• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

coronavirus
ପଞ୍ଜାବ କ୍ୟାବିନେଟ ମନ୍ତ୍ରୀଙ୍କୁ କରୋନା

ଚଣ୍ଡିଗଡ଼: ସ୍ୱାଧୀନତା ଦିବସରେ ଯୋଗ ଦେବା ପରେ କରୋନାରେ ସଂକ୍ରମିତ ହୋଇଛନ୍ତି ପଞ୍ଜାବ କ୍ୟାବିନେଟ୍‌ ମନ୍ତ୍ରୀ ଗୁରପ୍ରୀତ କଙ୍ଗର। ପଞ୍ଜାବ ମନ୍ତ୍ରାଳୟରେ ଶକ୍ତିମନ୍ତ୍ରୀ ଥିବା ଗୁରପ୍ରୀତ ମନସାରେ ସ୍ୱାଧୀନତା ଦିବସ ପାଳନ ଅବସରରେ ମାସ୍କ ପିନ୍ଧିନଥିବାର ଦେଖାଯାଇଥିଲା। ସେ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ବେଳେ ନିଜେ ମାସ୍କ ପିନ୍ଧି ନଥିଲେ। ଗୁରପ୍ରୀତଙ୍କ ବୋହୂ ବି କରୋନା ପଜିଟିଭ୍ ହୋଇଛନ୍ତି। ତେଣୁ ଯେଉଁମାନେ ଗୁରପ୍ରୀତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଆଇସୋଲେସନ୍‌ର ରହିବାକୁ କୁହାଯାଇଛି। […]

  • Monday, 05 July 2021
pranab-mukahrjee
କେମିତି ଅଛନ୍ତି ପ୍ରଣବ ମୁଖାର୍ଜୀ ?

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ସଂକଟାପନ୍ନ ରହିଛି। ଏପର୍ଯ୍ୟନ୍ତ ତାଙ୍କୁ ଭ୍ୟାଣ୍ଟିଲେଟରରେ ରଖାଯାଇଛି। ଡାକ୍ତରମାନେ ବାରମ୍ବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି। ଏନେଇ ସୂଚନା ଦେଇଛନ୍ତି ପ୍ରଣବ ଚିକିତ୍ସିତ ହେଉଛନ୍ତି ଦିଲ୍ଲୀର ଆର୍ମୀ ରିସର୍ଚ ଆଣ୍ଡ ରିଫେର୍ରାଲ ହସ୍‌ପିଟାଲର ଡାକ୍ତର। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ଦେଖାଶୁଣା କରୁଥିବା ସେ ସୂଚନା ଦେଇଛନ୍ତି। କିନ୍ତୁ ପ୍ରଣବଙ୍କ ପୁଅ ଅଭିଜିତ୍ କହିଛନ୍ତି, ପୂର୍ବ ଅପେକ୍ଷା ତାଙ୍କ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଛି। ଏନେଇ […]

  • Monday, 05 July 2021
independecnde-day
ନୂଆଦିଲ୍ଲୀରୁ ନ୍ୟୁୟର୍କ, ସାରା ବିଶ୍ୱରେ ଉଡ଼ିଲା ତ୍ରିରଙ୍ଗା

ନୂଆଦିଲ୍ଲୀ: ବିଦେଶରେ ଭାରତର ସ୍ୱାଧୀନତା ଦିବସର ଧୂମ୍ ଦେଖିବାକୁ ମିଳିଛି। ବିଶ୍ୱର ଅନ୍ୟତମ ବ୍ୟସ୍ତବହୁଳ କୁହାଯାଉଥିବା ଆମେରିକାର ନ୍ୟୁୟର୍କ ସ୍ଥିତ ଟାଇମ୍ ସ୍କୋୟାରରେ ପ୍ରଥମଥର ପାଇଁ ତରଙ୍ଗାୟିତ ହୋଇଛି ତ୍ରିରଙ୍ଗା। ଆମେରିକାର ଥିବା ପ୍ରବାସୀ ଭାରତୀୟମାନେ ଏକାଠି ହୋଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଜାତୀୟ ସଂଗୀତ ଗାନ କରି ହଜାର ହଜାର କୋଶ ଦୂରରୁ ନିଜ ମାତୃଭୂମିକୁ ସ୍ମରଣ କରିଥିଲେ। ଆଉ ସଲାମ ବି କରିଥିଲେ। ନିଜ ଦେଶରୁ ବହୁତ ଦୂରରେ ଥିଲେ ମଧ୍ୟ […]

  • Monday, 05 July 2021
Egv9pkfVoAE-mpZ
Pranab Mukharjee Death: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ଏବଂ ‘ଭାରତ ରତ୍ନ‘ ପ୍ରଣବ ମୁଖାର୍ଜୀଙ୍କ ପରଲୋକ ହୋଇଛି। ଦିଲ୍ଲୀ ଆର୍ମି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ  ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଏ ନେଇ ତାଙ୍କ ପୁଅ ଅଭିଜିତ୍ ଟୁଇଟ୍ କରି ସୂଚନା ଦେଇଛନ୍ତି। ତାଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଗଭୀର ଶୋକବ୍ୟକ୍ତ କରିଛନ୍ତି। ଅଗଷ୍ଟ ୧୦ ତାରିଖରୁ ପ୍ରଣବ ମୁଖାର୍ଜୀ ଚିକିତ୍ସିତ ଥିଲେ। ନିୟମିତ ସ୍ୱାସ୍ଥ୍ୟ […]

accident
NH ଉପରେ ୨ କାର୍‌ ମୁହାଁମୁହିଁ ଧକ୍କା

ଅହମଦାବାଦ: ଗୁଜରାଟ ଖେଡା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ କାର୍‌ ମୁହାଁମୁହିଁ ଧକ୍କା ହେବା ଯୋଗୁ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ନାଡିଆଦ୍‌ ସିଭିଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ନାଡିଆଦ୍ ନିକଟ ଅହମଦାବାଦ-ଭାଦୋଦରା ଜାତୀୟ ରାଜପଥ-୮ରେ ଦୁଇ କାର୍ ମଧ୍ୟରେ‌ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୫ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। […]

  • Monday, 05 July 2021
parliament
ପାର୍ଲାମେଣ୍ଟ Annexe ବିଲ୍ଡିଂରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ପାର୍ଲାମେଣ୍ଟ୍‌ Annexe ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଆଜି ସକାଳେ ବିଲ୍ଡିଂର ୬ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ୭ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି…

  • Monday, 05 July 2021
nikki-1
ଆମେରିକା ନିର୍ବାଚନ: ଭାରତୀୟ ବଂଶୋଦ୍ଭବ କାର୍ଡ ଖେଳିବେ କି ଟ୍ରମ୍ପ ?

ୱାଶିଂଟନ:ଆମେରିକା ଉପରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଅସ୍ୱୀକାର କରିହେବନି। ରାଷ୍ଟ୍ରପତି ପଦ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ନିର୍ବାଚନ ଲଢୁଥିବା ଜୋ ବିଡେନ (Joe Biden) ଏହି ଦିଗ ଉପରେ ଅଧିକ ଧ୍ୟାନ ଦେଇଛନ୍ତି। ସେଥିପାଇଁ ଜୋ ବିଡେନ ଉପରାଷ୍ଟ୍ରପତି ପଦ ପାଇଁ ଭାରତୀୟ ବଂଶୋଦ୍ଭବ କମଲା ହେରିଶ(Kamala Harris)ଙ୍କୁ ପ୍ରାର୍ଥୀ କରିବା ସହ ଭାରତ ସପକ୍ଷରେ ମତ ରଖୁଛନ୍ତି। ଏହାକୁ ଦେଖିବା ପରେ ଟ୍ରମ୍ପ ମଧ୍ୟ ଭାରତୀୟ ବଂଶୋଦ୍ଭବ କାର୍ଡ ଖେଳି ପାରନ୍ତି […]

  • Monday, 05 July 2021
gold
ସୁନା, ରୂପା ଦରରେ ବଡ଼ ଧରଣର ହ୍ରାସ

ନୂଆଦିଲ୍ଲୀ: ବିଗତ ୫ ସପ୍ତାହ ଧରି ସୁନା ଦର ହ୍ରାସ ପାଉଥିବାବେଳେ ସୋମବାର ଆହୁରି କମିଛି। ଚୀନ-ଆମେରିକା ମଧ୍ୟରେ ବ୍ୟାବସାୟିକ ସମ୍ପର୍କରେ ସୁଧାର ଆସିବା ସତ୍ତ୍ୱେ ସୁନାଦରରେ ଲଗାତାର ହ୍ରାସ ଘଟୁଛି।  ଆନ୍ତର୍ଜାତିକ ବଜାରରେ ସ୍ପଟ ଗୋଲ୍‌ଡ ଦର ୦.୫ ପ୍ରତିଶତ ହ୍ରାସ ପାଇ ୧,୯୩୪.୯୧ ଡଲାରରେ ରହିଛି। ଭାରତରେ ଗତ ସପ୍ତାହରୁ ସୁନା ଦର କମିବାରେ ଲାଗିଛି। ଶୁକ୍ରବାର ସୁନା ଦର ୧.୫ ପ୍ରତିଶତ ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୫୨, ୧୭୦ […]

  • Monday, 05 July 2021
ପାଣି ସୁଅରେ ଫସି ରହିଥିବା ଯୁବକଙ୍କୁ ଉଦ୍ଧାର କଲା ବାୟୁସେନା

ବିଳାସପୁର: କଥାରେ ଅଛି, ରଖେ ହରି ତ ମାରେ କିଏ…ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଛତିଶଗଡ଼ ବିଲାସପୁର ଜିଲ୍ଲାରେ। ପାଣି ସୁଅରେ ଫସି ରହିଥିବା ଜଣେ ଯୁବକଙ୍କୁ ବାୟୁସେନା ପକ୍ଷରୁ  ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ଅଗଷ୍ଟ ୧୬ ତାରିଖ ସନ୍ଧ୍ୟାରେ ଖୁଟାଘାଟ ଡ୍ୟାମ୍‌ରେ ଜଣେ ଯୁବକ ଫସି ଯାଇଥିଲେ। ଧୀରେଧୀରେ ପାଣିର ସ୍ରୋତ ପ୍ରଖର ହେବାସହ ଜଳସ୍ତର ବଢୁଥିବା ଦେଖି ସ୍ଥାନୀୟ ଲୋକେ ପ୍ରଶାସନର ସହାୟତା ଲୋଡ଼ିଥିଲେ। ଯୁବକ ଜଣକ ନିଜକୁ […]

lion
ଖାଦ୍ୟ ଖୋଜି ଖୋଜି ବସ୍‌ଷ୍ଟାଣ୍ଡରେ ପହଞ୍ଚିଲେ ସିଂହପଲ, ଭିଡିଓ ଭାଇରାଲ

ସୁରଟ: ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜନବସତି ମୁହାଁ ହେଉଥିବା ଅନେକ ସ୍ଥାନରେ ଦେଖିବାକୁ ମିଳିଥାଏ। ହେଲେ ଖାଦ୍ୟ  ଖୋଜି ଖୋଜି ସିଂହ ସହର ଭିତରକୁ ଯଦି ପଶି ଆସେ ତେବେ କ‘ଣ ଅବସ୍ଥା ହେବ ! ଏମିତି ଏକ ଘଟଣା ଘଟିଛି ଗୁଜରାଟର ସୁରଟରେ। ଗୋଟିଏ ବା ଦୁଇଟି ସିଂହ ନୁହେଁ, ଏକଥରକେ ୬ଟି ସିଂହ ଜଙ୍ଗଲରୁ ବାହାରି ଜନବସତି ଭିତରେ ବୁଲୁଥିବା ଦେଖିବାକୁ ମିଳିଛି । ଏହାର ଭିଡିଓ ବେଶ ଭାଇରାଲ ହୋଇଛି। ଭିଡିଓଟି ଗୁଜରାଟ […]

  • Monday, 05 July 2021
jawan
ସୀମାରେ ଆତଙ୍କୀ ଆକ୍ରମଣ; ଜଣେ ଏସ୍‌ପିଓଙ୍କ ସହ ୨ ଯବାନ ସହିଦ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି।  ବାରାମୁଲାରେ ଯବାନଙ୍କ ନାକା ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଆକ୍ରମଣରେ କାଶ୍ମୀରର ଜଣେ ସ୍ପେଶାଲ୍ ପୋଲିସ୍ ଅଫିସର୍ ଓ ଦୁଇ ଜଣ ସିଆରପିଏଫ୍ ଯବାନ ସହିଦ୍ ହୋଇଛନ୍ତି। ବାରାମୁଲାରେ ପୋଲିସ୍ ଓ ସିଆରପିଏଫ୍ ପକ୍ଷରୁ ମିଳିତ ନାକା ପାର୍ଟି ମୁତୟନ ଥିବା ବେଳେ ଆତଙ୍କବାଦୀମାନେ ଆଖି ବୁଜା ଗୁଳି ଚଲାଇଥିଲେ । ଏହାର କଡ଼ା ଜବାବ ଦେଇଥିଲେ ଯବାନ। ଗୁରୁତର ଆହତ ହୋଇଥିବା […]

  • Sunday, 04 July 2021
face book
ଘୃଣା ଓ ହିଂସା ସୃଷ୍ଟିକାରୀ ମନ୍ତବ୍ୟ ଉପରେ ଫେସବୁକ୍‌ ଜାରି କଲା କଡ଼ା କଟକଣା

ନୂଆଦିଲ୍ଲୀ: ଫେସବୁକ୍ ପକ୍ଷରୁ ଜାରି ହେଲା କଡ଼ା କଟକଣା।  ଘୃଣା ଓ ହିଂସା  ଉଦ୍ରେକକାରୀ ମନ୍ତବ୍ୟ ଉପରେ କଟକଣା ଜାରି କରିଛି ଫେସବୁକ୍‌।  ଏଣିକି ଏଭଳି ମନ୍ତବ୍ୟକୁ ପୋଷ୍ଟ କଲେ ଏ ଉପରେ ପ୍ରତିବନ୍ଧକ ଲାଗିବ। ଯିଏ ଯେଉଁ ବଡ଼ ପଦବୀରେ ଥାଆନ୍ତୁ ନା କାହିଁକି ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ ରହିବ। ସାରା ବିଶ୍ୱର ସବୁ ବ୍ୟକ୍ତି ଓ ରାଜନୈତିକ ଦଳ ପାଇଁ ସମାନ ନିୟମ ଲାଗୁ ହେବ ବୋଲି ଫେସବୁକ୍ ପକ୍ଷରୁ କୁହାଯାଇଛି। […]

  • Sunday, 04 July 2021
02
୨୦ ଦିନରେ ତିଆରି ହେଲା ୧୮୦ଫୁଟ ଲମ୍ବା ବ୍ରିଜ

ଡେରାଡୁନ୍‌: ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାରେ ରେକର୍ଡ ସମୟରେ ନିର୍ମାଣ ହେଲା ବେଲି ବ୍ରିଜ୍। ବର୍ଡର ରୋଡ୍‌ସ ଅର୍ଗାନାଇଜେସନ ପକ୍ଷରୁ ମାତ୍ର ୨୦ ଦିନ ମଧ୍ୟରେ ୧୮୦ଫୁଟ ଲମ୍ବର ବ୍ରିଜ ତିଆରି କରାଯାଇଛି । ଫଳରେ ଚାମୋଲି ଜିଲ୍ଲାର ଜଲଜୀବୀ ଓ ପିଥୋରଗଡ ଜିଲ୍ଲାର ମୁନସିୟାରୀ ଅଂଚଳକୁ ଯୋଗାଯୋଗ ହୋଇପାରିବ । କିଛି ଦିନଧରି ଲଗାଣ ବର୍ଷା ଯୋଗୁଁ ଏହି ଅଂଚଳ ଗୁଡିକ ବାହ୍ୟ ଜଗତକରୁ ବିଚ୍ଛିନ୍ନ ହୋଇପଡିଥିଲା।  ପ୍ରାୟ ୨୦ରୁ ଅଧିକ ଗାଁ  ଭୂସ୍ଖଳନ ଓ ବନ୍ୟା […]

  • Sunday, 04 July 2021