ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇରେ ଏବେ ସାମିଲ୍ ହେବେ ମହିଳା ଅଧିକାରୀ। ଶ୍ରୀନଗର ସେକ୍ଟରରେ ସିଆରପିଏଫର ଦାୟିତ୍ୱ ପ୍ରଥମଥର ଲାଗି ମହିଳା ପୋଲିସ୍ ଅଧିକାରୀଙ୍କୁ ମିଳିଛି। କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ୍) ଆଇପିଏସ୍ ଅଧିକାରୀ ଚାହୁ ସିହ୍ନାଙ୍କୁ ଆତଙ୍କବାଦୀ ପ୍ରଭାବିତ ଶ୍ରୀନଗର ସେକ୍ଟରର ଆଇଜି ପଦବୀରେ ନିଯୁକ୍ତ କରିଛି। ଚାରୁ ପ୍ରଥମ ମହିଳା ଅଧିକାରୀ ଭାବେ ସିଆରପିଏଫ ଶ୍ରୀନଗର ସେକ୍ଟରର ଆଇଜି ହୋଇଛନ୍ତି। ସିଆରପିଏଫ୍ ଶ୍ରୀନଗର ସେକ୍ଟରର ଆଇଜି ଭାବେ ନିଯୁକ୍ତ ହୋଇଥିବା ଚାହୁ […]
ନୂଆଦିଲ୍ଲୀ: ‘ମେକ୍ ଇନ୍ ଇଣ୍ଡିଆ’ ଆଧାରରେ ଭାରତର ସାମରିକ ଶକ୍ତିକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ପ୍ରତିରକ୍ଷା ମନ୍ତ୍ରାଳୟ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ସେନାକୁ ୬ଟି ପିନାକା ରେଜିମେଣ୍ଟ ରକେଟ୍ ଲଞ୍ଚର ସିଷ୍ଟମ ଯୋଗାଇଦେବା ପାଇଁ ପ୍ରାୟ ୨୫୮୦ କୋଟି ଟଙ୍କାର ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଭାରତ ଆର୍ଥ ମୁଭର୍ସ ଲିମିଟେଡ୍ (BEML), ଟାଟା ପାୱାର କମ୍ପାନୀ ଲିମିଟେଡ୍ (TPCL) ଏବଂ ଲାର୍ସନ୍ ଆଣ୍ଡ ଟୁବ୍ରୋ (L&T) ସହ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଚୁକ୍ତି […]
ନୂଆଦିଲ୍ଲୀ: ଚଳିତ ବର୍ଷ ସଂସଦର ମୌସୁମୀ ଅଧିବେଶନରେ ରହିବନି ପ୍ରଶ୍ନକାଳ। କରୋନା କଟକଣା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ରାଜ୍ୟସଭା ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ତେବେ ଶୂନ୍ୟକାଳ ସମେତ ଅନ୍ୟ କାର୍ଯ୍ୟ ନିର୍ଦ୍ଧାରିତ କାର୍ଯ୍ୟଖସଡ଼ା ଅନୁସାରେ ଚାଲିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଆସନ୍ତା ସେପ୍ଟେମ୍ବର ୧୪ରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ଅକ୍ଟୋବର ୧ ଯାଏ ଏହି ଅଧିବେଶନ ଚାଲିବ। ସଂସଦରେ ପ୍ରବେଶ ପୂର୍ବରୁ ସାଂସଦମାନେ କରୋନା କଟକଣା ମାନିବା ସହ […]
ନୂଆଦିଲ୍ଲୀ: ମହାକାଶରୁ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏକ ଉଲ୍କାପିଣ୍ଡ। ସେପ୍ଟେମ୍ବର ୬ ତାରିଖରେ ଏହା ପୃଥିବୀ ଦେଇ ଅତିକ୍ରମ କରିପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା। ଏହି ଉଲ୍କାପିଣ୍ଡ ବା ଆଷ୍ଟ୍ରଏଡ୍ ଇଜିପ୍ଟର The Great Pyramid of Gizaର ଆକାରଠୁ ଦୁଇଗୁଣାରୁ ଅଧିକ। ଯାହାର ନାଁ 465824 (2010 FR) ଓ ବ୍ୟାସ ୧୨୦ରୁ ୨୭୦ ବୋଲି କୁହାଯାଉଛି। ୨୦୧୦ରୁ ବୈଜ୍ଞାନିକମାନେ ଏହି ଉଲ୍କାପିଣ୍ଡକୁ ଟ୍ରାକିଂ କରୁଛନ୍ତି। […]
ନୂଆଦିଲ୍ଲୀ: ଏଲଏସିରେ ଚୀନ୍ ଲଗାତର ଅନୁପ୍ରବେଶ କରିବାକୁ ପ୍ରୟାସ କରୁଛି। ତେବେ ଭାରତୀୟ ସେନା ଚୀନର ଏହି ପ୍ରଚେଷ୍ଟାକୁ ବାରମ୍ବାର ଫେଲ୍ କରିଦେଉଛନ୍ତି। କିନ୍ତୁ ଚୀନର ଏଭଳି କାର୍ଯ୍ୟକଳାପକୁ ନେଇ ସୀମାରେ ମଧ୍ୟ ଟେନସନ୍ ବଢ଼ିଯାଇଛି। ତେବେ ଏହି ସୀମା ବିବାଦକୁ ନେଇ ଆଜି ପୁଣି ଥରେ ବ୍ରିଗେଡ୍ କମାଣ୍ଡର ସ୍ତରୀୟ ବୈଠକ ବସିଛି। ଉତ୍ତେଜନା ହ୍ରାସ ଲାଗି ମୋଲ୍ଡୋରେ ଗତକାଲି ମଧ୍ୟ ବୈଠକ ବସିଥିଲା। ଭାରତ ଶାନ୍ତି ଚାହେଁ, କିନ୍ତୁ କୌଣସି ପରିସ୍ଥିତିରେ ସୀମାର ଅଖଣ୍ଡତା […]
ନୂଆଦିଲ୍ଲୀ: ଆପଣଙ୍କ ଆଧାର କାର୍ଡ ଅପଡେଟ୍ ଅଛି କି ? ଯଦି ହଁ ତେବେ କିଛି ସମସ୍ୟା ନାହିଁ। ଯଦି ନା’ ତା’ହେଲେ ଏବେ ହିଁ କରନ୍ତୁ ଅପଡେଟ୍। ନଚେତ୍ କୌଣସି ବି ମୁହୂର୍ତ୍ତରେ ସମସ୍ୟାରେ ପଡ଼ି ପାରନ୍ତି। ତେଣୁ ଅସୁବିଧାରେ ପଡ଼ିବା ଆଗରୁ ମାତ୍ର ୧୦୦ ଟଙ୍କାରେ କରି ନିଅନ୍ତୁ ଆଧାର କାର୍ଡ଼ ଅପଡେଟ୍। ପରିଚୟ ପ୍ରମାଣ ପାଇଁ ସବୁଠି ଆଧାର କାର୍ଡ ବ୍ୟବହୃତ ହୋଇଥାଏ। ଏଥିରେ ଯଦି କିଛି ଭୁଲ ରହିଯାଏ ସବୁ କିଛି ଭୁଲ […]
ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ତିନି ଦିନିଆ ରୁଷ୍ ଗସ୍ତ କରିଛନ୍ତି। ଏହି ଗସ୍ତରେ ସେ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ବୈଠକର ଯୋଗଦେବେ, ଯେଉଁଥିରେ ଆଞ୍ଚଳିକ ସୁରକ୍ଷାକୁ ନେଇ ଆଲୋଚନା ହୋଇପାରେ। ସେହିପରି ରୁଷ୍ ପ୍ରତିରକ୍ଷା ବରିଷ୍ଠ ଅଧିକାରୀଙ୍କ ଆଲୋଚନା କରିବା ସହ ପ୍ରତିରକ୍ଷା କ୍ରୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନେଇ ରାଜନାଥ ସିଂହ ଆଲୋଚନା କରିବେ ବୋଲି ଜଣାପଡିଛି। ରୁଷ […]
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଚଳିତ ମାସ ୧୪ ତାରିଖରୁ ଆରମ୍ଭ ହେବ। ଏହା ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ୧୮ ଦିନ ଧରି ଚାଲିବାକୁ ଥିବା ସଂସଦ ଅଧିବେଶନରେ କୌଣସି ଛୁଟି ରହିବ ନାହିଁ। ଅର୍ଥାତ୍ ଏଥର ଶନିବାର ଓ ରବିବାର ମଧ୍ୟ ଉଭୟ ଗୃହ ଚାଲୁରହିବ। କରୋନାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିୟମ ଅନୁଯାୟୀ ପ୍ରତିଦିନ ପ୍ରଥମ ଚାରି ଘଣ୍ଟା ରାଜ୍ୟସଭା ଅଧିବେଶନ ଚାଲିବ ଏବଂ […]
ନୂଆଦିଲ୍ଲ: ଚୂଡ଼ାନ୍ତ ହୋଇଛି ରାମ ମନ୍ଦିର ନକ୍ସା। ଏହି ନକ୍ସାକୁ ମିଳିଛି ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷ (ADA)ଙ୍କ ଅନୁମୋଦନ। ଆଜି ଏ ସଂପର୍କରେ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷଙ୍କ ବୈଠକ ବସିଥିଲା। ବୈଠକରେ ସର୍ବସମ୍ମତିକ୍ରମେ ରାମ ମନ୍ଦିର ନକ୍ସାକୁ ଅନୁମୋଦନ ମିଳିଛି। ଆଇନ ଅନୁସାରେ ୨୫ ଏକର ଜମି ପର୍ଯ୍ୟନ୍ତ କୌଣସି ନକ୍ସାକୁ ମଂଜୁରି ଦେଇପାରିବେ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଉପାଧ୍ୟକ୍ଷ। ୨୫ ଏକରରୁ ଅଧିକ ହେଲେ ବୋର୍ଡର ଅନୁମୋଦନ ଜରୁରୀ। ଆଜିର ବୈଠକରେ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷଙ୍କ […]
ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାର ପ୍ରାଇମ୍ ସସପେକ୍ଟ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଲିଙ୍କ୍ ମାମଲାରେ ୨ ଜଣଙ୍କୁ ଗିରଫ କରିଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (NCB)। ଗିରଫ ଦୁଇଜଣ ହେଲେ ଅବଦୁଲ ବାସିତ ପରିହାର ଓ ଜୈଦ୍ ଭିଲିଟ୍ରା। ଉଭୟଙ୍କୁ ମୁମ୍ବାଇ ଓ ବାନ୍ଦ୍ରାରୁ ଗିରଫ କରିଛି ଏନସିବି। ରିୟାଙ୍କ ସହଯୋଗୀ ସାମୁଏଲ ମିରଣ୍ଡାଙ୍କ ଲିଙ୍କରେ ଏମାନଙ୍କୁ ଗିରଫ କରାଯାଇଛି। ରିୟାଙ୍କ ଭାଇ ସୌଭିକଙ୍କ ନିର୍ଦ୍ଦେଶରେ ମିରଣ୍ଡା ଦୁହିଁଙ୍କ ଠାରୁ ଡ୍ରଗ୍ସ ଆଣୁଥିଲେ ବୋଲି […]
ନୂଆଦିଲ୍ଲୀ: ଚୀନ୍ ବିରୋଧରେ ଭାରତ ସରକାର ପୁଣିଥରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛନ୍ତି। ଭାରତର ସରକାର ତୃତୀୟଥର ଲାଗି ଚାଇନିଜ ଆପ୍ ଉପରେ ବ୍ୟାନ୍ ଲଗାଇଛନ୍ତି। ଲୋକପ୍ରିୟ ଗେମ୍ ‘ପବ୍ଜୀ’ ସମେତ ମୋଟ ୧୧୮ଟି ଚାଇନିଜ୍ ଆପକୁ ଭାରତ ସରକାର ବ୍ୟାନ୍ କରିବାକୁ ଘୋଷଣା କରିଛନ୍ତି। ଏହାକୁ ମିଶାଇ ମୋଟ ୨୨୪ଟି ଚାଇନିଜ୍ ଆପ୍ ବ୍ୟାନ୍ କରିଛି ଭାରତ। ଆପ୍ସକୁ ବ୍ୟାନ୍ କରିବାର ନିଷ୍ପତ୍ତି ଟେଲିକମ୍ ମନ୍ତ୍ରାଳୟ ପକ୍ଷରୁ ନିଆଯାଇଛି। ଯେଉଁ ଆପ୍ସ ବ୍ୟାନ୍ କରାଯାଇଛି, ତା’ର ତାଲିକା […]
ବେଙ୍ଗାଲୁରୁ: ଇ-ଟିକେଟିଂ ବେଳେ ସାଇବର୍ ହ୍ୟାକିଂର ଅଭିଯୋଗ ଆସିଥିଲା। ଏ ନେଇ ଚଳିତ ବର୍ଷ ଜାନୁଆରୀରେ ଗିରଫ ହୋଇଥିବା କେନ୍ଦ୍ରାପଡ଼ା ଯୁବକ ପାଖରୁ ସତ ଓଗାଳିଛି ଆରପିଏଫ୍। ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଜଣକ ଇସଲାମାବାଦରେ ବସିଥିବା ହ୍ୟାକର୍ ସହିତ ମିଶି ରେଳ ବିଭାଗ, ବ୍ୟାଙ୍କ ଡକ୍ୟୁମେଣ୍ଟ ଏବଂ ଅନେକ ସରକାରୀ ସଂସ୍ଥାର ତଥ୍ୟ ହ୍ୟାକିଂ କରୁଥିଲେ। ତେବେ ପିଟିଆଇ ଅଭିଯୁକ୍ତର ନାମ ଏବଂ ପରିଚୟ ସୁରକ୍ଷା ଦୃଷ୍ଟିରୁ ଗୋପନ ରଖିଛି। ଏଥିରେ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ୱେବ୍ସାଇଟ୍ ଓ ନରେନ୍ଦ୍ର ମୋଦି ମୋବାଇଲ୍ ଆପ୍ର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟ୍ ହ୍ୟାକ୍ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ୧୫ରେ ଆକାଉଣ୍ଟ୍ ହ୍ୟାକ୍ ହୋଇଥିବା ଜଣାପଡ଼ିଛି। ଏହି ଆକାଉଣ୍ଟ୍ରେ ୨.୫ ମିଲିୟନ ଫଲୋଅର୍ସ ଅଛନ୍ତି। ଜନ୍ ୱିକ୍ (hckindia@tutanota.com) ପକ୍ଷରୁ ଏହି ଆକାଉଣ୍ଟ ହ୍ୟାକ୍ କରାଯାଇଥିବା ଜଣାପଡ଼ିଛି। ହ୍ୟାକ୍ ପରେ ହ୍ୟାକର୍ସମାନେ ଏହି ଆକାଉଣ୍ଟରେ ଥିବା ଫଲୋର୍ସଙ୍କୁ କୋଭିଡ -୧୯ ମୁକାବିଲା ପାଇଁ ପିଏମ୍ […]