• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

raped 1
ହାଥରସ୍‌ ଘଟଣାର ପୁନରାବୃତ୍ତି: ଦୁଷ୍କର୍ମ ପରେ ମରଣାନ୍ତକ ଆକ୍ରମଣ, ଆଖି ବୁଜିଲେ ଛାତ୍ରୀ

ଲକ୍ଷ୍ନୌ: ପୁଣି ହାଥରସ୍‌ ଭଳି ଆଉ ଏକ ଛାତିଥରା ଘଟଣା ଏବେ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ହାଥରସ୍‌ରେ ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହେବା ପରେ ମୃତ୍ୟୁସହ ଲଢ଼ି ଶେଷରେ ସେ ଜୀବନ ଯୁଦ୍ଧରେ ହାରିଗଲେ। ଏହି ଘଟଣାକୁ ନେଇ ଦେଶବାସୀଙ୍କ ମନରୁ କ୍ରୋଧ କମିନି, ଏମିତି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ହାଥରସ୍‌ରୁ ୫୦୦ କି.ମି. ଦୂରରେ ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ୨୨ ବର୍ଷୀୟ ଏହି ଦଳିତ ଯୁବତୀଙ୍କ ଘର ବଳରାମପୁରରେ।  […]

  • Saturday, 03 July 2021
riya-shouvik
ରିୟାଙ୍କ ଘରୁ ମିଳିଲା ଏମିତି ଜିନିଷ, ହୋଇପାରେ ୧୦ ବର୍ଷ ଜେଲ୍‌

ମୁମ୍ବାଇ: ବଲିଉଡ ଏକ୍ଟର ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ସଂପୃକ୍ତ ଡ୍ରଗ୍ସ ଲିଙ୍କର ଖୋଳତାଡ କରୁଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ( NCB)। ଏହି ମାମଲାରେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକଙ୍କୁ ଏନସିବି ପୂର୍ବରୁ ଗିରଫ କରିଛି। ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏନସିବି ସୁଶାନ୍ତଙ୍କ ଘର ଉପରେ ଚଢଉ କରି ଦେଢ କିଲୋ ଚରସ ଜବତ କରିଛି। ଏହା ପରେ ରିୟା ଏବଂ ସୌଭିକଙ୍କ ସମସ୍ୟା […]

  • Saturday, 03 July 2021
priyanka
ହାଥରସ ଗଣଦୁଷ୍କର୍ମ ମାମଲା; ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଉଛନ୍ତି ପ୍ରିୟଙ୍କା-ରାହୁଲ

ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀ  ଏବଂ ପ୍ରିୟଙ୍କା ଗାନ୍ଧି ଗୁରୁବାର ଉତ୍ତର ପ୍ରଦେଶ ହାଥରସ ଗଣ ଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିବାକୁ ଆସୁଛନ୍ତି। ହେଲେ ହଥରସରେ ଏବେ ୧୪୪ ଧାରା ଲାଗୁ ହୋଇଛି। ପ୍ରଶାସନର କହିବା ଅନୁଯାୟୀ, କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଠାରେ ସେପ୍ଟେମ୍ବର୧ରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। ଏଠି କହିରଖିବୁ, ହାଥରସର ୨୦ ବର୍ଷର ଜଣେ ଦଳିତ ଯୁବତୀ ଗଣ ଦୁଷ୍କର୍ମ ସହ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ।  […]

  • Saturday, 03 July 2021
sikshya
ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ଉଦ୍ଧାର କଲା କୁନି ନାତି

ଚଣ୍ଡିଗଡ: ମାରଣା ଷଣ୍ଢ ଗୋଡଉଛି। ଷଣ୍ଢର ଆକ୍ରମଣରେ ଜେଜେମା’ ତଳେ ପଡ଼ି ଚିତ୍କାର କରୁଛନ୍ତି। ଛୋଟ ପିଲାଟିଏ ଷଣ୍ଢକୁ ନ ଡରି ଦଉଡି ଆସୁଛି ଜେଜେ ମା’ଙ୍କୁ ଉଦ୍ଧାର କରିବା ପାଇଁ। ହେଲେ ଷଣ୍ଢ ଆକ୍ରମଣରୁ ସେ ବି ବର୍ତ୍ତି ପାରୁନି। ତଥାପି ଜେଜେ ମା’ଙ୍କୁ ଛାଡ଼ି ଯାଉନି। ଏମିତି ଏକ ଘଟଣା ଘଟିଛି ହରିଆଣାର ମେହେନ୍ଦ୍ରଗଡ଼ ଅଞ୍ଚଳରେ। ସିସିଟସିଭି ଫୁଟେଜରୁ ମିଳିଥିବା ଘଟଣାର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଛୋଟ ପିଲାଟିର  ସାହାସ ଓ […]

  • Saturday, 03 July 2021
flight
ଲକ୍‌ଡାଉନ୍ ବେଳେ ବୁକ୍‌ ହୋଇଥିବା ଟିକେଟ୍‌ର ପୂରା ଟଙ୍କା ଫେରସ୍ତ ପାଇବେ ଯାତ୍ରୀ

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ବେଳେ ଯେଉଁ ଯାତ୍ରୀମାନେ ଟିକେଟ୍‌ ବୁକ୍‌ କରିଥିଲେ, ହେଲେ କଟକଣା ପାଇଁ ବିମାନରେ ଯାତ୍ରା କରିପାରିନଥିଲେ, ସେମାନଙ୍କୁ କ୍ୟାନ୍‌ସେଲସନ୍ ଚାର୍ଜ ନ କାଟି ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ମିଳିବ। ଏମିତିକି ଟ୍ରାଭେଲ ଏଜେଣ୍ଟଙ୍କ ଦ୍ୱାରା ବୁକ୍ ହୋଇଥିବା ଟିକେଟ୍ ଟଙ୍କା ମଧ୍ୟ ଫେରସ୍ତ ମିଳିବ। ଏକ ମାମଲାର ଶୁଣାଣି ବେଳେ ବେସାମାରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ଏଭଳି ସୁପାରିସକୁ ଗୁରୁବାର ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ଯଦି ଏୟାରଲାଇନ୍ସ ତୁରନ୍ତ ଟିକେଟ୍ ଅର୍ଥ ଫେରାଇବାକୁ […]

  • Saturday, 03 July 2021
cease-fire
ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ୩ ଭାରତୀୟ ଯବାନ ସହିଦ

ଶ୍ରୀନଗର: ସୀମା ଲଘିଂଲା ପାକିସ୍ତାନର ବଦ୍‌ମାସି। ଏଲଓସିରେ ଗୁରୁବାର ପୁଣି ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକିସ୍ତାନ। ଫଳରେ ୩ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଏଥି ସହିତ ୫ ଯବାନ ଗୁରୁତର ହୋଇଛନ୍ତି। ତେବେ ଭାରତୀୟ ଯବାନ ପାକ ସେନାକୁ ମୁହଁତୋଡ ଜବାବ ଦେଇଛନ୍ତି। ସେନା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପାକିସ୍ତାନ ଆନ୍ତର୍ଜାତୀୟ ସୀମାରେ ସେନା ପୋଷ୍ଟ ଉପରକୁ ମୋର୍ଟାର ମାଡ଼ କରିଛନ୍ତି। ସେନା ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ନୌଗାମ […]

  • Saturday, 03 July 2021
rahul
ପୋଲିସ କର୍ମୀ ଅଟକାଉଥିବା ବେଳେ ଠେଲାପେଲାରେ ତଳେ ପଡ଼ିଗଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମୃତୟନ ଥିବା ପୁଲିସ କର୍ମୀ ଅଟକାଉଥିବା ବେଳେ ହଠାତ ତଳେ ପଡ଼ିଗଲେ ରାହୁଲ ଗାନ୍ଧି। ଗ୍ରେଟର ନୋଏଡ଼ାରେ ଉତ୍ତରପ୍ରଦେଶ ସୀମା ପରିଚାଳନାରେ ମୁତୟନ ଥିବା ପୁଲିସ କର୍ମଚାରୀମାନେ ରାହୁଲ ଗାନ୍ଧି ଓ ତାଙ୍କ ଟିମ୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଠେଲାପେଲା ହେବାରୁ ତଳେ ପଡ଼ିଯାଇଥିଲେ ରାହୁଲ୍‌ ଗାନ୍ଧି। ଏହାପରେ ତୁରନ୍ତ କଂଗ୍ରେସ କର୍ମୀମାନେ ସେଠାରେ ଭିଡ଼ ଜମାଇଥିଲା। ଏହାପରେ […]

  • Saturday, 03 July 2021
coronaviru7s
ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୮ ହଜାର ପାର୍

ନୂଆଦିଲ୍ଲୀ: ଦେଶରେ ଅନଲକ୍‌-୫ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିନ୍ତୁ ଥମିବାର ନାଁ ନେଉନାହିଁ। ୨୪ ଘଣ୍ଟାରେ ଦେଶରେ ୮୬,୮୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ମିଶାଇ ଦେଶର ମୋଟ ସଂକ୍ରମିତ ସଂଖ୍ୟା ୬୩ ଲକ୍ଷ ପାର୍ କରିଛି। ସେହିପରି ଦିନକରେ ୧୧ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ […]

  • Saturday, 03 July 2021
yogi
ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ମୁଁ ସନ୍ତୁଷ୍ଟ, ଏଥିପାଇଁ କାହାର ଧାରଣା ଦେବା ଆବଶ୍ୟକ ନାହିଁ: ହାଥରସ ପୀଡ଼ିତାଙ୍କ ବାପା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିଶ୍ରୁତିରେ ସନ୍ତୁଷ୍ଟ ହାଥରସ ପୀଡ଼ିତାଙ୍କ ବାପା। ଏ କଥା ସେ ନିଜେ କହିଛନ୍ତି। ଅଦିତ୍ୟନାଥଙ୍କ ସହିତ ଫୋନ୍‌ରେ କଥା ହେବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ସନ୍ତୁଷ୍ଟ ଅଛନ୍ତି ବୋଲି ହାଥରସ ପୀଡ଼ିତାଙ୍କ ବାପା କହିଛନ୍ତି। ପୀଡ଼ିତାଙ୍କ ବାପା ଆହୁରି ମଧ୍ୟ କହିଛନ୍ତି ଯେ ସେ ଉତ୍ତର ପ୍ରଦେଶ ପୁଲିସ ଦ୍ୱାରା ହେଉଥିବା ତଦନ୍ତକୁ ନେଇ ସନ୍ତୁଷ୍ଟ ଅଛନ୍ତି। ଏଥିପାଇଁ କାହାକୁ ଧାରଣାରେ ବସିବା କିମ୍ବା ବିକ୍ଷୋଭ ପ୍ରଦର୍ଶନ କରିବାର […]

  • Saturday, 03 July 2021
ahamd-patel
କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା। ସେ କୋଭିଡ-୧୯ ପଜିଟିଭ ହୋଇଥିବା ଟ୍ୱିଟ୍ କରି ଜଣାଇଛନ୍ତି। ତାଙ୍କ ସଂସ୍ପର୍ସରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଆଇସୋଲେସନ୍‌ରେ ରହିବାକୁ ନିବେଦନ କରିଛନ୍ତି ପଟେଲ। ସେ କରୋନା ଟେଷ୍ଟ କରାଇବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ତୁରନ୍ତ ସେ ସେ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଆଇସୋଲେସନରେ ରହିଛନ୍ତି। ଏନେଇ ଟ୍ୱିଟ୍ କରି ପଟେଲ ଲେଖିଥିଲେ “ମୋର କରୋନା ଟେଷ୍ଟ ପଜିଟିଭ ଆସିଛି। ନିକଟରେ ମୋ […]

  • Saturday, 03 July 2021
up-police
ହାଥରସ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇନି: ୟୁପି ପୋଲିସ

ଲକ୍ଷ୍ନୌ: ହାଥରସ ପୀଡ଼ିତାଙ୍କ ସହିତ ଦୁଷ୍କର୍ମ ହୋଇନି। ଉତ୍ତରପ୍ରଦେଶ ଏଡିଜି  ଲ’ଆଣ୍ଡ ଅର୍ଡର୍‌ ପ୍ରଶାନ୍ତ କୁମାର କହିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଏଡିଜି କହିଛନ୍ତି “ ପୀଡ଼ିତାଙ୍କ ଫୋରେନ୍ସିକ ରିପୋର୍ଟେର କୌଣସି ସିମେନ୍‌(ଶୁକ୍ରାଣୁ)ର ଚିହ୍ନ ନାହିଁ। ଏଫ୍‌ଏସ୍‌ଏଲ୍‌(ଫେରେନ୍ସିକ ସାଇନ୍ସ ଲ୍ୟାବୋରେଟାରୀ) ରିପୋର୍ଟରେ ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଇନାହିଁ ବୋଲି ସ୍ପଷ୍ଟ ହୋଇଛି। ତେଣୁ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କେହି ଭୁଲ ସୂଚନା ଦେଇ ଜାତୀପ୍ରଥା ସମ୍ବନ୍ଧୀୟ ଅଶାନ୍ତିବାତାବାରଣ ସୃଷ୍ଟି କରିବା ପାଇଁ ଷଡ଼ଯନ୍ତ୍ର କରୁଛି। ଯେଉଁମାନେ […]

  • Saturday, 03 July 2021
dm
ହାଥରସ ପୀଡ଼ିତା ବାପାକୁ ଧମକାଉଥିଲେ କି ଡିଏମ୍‌? ଭିଡିଓ ଭାଇରାଲ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସର ୧୯ ବର୍ଷୀୟ ମହିଳାଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରବୀଣ କୁମାର ଲକ୍ସକରଙ୍କ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ଡିଏମ୍‌ ପୀଡ଼ିତାଙ୍କ ପରିବାରକୁ କିଛି କହୁଥିବାର ଶୁଣାଯାଉଛି। ଭିଡିଓରେ ଡିଏମ୍‌ କହୁଛତି “ଆଜି ଅଧାରୁ ଅଧିକ ମିଡିଆ ଚାଲିଗଲେଣି। କାଲି ସମସ୍ତ ମିଡିଆ କର୍ମୀ ଚାଲିଯିବେ। କେବଳ ଆମେ ହିଁ ତମମାନଙ୍କ ପାଖରେ ରହିବୁ। ତେଣୁ ଏବେ ତମମାନେ ଭାବ ଯେ […]

  • Saturday, 03 July 2021
hathrashj
ସିବିଆଇ ତଦନ୍ତ ଦାବି କଲେ ହାଥରସ ପୀଡ଼ିତାଙ୍କ ଭାଇ; କହିଲେ, ବାପା ଚାପରେ ବୟାନ ଦେଇଛନ୍ତି

ଲକ୍ଷ୍ନୌ: ହାତରସ ପୀଡ଼ିତାଙ୍କ ବାପା ୟୁପି ସରକାରଙ୍କ ତଦନ୍ତରେ ସନ୍ତୁଷ୍ଟ ଥିବା ପୋଲିସ କହୁଥିବା ବେଳେ ତାଙ୍କ ସାନ ଭାଇ କିନ୍ତୁ ଏଥିରେ ସନ୍ତୁଷ୍ଟ ନାହାନ୍ତି। ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ଫୋନ୍ ଯୋଗେ କଥା ହୋଇ ପୀଡ଼ିତାଙ୍କ ସାନଭାଇ ସିବିଆଇ ତଦନ୍ତ ଦାବି କରିଛନ୍ତି। ଫୋରେନ୍ସିକ ଓ ଶବ ବ୍ୟବଚ୍ଛେଦ ରିପୋର୍ଟରେ ପୀଡ଼ିତାଙ୍କ ଦୁଷ୍କର୍ମ ହୋଇନଥିବା ରିପୋର୍ଟକୁ ଅସ୍ୱୀକାର କରିଛନ୍ତି ତାଙ୍କ ସାନଭାଇ। ଏନେଇ ସେ କହିଛନ୍ତି “ ଆମେ ଏହି ତଦନ୍ତରେ ସନ୍ତୁଷ୍ଟ ନାହୁଁ। […]

  • Saturday, 03 July 2021
victim
ଏମିତି ଅବସ୍ଥାରେ ଉଦ୍ଧାର ହେଲା ନାବାଳିକାଙ୍କ ମୃତଦେହ

ଲକ୍ଷ୍ନୌ: ହାଥରସ ଘଟଣା ପରେ ପୁଣି ସେହି ଉତ୍ତର ପ୍ରଦେଶର ଏକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ଭାଦୋହି ଜିଲ୍ଲାରେ ଜଣେ ନାବାଳିକାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି ପୋଲିସ। ନାବାଳିକାଙ୍କ ମୁଣ୍ଡକୁ ପଥରରେ ଛେଚା ଯାଇଥିବା ବେଳେ ମୁହଁକୁ ସଂପୂର୍ଣ୍ଣ ଭାବେ ବିକୃତ କରିଦିଆଯାଇଛି। ପରିବାର ଲୋକ ନିଜ ଝିଅକୁ ଚିହ୍ନଟ କରିବା ସହ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ଗୋପିଗଞ୍ଜ ପୁଲିସ୍‌ ଷ୍ଟେସନ ଅନ୍ତର୍ଗତ ଚକ୍ରାଜରମ ତିୱାରିପୁର […]

  • Saturday, 03 July 2021
rahul-gandhi
ରାହୁଲ ଓ ପ୍ରିୟଙ୍କାଙ୍କ ନାଁରେ ଥାନାରେ ମାମଲା ରୁଜୁ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ବର୍ତ୍ତମାନର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧିଙ୍କ ସହିତ ୨୦୩ କଂଗ୍ରେସ କର୍ମୀଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ଗ୍ରେଟର ନୋଏଡ଼ାର ଇକୋଟେକ୍‌ ପୋଲିସ୍ ଷ୍ଟେସନ୍‌ରେ ଏହି ମାମଲା ହୋଇଛି। କରୋନା ସମୟରେ ଉକ୍ତ ଜିଲ୍ଲାରେ ସିଆର୍‌ପିସିର ୧୪୪ ଧାରା ଲାଗୁ ହୋଇଥିଲା। ଏହାକୁ କଂଗ୍ରେସ କର୍ମୀ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଥାନାରେ ମାମଲା ରୁଜୁ ହୋଇଛି। ଭାରତୀୟ ପିଙ୍ଗଳ କୋର୍ଟର ଧାରା ୩୩୨,୩୫୩,୪୨୭,୩୨୩,୩୫୪(B), ୧୪୭,୧୪୮ ଆଧାରରେ […]

  • Saturday, 03 July 2021
youth found dead
ସ୍ୱାମୀଙ୍କୁ ଡ୍ରଗ୍ସ ଦେଉଥିଲେ ମଡେଲ୍‌ ପତ୍ନୀ, ବାଥ୍‌ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ସ୍ୱାମୀଙ୍କ ମୃତଦେହ

ବେଙ୍ଗାଲୁରୁ: ମଡେଲିଂ କରୁଥିବା ଜଣେ ଯୁବତୀଙ୍କ ସ୍ୱାମୀଙ୍କ ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ଫ୍ଲାଟ୍‌ରୁ ମିଳିଛି। କର୍ଣ୍ଣାଟକ ବେଙ୍ଗାଲୁରୁରେ ଏହି ଘଟଣା ଘଟିଛି। ମଡେଲ୍‌ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ମଦରେ ଡ୍ରଗ୍ସ ମିଶାଇ ଦେଉଥିଲେ ବୋଲି ଅଭିଯୋଗ ଆସିଛି। ଯୁବତୀ ଜଣକ ତାଙ୍କ ସ୍ୱାମୀଙ୍କୁ ମଦରେ ଜୋରଜବରଦସ୍ତ ଡ୍ରଗ୍ସ ମିଶାଇ ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ପତ୍ନୀଙ୍କ ନିର୍ଯାତନା ସହି ନ ପାରି ସ୍ୱାମୀ ଆତ୍ମହତ୍ୟା କରିଥିବା କୁହାଯାଉଛି। ସମ୍ପୃକ୍ତ ଯୁବକଙ୍କ ଘର ମଧ୍ୟପ୍ରଦେଶର ରାୟସେନ୍‌ ଜିଲ୍ଲା ବରେଲିର […]

  • Saturday, 03 July 2021