• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

soumya-ranjan-patnaik-
କରୋନା ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ

ରାଜ୍ୟରେ କୋଭିଡ୍ ମୃତ୍ୟୁ ସଂଖ୍ୟା ପ୍ରକୃତରେ କେତେ? ଏହାକୁ ନେଇ ବିଭିନ୍ନ ସମୟରେ ରାଜନୈତିକ ଓ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଥିବା ବେଳେ ଖୋଦ୍ ଶାସକ ଦଳର ବିଧାୟକ ତଥା ବିଜେଡି ଉପସଭାପତି ସୌମ୍ୟରଂଜନ ପଟ୍ଟନାୟକଙ୍କ ସଂପାଦକୀୟ ଲେଖା ଏବେ ଆଲୋଡ଼ନ ସୃଷ୍ଟି କରିଛି

  • Thursday, 01 July 2021
kali-puja
କାଳି ପୂଜା କଟକଣା: ୪ ଫୁଟରୁ ଅଧିକ ହେବନି ମା'ଙ୍କ ମୂର୍ତ୍ତି

କଟକ: କଟକରେ କାଳି ପୂଜା କଟକଣା। ଅଧିକ ଉଚ୍ଚର ମୂର୍ତ୍ତି ହେବନି। ନାଚ ଗୀତ ଓ ବାଣ ଫୁଟା ବାରଣ। ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ। ସୂଚନା ଅନୁସାରେ ଦୁର୍ଗା ପୂଜା ବେଳେ ଯେପରି କଟକଣା ହୋଇଥିଲା ତାହା ଲାଗୁ କରାଯିବ:- ମୂର୍ତ୍ତି ୪ ଫୁଟରୁ ଅଧିକ ହେବନି। ନାଚ ଗୀତ ଓ ବାଣ ଫୁଟା ବାରଣ। ଭସାଣ ବେଳେ ଶୋଭାଯାତ୍ରା ନେଇ ଅନୁମତି ମିଳିବ ନାହିଁ। ଭସାଣ ବେଳେ ପ୍ରତି ପୂଜା ସ୍ଥଳିରୁ […]

  • Thursday, 01 July 2021
otv
OTV ବିରୋଧରେ ପୁଣି ପୋଲିସ୍‌ର ଆକ୍ରୋଶମୂଳକ ପଦକ୍ଷେପ

ଭୁବନେଶ୍ୱର: ପୁଣି ଓଟିଭି ବିରୋଧରେ ପୋଲିସ୍‌ର ଆକ୍ରୋଶମୂଳକ ପଦକ୍ଷେପ। ଗତକାଲି ରାତି ଅଧିଆ ପୋଲିସ୍‌ ଖୋର୍ଦ୍ଧା ସାରୁଅ ସ୍ଥିତ ଓଟିଭି ଷ୍ଟୁଡିଓ କ୍ୟାମ୍ପସରେ ପଶି ସେଠାକାର ସାଇଟ୍ ଇନଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଛି। ରାତିରେ ଅନିରୁଦ୍ଧ ଶୋଇଥିବା ସମୟରେ୧୫ରୁ ୨୦ ଜଣ ପୋଲିସ୍‌ ସଦଳବଳ କ୍ୟାମ୍ପସର କାନ୍ଥ ଡେଇଁ ଆସିବା ସହ କବାଟ ଭାଙ୍ଗି ତାଙ୍କ ରୁମ୍‌ ଭିତରକୁ ଧସେଇ ପଶିଥିଲେ। ପେଶାଗତ ଅପରାଧୀଙ୍କ ଭଳି ପୋଲିସ୍‌ ତାଙ୍କୁ ହଠାତ ସେଠାରୁ ତାଙ୍କୁ […]

  • Thursday, 01 July 2021
breaking news
ବିଳମ୍ବିତ ରାତିରେ ଲାଇନ୍‌ଚ୍ୟୁତ୍‌ ହେଲା ଟ୍ରେନ୍‌ର ୧୨ ବଗି

କୋରାପୁଟ: କୋରାପୁଟ-ଜୟପୁର ରେଳପଥର ମାନବାର ରେଲ୍‌ୱେ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଛି। ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଏହି ଘଟଣା ଘଟିଛି। ଟ୍ରେନ୍‌ଟି ଲୁହାପଥର ଗୁଣ୍ଡ ବୋଝେଇ କରି ଛତିଶଗଡ଼ କିରଣ୍ଡୁଲ୍‌ରୁ ବିଶାଖାପାଟଣା ଯାଉଥିବା ବେଳେ ଲାଇନ୍‌ଚ୍ୟୁତ୍‌ ହୋଇଥିଲା। ଲାଇନ୍‌ଚ୍ୟୁତ୍‌ର କାରଣ ଅସ୍ପଷ୍ଟ ଥିବାବେଳେ ଉଦ୍ଧାର କାମ ଜାରି ରହିଛି।

  • Thursday, 01 July 2021
photo
ଫୈସଲା ୨୦୨୦: କୋଭିଡ କଟକଣା ଭିତରେ ଭୋଟ ଗଣତି ଆରମ୍ଭ

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲରେ ଆରମ୍ଭ ହୋଇଛି ଭୋଟ ଗଣତି। କଡା କଟକଣା ଭିତରେ ଭୋଟ ଗଣତି ଆରମ୍ଭ ହୋଇଛି। ସୂଚନାଥାଉ କି, ଗତ ୩ ତାରିଖ ଏହି ଦୁଇ ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଥିଲା। ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଏହି ଦୁଇ ଆସନରେ ତିନି ଦଳ ବିଜେପି, ବିଜେଡି ମଧ୍ୟରେ କଡ଼ା ମୁକାବିଲା ହେବ। ଗଣତି ପାଇଁ ପ୍ରତି ନିବାଚନମଣ୍ଡଳୀରେ ୩ ଟି ଲେଖାଏ କାଉଣ୍ଟିଂ ହଲ […]

  • Thursday, 01 July 2021
badaluchi-basti-chitra
ଭୁବନେଶ୍ୱର ପରେ ରାଉରକେଲା : ଲୋକଙ୍କ ମନମୋହୁଛି ବସ୍ତିର କାନ୍ଥବାଡରେ ଅଙ୍କାଯାଇଥିବା ଭଳିକି ଭଳି ଚିତ୍ର

ବଦଳୁଛି ବସ୍ତିର ଭାଗ୍ୟ ରାଉରକେଲାର ବିଭିନ୍ନ ଛୋଟବଡ଼ ବସ୍ତିର ବଦଳିଛି ରୂପ ୧୩୦ଟି ବସ୍ତିରୁ ୬ଟି ବସ୍ତିରେ ହୋଇଛି ସୌନ୍ଦର୍ଯ୍ୟକରଣ ବସ୍ତିଗୁଡିକ ପୂର୍ବପରି ଆଉ ଅଳିଆ ଆବର୍ଜନା ହୋଇ ରହିନି ଲୋକଙ୍କ ମନମୋହୁଛି ବସ୍ତିର କାନ୍ଥବାଡରେ ଭଳିକି ଭଳି ଚିତ୍ର ରାଉରକେଲାର…

  • Thursday, 01 July 2021
corona 22
କମୁଛି କରୋନା ପ୍ରଭାବ, ଆଜି ୧୦୦୦ ତଳକୁ ଖସିଲା ସଂଖ୍ୟା

ଭୁବନେଶ୍ୱର: ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ତଳକୁ ଖସି ଆସିଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ୯୮୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୭୨ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଏବଂ ୪୧୫ ଲୋକାଲ କେସ ଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଖୋର୍ଦ୍ଧା ଜିଲ୍ଲାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଆଜି ଖୋର୍ଦ୍ଧାରେ ୮୬  ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। […]

  • Thursday, 01 July 2021
vaccani
୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୩ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୪୫୪ରେ ପହଞ୍ଚି ଥିବା କହିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।   ଭୁବନେଶ୍ୱରରୁ ଆଜି ଜଣେ କରୋନା ରୋଗୀ ଆଖି ବୁଜିଛନ୍ତି। ସେହପରି, ବାଲେଶ୍ୱର, ବରଗଡ, ଖୋର୍ଦ୍ଧା, କେନ୍ଦୁଝରରୁ ଜଣେ ଲେଖାଏ ରୋଗୀଙ୍କ ମୃତ୍ୟୁ ଘଟିଛି। ଆଜି ମୟୂରଭଞ୍ଜ ଓ ସମ୍ବଲପୁରରୁ ସର୍ବାଧିକ ୩ ଜଣ ଲେଖାଏ କରୋନା ରୋଗୀଙ୍କ ମୃତ୍ୟୁ […]

  • Thursday, 01 July 2021
bls-benu
‘ମୁଁ ମଦ ଦେଇଛି ନା ମାଂସ ଭାତ ଦେଇଛି....ଛାତି ଧଡଧଡ଼ ହେବ ?’

ବାଲେଶ୍ୱର: ବାଲେଶ୍ୱର ବିଧାନସଭା ଉପନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। କିଏ ହାତେଇବ ବାଲେଶ୍ୱର ଆସନ  ସେ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା।  ବାଲେଶ୍ୱରରେ ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳରୁ ଜଣାପଡ଼ିଛି ବିଜେଡି ଏହି ଆସନରେ ଆଗେଇଛି। ତେବେ ଏହି ଆସନରେ ସବୁଠାରୁ ଚର୍ଚ୍ଚାରେ ଥିବା ବେଣୁ ମଉସା ମଧ୍ୟ ଫଳାଫଳକୁ ନେଇ ବେଶ ଉତ୍ସାହିତ । ହେଲେ ତାଙ୍କର ଉତ୍ସାହ, ଉତ୍କଣ୍ଠା ଭିନ୍ନ ପ୍ରକାର। ବେଣୁ ମଉସା କହନ୍ତି, ଛାତି କାହିଁକି ମୋର ଧଡ ଧଡ […]

  • Thursday, 01 July 2021
election-16
ତିର୍ତ୍ତୋଲ ଉପନିର୍ବାଚନ: ନିଜ ଗଡରେ ସମ୍ମାନ ରଖି ପାରିଲାନି କଂଗ୍ରେସ

ତିର୍ତ୍ତୋଲ:ତିର୍ତ୍ତୋଲ ଉପନିର୍ବାଚନ ଫଳଫଳ ଆସ୍ତେ ଆସ୍ତେ ସାମ୍ନାକୁ ଆସୁଛି। ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ତାହା ହିଁ ଦେଖିବାକୁ ମିଳୁଛି। ଏଠାରେ ବିଜେଡି ଆଗରେ ଥିବା ଜଣାପଡିଛି। ତିର୍ତ୍ତୋଲରେ ୬ଷ୍ଠ ରାଉଣ୍ଡ ଗଣତି ଶେଷ ହୋଇଗଲାଣି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁରେ ରହିଛି।  ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାଶ  ବିଜେପି ଠାରୁ ଆଗରେ ରହିଛି  । ଅନ୍ୟପକ୍ଷେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ନିଜ ଗଡରେ ନିଜେ ନିଖୋଜ ହୋଇଯାଇଛି କଂଗ୍ରେସ। […]

  • Thursday, 01 July 2021
unt
୧୦ ଦିନ ହେଲା ଆମେ ଗୃହବନ୍ଦୀ: ଜଗୀଙ୍କ ବାପା

ଭୁବନେଶ୍ୱର: ଖୋର୍ଦ୍ଧା ସାରୁଅ ଜମି ମାମଲାରେ ପୋଲିସର ମାତ୍ରାଧିକ ଆକ୍ରୋଶକୁ ନେଇ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଓଟିଭି ଏମ୍‌ଡି ଜଗୀ ମଙ୍ଗତ ପଣ୍ଡାଙ୍କ ବାପା ରଣଧୀର ସିଂହ। ୧୦ ଦିନ ହେଲା ଗୃହବନ୍ଦୀ ଅବସ୍ଥାରେ ରହିଥିବା କହିଛନ୍ତି। ପିଲାଛୁଆ, କର୍ମଚାରୀମାନେ ସମସ୍ତେ ଏଠାରେ ବନ୍ଦୀ ଭଳି ରହିଛନ୍ତି। ରାସନ ସାମଗ୍ରୀ ସରିଗଲାଣି, ଅତ୍ୟାବଶ୍ୟକ ଜିନିଷ ନଥିବା କହିଛନ୍ତି ରଣଧୀର। ପୋଲିସ ମାତ୍ରାଧିକ ଭାବେ ରାତି ଅଧିଆ ଚଢ଼ାଉ କରୁଛି। ପୋଲିସର ଏଭଳି ଗୁଣ୍ଡାଗିରି […]

  • Thursday, 01 July 2021
10
ଓଡ଼ିଆ ସିନେମାରେ ଗୀତ ଗାଇବେ ଡୁଲେ ରାପର

ଭୁବନେଶ୍ୱର: ଖପର ଘରର ରାପରଙ୍କୁ ଓଲିଉଡ୍‌ ଅଫର। ଓଡ଼ିଆ ସିନେମାରେ ଗୀତ ଗାଇବେ କଳାହାଣ୍ଡିର ଡୁଲେ ରାପର। ୟୁଟ୍ୟୁବ୍‌ ସେନ୍ସେସନ ତଥା ଖପର ଘରର ରାପର ଭାବେ ପରିଚିତ କଳାହାଣ୍ଡିର ଡୁଲେଶ୍ଵର ତାଣ୍ଡିଙ୍କୁ ଓଡ଼ିଆ ସିନେମାରେ ଗୀତ ଗାଇବାକୁ ସୁଯୋଗ ଦେଇଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ। ଓଡ଼ିଆ ରାପ୍‌ ଗାଇ ରାଜ୍ୟ ତଥା ରାଜ୍ୟ ବାହାରେ ଲୋକପ୍ରିୟ‌ ହୋଇଥିବା ଡୁଲେଶ୍ୱର ତାଣ୍ଡି ପ୍ରେମାନନ୍ଦଙ୍କ ଆଗାମୀ ଚଳଚ୍ଚିତ୍ରରେ ‘ଜିଓ ଵାଲା ଆଣ୍ଟି’ ନାମର ଏକ କମର୍ସିଆଲ୍‌ […]

  • Thursday, 01 July 2021
11
‘ତୁମ ପାଇଁ ଆକାଶ ଭାଇ’ କାର୍ଯ୍ୟକ୍ରମରେ ଖୁସି ବାଣ୍ଟିଲେ ଆକାଶ

ଭୁବନେଶ୍ୱର: କରୋନା କାରଣରୁ ସ୍କୁଲ କଲେଜ ବନ୍ଦ ରହିଛି। ପିଲାମାନେ ବାହାରକୁ ବାହାରିପାରୁନାହାନ୍ତି। ଖେଳିବାକୁ ମଧ୍ୟ ଯାଇପାରୁନାହାନ୍ତି। ଏମିତି ଏକ ସଙ୍କଟପୂର୍ଣ୍ଣ ସମୟରେ ପିଲାଙ୍କ ମୁହଁରେ ହସ ବାଣ୍ଟିବା ପାଇଁ ଆଗେଇ ଆସିଛନ୍ତି ଅଭିନେତା ତଥା ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସ ନାୟକ। ଡମଣାଛକ ସ୍ଥିତ ଶ୍ରୀମା ଆନନ୍ଦାଶ୍ରମର କୁନି କୁନି ପିଲାଙ୍କ ସହ ଭିଡିଓ କଲ୍ ମାଧ୍ୟମରେ ସେ କଥା ହେବା ସହିତ ସେମାନଙ୍କ ସହ ନିଜର ଖୁସି ବାଣ୍ଟିଛନ୍ତି। ଭିଡିଓ କଲ୍ […]

  • Thursday, 01 July 2021
anirudha
ସାରୁଅ ସାଇଟ୍ ଇନ୍‌ଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ମିଳିଲା ଜାମିନ

ଖୋର୍ଦ୍ଧା: ସାରୁଅ ଜମି ମାମଲାରେ ମାତ୍ରାଧିକ ଆକ୍ରୋଶ ରଖି ପୋଲିସ ଦ୍ୱାରା ଗିରଫ ହୋଇଥିବା ସାଇଟ୍ ଇନ୍‌ଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ମିଳିଲା ଜାମିନ। ଖୋର୍ଦ୍ଧା ADJ-2 କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଗତକାଲି ରାତି ଅଧିଆ ପୋଲିସ ଖୋର୍ଦ୍ଧା ସାରୁଅ ସ୍ଥିତ ଓଟିଭି ଷ୍ଟୁଡିଓ କ୍ୟାମ୍ପସରେ ପଶି ସେଠାକାର ସାଇଟ୍ ଇନଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଥିଲା। ଶୋଇଥିବାବେଳେ ୧୫ରୁ ୨୦ ଜଣ ପୋଲିସ ସଦଳବଳେ କ୍ୟାମ୍ପସର କାନ୍ଥ ଡେଇଁ ଆସିବା ସହ […]

  • Thursday, 01 July 2021
coronavirus
କରୋନାର ଦ୍ୱିତୀୟ ତରଙ୍ଗ ପାଇଁ ସଂଶୋଧିତ ଗାଇଡ୍‌ଲାଇନ୍ ଜାରି କଲା ବିଏମ୍‌ସି

ଭୁବନେଶ୍ୱର: କରୋନାର ଦ୍ୱିତୀୟ ତରଙ୍ଗକୁ ଆଖି ଆଗରେ କରୋନା ଗାଇଡ୍‌ଲାଇନ୍‌ରେ ସଂଶୋଧନ କଲା ଭୁବନେଶ୍ୱର ମହାନଗର ନିଗମ ବା ବିଏମ୍‌ସି। ବିବାହ ଉତ୍ସବ ଓ ଶୁଦ୍ଧିକ୍ରିୟା ଗାଇଡ୍ ଲାଇନ୍‌ରେ ସଂଶୋଧନ କରାଯାଇଛି। ବିବାହ ଉତ୍ସବରେ ୧୦୦, ଶୁଦ୍ଧିକ୍ରିୟାରେ ୫୦ରୁ ଅଧିକ ଉପସ୍ଥିତ ରହିବେନି ବୋଲି ବିଏମ୍‌ସିର ପରିବର୍ତ୍ତିତ ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ଆସନ୍ତା ୨୫ ତାରିଖରୁ ସଂଶୋଧିତ ଗାଇଡ୍ ଲାଇନ୍ ଲାଗୁ ହେବ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହି ସଂଶୋଧିତ ଗାଇଡ୍‌ଲାଇନ ବଳବତ୍ତର ରହିବ ବୋଲି ବିଏମ୍‌ସି ପକ୍ଷରୁ […]

  • Thursday, 01 July 2021
high-court
ଘରୋଇ ସ୍କୁଲ୍‌ ଫି ବୃଦ୍ଧି ନିଷ୍ପତ୍ତି ଅଦାଲତଙ୍କ ଉପରେ ଛାଡ଼ିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଘରୋଇ ସ୍କୁଲ୍‌ଗୁଡ଼ିକର ଫି ବୃଦ୍ଧି ପ୍ରସଙ୍ଗରେ ନିଜେ ହାତ ଟେକିଦେଇ ଅଦାଲତ ଭରସାରେ ଛାଡ଼ିଦେଲେ ରାଜ୍ୟ ସରକାର। କେତେ ପରିମାଣର ଫି ବୃଦ୍ଧି କରାଯିବ ସେନେଇ ଓଡ଼ିଶା ଏଜୁକେସନ ଆକ୍ଟରେ କୌଣସି ବ୍ୟବସ୍ଥା ନାହିଁ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି। ଘରୋଇ ସ୍କୁଲ ଫି ବୃଦ୍ଧି ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଏଭଳି ଜବାବ ଦାଖଲ କରି ଦର୍ଶାଯାଇଛି। ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ ଯୋଗୁ ଅଭିଭାବକଙ୍କ ଆର୍ଥିକ ସ୍ଥିତି ଠିକ ନାହିଁ। ଏସବୁ […]

  • Thursday, 01 July 2021
bjd
ବିଧାନସଭା ଉପନିର୍ବାଚନରେ ବିଜେଡିର ବାଜିମାତ

ଭୁବନେଶ୍ୱର: ବିଧାନସଭା ଉପନିର୍ବାଚନରେ ବାଜିମାତ କଲା ବିଜେଡି। ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନକୁ ହାତେଇ ନେଇଛି ବିଜେଡି। ତିର୍ତ୍ତୋଲରେ ନିଜ ଗଡ଼ ବଜାୟ ରଖିଥିବା ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ରାଜକିଶୋର ବେହେରାଙ୍କ ଠାରୁ ୪୧,୭୦୩ ଅଧିକ ଭୋଟ୍ ପାଇଁ ନିର୍ବାଚନ ଜିତିଛନ୍ତି। ସେହିଭଳି ବିଜେପି ହାତରୁ ବାଲେଶ୍ୱର ସଦର ଆସନ ଛଡ଼ାଇ ଆଣିବାରେ ସଫଳ ହୋଇଛି […]

  • Thursday, 01 July 2021
corona
ରାଜ୍ୟରେ ବଢ଼ିଲା କରୋନା ସୁସ୍ଥ ସଂଖ୍ୟା

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୧୪୪୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥ ସଂଖ୍ୟା ମିଶାଇଲେ ରାଜ୍ୟରେ ମୋଟ ୨୯୧୧୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ଆଜି ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୧ ସୁସ୍ଥ ହୋଇଥିବା ବେଳେ କଟକରୁ ୧୦୭, ବରଗଡ଼ରୁ ୯୯, ସୁନ୍ଦରଗଡ଼ରୁ ୯୮, କଳାହାଣ୍ଡିରୁ ୭୨, ଜଗତସିଂହପୁରରୁ ୭୦, […]

  • Thursday, 01 July 2021
attack 1
ଘରେ ପଶି ଆକ୍ରମଣ, ୨ ଭାଇ ମୃତ

ସମ୍ବଲପୁର: ସମ୍ବଲପୁର ବୁର୍ଲାର ସେଣ୍ଟ୍ରାଲ୍‌ ଲାଇନ୍‌ ଅଞ୍ଚଳରେ ଗୋଟିଏ ପରିବାର ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ୨ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ସେଣ୍ଟ୍ରାଲ୍‌ ଲାଇନ୍‌ ଅଞ୍ଚଳରେ ଥିବା ଜଣକ ଘରକୁ ଯାଇ ସଂଘବଦ୍ଧ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ପରିବାରର ସଦସ୍ୟଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ପରିବାରର ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ, ଏହି ଘଟଣାରେ […]

  • Thursday, 01 July 2021
husband kills wife
ଝଗଡ଼ା ପରେ ସ୍ତ୍ରୀର ମୁଣ୍ଡକୁ ହାଣି ଦେଲା ସ୍ୱାମୀ

ରେଢ଼ାଖୋଲ: ଟାଙ୍ଗିଆରେ ସ୍ତ୍ରୀର ମୁଣ୍ଡକୁ ହାଣି ହତ୍ୟା କଲା ସ୍ୱାମୀ। ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଘୁସୁରୀଆବାହାଲ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ସ୍ୱାମୀଙ୍କ ନାଁ ପ୍ରମୋଦ ଭଏସା। ଗତକାଲି ରାତିରେ କୌଣସି କାରଣରୁ ପ୍ରମୋଦ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରମୋଦ ସ୍ତ୍ରୀଙ୍କ ମୁଣ୍ଡକୁ ହାଣି ଦେଇଥିଲେ। ଏହି ସମୟରେ ପ୍ରମୋଦ ନିଶାସକ୍ତ ଅବସ୍ଥାରେ ଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସହ ପ୍ରମୋଦଙ୍କୁ ଅଟକ ରଖି […]

  • Thursday, 01 July 2021
corona-1
ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୧,୨୨୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର:  ରାଜ୍ୟରେ ଗତକାଲି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ତଳେ ଥିବାବେଳେ ଆଜି ତାହା ପୁଣି ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଓଡ଼ିଶାର ୩୦ ଜିଲ୍ଲାରୁ ୧୨୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏମାନଙ୍କ ମଧ୍ୟରୁ ୭୦୩ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଏବଂ ୫୧୭ ଲୋକାଲ କେସ ଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସେହିପରି ଖୋର୍ଦ୍ଧାରୁ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ପୁଣି ବଢିଛି। ଆଜି ଖୋର୍ଦ୍ଧରୁ […]

  • Thursday, 01 July 2021
1111
ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୫ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୪୬୯ରେ ପହଞ୍ଚି ଥିବା କହିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି ବାଲେଶ୍ୱରରୁ ସର୍ବାଧିକ ୪ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି।  ସେହିପରି କଟକରୁ ୩ଜଣ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁରରୁ ୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀତ ଅନୁଗୁଳ, ଭୁବନେଶ୍ୱର, ସମ୍ବଲପୁର, ମୟୂରଭଞ୍ଜରୁ ଜଣେ ଲେଖାଏ ରୋଗୀଙ୍କ […]

  • Thursday, 01 July 2021
ତିନି ମହଲା କୋଠାରେ ଝୁଲି ରହିଥିଲା ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ଏକ ତିନି ମହଲା କୋଠାରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ପିପିଲିର ଜାଜୁଲ୍ୟ ନାଥ। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଜାଜୁଲ୍ୟ ଏକ କନଷ୍ଟ୍ରକ୍‌ସନ୍‌ କମ୍ପାନୀରେ କାମ କରୁଥିଲେ। ସହିଦନଗର ପ୍ଲଟ୍‌ ନମ୍ୱର ୫୩୭ରେ ଥିବା ଏକ ଆପାର୍ଟମେଣ୍ଟରେ ସେ ରହୁଥିଲେ। ଆଜି ସକାଳେ ତାଙ୍କ ମୃତଦେହ ୩ ମହଲା କୋଠାରେ ଲାଗିଥିବା ଲୁହା ରେଲିଂରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ୍‌କୁ ଖବର ଦେଇଥିଲେ। […]

  • Thursday, 01 July 2021
ଘର ଭିତରୁ ମିଳିଲା ୬ ମୃତଦେହ, ହତ୍ୟା ସନ୍ଦେହ

ପାଟଣାଗଡ଼: ଘର ଭିତରୁ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତଦେହ ମିଳିଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସଅଁରାପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତଦେହ ଉପରେ କମ୍ବଳ ଘୋଡ଼ା ହୋଇଥିବା ଦେଖିବାକୁ ମିଳିଛି।  ମୃତକଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ, ୩ ପୁଅ ଏବଂ ଜଣେ ଝିଅ ଅଛନ୍ତି। ଘର ଭିତରେ କମ୍ବଳ ଘୋଡ଼ା ଅବସ୍ଥାରେ ପରିବାରର ୬ ଜଣଙ୍କ ସଦସ୍ୟ ପଡ଼ି ରହିଥିବା ନେଇ ସ୍ଥାନୀୟ ଲୋକ ପୋଲିସ୍‌କୁ ଖବର ଦେଇଥିଲେ।  ସମସ୍ତ […]

  • Thursday, 01 July 2021
gold
ମିଳିଲା ସାଢେ ୬ କେଜି ସୁନା

ବ୍ରହ୍ମପୁର: ସାଢ଼େ ୬ କେଜି ସୁନା ଜବତ କରିଛି ଗଞ୍ଜାମ ପୋଲିସ। ଏହି ସୁନା ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ ହୋଇଥିଲା। ଏ ନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଭୋଇ। ସୂଚନାଥାଉ କି,  ଅକ୍ଟୋବର ୧୨ରେ ସ୍ଥାନୀୟ ପୁରୁଷୋତ୍ତମପୁରର ଜଣେ ବ୍ୟବସାୟୀଙ୍କ ଘରୁ ଏହି ସୁନା  ଲୁଟ୍ ହୋଇଥିଲା। ଏ ନେଇ ସେ ପୋଲିସରେ ଏତଲା ଦେଇଥିଲେ।  ଏହି ଘଟଣାର ତଦନ୍ତ ପରେ ୧୦ ଚୋର ଓ ୫ କ୍ରେତାଙ୍କୁ ପୋଲିସ ଗିରଫ […]

  • Thursday, 01 July 2021