ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଏବେ ରିୟା ୧୪ ଦିନ ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜେଲରେ ରହିବେ। ରିୟା ଓ ତାଙ୍କ ଭାଇ ସୌଭିକଙ୍କ ସମେତ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ମୁମ୍ବାଇର ସେସନ୍ସ କୋର୍ଟ। ରିୟା, ତାଙ୍କ ଭାଇ ସୌଭିକଙ୍କ ସହ ଦୀପେଶ ସାୱନ୍ତ, ସାମୁଏଲ ମିରାଣ୍ଡା, ଜୈଦ ବିଲାତ୍ରା ଏବଂ […]
ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୪୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୦୧ ଲୋକାଲ କେସ ଓ ୧୧୨ କ୍ୱାରେଣ୍ଟିନ୍ରୁ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଟ୍ୱିଟ୍ କରି ସୂଚନା ଦେଇଛି। ଏହାଛଡ଼ା ଆଜି ୪୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। Update on newly detected & cured #COVID19 cases in the last 24 hrs under the BMC area […]
ନୂଆଦିଲ୍ଲୀ: ବିଶିଷ୍ଟ ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶଙ୍କ ପରଲୋକ ହୋଇଛି। ନୂଆଦିଲ୍ଲୀରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଲିଭର ସୋରିଆସିସ୍ ରୋଗରେ ପୀଡ଼ିତ ହେବା ପରେ ଗତ ସପ୍ତାହରେ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ଗତ ମଙ୍ଗଳବାର ତାଙ୍କୁ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ବିଲାଇ ସାଇନ୍ସରେ ଭର୍ତ୍ତି କରାଯାଇଥିଲା ସେଠାରେ ସେ ଭେଣ୍ଟିଲେଟରରେ ରହି ଚିକିତ୍ସାଧୀନ ଥିଲେ। […]
ନୂଆଦିଲ୍ଲୀ/ଭୁବନେଶ୍ୱର: JEE Main 2020 ରେଜଲ୍ଟ ଶୁକ୍ରବାର ପ୍ରକାଶ ପାଇଛି। ସୌରଭ ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି। ସେ ୯୯.୯୯% ରଖି ୩୪ତମ ସ୍ଥାନ ହାସଲ କରିଛନ୍ତି। ସୂଚନାଥାଉ କି, ୨୪ ଜଣ ପରୀକ୍ଷାର୍ଥୀ ଶହେ ପରସେଣ୍ଟାଇଲ୍ ମାର୍କ ରଖିଛନ୍ତି। ଟପ୍ପର ତାଲିକାରେ ତେଲେଙ୍ଗାନାର ୮ଜଣ ପରୀକ୍ଷାର୍ଥୀ ଶହେ ପରସେଣ୍ଟାଇଲ ମାର୍କ ରଖିଛନ୍ତି। ଦ୍ୱିତୀୟ ସ୍ଥାନରେ ରହିଛି ଦିଲ୍ଲୀ। ଦିଲ୍ଲୀରୁ ୫ଜଣ ପରୀକ୍ଷାର୍ଥୀ ଟପ୍ପର ତାଲିକାରେ ରହିଛନ୍ତି। ରାଜସ୍ଥାନରୁ ୪, ଆନ୍ଧ୍ର ପ୍ରଦେଶରୁ ୩, ହରିୟାଣାରୁ […]
ମୁମ୍ବାଇ-କଙ୍ଗନା-ଶିବସେନା ବିବାଦ ଦିନକୁ ଦିନ ଜଟିଳ ହେଉଛି । କଙ୍ଗନାଙ୍କୁ ବିଭିନ୍ନ ଆଡୁ ଘେରିବାକୁ ଜାଲ ବିଛାଇଛି ମହାରାଷ୍ଟ ଉଦ୍ଧବ ଠାକ୍ରେ ସରକାର । ବିଏମସିକୁ ଲଗାଇ କଙ୍ଗନାଙ୍କ ଅଫିସ ଭାଙ୍ଗିବା ପରେ ଏବେ କଙ୍ଗନା ଡ୍ରଗ୍ସ ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ଉଦ୍ଧବ ସରକାର । ଏ ନେଇ କଙ୍ଗନାଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଛନ୍ତି । ଅନ୍ୟପକ୍ଷେ କଙ୍ଗନା ବି ଚୁପ୍ ବି ରହିନାହାନ୍ତି । ଶିବସେନା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ […]
ମୁମ୍ବାଇ: କଙ୍ଗନା-ଶିବସେନା ବିବାଦ ଦିନକୁ ଦିନ ଜଟିଳ ହେଉଛି। କଙ୍ଗନାଙ୍କୁ ବିଭିନ୍ନ ଆଡୁ ଘେରିବାକୁ ଜାଲ ବିଛାଇଛି ମହାରାଷ୍ଟ ଉଦ୍ଧବ ଠାକ୍ରେ ସରକାର। ବିଏମସିକୁ ଲଗାଇ କଙ୍ଗନାଙ୍କ ଅଫିସ ଭାଙ୍ଗିବା ପରେ ଏବେ କଙ୍ଗନା ଡ୍ରଗ୍ସ ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ଉଦ୍ଧବ ସରକାର। ଏ ନେଇ କଙ୍ଗନାଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଛନ୍ତି। ଅନ୍ୟପକ୍ଷେ କଙ୍ଗନା ବି ଚୁପ୍ ବି ରହି ନାହାନ୍ତି। ଶିବସେନା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି […]
ନୂଆଦିଲ୍ଲୀ: ଚୀନ୍ ସୀମାରେ ନିଖୋଜ ହୋଇଥିବା ୫ ଭାରତୀୟ ନିଜ ଦେଶକୁ ଫେରିଛନ୍ତି। ଆଜି ସକାଳେ ଚୀନର ପିପୁଲସ ଲିବରେସନ ଆର୍ମି ପକ୍ଷରୁ ସେମାନଙ୍କୁ ହସ୍ତାନ୍ତର କରାଯାଇଛି। ସେପ୍ଟେମ୍ବର ପହିଲାରେ ଅରୁଣାଚଳ ପ୍ରଦେଶର ୫ ଜଣ ଶିକାର କରିବାକୁ ଯାଇଥିବା ବେଳେ ଭୁଲବଶତଃ ଚୀନ ସୀମାକୁ ପଶି ଯାଇଥିଲେ। ଅରୁଣାଚଳ ପ୍ରଦେଶର ଜଣେ ବିଧାୟକ ଚୀନ ସେନା ୫ ଭାରତୀୟଙ୍କୁ ଉଠାଇ ନେଇଥିବା ଅଭିଯୋଗ ଆଣିଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ନିବେଦନ […]
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଜଡ଼ିତ ଏକ ଭାଇରାଲ କାର୍ଟୁନକୁ ନେଇ ମୁମ୍ବାଇରେ ଜଣେ ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ଗତକାଲି ରାତିରେ ୧୦ରୁ ୧୫ ଜଣ ଲୋକ ନିସ୍ତୁକ ମାଡ଼ ମାରି ଗୁରୁତର କରିଦେଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆକ୍ରମଣ କରିଥିବା ବ୍ୟକ୍ତିମାନେ ଶିବସେନାର ବୋଲି ଅଭିଯୋଗ ହୋଇଛି । ପୋଲିସ ଗତକାଲି ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଥିଲା । ହେଲେ ସମସ୍ତ ଅଭିଯୁକ୍ତଙ୍କୁ […]
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଡ୍ରଗ୍ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରାଯାଇଛି। ଉଭୟଙ୍କୁ ଡ୍ରଗ୍ ଦେଉଥିବା ଜଣେ ଡ୍ରଗ୍ ପେଡଲରଙ୍କୁ ଗିରଫ କରା ଯାଇଛି। ଏ ନେଇ ଏନସିବି ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ମାମଲାରେ ନାରୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ସକାଳେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ବଲିଉଡ୍ରେ ଚାଲିଥିବା ଡ୍ରଗ୍ […]
ନୂଆଦିଲ୍ଲୀ: ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେବାର ୨ ସପ୍ତାହ ପରେ ପୁଣି ଥରେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ପୁଣିଥରେ ଶନିବାର ଦିନ ନୂଆଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତେବେ ଅମିତ ଶାହ ହସ୍ପିଟାଲ୍ରେ ଭର୍ତ୍ତି ହେବାନେଇ ଏପର୍ଯ୍ୟନ୍ତ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ମିଳିଥିବା ସୂଚନା ଅନୁସାରେ, ଶନିବାର ରାତି ୧୧ଟାରେ ଅମିତ […]
ବ୍ରହ୍ମପୁର: କରୋନା ଭୂତାଣୁ ଭୟ ମଧ୍ୟରେ ପୁଣି ଥରେ ଜୀବନ ଜୀବିକା ପାଇଁ ଅଣ୍ଟା ଭିଡିଛନ୍ତି ଶ୍ରମିକ। ଭିଟାମାଟି ଛାଡୁଛନ୍ତି ହଜାର ହଜାର ଓଡ଼ିଆ ଶ୍ରମିକ। ଜୀବିକା ସନ୍ଧାନରେ କର୍ମଭୂମି ଗୁଜରାଟର ସୁରତକୁ ସବୁଠୁ ଅଧିକ ଶ୍ରମିକ ଗଞ୍ଜାମ ଜିଲ୍ଲାରୁ ଯାଉଛନ୍ତି। ଅନ୍ୟ ଜିଲ୍ଲାରୁ ମଧ୍ୟ ଶହ ଶହ ଶ୍ରମିକ ସୁରତକୁ ଫେରିଯାଉଛନ୍ତି। ରାଜ୍ୟ ସରକାର ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟରେ କାମ ମିଳିବ, ରୋଜଗାରର ଅବସର ସୃଷ୍ଟି ହେବ। ହେଲେ ସବୁ ପ୍ରତିଶ୍ରୁତି ପାଣିର ଗାର […]
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିହାରର ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂହଙ୍କର ଆଜି ପରଲୋକ ହୋଇଯାଇଛି। ଦିଲ୍ଲୀ ଏମ୍ସରେ ୭୪ ବର୍ଷ ବୟସରେ ତାଙ୍କର ନିିିଧନ ହୋଇଛି। ବିହାର ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ରଘୁବଂଶ ପ୍ରସାଦ ସିଂହ ମନମୋହନ ସିଂ ମନ୍ତ୍ରିମଣ୍ଡଳରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିଲେ। ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କର ସେ ଅତି ଘନିଷ୍ଠ ଥିଲେ। ନିକଟରେ ସେ RJDରୁ ଇସ୍ତଫା ଦେଇଥିଲେ। କିଛି ଦିନ ତଳେ […]