ଲକ୍ଷ୍ମୌ: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜି ଟଣ୍ଡନଙ୍କ ପରଲୋକ। ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ହେଲା ଅସୁସ୍ଥ ଥିଲେ। ଗତ ସପ୍ତାହରେ ତାଙ୍କୁ ଲକ୍ଷ୍ମୌର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଥିଲା। बाबूजी नहीं रहे — Ashutosh Tandon (@GopalJi_Tandon) July 21, 2020 ଦୁଇଦିନ ହେଲା ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଥିଲା। ଏ ସମ୍ପର୍କରେ ଲାଲଜି […]
ନୂଆଦିଲ୍ଲୀ: କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ବ୍ରିଟେନ୍କୁ ଆସିଲା ବଡ଼ ଖବର । ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରସ୍ତୁତ କରିଥିବା ଭ୍ୟାକ୍ସିନ AZD1222 ମଣିଷ ଶରୀରରେ କରୋନା ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଜଣାପଡ଼ିଛି । ଟିକା ନେବାର ୧୪ ଦିନ ଭିତରେ ଶରୀରରେ ଶକ୍ତିଶାଳୀ ରୋଗ ପ୍ରତିରୋଧୀ କ୍ଷମତା ବୃଦ୍ଧି କରୁଥିବା ଏହାର ପ୍ରଥମ ଓ ଦ୍ୱିତୀୟ ପଯର୍ୟାୟ ପରୀକ୍ଷଣ ଫଳାଫଳ ରିପୋର୍ଟରେ ପ୍ରକାଶ ପାଇଛି । ବିଜ୍ଞାନ ଭିତ୍ତିକ ଜର୍ଣ୍ଣାଲ୍ ଲାସେନ୍ଟ ଏହା ପ୍ରକାଶ ପାଇଛି […]
ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୨୩ ଜିଲ୍ଲାରୁ ୬୪୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୪୩୧ କ୍ୱାରେଣ୍ଟିନ ସେଣ୍ଟର ହୋଇଥିବାବେଳେ ୨୧୬ ଲୋକାଲ କେସ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୭୫୭ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୧୨, ୯୦୯ ଜଣ ସୁସ୍ଥ ହୋଇଥିବାବେଳେ ୫୭୧୫ ଜଣ ସୁସ୍ଥ ହୋଇ ଫରିଥିବା ଜଣାଯାଇଛି। […]
ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ସେ ଜେଲରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ସୂଚନାନୁସାରେ, ନଳୀନି ଶାଢୀରେ ଫାଶି ଦେଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଜେଲରେ ଝଗଡା ପରେ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା କୁହାଯାଉଛି। ସୂଚନାଥାଉ କି, ନଳିନୀ ତାମିଲନାଡୁର ଭେଲୋର ଜେଲରେ ନଳୀନି ସଜା ଭୋଗୁଛନ୍ତି। ଚେନ୍ନାଇର ଭେଲୋର ଜେଲରେ ନଳିନୀ […]
ଚମୋଲି: ଉତ୍ତରାଖଣ୍ଡର ଚାମୋଲିରେ ମୌସୁମୀ ସହ ଆରମ୍ଭ ହୋଇ ଯାଇଛି ପ୍ରାକୃତିକ ବିପର୍ଯ୍ୟୟ। ଚାମୋଲିର ପିପଲକୋଟି ନିକଟରେ ଏକ ଭୂସ୍ଖଳନ ହୋଇଛି। ଫଳରେ ୭ ନମ୍ବର ଜାତୀୟ ରାଜପଥ ବନ୍ଦ ହୋଇଯାଇଛି। ଏହି ସମୟରେ ଲୋକଙ୍କ ଅବହେଳା ମଧ୍ୟ ଦେଖିବାକୁ ମିଳିଛି । ଜୀବନ ପ୍ରତି ବିପଦ ସତ୍ତ୍ୱେ ଲୋକେ ଭୁଶୁଡ଼ି ପଡ଼ିଥିବା ପର୍ବତର ଦୃଶ୍ୟ ଦେଖିବା ତଥା ସେଲ୍ଫି ନେବା ଏବଂ ଭିଡିଓ ରେକର୍ଡିଂ କରୁଥିବା ଦେଖିବାକୁ ମିଳିଥିଲା। ଏହାର ଭିଡିଓ ମଧ୍ୟ ଗଣମାଧ୍ୟମରେ ଭାଇରାଲ […]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଜଣେ ବାଇକ୍ ଚାଲାଉଥିବା ବ୍ୟକ୍ତି ଭୂସ୍ଖଳନରୁ ନିଜକୁ କିପରି ରକ୍ଷା କରିଥିଲେ। ଯାହା ଏହି ଭିଡିଓରେ ଦେଖିବାକୁ ମିଳୁଛି। ଚଳିତ ବର୍ଷ ଏପ୍ରିଲରେ ଇଣ୍ଡୋନେସିଆରେ ଏହି ଭୂସ୍ଖଳନ ଘଟିଥିଲା। ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। Omg!!!! What a narrow escape for that biker pic.twitter.com/W9eX0kBZzd — Nandini Idnani (@idnani_nandini) July 19, […]
ଭଡ଼ାରେ ନେଇ ଲୁଟ୍ କରୁଥିଲେ କାର୍ ରେଣ୍ଟ କାର୍ ଫ୍ରଡର ପର୍ଦ୍ଦାଫାସ ୨୫ ଦିନରେ ୨୦୦ କାର ଜବତ ସୁରତ ପୋଲିସର ଅର୍ଥନୈତିକ ଅପରାଧ ଶାଖା ଓ ଏସ୍ଓଜି ଟିମକୁ ସଫଳତା ସୁରତ (ଶୈଳେଶ ଚମ୍ପାନେରିଆ) : ସୁରତରେ ଗାଡ଼ି ଭଡ଼ାରେ…
ଶ୍ରୀନଗର: କରୋନାଭାଇରସରୁ ରକ୍ଷା ପାଇବା ପାଇଁ କେବଳ ସଚେତନତା ହିଁ ଏକମାତ୍ର ଚାବିକାଠି। ତା’ଛଡ଼ା ଦୁଇ ଗଜର ଦୂରତା ଓ ମାସ୍କ ଏହି ଭାଇରସରୁ ବଞ୍ଚିବା ପାଇଁ ନିହାତି ଜରୁରୀ। ତେବେ ଏହି ମହାମାରୀରୁ ଲୋକଙ୍କୁ ସଚେତନ କରାଇବା ଲାଗି ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଥିବା ଦେଖିବାକୁ ମିଳିଛି। ଏଭଳି ଏକ ନିଆରା ଉପାୟ କଶ୍ମୀରର ଉର୍ଦ୍ଧୁ ଖବରକାଗଜ ବାହାର କରିଛି, ଯାହାକୁ ଖୁବ୍ ପ୍ରଶଂସା କରାଯାଉଛି। ଏହି ଲୋକାଲ ଉର୍ଦ୍ଧୁ ଖବରକାଗଜର ନାଁ ହେଉଛି ‘ରୋଶନୀ’। […]
ନୂଆଦିଲ୍ଲୀ: କୌଣସି ପଶୁ ପକ୍ଷୀ ବା ସରୀସୃପକୁ ଦେଖି ବାଘ ସ୍ଥିର ରହିବାର ଆପଣ କେବେ ଦେଖିଛନ୍ତି କି ? କାରଣ ଜଙ୍ଗଲରେ ବାଘର ପତିଆର ବେଶ୍। ସେ କାହାର ଉପସ୍ଥିତିକୁ ସହିପାରେନା। କେବେ କେବେ ବିଶାଳ ଅଜଗର ଓ ବାଘର ମୁହାଁମୁହିଁ ଦୃଶ୍ୟ ଆପଣ ଭିଡିଓରେ ଦେଖିଥିବେ। କିଛି ଭିଡିଓରେ ଆପଣ ଦେଖିଥିବେ ଯେ ବାଘ ଏବଂ ଅଜଗର ସାପ ମଧ୍ୟରେ ଲଢ଼େଇ ଲାଗିଥିବାର ଏବଂ ଶେଷରେ ବାଘ ଅଜଗରର ସାମ୍ନା କରିନପାରି ଜଙ୍ଗଲକୁ ପଳାଇବାର। […]
ଗାଜିଆବାଦ: ଗାଜିଆବାଦରେ ଦୁର୍ବୃତ୍ତମାନେ ଏତେ ନିର୍ଭୀକ ହୋଇଯାଇଛନ୍ତି ଯେ ସେମାନେ ସାମ୍ୱାଦିକଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଦୁର୍ବୃତ୍ତମାନେ ସାମ୍ୱାଦିକଙ୍କୁ ତାଙ୍କ ଝିଅ ସାମ୍ନାରେ ମାଡ଼ ମାରିବା ସହିତ ଗୁଳି କରିଦେଇଛନ୍ତି। ସାମ୍ୱାଦିକଙ୍କ ନାଁ ବିକ୍ରମ ଯୋଶୀ। ଏହି ଘଟଣାର ଭିଡିଓ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ ହେଇଛି। ଏବେ ସେ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରବିଙ୍କ ସହିତ ଅନ୍ୟ ୫ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। […]
ନୂଆଦିଲ୍ଲୀ: କଥାରେ ଅଛି ଭଗବାନ ଯାହାକୁ ରକ୍ଷା କରିବେ ତାକୁବା କିଏ ମାରିପାରିବ। କାହାରି ମାଧ୍ୟମରେ ଦୂତ ସାଜି ସେ ଜୀବନ ବଞ୍ଚାଇ ପାରନ୍ତି ତ ଆଉ କେତେବେଳେ ଆଶ୍ଚର୍ଯ୍ୟକର ଘଟଣା ଘଟାଇ ଆପଣଙ୍କ ଜୀବନ ବଞ୍ଚାଇ ପାରନ୍ତି। କିପରି ଭାବେ ଜଣେ ଅଫିସରଙ୍କ ଜରିଆରେ ଗୋଟିଏ ସାର୍କ ମାଛ କବଳରୁ ଛୋଟ ପିଲାଟିର ଜୀବନ ମୃତ୍ୟୁମୁଖରୁ ବଞ୍ଚିଯାଉଛି ଏହି ଭିଡିଓରେ ଦେଖନ୍ତୁ.. ଆମେରିକାର କୋକୋଆ ବିଚ ନିକଟସ୍ଥ ସମୁଦ୍ରରେ ଏହି ଘଟଣାଟି ଘଟିଛି। ଛୋଟ ପିଲାଟି […]
ନୂଆଦିଲ୍ଲୀ: କରୋନାରେ ହୁଏତ ଲୋକେ ଅଧିକ ଆତଙ୍କିତ ହୋଇଥାଇପାରନ୍ତି, କିନ୍ତୁ ଏହାର ସାଇଡ୍ ଇଫେକ୍ଟ ଦ୍ୱାରା କିଛି ଫାଇଦା ମଧ୍ୟ ମିଳୁଛି। ଏହାର ଜ୍ଜ୍ୱଳନ୍ତ ଉଦାହରଣ ଦେଇଛନ୍ତି ସୁପ୍ରିମ କୋର୍ଟ ଜଷ୍ଟିସ୍ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ଼। ଜଷ୍ଟିସ୍ ୱାଇ ଚନ୍ଦ୍ରଚୂଡ଼ ଭର୍ଚ୍ୟୁଆଲ୍ ଶୁଣାଣି ସମୟରେ ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି। ଜଷ୍ଟିସ୍ ଡି. ୱାଇ ଚନ୍ଦ୍ରଚୂଡ଼ ଭିଡିଓ କନଫରେନ୍ସି ଜରିଆରେ ଶୁଣାଣି କରି ଯେଉଁ ରାୟ ଦିଅନ୍ତି, ତାହା ସେ ନିଜେ ଲାପଟପରେ ଟାଇପ୍ ମଧ୍ୟ କରନ୍ତି। […]
ଜୟପୁର: ରାଜସ୍ଥାନରେ କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟ୍ ଏବଂ ତାଙ୍କ ଗୋଷ୍ଠୀଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ବାଚସ୍ପତି ତିନି ଦିନ ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବନି। ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ ମାମଲାରେ ଶୁଣାଣି କରି ଆଜି ରାଜସ୍ଥାନ ହାଇକୋର୍ଟ ସଚିନ ପାଇଲଟ ଓ ତାଙ୍କ ଗୋଷ୍ଠୀକୁ ଏହି ଆଶ୍ୱସ୍ତି ଦେଇଛନ୍ତି। ଜୁଲାଇ ୨୪ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ସର୍ବୋଚ୍ଚ ନ୍ୟାୟାଳୟ ବାଚସ୍ପତି ସିପି ଜୋଶୀଙ୍କୁ କହିଛନ୍ତି। ଆଜି କୋର୍ଟରେ ସଚିନ […]
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଭାରତରେ ୧୧ଲକ୍ଷ ୫୫ ହଜାରରୁ ଅଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୨୮ ହଜାରରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି। ଏହି ସମୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା କହିଛନ୍ତି ଯେ ବେଙ୍ଗାଲୁରୁରେ ବୁଧବାର ଠାରୁ ଲକ୍ଡାଉନ୍ ହେବ ନାହିଁ। କେବଳ କଣ୍ଟେନ୍ମେଣ୍ଟ ଜୋନ୍ରେ ତାଲାବନ୍ଦ ଜାରି ରହିବ। ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ୟେଦୁରୁପ୍ପା। People who came […]
ନୂଆଦିଲ୍ଲୀ: ସାଧାରଣତଃ ନଦୀରେ ପାଣି ବହିବା ହିଁ ପ୍ରକୃତିର ନିୟମ। ଏଠି କିନ୍ତୁ ବହୁଛି ନିଆଁର ନଦୀ। କଥାଟା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ନା ? କିନ୍ତୁ ନଦୀ ଭଳି କ୍ଷୀପ୍ରଗତିରେ ବୋହିଯାଉଛି ଡହ ଡହ ନିଆଁର ସ୍ରୋତ। Hawaii: This is not a time-lapse video. A river of lava moving at an incredible speed…https://t.co/jPzoWPoOKw — Rex Chapman🏇🏼 (@RexChapman) July 20, 2020 ଲାଭା ନିର୍ଗତ ସ୍ଥଳର ଦୃଶ୍ୟ […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ଟପିଲାଣି। କରୋନା ସଂକ୍ରମଣ ବ୍ୟାପିବାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ର ସରକାର କରୋନା ମୁକାବିଲାରେ ବିଫଳ ହୋଇଥିବା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଏମିତି କି, ରାହୁଲ୍ କଟାକ୍ଷ କରି ମହାମାରୀ କରୋନା ସମୟରେ କେନ୍ଦ୍ର ସରକାରଙ୍କ ୬ଟି ଉପଲବ୍ଧି ଦର୍ଶାଇଛନ୍ତି। कोरोना काल में सरकार की उपलब्धियां: ● फरवरी- नमस्ते ट्रंप● मार्च- […]
ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ଯୋଗୁ ବିଶ୍ୱପ୍ରସିଦ୍ଧ ଅମରନାଥ ଯାତ୍ରା-୨୦୨୦କୁ ବାତିଲ୍ କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଶ୍ରୀ ଅମରନାଥଜୀ ଧାର୍ମିକ ବୋର୍ଡର ୩୯ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ଅମରନାଥ ଯାତ୍ର ଜୁନ୍ ୨୩ ଏବଂ ଏହା ପରେ ଜୁଲାଇ ୨୧ରୁ ଆରମ୍ଭ ହେବା ନେଇ କୁହାଯାଇଥିଲା, କିନ୍ତୁ ଏବେ ଏହି ଯାତ୍ରାକୁ ବନ୍ଦ କରିବା ପାଇଁ ଆନୁଷ୍ଠାନିକ ଘୋଷଣା ହୋଇସାରିଛି। ଏହା ପୂର୍ବରୁ ଯାତ୍ରା ଉପରେ ରୋକ୍ ଲଗାଇବା ପାଇଁ […]
ଲକ୍ଷ୍ନୌ: ଗାଜିଆବାଦରେ ଜଣେ ଜଣାଶୁଣା ସାମ୍ବାଦିକଙ୍କୁ ଗୁଳିମାଡ଼ ଘଟଣାରେ ପୋଲିସ୍ ୯ଜଣଙ୍କୁ ଗିରଫ କରିଛି। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ସମ୍ପୃକ୍ତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବିକ୍ରମ ଯୋଶୀ। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବିକ୍ରମଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ମିଳିଥିବା ସୂଚନା ଅନୁସାରେ, ସୋମବାର ବିକ୍ରମ ତାଙ୍କ ୨ ଝିଅଙ୍କ ସହ ବାଇକ୍ରେ ଯାଉଥିବା ବେଳେ ବିଜୟନଗର ଅଞ୍ଚଳରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ତା’ବି ପୁଣି ତାଙ୍କ […]