ମୁମ୍ୱାଇ: ମାର୍କେଟରେ କମୁଛି ୨୦୦୦ ଟଙ୍କିଆ ନୋଟ୍। ଆଗାମୀ ଦିନରେ ବନ୍ଦ ହୋଇଯିବ କି ୨୦୦୦ ହଜାର ଟଙ୍କିଆ ନୋଟ୍? ବିମୁଦ୍ରାକରଣ ପରେ ହଜାରେ ଟଙ୍କିଆ ନୋଟ ବଦଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ୨ ହଜାର ଟଙ୍କିଆ ନୋଟ ବଜାରକୁ ଛାଡ଼ିଥିଲା। କିନ୍ତୁ ୨୦୧୯-୨୦ରେ ଆରବିଆଇ ଗୋଟିଏ ହେଲେ ବି ନୂଆ ୨ ହଜାର ଟଙ୍କିଆ ନୋଟ ଛାପି ନାହିଁ। ତେବେ ଆରବିଆଇ ଏହା ପଛର କାରଣ ସ୍ପଷ୍ଟ କରିନଥିବା ବେଳେ ସୋଶାଲ ମିଡିଆରେ ଅନେକ ପ୍ରକାରର […]
ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ପୁଷ୍କର ସିଂ ଧାମି। ଦୁଇ ଦୁଇଥର ବିଧାୟକ ଥିବା ୪୫ ବର୍ଷିୟ ଧାମିଙ୍କୁ ବିଧାୟକ ଦଳ ବୈଠକରେ ନେତା ଭାବେ ସର୍ବସମ୍ମତିକ୍ରମେ ଚୟନ କରାଯାଇଛି
ମୁମ୍ବାଇ: କଥାରେ ଅଛି ରଖେ ହରି ତ ମାରେ କିଏ। ଭଗବାନଙ୍କ ଆଶୀର୍ବାଦ ଥିଲେ ବଡ଼ ବଡ଼ ଦୁର୍ଘଟଣା ବି କିଛି କରିପାରେ ନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ରାଇଘର ଜିଲ୍ଲାରେ। ୫ ମହଲା ବିଶିଷ୍ଟ ବିରାଟ ବିଲ୍ଡିଂ ଭୁଶିଡ଼ି ଯିବା ସ୍ଥାନରୁ ସୁରକ୍ଷିତ ଅବସ୍ଥାରେ ଜଣେ ୪ ବର୍ଷୀୟ ଶିଶୁକୁ ଉଦ୍ଧାର କରାଯାଇଛି। #WATCH: A 4-year-old boy was rescued from under the debris at the site […]
ନୂଆଦିଲ୍ଲୀ: କରୋନାଭାଇରସ୍ ମହାସଙ୍କଟ ମଧ୍ୟରେ ମୌସୁମୀ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ କରିବାକୁ ପ୍ରସ୍ତାବ ଦିଆଯାଇଛି। ତେବେ ଚଳିତ ଅଧିବେଶନରେ ସଂସଦର ଉଭୟ ସଦନ ବିନା ଅଫ ଡେ’ରେ ଚାଲିବ। ଅର୍ଥାତ କୌଣସି ଛୁଟି ରହିବ ନାହିଁ ଓ ଶନିବାର ଏବଂ ରବିବାର ବି ଗୃହ କାର୍ଯ୍ୟ ଚାଲୁ ରହିବ। ସୂତ୍ର ଅନୁସାରେ, ପ୍ରତିଦିନ ୪ ଘଣ୍ଟା ଲେଖାଏ ଗୃହ କାର୍ଯ୍ୟକ୍ଷମ ହେବ। […]
କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଗୋଟିଏ କିମ୍ବା ଦୁଇଟି ଡୋଜ୍ ଟିକା ନେଇଥିଲେ ଡେଲଟା ଭ୍ୟାରିଆଣ୍ଟ ତାଙ୍କୁ ଆକ୍ରାନ୍ତ କରିପାରିବନି। ଆଇସିଏମ୍ଆର୍ ପକ୍ଷରୁ କରାଯାଇଥିବା
ମୁମ୍ବାଇ: ସିବିଆଇ ସ୍କାନରରେ ସୁଶାନ୍ତଙ୍କ ସାଇକୋଲୋଜି। ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ କରିପାରେ ସାଇକୋଲୋଜିକାଲ ଅଟୋପ୍ସି ବା ମନସ୍ତତ୍ତ୍ୱ ବିଶ୍ଳେଷଣ। ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ସିବିଆଇ ଏଭଳି ଜଟିଳ ତଦନ୍ତ ପ୍ରକ୍ରିୟା ଆପଣାଇପାରେ ବୋଲି ଜଣାପଡ଼ିଛି। ଏହି ଜଟିଳ ତଦନ୍ତ ପ୍ରକ୍ରିୟାରେ ଜୀବିତାବସ୍ଥା ବେଳେ ସୁଶାନ୍ତଙ୍କ ମାନସିକ ସ୍ଥିତି କିଭଳି ଥିଲା, ତାହା ଜାଣିବାକୁ ଏକାଧିକ ଦିଗରେ ଖୋଳତାଡ଼ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ସିବିଆଇର ଫୋରେନ୍ସିକ୍ ଟିମ୍, ସୁଶାନ୍ତଙ୍କ […]
ନୂଆଦିଲ୍ଲୀ: ଧାର୍ଯ୍ୟ ତାରିଖରେ ଅନୁଷ୍ଠିତ ହେବ JEE ମେନ୍ ଓ NEET। ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି NTA । JEE (ମେନ୍) ସେପ୍ଟେମ୍ବର ୧ରୁ ୬ ତାରିଖ ଓ NEET (ୟୁଜି) ପରୀକ୍ଷା ସେପ୍ଟେମ୍ବର ୧୩ ତାରିଖରେ ହେବାକୁ ପୂର୍ବରୁ ଦିନ ଧାର୍ଯ୍ୟ ହୋଇଛି । ଏନଟିଏର ଏହି ସୂଚନା ପରେ ପିଲାଙ୍କ ମନରେ ପରୀକ୍ଷା ତାରିଖକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । ଏପଟେ […]
ମୁମ୍ବାଇ: ସ୍ୱାମୀର ଟଙ୍କା ପାଇବେ ପ୍ରଥମ ସ୍ତ୍ରୀ । ଏକାଧିକ ବିବାହ କରିଥିବା ବ୍ୟକ୍ତିଙ୍କ ପତ୍ନୀମାନଙ୍କ ମଧ୍ୟରେ କେବଳ ପ୍ରଥମ ପତ୍ନୀ ହିଁ ତାଙ୍କର ଟଙ୍କା ପାଇବାକୁ ଯୋଗ୍ୟ । ମହାରାଷ୍ଟ୍ରରେ ଏକ ମାମଲାର ଶୁଣାଣି କରି ଏହା କହିଛନ୍ତି ବମ୍ବେ ହାଇକୋର୍ଟ। ତେବେ ଉଭୟ ପତ୍ନୀଙ୍କ ଗର୍ଭରୁ ଜନ୍ମିତ ସନ୍ତାନସନ୍ତତି ବାପାଙ୍କ ଟଙ୍କା ପାଇବାକୁ ହକଦାର ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ। ସୂଚନା ଅନୁସାରେ, ମହାରାଷ୍ଟ୍ର ରେଲେଓ୍ୱ ପୋଲିସର ଏଏସ୍ଆଇ ସୁରେଶ ହଟଙ୍କର କୋଭିଡ୍ ଆକ୍ରାନ୍ତ […]
ନୂଆଦିଲ୍ଲୀ: ନାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ନିର୍ଦ୍ଧାରିତ ସମୟରେ ଜେଇଇ ମେନ୍ ଓ NEET ପରୀକ୍ଷା ହେବା ପାଇଁ ଘୋଷଣା କରାଯିବା ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଆଜି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଡାକିଛନ୍ତି। ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ୱାମୀ ଏହି ବୈଠକରେ ଯୋଗ ଦେବେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରୋନ ମଧ୍ୟ ଏଥିରେ […]
ଲକ୍ଷ୍ନୌ: ଲକ୍ଷ୍ନୌରେ ଘଟିଛି ବଡ଼ ସଡ଼କ ଦୁର୍ଘଟଣା। ଦୁଇ ରୋଡୱେଜ୍ ବସ୍ ପରସ୍ପରକୁ ଧକ୍କା ଦେବାରୁ ଏହି ଭୟଙ୍କର ଦୁର୍ଘଟଣା ହୋଇଛି, ଯେଉଁଥିରେ ୬ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଡ୍ରାଇଭର୍ ସମେତ ଚାରିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାକି ଦୁଇଜଣ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। 6 dead including one bus driver and 8 people were injured after two roadways buses collided with each other: Naveen Arora, Joint Commissioner, […]
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇର ଘନଘନ ଜେରା ରହିଛି। ତେବେ ସୁଶାନ୍ତଙ୍କ ମୃତ୍ୟୁରେ ଏବେ ନୂଆ ମୋଡ଼ ଦେଖା ଦେଇଛି। ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି, ତା’ର ପର୍ଦ୍ଦାଫାସ ହୋଇପାରିନାହିଁ। କିନ୍ତୁ ତାଙ୍କ ମାମଲାକୁ ଆତ୍ମହତ୍ୟା ବଦଳରେ ହତ୍ୟା ଦୃଷ୍ଟି କୋଣରୁ ତଦନ୍ତ କରାଯାଉ ବୋଲି ଏମ୍ସର ଫରେନ୍ସିକ ଟିମ୍ ସିବିଆଇକୁ ପରାମର୍ଶ ଦେଇଛି। ସୁଶାନ୍ତ ସିଂଙ୍କ ପୋଷ୍ଟ ମର୍ଟମ ରିପୋର୍ଟର ଅନୁଧ୍ୟାନ ପରେ ୧୨ଟି […]
ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି। ଏହି ବୈଠକରେ ଜିଏସଟିର ବକେୟା ଏବଂ NEET-JEE ପରୀକ୍ଷା ଉପରେ ଚର୍ଚ୍ଚା ହୋଇଛି। ବୈଠକରେ NEET-JEE ପରୀକ୍ଷା କରାଇବା ନିଷ୍ପତ୍ତି ବିରୋଧରେ ସମସ୍ତ ୭ଟି ଯାକ ରାଜ୍ୟର ମୁଖ୍ୟମନ୍ତ୍ରୀ ସୁପ୍ରିମ୍ କୋର୍ଟ ଯିବାକୁ ସହମତି ପ୍ରକାଶ କରିଛନ୍ତି। କରୋନା ସଂକ୍ରମଣ ଭିତରେ କେନ୍ଦ୍ର ସରକାର ଆସନ୍ତା ମାସରେ NEET-JEE ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହାକୁ ବିଭିନ୍ନ ମହଲରେ […]
ନୂଆଦିଲ୍ଲୀ: ଭାରତ ପକ୍ଷରୁ ଏସିଆନ୍ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିବା ପୂର୍ବତନ ଆଥଲେଟ୍ ଇକବାଲ୍ ସିଂହଙ୍କୁ ପତ୍ନୀ ଓ ମା’ଙ୍କ ହତ୍ୟା ଅଭିଯୋଗରେ ଆମେରିକାରେ ଗିରଫ କରାଯାଇଛି। ‘ଦି ଫିଲାଡେଲଫିଆ’ ଇନକ୍ୱାୟରର’ ରିପୋର୍ଟ ମୁତାବକ ପେନିସେଲଭାନିଆର ଡେଲାୱେର କାଉଣ୍ଟିରେ ରହୁଥିବା ୬୨ ବର୍ଷୀୟ ଇକବାଲ୍ ରବିବାର ସକାଳେ ପୋଲିସକୁ ଫୋନ୍ କରି ନିଜର ଅପରାଧ ସ୍ୱୀକାର କରିଥିଲେ। ରିପୋର୍ଟରେ କୁହାଯାଇଛି, ଯେତେବେଳେ ପୋଲିସ୍ ନ୍ୟୁଟାଉନ୍ ଟାଉନଶିପରେ ଥିବା ଇକବାଲଙ୍କ ଘରେ ପହଞ୍ଚିଲା, ଇକବାଲ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ […]
ନୂଆଦିଲ୍ଲୀ: ବୁଧବାର ପାର୍ଲାମେଣ୍ଟ ନିକଟରେ ଜଣେ ସୁନ୍ଦିଗ୍ଧ ଯୁବକଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ କୋର୍ଡୱାର୍ଡ ଲେଖାଥିବା ଏକ କାଗଜ ଜବତ ହୋଇଛି। ବ୍ୟକ୍ତି ଜଣକ ବିଜୟ ଚୌକ ପାଖରେ ବୁଲୁଥିବା ବେଳେ ସିଆର୍ପିଏଫ୍ ଯବାନମାନେ ସନ୍ଦେହ କରି ତାକୁ ଧରିଥିଲେ। ଦିଲ୍ଲୀର ସଂସଦ ମାର୍ଗ ଥାନାରେ ସନ୍ଦିଗ୍ଧକୁ ପୁଲିସ ସହିତ ଆଇବି ଓ ଅନ୍ୟ ଗୋଇନ୍ଦା ସଂସ୍ଥା ପଚରାଉଚରା ଜାରି ରଖିଛି। ପୁଲିସ ସୂଚନା ଅନୁସାରେ, ଯୁବକ ଜଣ ସଂସଦ ଭବନ ଆଖପାଖରେ ବୁଲୁଥିଲା। ପରିଚୟ […]
ମୁମ୍ବଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ମୃତ୍ୟୁ ମାମଲା ଦିନକୁ ନିଦ ନୂଆ ମୋଡ ନେଉଛି। CBI ମାମଲାର ତଦନ୍ତ କରୁଥିବାବେଳେ ଗତକାଲି ସୁଶାନ୍ତଙ୍କ ବାପା ଏକ ବିସ୍ଫୋରକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ରିୟା ଚକ୍ରବର୍ତ୍ତୀ ବିଷ ଦେଇ ସୁଶାନ୍ତଙ୍କୁ ହତ୍ୟା କରିଛନ୍ତି। ତେଣୁ ରିୟାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସୁଶାନ୍ତ ସିଂହଙ୍କ ବାପା କହିଛନ୍ତି। ସେ ଆହୁରି କହିଥିଲେ, ଲଗାତର ଭାବେ ସୁଶାନ୍ତଙ୍କୁ ରିୟା ଡ୍ରଗ୍ସ ଦେଉଥିଲେ। ତେଣୁ ରିୟାଙ୍କ ଗିରଫ ଦାବି […]
ୱାଶିଂଟନ୍:ଆମେରିକା ଏବଂ ଚୀନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା କମ୍ ହେବାର ନାଁ ଧରୁନି। ଯଦିଓ ଦ୍ୱିପାକ୍ଷିକ କଥାବାର୍ତ୍ତା ଭଲ ଚାଲିଛି ବୋଲି ଉଭୟ ଦେଶ ଦାବି କରୁଛନ୍ତି ତେବେ ଆମେରିକାର କେତେକ କଡ଼ା ପଦକ୍ଷେପକୁ ଦେଖିଲେ ଏହି କଥାକୁ ବିଶ୍ୱାସ କରି ହେଉନି। ସାଉଥ ଚାଇନା ସି, ହଙ୍କକଙ୍ଗ୍ ଏବଂ ତାଇବାନ ପରି ପ୍ରସଙ୍ଗ ପରେ ଏବେ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଯାଇଛି ବ୍ୟାବସାୟିକ ଯୁଦ୍ଧ। ଏହି କ୍ରମରେ ଆମେରିକା ଚୀନ୍ର ୨୪ଟି କମ୍ପାନୀକୁ […]