• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

sambalpur mp nitesh gangdev
ସମ୍ବଲପୁର ସାଂସଦଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଦେବଗଡ଼: ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦେବଗଡ଼ ଥାନା ଅନ୍ତର୍ଗତ NH-୪୯ର କୁରଡ଼ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏ ନେଇ ସାଂସଦଙ୍କ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ସମ୍ବଲପୁରରୁ ଦେବଗଡ଼ ଫେରୁଥିବା ବେଳେ କୁରଡ଼ ନିକଟରେ ସାଂସଦଙ୍କ କାର୍‌କୁ ପଛପଟରୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଏହି ସମୟରେ ଗାଡ଼ି ଭିତରେ ସାଂସଦ ନୀତେଶ ଗଙ୍ଗଦେବ, ତାଙ୍କ ପିଏସ୍‌ଓ ଓ ଡ୍ରାଇଭର ଥିଲେ ବୋଲି […]

  • Thursday, 01 July 2021
ଗଜପତିର ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଇଟାଲୀୟ ଦମ୍ପତି

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଜଣେ ଶିଶୁକନ୍ୟାକୁ ଇଟାଲୀୟ ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଆଇନ୍‌ ଅନୁଯାୟୀ ସମସ୍ତ ଯାଞ୍ଚ ପରେ ଶିଶୁକନ୍ୟାକୁ ଗତକାଲି ଏହି ଦମ୍ପତିଙ୍କୁ ହସ୍ତାନ୍ତର କରାଯାଇଥିଲା। ସୂଚନାଥାଉ କି, ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ ସମୟରେ ଜିଲ୍ଲାରେ ବିଭିନ୍ନ ଜାଗାରୁ ପରିତ୍ୟକ୍ତ ଭାବେ ପଡ଼ିଥିବା ଶିଶୁ ମାନଙ୍କୁ ଅଣାଯାଇ ଜିଲ୍ଲା ପ୍ରଶାସନ ପୋଷ୍ୟ ଗ୍ରହଣ କେନ୍ଦ୍ରରେ ସୁରକ୍ଷିତ ଭାବେ ରଖିଥିଲା। ତେବେ ଆଇନ୍‌ ଅନୁଯାୟୀ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ କିଛି ଦମ୍ପତି […]

  • Thursday, 01 July 2021
corona
ଦିନକରେ ଓଡ଼ିଶାରେ ୧,୦୧୮କରୋନା ପଜିଟିଭ୍‌ ଚିହ୍ନଟ, ଆଜି ସୁନ୍ଦରଗଡ଼ରେ ସର୍ବାଧିକ

ଭୁବନେଶ୍ୱର: ଓଡ଼ିଶାରେ ଦିନକରେ ୧,୦୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୮୫ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଏବଂ ୪୩୩ ଲୋକାଲ କେସ୍‌ ଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସୁନ୍ଦରଗଡ଼ରୁ ସର୍ବାଧିକ ୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଥାଉ କି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦୭,୦୦୪ରେ ପହଞ୍ଚିଛି। Covid-19 Report For 12th November New Positive Cases : 1018 In quarantine: […]

  • Thursday, 01 July 2021
Corona Deaths In Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୨ କରୋନା ରୋଗୀ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୨ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୪୯୫ରେ ପହଞ୍ଚି ଥିବା କହିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧତ୍କ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ୱର ଓ ଢେଙ୍କାନାଳ ଜିଲ୍ଲାରୁ ୨ଜଣ ଲେଖାଏ, ଅନୁଗୁଳ, ପୁରୀ,କୋରାପୁଟ, କନ୍ଧମାଳ, ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the demise […]

  • Thursday, 01 July 2021
ପାକିସ୍ତାନ ଜେଲ୍‌ରୁ ସୁନ୍ଦରଗଡ଼, ୨୫ ବର୍ଷ ପରେ ଓଡ଼ିଶା ଫେରିଲେ ବିର୍‌ଜୁ କୁଲୁ

ରାଉରକେଲା: ପାକିସ୍ତାନ ଜେଲ୍‌‌ରେ ୨୦ ବର୍ଷ ବନ୍ଦୀ ଜୀବନ କାଟିବା ପରେ ଓଡ଼ିଶା ଫେରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ବିର୍‌ଜୁ କୁଲୁ। ଆଜି ସକାଳେ ସେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅଫିସରେ ପହଞ୍ଚିଛନ୍ତି। କୁତ୍ରା ବ୍ଲକ ଅଫିସରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ବିର୍‌ଜୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜିଲ୍ଲା ପ୍ରଶାସନ କର୍ମଚାରୀଙ୍କ ସହ କୁତ୍ରାରୁ ନିଜ ଗାଁ କଟଙ୍ଗ ଅଭିମୁଖେ ଯାଇଥିଲେ ବିର୍‌ଜୁ।  ଓଡ଼ିଶା ଫେରିବା ପରେ ଭଲ ଲାଗୁଛି ବୋଲି ସେ କହିଛନ୍ତି। ୨୫ […]

  • Thursday, 01 July 2021
ବାତ୍ୟା ‘ଅମ୍ପନ୍‌’ ପାଇଁ ଓଡ଼ିଶାକୁ କେନ୍ଦ୍ରର ସହାୟତା ଘୋଷଣା

ନୂଆଦିଲ୍ଲୀ/ଭୁବନେଶ୍ୱର: ବାତ୍ୟା ‘ଅମ୍ପନ୍‌’ ପାଇଁ ଓଡ଼ିଶାକୁ କେନ୍ଦ୍ର ସହାୟତା ଘୋଷଣା କରିଛି। ୧୨୮ କୋଟି ୨୩ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟିରେ ଏହି ସହାୟତା ରାଶିକୁ ଅନୁମୋଦନ ମିଳିଛି। ଓଡ଼ିଶା ସମେତ ୬ଟି ରାଜ୍ୟକୁ ଦୁର୍ବିପାକ ସହାୟତା ଘୋଷଣା କରାଯାଇଛି। ଏହି ୬ ରାଜ୍ୟ ହେଲା ଓଡ଼ିଶା, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ସିକିମ୍। ମୋଟ ୪ ହଜାର […]

  • Thursday, 01 July 2021
shradha-1
ପୁରୀ ସିଂହଦ୍ୱାର ଆଗରେ ଜଳିବନି କାଉଁରିଆ କାଠି

ପୁରୀ : ଏବର୍ଷ ପୁରୀ ସିଂହଦ୍ୱାର ଆଗରେ ଜଳିବନି କାଉଁରିଆ କାଠି। ଧୂଆଁ ଯୋଗୁଁ ପ୍ରଦୂଷଣ ଓ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଏଭଳି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ପୂର୍ବଭଳି ପୟାଶ୍ରାଦ୍ଧ ପାଳନ କରିପାରିବେ, ହେଲେ କାଉଁରିଆ କାଠି ଲୋକେ ଜାଳିପାରିବେନି। ଏ ସମସ୍ତ କଟକଣା ନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ। ଶ୍ରଦ୍ଧାଳୁ କେବଳ ପୟାଶ୍ରାଦ୍ଧ କର୍ମ କରି ଫେରିଯିବାକୁ ପ୍ରଶାସନ ଅନୁରୋଧ କରିଛି। ପ୍ରତିବର୍ଷ ଦୀପାବଳି ସନ୍ଧ୍ୟାରେ ଶ୍ରୀମନ୍ଦିର ଚାରିପଟେ […]

  • Thursday, 01 July 2021
ସ୍କୁଲ୍‌ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର: ମାଧ୍ୟମିକ ସ୍ତରରେ ସ୍କୁଲ୍‌ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବନ୍ଦେ ଉତ୍କଳ ଜନନୀ ଗୀତକୁ ସରକାର ପୂର୍ବରୁ ରାଜ୍ୟ ସଂଗୀତର ମାନ୍ୟତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ଗତ ମେ ୩୦ ତାରିଖରେ ସାରା ରାଜ୍ୟ ତଥା ବିଶ୍ୱରେ ଓଡ଼ିଆମାନେ ବନ୍ଦେ […]

  • Thursday, 01 July 2021
fake
ନକଲି ଅତିରିକ୍ତ ହୋମ୍ ସେକ୍ରେଟାରୀ ଗିରଫ

ଖୋର୍ଦ୍ଧା: ନୟାଗଡ଼ ଚାନ୍ଦପୁର ଅଞ୍ଚଳରୁ ନକଲି ଅତିରିକ୍ତ ହୋମ୍ ସେକ୍ରେଟାରୀ ଗିରଫ ହୋଇଛନ୍ତି। ନିଜକୁ ସଚିବ କହି ଲୋକମାନଙ୍କୁ ଠକୁଥିବା ଅଭିଯୋଗରେ ତାଙ୍କୁ ପୋଲିସ୍‌ ଗିରଫ କରିଛି। ଲୋକଙ୍କୁ ଚାକିରୀ ଦେବ କହି ଅନେକ ସମୟରେ ଅର୍ଥ ଲୁଟ କରୁଥିବା ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅଞ୍ଚଳର କାହ୍ନୁ ପ୍ରଧାନକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ନିଜକୁ ଅତିରିକ୍ତ ହୋମ୍ ସେକ୍ରେଟାରୀ, ଅତିରିକ୍ତ ବିଏମ୍ସି କମିଶନର କହି ଲୋକଙ୍କୁ ଚାକିରୀ ଦେବା […]

  • Thursday, 01 July 2021
1
ଭିଜିଲାନ୍ସ ଜାଲରେ ଜୁନିୟର ମ୍ୟାନେଜର

ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ କପ୍ତିପଦା ବିଦ୍ୟୁତ ବିଭାଗର ଜୁନିୟର ମ୍ୟାନେଜର ଅଶ୍ୱିନୀ କୁମାର ଦାସ। ୧୩ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଅଶ୍ୱିନୀ ଦାସ। କପ୍ତିପଦା କାର୍ଯ୍ୟାଳୟରେ ଏକ ଭଡ଼ା ଗାଡି ଲାଗିଥିଲା। ଏହି ଗାଡ଼ିର ମାଲିକ ଶିଶିର କୁମାର ନାୟକଙ୍କର ବକେୟା ବିଲ୍ କରିଦେବା ପାଇଁ ସେ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଗାଡ଼ି ମାଲିକ ବାରମ୍ବାର ଜୁନିୟର ମ୍ୟାନେଜରଙ୍କୁ ବକେୟା ଟଙ୍କା କହୁଥିବା ବେଳେ ଟଙ୍କା ନଦେଲେ ବିଲ […]

  • Thursday, 01 July 2021
online
ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ଅନଲାଇନ୍ ଶିକ୍ଷା

ଭୁବନେଶ୍ୱର: ଏଣିକି ଅଧିକ ବ୍ୟବସ୍ଥିତ ଢଙ୍ଗରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ଅନଲାଇନ୍ ଶିକ୍ଷା। ରାଜ୍ୟରେ ଆଦର୍ଶ ଓ ଉତ୍କର୍ଷ ସ୍କୁଲରେ ଅନଲାଇନ ଶିକ୍ଷା ପାଇଁ ଟିସିଏସ୍ ସହ ଚୁକ୍ତି କରିଛନ୍ତି ରାଜ୍ୟ ସରକାର। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ TCS ମଧ୍ୟରେ MoU ସ୍ୱାକ୍ଷରିତ ହୋଇଛି। ଏହା କେବଳ ୨୧୪ଟି ଆଦର୍ଶ ବିଦ୍ୟାଳୟ ଏବଂ ୧୦୧ ଉତ୍କର୍ଷ ବିଦ୍ୟାଳୟରେ ଲାଗୁ ହେବ। ଏହା ଦ୍ୱାରା ଛାତ୍ରଛାତ୍ରୀ ଅଧିକ ଉପକୃତ ହୋଇ […]

  • Thursday, 01 July 2021
2
ମାଛ କେଜି ୧୬ ହଜାର

ଦୀଘା: ଗୋଟିଏ ମାଛର ଦାମ ୪ ଲକ୍ଷ ଟଙ୍କା। କେଜି ପ୍ରତି ଦାମ ହେଉଛି ୧୬ ହଜାର ଟଙ୍କା। ଏହି ଦାମୀ ମାଛ ମିଳିଛି ପଶ୍ଚିମବଙ୍ଗ ଦୀଘା ମୁହାଣରେ। ମାଛର ନାଁ ହେଲା ତେଲିଆ ଭେକ୍ଟି। ସ୍ଥାନୀୟ ଅଞ୍ଚଳରେ ଏହି ମାଛକୁ ଭେକ୍ଟି ବୋଲି କୁହାଯାଏ। ଆଜି ଦୀଘା ମୁହାଣରେ ୨୭ କେଜିର ଏକ ଭେକ୍ଟି ମାଛ ଧୀବରମାନେ ଧରିଥିଲେ। ନିଲାମ କେନ୍ଦ୍ରରେ ARM ନାମକ ଏକ କମ୍ପାନି ତାକୁ ୪ ଲକ୍ଷ ଟଙ୍କାରେ କିଣିଥିବା ଜଣାପଡ଼ିଛି। […]

  • Thursday, 01 July 2021
iic
ପୂର୍ବତନ ମହିଳା ଆଇଆଇସିଙ୍କୁ ୨ ବର୍ଷ ଥାନା ମନା

କେନ୍ଦୁଝର: ପାଟଣା ଥାନା ପୂର୍ବତନ ଆଇଆଇସିଙ୍କୁ ୨ ବର୍ଷ ଥାନା ପୋଷ୍ଟିଂ ମନା। କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୂର୍ବତନ IIC ସଂଧ୍ୟାରାଣୀ ଜେନା। ଥାନାରେ ନିଯୁକ୍ତି ନେଇ ରାଜ୍ୟ ମାନବାଧିକାର କମିଶନ ଅଙ୍କୁଶ ଲଗାଇଛନ୍ତି। ଥାନା ଭିତରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ସଂଧ୍ୟାରାଣୀଙ୍କୁ ୨ ବର୍ଷ ଯାଏ କିଛି ଫିଲ୍ଡ ଡ୍ୟୁଟି ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ୨ ବର୍ଷ ଯାଏ କୌଣସି ଥାନାରେ ନିଯୁକ୍ତି ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି […]

  • Thursday, 01 July 2021
pinda-dan
ବିନ୍ଦୁସାଗରରେ ଏ ବର୍ଷ ପିଣ୍ଡଦାନ ବ୍ୟାନ୍

ଭୁବନେଶ୍ୱର: ବିନ୍ଦୁସାଗରରେ ଏ ବର୍ଷ ପିଣ୍ଡଦାନ ବ୍ୟାନ୍। ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ଓ ବିନ୍ଦୁସାଗରରେ ପୟାଶ୍ରାଦ୍ଧ, ପିଣ୍ଡଦାନ ବ୍ୟାନ୍ କଲା BMC।  ଲୋକ ଗହଳିକୁ ଦୃଷ୍ଟିରେ ରଖି BMC କଟକଣା ଲଗାଇଛି। ପ୍ରକାଶଥାଉକି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ବିବାହ ଆୟୋଜନ ଉପରେ କଟକଣା ଲଗାଯାଇଛି। ବିବାହ ପାଇଁ ୧୦୦ ଜଣ ଓ ଅନ୍ତିମ କ୍ରିୟା ପାଇଁ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି। ଏପରିକି ବିବାହରେ ପ୍ରୋସେସନ ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଯାଇଛି। In apprehension […]

  • Thursday, 01 July 2021
Minor-raped 1
ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା !

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଲଜ୍ଜା। ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅଞ୍ଚଳରେ। କେହି ଦୁର୍ବୃତ୍ତ ଜଣେ ୪ ବର୍ଷର ଝିଅକୁ ଦୁଷ୍କର୍ମ ପରେ ନିର୍ମମ ଭାବରେ ହତ୍ୟା କରି ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଶିଶୁଟି ଖେଳିବାକୁ ଯାଇ ଆଉ ଘରକୁ ଫେରି ନଥିଲା। ପରିବାର ଲୋକେ ଖୋଜା ଖୋଜି କରିବା ପରେ […]

  • Thursday, 01 July 2021
pradeeep-maharthy
ପ୍ରଦୀପ ମହାରଥୀଙ୍କ ପରିବାର ପାଇବେ ବିଜେଡି ଟିକେଟ୍ !

ପୁରୀ: ବାଲେଶ୍ୱର ଓ ତିର୍ତ୍ତୋଲ ସରିଲା, ଆଗକୁ ପିପିଲି ଟେଷ୍ଟ। ତାରିଖ ଘୋଷଣା ହେଇନି, କିନ୍ତୁ ଉପନିର୍ବାଚନ ପାଇଁ ତେଜିଲାଣି ରାଜନୈତିକ ଗତିବିଧି। ମହାରଥୀଙ୍କ ଗଡ଼ରେ କେଉଁ ଦଳରୁ କିଏ ହେବେ ଯୋଦ୍ଧା ? ନେତାଙ୍କ କହିବାକଥା, ପିପିଲି ରାଜନୀତିର ମହାରଥୀ ଦିବଙ୍ଗତ ପ୍ରଦୀପ ମହାରଥୀଙ୍କ ପରିବାର ହିଁ ପାଇବେ ବିଜେଡି ଟିକେଟ୍ ହେଲେ କିଏ ? ପତ୍ନୀ ପ୍ରତିଭା ମହାରଥୀ ନା ପୁଅ ରୁଦ୍ରପ୍ରତାପ ମହାରଥୀ? ଭୋଟରଙ୍କୁ ବାନ୍ଧି ରଖିବାକୁ ମହାରଥୀ ପରିବାର ଏବେଠୁ ଫୁଲ୍ […]

  • Thursday, 01 July 2021
4
୬ଜଣ କଏଦୀଙ୍କ ପାଇଁ ଜଣେ ସୁରକ୍ଷାକର୍ମୀ, ଲାଗୁ ହେଲା ନୂଆ ଜେଲ୍ ମାନୁଆଲ୍

ଭୁବନେଶ୍ୱର: ରାଜ୍ୟରେ ନୂଆ ଜେଲ୍ ମାନୁଆଲ୍ ଲାଗୁ ହୋଇଛି। ଏଣିକି ପ୍ରତି ୬ଜଣ କଏଦୀଙ୍କ ପାଇଁ ଜଣେ ସୁରକ୍ଷାକର୍ମୀ ମୁତୟନ ହେବେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏନେଇ ଅନୁମୋଦନ ଦେଇଛନ୍ତି। ଗତ ସେପ୍ଟେମ୍ୱର ୨୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପରେ କାର୍ଯ୍ୟକାରୀ ହୋଇଛି ନୂଆ ମାନୁଆଲ୍। ଏହି ମାନୁଆଲ୍‌ରେ କଏଦୀଙ୍କ ସୁରକ୍ଷା ସହ ମାନବାଧିକାର ଉପରେ ଗୁରୁତ୍ୱ ଦିଆଯାଇଛି। ସର୍କଲ ଜେଲ୍‌ରେ ୧ ହଜାର ଏବଂ ଜିଲ୍ଲା ଜେଲ୍‌ଗୁଡ଼ିକରେ ୫ଶହ କଏଦୀ ରହିବା […]

  • Thursday, 01 July 2021
vejal
ଭେଜାଲ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କି କଟକ ?

କଟକ:  ଭେଜାଲ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କି କଟକ ? ରାଜ୍ୟର ପ୍ରମୁଖ ବ୍ୟାବସାୟିକ ସ୍ଥଳରେ ବଢୁଛି କି ଅପମିଶ୍ରଣ କାରବାର? ଦୁଇ ଦିନ ଧରି କଟକ ମାଲଗୋଦାମ ଅଞ୍ଚଳରୁ ବିପୁଳ ପରିମାଣର ନକଲି ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ଜବତ ହେବା ପରେ ଏ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରତି ମାସରେ କଟକ ଓ ଆଖପାଖ ଅଞ୍ଚଳରୁ ଏଭଳି ଅପମିଶ୍ରଣ କାରବାର ସାମ୍ନାକୁ ଆସୁଛି। ପୋଲିସ ରେଡ୍ କରି ବିପୁଳ ପରିମାଣର ନକଲି […]

  • Thursday, 01 July 2021
11
ଚା' ପତି ଭାବି ବଗମରା ଔଷଧକୁ ପିଇଦେଲେ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଔପଦା ଥାନା ଦୁର୍ଗାପୁର ନୂଆହାଟ ଅଞ୍ଚଳର ଗୋଟିଏ ପରିବାରର ୫ ଜଣ ବଗମରା ବିଷ ଖାଇ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଦୁର୍ଗାପୁର ନୂଆହାଟ ଅଞ୍ଚଳର ବନମାଳି ସିଂ, ସବିନ ସିଂ, ପେଟୁ ସିଂ ଓ ଦୁଇ ଶିଶୁ ରମା ସିଂ ଏବଂ ଟୁବୁ ସିଂ ଭୁଲରେ ବଗମରା ବିଷକୁ ଚାହା ପତି ଭାବି ଚାହା କରି ପିଇ ଦେଇଥିଲେ। ଫଳରେ ଗୁରୁତର ହେବାରୁ ସ୍ଥାନୀୟ […]

  • Thursday, 01 July 2021
baijant
ବୈଜୟନ୍ତଙ୍କୁ ଦିଲ୍ଲୀ, ଆସାମର ପ୍ରଭାରୀ ଦାୟିତ୍ୱ

ଭୁବନେଶ୍ୱର: ବିଜେପି ପକ୍ଷରୁ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କରାଯାଇଛି। ୩୬ଟି ସାଂଗଠନିକ ପ୍ରଦେଶ ପାଇଁ ବିଜେପି ପକ୍ଷରୁ ପ୍ରଭାରୀ ନିଯୁକ୍ତ କରାଯାଇଛି। ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ଓ ଆସାମର ପ୍ରଭାରୀ ଦାୟିତ୍ୱ ମିଳିଛି। ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ମଣିପୁର ପ୍ରଭାରୀ ଦାୟିତ୍ୱ ମିଳିଛି। Bharatiya Janata Party (BJP) releases list of its state in-charges; Sambit Patra has been appointed as in-charge […]

  • Thursday, 01 July 2021
mo-bus-1
ଆଜି ଅପରାହ୍ନରେ ଗଡ଼ିବନି ‘ମୋ ବସ୍‌’

ଭୁବନେଶ୍ୱର:ଆଜି ଦୀପାବଳି। ଆଲୋକର ପର୍ବ। ଦୀପାବଳି ଉପଲକ୍ଷେ ଆଜି ଅପରାହ୍ନରେ ବନ୍ଦ ରହିବ ମୋ ବସ୍ ସେବା । ଦୀପାବଳି ପାଇଁ ଅପରାହ୍ନରୁ ରାଜଧାନୀରେ ଗଡ଼ିବନି ମୋ ବସ୍ । କେବଳ ୧୫ଟି ରୁଟ୍‌ରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ ମୋ ବସ୍ । ଦୀପାବଳିକୁ ଦୃଷ୍ଟିରେ ରଖି ପାସ୍ କାଉଣ୍ଟର ଓ ମାଷ୍ଟରକ୍ୟାଣ୍ଟିନ ଟର୍ମିନାଲକୁ ମଧ୍ୟ ବନ୍ଦ କରାଯାଇଛି । ମୋ ବସ୍ ଚଳାଚଳ କଟକଣା ନେଇ ସୂଚନା ଦେଇଛି CRUT।      

  • Thursday, 01 July 2021
ବିନାବାଣରେ ଆଜି ପାଳିତ ହେବ ଆଲୋକର ପର୍ବ ଦୀପାବଳି

ଭୁବନେଶ୍ୱର: ଆଜି ଆଲୋକ ପର୍ବ ଦୀପାବଳି । ଅନ୍ଧାରକୁ ଦୂର କରି ଆଲୋକକୁ ସ୍ୱାଗତ କରିବାର ଦିନ। ଦୀପ ପ୍ରଜଳ୍ୱିତ କରି ଉତ୍ସବ ପାଳନ କରିବାର ଦିନ । ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନକୁ ନେଇ କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି ଏହି ପରମ୍ପରା । ଦୀପାବଳିକୁ ହସଉଲ୍ଲାସର ସହ ପାଳନ କରିବାର ଦିନ।  ଆତସବାଜୀ ଓ ଆଲୋକମାଳାରେ ସଜାଇ ଏହାକୁ ଧୁମଧାମର ସହ ପାଳନ କରିଥାନ୍ତି ଲୋକେ । ଘରେ ଘରେ ପିଠାମିଠାରେ […]

  • Thursday, 01 July 2021
accident
ଦୀପାବଳି ପୂର୍ବରୁ ଲିଭିଗଲା ୨ ଭାଇଙ୍କ ଜୀବନଦୀପ

‍‍‍ବଣାଇ:  ଆଜି ଦୀପାବଳି। ହେଲେ ଦୁଇ ପୁଅଙ୍କୁ ହରାଇ ଘରେ ଖେଳି ଯାଇଛି ଶୋକର ଛାୟା।  ସୁନ୍ଦରଗଡ କୋଇଡ଼ା ଥାନା ଅନ୍ତର୍ଗତ ବାଲିଯୋଡ଼ି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ଭାଇଙ୍କର ମୃତ୍ୟୁ ଘଟିଛି।  ମୃତକ ଦୁଇ ଜଣ ହେଲେ କୋଇଡା ଥାନା ନିକଟସ୍ଥ କାଦଢ଼ିଆ ଗ୍ରାମର ଅରୁଣ ମାଝୀ ଓ ତାଙ୍କ ଭାଇ ଅଜୟ ମାଝୀ ଗତକାଲି ରାତିରେ ଦୁଇ ଭାଇ କୌଣସି କାର୍ଯ୍ୟରେ ବାଇକ ଯୋଗେ ନିକଟସ୍ଥ ଡେଙ୍ଗୁଳା ଗ୍ରାମକୁ ଯାଉଥିଲେ।  ବାଲିଝୁଡି […]

  • Thursday, 01 July 2021
coronavirus-1
ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୯୦୨ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୯୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୫୨୩ ଓ ୩୭୯ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ୩୦ଟି ଜିଲ୍ଲା ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲାରୁ । ଏଠାରେ ଆଜି ୮୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପଛରେ ରହିଛି ସୁନ୍ଦରଗଡ଼ । ଏଠାରୁ ୮୫ ଜଣ ଆକ୍ରାନ୍ତ ଚିହ୍ନଟ […]

  • Thursday, 01 July 2021