• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

hathrus
ହାଥରସ୍ ଯାଉଥିଲେ ଟିଏମସି ବରିଷ୍ଠ ସାଂସଦ, ପୋଲିସ ଧକ୍କାରେ ତଳେ ପଡିଗଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ପରେ ମୃତ ପୀଡ଼ିତାଙ୍କ ଘରକୁ ଯିବା ବେଳେ ପୋଲିସ ଓ ଟିଏମ୍‌ସି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ଟିଏମ‌ସିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେରେକ ଓବ୍ରାଏନ୍ ତଳେ ପଡ଼ି ଯାଇଥିଲେ । ଯୁଗ୍ମ ମାଜିଷ୍ଟ୍ରେଟ୍ ପ୍ରେମ ପ୍ରକାଶ ମିନା ନିଜେ ଦେରେକଙ୍କୁ ଏପରି ଧକ୍କା ଦେଇଥିବା ଅଭିଯୋଗ କରିଛି ଟିଏମ୍‌ସି। ଟିଏମ୍‌ସିର ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା ବେଳେ […]

  • Saturday, 03 July 2021
aims
ଜାନୁଆରୀ ସୁଦ୍ଧା ଆସିପାରେ କରୋନା ଟିକା; କିନ୍ତୁ ସାମ୍ନାରେ ରହିଛି ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଭାରତରେ କରୋନା ଟିକା ମିଳିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ। ଆସନ୍ତା ବର୍ଷ ଜାନୁଆରୀ ମାସ ସୁଦ୍ଧା କରୋନା ଟିକା ମିଳିଯାଇପାରେ ବୋଲି କହିଛନ୍ତି ରଣଦୀପ। ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରଣଦୀପଙ୍କୁ କରୋନା ଟିକା ନେଇ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ରଣଦୀପ କହିଥିଲେ ଯେ, କରୋନା ଭ୍ୟାକ୍ସିନ୍‌ କେବେ ମିଳିବ ତାହା ଠିକ୍ ଭାବେ କହିବା କଷ୍ଟକର। ଏଥିପାଇଁ ଅନେକ ଗୁଡ଼ିଏ କାରଣ […]

  • Saturday, 03 July 2021
jyoti-kk
ଜ୍ୟୋତି କୁମାରୀଙ୍କୁ ନେଇ ନିର୍ମାଣ ହେବ ଫିଲ୍ମ!

ନୂଆଦିଲ୍ଲୀ: କରୋନା ଲକଡାଉନ ସମୟରେ ଆହତ ବାପାଙ୍କୁ ସାଇକେଲରେ ବସାଇ ଦୀର୍ଘ ୧୨ ଶହ କିମି ଅତିକ୍ରମ କରିଥିଲେ ବିହାର ଝିଅ ଜ୍ୟୋତି କୁମାରୀ। ୧୫ ବର୍ଷୀୟା ଜ୍ୟୋତିଙ୍କୁ ନେଇ ସେ ସମୟରେ ବେଶ୍ ଚର୍ଚ୍ଚା ହୋଇଥିଲା। ଜ୍ୟୋତି ଦୀର୍ଘ ୭ ଦିନ ଧରି ସାଇକେଲରେ ବସାଇ ତାଙ୍କ ଆହତ ବାପାଙ୍କୁ ହରିଆଣାରୁ ବିହାର ଆଣିଥିଲେ। ଏ ଖବର ଗଣମାଧ୍ୟମରେ ପ୍ରସାର ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଟ୍ୱିଟ୍‌ କରି […]

  • Saturday, 03 July 2021
minor-girl
ନାବାଳିକା ଦୁଷ୍କର୍ମ ଘଟଣାରେ ୫ ଗିରଫ; ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ବିଜେପି ଓ କଂଗ୍ରେସ ନେତା

ଜୟପୁର: ରାଜସ୍ଥାନ ସୱାଇ ମଧୂପୁର ନାବାଳିକା ଦୁଷ୍କର୍ମ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ମୁଖ୍ୟ ଓ ଦୁଇ କଂଗ୍ରେସ କର୍ମୀ ମଧ୍ୟ ଅଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏସ୍‌ପି ଓ.ପି ସୋଲାଙ୍କି କହିଛନ୍ତି, ନାବାଳିକା ପୀଡ଼ିତା ଜଣଙ୍କ ଭିନ୍ନ ଭିନ୍ନ ସ୍ଥାନରେ ୮ ଥର ଦୁଷ୍କର୍ମର ଶିକାର ହୋଇଛନ୍ତି।, ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ ବିଜେପି ମହିଳା ମୋର୍ଚ୍ଚା […]

  • Saturday, 03 July 2021
hath-rash
ହାଥରସ ଘଟଣା: ଅଭିଯୁକ୍ତଙ୍କ ସପକ୍ଷରେ ବସିଲା ପଞ୍ଚାୟତ; ସିବିଆଇ ତଦନ୍ତ ଦାବି

ଲକ୍ଷ୍ନୌ: ହାଥରସର ୧୯ ବର୍ଷୀୟା ଦଳିତ ଯୁବତୀ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ସପକ୍ଷରେ ପଞ୍ଚାୟତ ବସାଇଲେ ଉଚ୍ଚ ବର୍ଗର ଲୋକେ। ଦୁଷ୍କର୍ମ ଅଭିଯୋଗରେ ଗିରଫ ଓ ପୋଲିସ କଷ୍ଟୁଡିରେ ଥିବା ଅଭିଯୁକ୍ତଙ୍କ ପାଇଁ ନ୍ୟାୟ ଦାବି କରି ଶୁକ୍ରବାର ଏମାନେ ଧାରଣା ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାର ଗଠନ କରିଥିବା ଏସ୍‌ଆଇଟି ଟିମ୍‌ ପକ୍ଷପାତ ନ କରି ଏହାର ସଠିକ୍ ତଦନ୍ତ କରିବା ପାଇଁ ସେମାନେ ଦାବି କରିଛନ୍ତି। ଜଣେ ଧାରଣାକାରୀ କହିଛନ୍ତି, […]

  • Saturday, 03 July 2021
japan
ଟ୍ୱିଟର କିଲର: ସୋସିଆଲ ମିଡିଆରେ ଫସାଇ ୯ ଜଣଙ୍କୁ ମାରିଦେଲା

ଟୋକିଓ : ଜାପାନର ଜଣେ ଯୁବକ ସୋସିଆଲ ମିଡିଆ ସାହାର୍ଯ୍ୟରେ ସମ୍ପର୍କ କରି ୯ ଜଣଙ୍କୁ ହତ୍ୟା କରିଛି । ବୁଧବାର ଦିନ ୨୯ ବର୍ଷିୟ ଏହି ଅଭିଯୁକ୍ତ କୋର୍ଟରେ ନିଜର ଅପରାଧ ସ୍ୱୀକାର କରିଛନ୍ତି । ତାଙ୍କ ନାମ ତାକାହିରୋ ଶିରାଇସି । ଏବେ ତାଙ୍କୁ ଲୋକେ ଟ୍ୱିଟର ଘାତକ ବୋଲି କହୁଛନ୍ତି । ଅଭିଯୋଗ ଅନୁସାରେ ଶିରାଇସି ଟ୍ୱିଟରରେ ୧୫ ରୁ ୨୬ ବର୍ଷ ବୟସର ଲୋକଙ୍କୁ ଖୋଜୁଥିଲେ। ଯେଉଁମାନେକି ଅନଲାଇନରେ ସେମାନଙ୍କ ଜୀବନ […]

  • Saturday, 03 July 2021
kejrwal
କୁହୁଳିଲା ହାଥରସ ନିଆଁ; ଜନ୍ତର ମନ୍ତରରେ ବିକ୍ଷୋଭକାରୀଙ୍କ ଭିଡ଼, କେଜରିୱାଲ୍‌ ବି ସାମିଲ୍‌

ନୂଆଦିଲ୍ଲୀ: ନିର୍ଭୟା ଭଳି କୁହୁଳିଲା ହାଥରସ ନିଆଁ। ଘଟଣାକୁ ନେଇ ସାରା ଦେଶରେ ଏବେ ଆକ୍ରୋଶର ନିଆଁ ଜଳୁଛି। ସ୍ଥାନେ ସ୍ଥାନେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବିରେ ଦିଲ୍ଲୀର ଜନ୍ତର ମନ୍ତରରେ ଶହ ଶହ ଲୋକ ପହଞ୍ଚି ଆନ୍ଦୋଳନ କଲେଣି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଏହି ପ୍ରଦର୍ଶନରେ ସାମିଲ ହୋଇଛନ୍ତି। କେବଳ କେଜରିୱାଲ୍‌ ନୁହେଁ, ସିପିଆଇଏମ୍‌ ନେତା ସୀତାରାମ ୟେଚୁରୀ, ସିପିଆଇ ନେତା ଡି, ରାଜା, ଭୀମ ଆର୍ମୀ […]

  • Saturday, 03 July 2021
uma-bharti
ଯୋଗୀଙ୍କୁ କହିଲେ ଉମା; ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ତୁମ ନିର୍ମଳ ଛବିରେ ଦାଗ ଲଗାଇଛି

ନୂଆଦିଲ୍ଲୀ: ହାଥରସ ଘଟଣାରେ ଏବେ ସାରା ଦେଶରେ ଆକ୍ରୋଶର ନିଆଁ ଜଳୁଛି। ବିକ୍ଷୋଭ, ନାହାରବାଜୀ  ସହିତ ସରକାରଙ୍କ ଇସ୍ତଫା ଓ ଆଇନ୍‌ ବ୍ୟବସ୍ଥାର କଡ଼ା ସମାଲୋଚନା ହେଉଛି। ନେଚା ହୁଅନ୍ତୁ କିମ୍ବା ଜନତା ସମସ୍ତେ ଯୋଗୀ ସରକାରଙ୍କୁ ଜବାବ ମାଗୁଛନ୍ତି। ପୀଡ଼ିତାଙ୍କ ପରିବାରକୁ ନା ରାଜନେତା ନା କୌଣସି ମିଡିଆ କର୍ମୀଙ୍କୁ ଭେଟିବାକୁ ଦିଆଯାଉ ନାହିଁ। ପୀଡ଼ିତାଙ୍କ ଘରକୁ ପୋଲିସ ଛାଉଣୀ କରି ରଖିଛି। ଏହି ଘଟଣାରେ ବିରୋଧୀ ତ ବିରୋଧୀ ଏବେ ନିଜ ଦଳର ନେତା […]

  • Saturday, 03 July 2021
hathrash
ହାଥରସ ଘଟଣାରେ ଯୋଗୀ ସରକାରଙ୍କ ବଡ଼ ପଦକ୍ଷେପ

ଲକ୍ଷ୍ନୌ: ହାଥରସ ଘଟଣାରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଉତ୍ତର ପ୍ରଦେଶ ସରକାରଙ୍କର। ଏହି ମାମଲାରେ ୫ ଜଣଙ୍କ ନିଲମ୍ବିତ କରିଛନ୍ତି ଉତ୍ତର ପ୍ରଦେଶ ସରକାର। ହାଥରସ ଏସ୍‌ପି, ଡିଏସ୍‌ପି, ଷ୍ଟେସନ ଇନସ୍ପେକ୍ଟର ଏବଂ ଦୁଇ ଅନ୍ୟ ଅଫିସର୍‌ଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତା ମାନେ ହେଲେ ଏସ୍‌ପି ବିକ୍ରାନ୍ତ ଭୀ, ଡିଏସ୍‌ପି ରାମ ଶବ୍ଦ, ଇନସ୍ପେକ୍ଟର ଦିନେଶ ବର୍ମା, ସବ ଇନସ୍ପେକ୍ଟର ଜଗଭୀର ସିଂହ ଏବଂ ହେଡ୍ କନଷ୍ଟେବଲ ମହେଶ ପାଲ। ଏହି ୫ […]

  • Saturday, 03 July 2021
2131313
ଯୁବକଙ୍କ ଅଶାଳୀନ ବ୍ୟବହାରରେ ଅତିଷ୍ଠ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ପୋଲିସ କହିଲା ଜମି ବିବାଦ

ଭୋପାଳ: ହାଥରସ ଗ୍ୟାଙ୍ଗରେପ ଓ ହତ୍ୟା ଘଟଣାକୁ ବିରୋଧ କରି ସାରା ଦେଶରେ ବିଦ୍ରୋହର ନିଆଁ ଜଳୁଛି। ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ସାରା ଦେଶରେ ଦାବି ଉଠୁଛି। ହେଲେ ଦେଶରେ ମହିଳାଙ୍କ ସହ ଅପରାଧ କମିବାର ନାଁ ଧରୁନାହିଁ। ଉତ୍ତରପ୍ରଦେଶ ଗୋରଖପୁର ନିକଟ ମହାରାଜଗଞ୍ଜ ଜିଲ୍ଲାରେ ଜଣେ ୨୨ ବର୍ଷିୟ ଯୁବତୀ ଗୁରୁବାର ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପରିବାର ଲୋକେ ଦାବି କରିଛନ୍ତି, ପଡୋଶୀ ପରିବାରର ୪ ଜଣ ଯୁବକ ତାଙ୍କୁ […]

  • Saturday, 03 July 2021
atal tunnel 5
ଲୋକାର୍ପିତ ହେଲା ବିଶ୍ୱର ସୁଦୀର୍ଘ ଓ ସର୍ବୋଚ୍ଚ ‘ଅଟଳ ଟନେଲ୍’

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଲମ୍ବା ସୁଡ଼ଙ୍ଗପଥ ଅଟଳ ଟନେଲ୍‌କୁ (Atal Tunnel)‌‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକାର୍ପଣ କରିଛନ୍ତି। ୨୦୧୦ ଜୁନ୍ ୨୮ରୁ ଆରମ୍ଭ ହୋଇଥିବା ଅଟଳ ଟନେଲକୁ ହିମାଚଳ ପ୍ରଦେଶ ରୋହତାଙ୍ଗ୍‌ରେ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଲୋକାର୍ପଣ କରିଛନ୍ତି। ୩ ହଜାର ମିଟର ଉଚ୍ଚ ପାହାଡ଼ରେ ନିର୍ମିତ ହୋଇଛି ଏହି ଟନେଲ୍। ୯ କିମି ଲମ୍ବ ବିଶିଷ୍ଟ ବିଶ୍ୱର ସୁଦୀର୍ଘ ଓ ସର୍ବୋଚ୍ଚ ହାଇୱେ ଟନେଲ୍।  ଟନେଲ୍ ନିର୍ମାଣ ଦ୍ୱାରା ମନାଲିରୁ ଲେହ […]

  • Saturday, 03 July 2021
sc
ବ୍ୟାଙ୍କ ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି; ସୁଧ ଉପରେ ଆଉ ଦେବାକୁ ପଡ଼ିବନି ସୁଧ

ନୂଆଦିଲ୍ଲୀ: ଋଣ ନେଇଥିବା ବ୍ୟାଙ୍କ ଗ୍ରାହକଙ୍କୁ ମିଳିଲା ବଡ଼ ଧରଣର ଆଶ୍ୱସ୍ତି । ଏଣିକି ସୁଧ ଉପରେ ଆଉ ସୁଧ ଦେବାକୁ ପଡ଼ିବ ନାହିଁ । ମୋରାଟୋରିୟମ୍ ଅବଧିରେ ୨ କୋଟି ଟଙ୍କାର ଋଣ ପରିଶୋଧ କରି ନ ଥିବା ଗ୍ରାହକଙ୍କୁ ଏହି ସୁବିଧା ମିଳିବ ।ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି କେନ୍ଦ୍ର ସରକାର। ସମସ୍ତ ପ୍ରକାର MSME, ଶିକ୍ଷା ଋଣ, ଗୃହ ଋଣ, କ୍ରେଡିଟ କାର୍ଡ, ଗାଡ଼ି ଋଣ ପ୍ରତି ଏହା ଲାଗୁ ହେବ। କରୋନା ପାଇଁ […]

  • Saturday, 03 July 2021