଶ୍ୱର: ଓଡ଼ିଶାରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ  ୧,୨୪୭ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଗତ କିଛି ଦିନ ଧରି ଖୋଦ୍ଧାରୁ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ବୃଦ୍ଧି ପାଇଛି । ଆଜି ଖୋଦ୍ଧାରୁ ସର୍ବାଧିକ ୨୦୬  ପଜିଟିଭ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ  କଟକରୁ ୧୦୫ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ  ୧,୨୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୭୨୯  ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। […]

  • Friday, 02 July 2021
vaccaine
୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଭୁବନେଶ୍ୱର:ଆଜି ରାଜ୍ୟରେ ୧୩ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧, ୨୭୨ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଭୁବନେଶ୍ୱରରେ ୪ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ନୂଆପଡ଼ାରେ ୩ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ସେହପରି ଝାରସୁଗୁଡ଼ା, କେନ୍ଦୁଝରରେ ୨ ଜଣ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସୂଚନାଥାଉ କି, ଆଜି […]

  • Friday, 02 July 2021
onion
କମିବାର ନାଁ ନେଉନି ପିଆଜ ଦର

ଭୁବନେଶ୍ୱର: ରାଜ୍ୟରେ ପିଆଜ ଦର ଅହେତୁକ ବୃଦ୍ଧି ପାଇଛି। ବିଭିନ୍ନ ରିଟେଲର୍ ଓ ହାଟ ମାନଙ୍କରେ ପିଆଜ ଦର ବଢିବାରେ ଲାଗିଛି। କେଉଁଠି ଦର କିଲୋ ପ୍ରତି ଏହାର ଦର ୮୦ ଥିବା ବେଳେ ଆଉ କେଉଁଠି ଏହାର ମୂଲ୍ୟ ୧୦୦କୁ ଛୁଇଁଛି। ପିଆଜ ମୂଲ୍ୟ ବୃଦ୍ଧି ଯୋଗୁ ଏବେ ଗ୍ରାହକ ପିଆଜ କିଣିବାକୁ କୁଣ୍ଠାବୋଧ କରୁଛନ୍ତି। ରୋଷେଇ ଘରେ ଏବେ ପିଆଜକୁ ମଧ୍ୟ କମ୍ ‌ଦେଖିବାକୁ ମିଳୁଛି। କିଛି କିଛି ସ୍ଥାନରେ ବ୍ୟବସାୟୀଙ୍କ କହିବା କଥା, […]

  • Friday, 02 July 2021
1
ବେଦାନ୍ତ ଫାଟକ ସମ୍ମୁଖରେ ଉତ୍ତେଜନା, ୩ ବର୍ଷ ପରେ ବି ମିଳୁନି ‍‍‍‌‌କ୍ଷତିପୂରଣ

ଝାରସୁଗୁଡ଼ା: ବେଦାନ୍ତ କଂପାନି ମୁଖ୍ୟ ଫାଟକ ଆଗରେ ଉତ୍ତେଜନା ଦେଖିବାକୁ ମିଳିଛି। ଆନ୍ଦୋଳନକାରୀ ବିଭିନ୍ନ ଦାବି ନେଇ ଫାଟକ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି। ବେଦାନ୍ତ ଆସ୍‌ପଣ୍ଡ ବା ପାଉଁସ ପୋଖରୀ ଦ୍ୱାରା କଟିକେଲା ଗାଁର କ୍ଷତିଗ୍ରସ୍ତ ପରିବାର ଧାରଣାରେ ବସିଛନ୍ତି। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଉଚିତ କ୍ଷତିପୂରଣ ସହ ସ୍ଥାୟୀ ନିଯୁକ୍ତି ଓ ସମସ୍ତ ଗ୍ରାମବାସୀଙ୍କୁ ବିସ୍ଥାପନ କରିବାକୁ ଦାବି ହୋଇଛି। ଗତ ୨୦୧୭ ମସିହା ଅଗଷ୍ଟ ମାସରେ […]

  • Friday, 02 July 2021
4
ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ

ବାଲେଶ୍ୱର: ବିଜୁ ଜନତା ଦଳର ନେତା ଓ କର୍ମୀ ବଲେଶ୍ୱରରେ ପ୍ରଚାର ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆଣିଛି ବିଜେପି। ଏ ନେଇ ବିଜେପିର ଏକ ଟିମ୍ ଜିଲ୍ଲାପାଳଙ୍କୁ ଭେଟି ଫେରାଦ ହୋଇଛନ୍ତି। ଗତ ୧୮ ତାରିଖରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାଲେଶ୍ୱର ପଙ୍ଖି ପଞ୍ଚାୟତରେ ପ୍ରଚାର ବେଳେ ଲୋକଙ୍କୁ ପ୍ରଭାବିତ କରିବା ଭଳି ପ୍ରତିଶ୍ରୁତି ଦେଇଥିବା ବିଜେପି ଅଭିଯୋଗ କରିଛି। ୫ ଦିନ ଭିତରେ ଗାଁରେ ବିଦ୍ୟୁତ୍ ସଂଯୋଗ ସହ, […]

  • Friday, 02 July 2021
lord-jagannatha
ମରାମତି ହେବ ପୁରୀ ଶ୍ରୀମନ୍ଦିର ବାଇଶି ପାହାଚ

ପୁରୀ: ପୁରୀ ଶ୍ରୀମନ୍ଦିର ବାଇଶି ପାହାଚର ମରାମତି ହେବ। ବର୍ଷ ବର୍ଷର ଏହି ଐତିହାସିକ ପାହାଚର ମରାମତି କରାଯିବ। ଏଥିଲାଗି ପ୍ରତ୍ନତତ୍ତ୍ୱ ବିଭାଗ ଟିମ୍ ବାଇଶି ପାହାଚ ଅନୁଧ୍ୟାନ କରିଛନ୍ତି। ଆବଶ୍ୟକ ପଡ଼ିଲେ ଦୁର୍ବଳ ପଥର ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି। ପୂର୍ବରୁ ଉତ୍ତର ଓ ପଶ୍ଚିମ ଦ୍ୱାର ପଟ ପାହାଚର ମରାମତି କରାଯାଇଥିଲା। ଏବେ ASI ଟିମ୍‌ର ମହାଲକ୍ଷ୍ମୀ ଓ ବିମଳାଙ୍କ ମନ୍ଦିରର ମଧ୍ୟ ଅନୁଧ୍ୟାନ କରିଛନ୍ତି। ଦୀର୍ଘ ବର୍ଷ ଧରି ବର୍ଷ ପାଣି […]

  • Friday, 02 July 2021
5
ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଥର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଲେଶ୍ୱର ଏବଂ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ନବୀନ ଏହି ପ୍ରଚାର କରିବେ। ଆସନ୍ତାକାଲି ଜଗତସିଂହପୁରର ତିର୍ତ୍ତୋଲ ଏବଂ ଆସନ୍ତା ୨୯ରେ ବାଲେଶ୍ୱର ସଦର ବିଧାନସଭା ଆସନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ। ନଭେମ୍ବର ୩ରେ ତିର୍ତ୍ତୋଲ ଏବଂ ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ହେବ। ନଭେମ୍ବର ୧୦ରେ ଉଭୟ ନିର୍ବାଚନ ମଣ୍ଡଳିର ଭୋଟ ଗଣତି ହେବ। ସେପଟେ ପ୍ରଚାର ପାଇଁ […]

  • Friday, 02 July 2021
ias-resuffle
IAS ସ୍ତରରେ ଅଦଳବଦଳ

ଭୁବନେଶ୍ୱର: IAS ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ସୁରେନ୍ଦ୍ର କୁମାରଙ୍କୁ ଓଡ଼ିଶା ଖଣି ନିଗମର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଅଛନ୍ତି ସୁରେନ୍ଦ୍ର କୁମାର। ସହିପରି ପରାଗ ଗୁପ୍ତାଙ୍କୁ ଓଡ଼ିଶା ଜଙ୍ଗଲ ଉନ୍ନୟନ ନଗମର ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ମାନସୀ ନିମ୍ଭାଲ OSAM ବୋର୍ଡର ସଦସ୍ୟ ସଚିବ ନିଯୁକ୍ତ ହୋଇଥିବା ବେଳେ ସୁଶ୍ରୀ ନିମ୍ଭାଲ ଟିଡିକଲ ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। #IAS ସ୍ତରରେ […]

  • Friday, 02 July 2021
cm-anveen-pattniak
ବିଭିନ୍ନ ବିଭାଗର ଛାତ୍ରବୃତ୍ତି ପାଇଁ ଏବେ ଗୋଟିଏ ପୋର୍ଟାଲ

ଭୁବନେଶ୍ୱର: ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ ବିଭାଗର ଛାତ୍ରବୃତ୍ତି ଲାଗି ଏବେ ରହିବ ଗୋଟିଏ ପୋର୍ଟାଲ। ଆଉ ଭିନ୍ନ ଭିନ୍ନ ପୋର୍ଟାଲ ଦେଖିବା ଆବଶ୍ୟକ ନାହିଁ। ଛାତ୍ରବୃତ୍ତି ପୋର୍ଟାଲ ଦ୍ୱାରା ରାଜ୍ୟର ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ରାଜ୍ୟ ସରକାରଙ୍କ ୬ଟି ବିଭାଗ ପକ୍ଷରୁ ୨୧ଟି ଛାତ୍ରବୃତ୍ତି ଦିଆଯାଇଥାଏ। ଆନ୍ତଃଜାତି ବିବାହ କରିଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସୁମଙ୍ଗଳ ପୋର୍ଟାଲ ଉଦ୍ଦିଷ୍ଟ। ଯୋଗ୍ୟ ହିତାଧିକାରୀ […]

  • Friday, 02 July 2021
7
ଓଭରବ୍ରିଜ ତଳୁ ଉଦ୍ଧାର ହେଲା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅଞ୍ଚଳ ୨୦ ନମ୍ବର ଜାତୀୟ ରାଜପଥର ବାଇପାସ ଓଭରବ୍ରିଜ ତଳୁ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳ ପ୍ରାୟ ୧୦ଟାରେ ଜଣେ ବ୍ୟକ୍ତି ଲୁନାରେ ଏକ ବସ୍ଥା ଧରି ସନ୍ଦେହ ଜନକ ଅବସ୍ଥାରେ ଯାଉଥିବାର କିଛି ଲୋକ ଦେଖିଥିଲେ। ତାକୁ ପଚାରିବାରୁ ଚାଳକ ଜଣଙ୍କ ବସ୍ତା ଭିତରେ ମାଂସ ଅଛି ବୋଲି କହିଥିବା ସୂଚନା ମିଳିଛି। ଏହାପରେ କିଛି ଲୋକ ତାକୁ ଅଟକାଇବାକୁ ଚେଷ୍ଟା କରିବାରୁ […]

  • Friday, 02 July 2021