• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ମନୋଜ ସିହ୍ନା ଜାମ୍ମୁ-କାଶ୍ମୀରର ନୂଆ ଉପ ରାଜ୍ୟପାଳ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ନୂଆ ଉପ ରାଜ୍ୟପାଳ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ସିହ୍ନାଙ୍କୁ ଜାମ୍ମୁ-କାଶ୍ମୀରର ନୂଆ ଉପ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଗତକାଲି ଗିରୀଶ ଚନ୍ଦ୍ର ମୁର୍ମୁ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ରାଷ୍ଟ୍ରପତି ତାଙ୍କର ଇସ୍ତଫା ପତ୍ରକୁ ଗ୍ରହଣ କରିଥିଲେ। ଏବେ ଶ୍ରୀ ମୁର୍ମୁଙ୍କ ସ୍ଥାନରେ ମନୋଜ ସିହ୍ନା ଉପ-ରାଜ୍ୟପାଳ ଭାବେ ଦାୟିତ୍ୱ ସମ୍ଭାଳିବେ। ୨୦୧୯ ଅଗଷ୍ଟରେ ଧାରା ୩୭୦ ଉଚ୍ଛେଦ ହେବା […]

  • Monday, 05 July 2021
fire in hospital
କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ

ଅହମଦାବାଦ: ଗୁଜରାଟର ଅହମଦାବାଦ ସ୍ଥିତ ଏକ କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ଅହମଦାବାର ନାଭ୍ରଙ୍ଗପୁରା ଅଞ୍ଚଳରେ ଥିବା ଶ୍ରେୟ ହସ୍ପିଟାଲ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନେ ଆଇସିୟୁ ୱାର୍ଡରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପାଖାପାଖି ୪୦ଜଣ ରୋଗୀଙ୍କୁ ଅନ୍ୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ସର୍ଟ ସର୍କିଟରୁ ହସ୍ପିଟାଲରେ ନିଆଁ ଲାଗିଥିବା ସୂଚନା ମିଳିଛି। ଏହି […]

dk
କର୍ଣ୍ଣାଟକ କଂଗ୍ରେସରେ କଳହ : ସିଦ୍ଧରମୈୟା ଏବଂ ଶିବକୁମାରଙ୍କ ମଧ୍ୟରେ ବିବାଦ ଆରମ୍ଭ 

ବେଙ୍ଗାଲୁରୁ : ପଞ୍ଜାବ ଓ ରାଜସ୍ଥାନ ପରେ କର୍ଣ୍ଣାଟକ କଂଗ୍ରେସରେ କନ୍ଦଳ ଘନେଇବାରେ ଲାଗିଛି । ଗୋଟିଏ ପଟେ  ଦିଲ୍ଲୀରେ କିଛି ଟାଣୁଆ କଂଗ୍ରେସ ନେତା ଗାନ୍ଧୀ ପରିବାର ବିରୋଧରେ ମେଳି କରୁଛନ୍ତି । ଅନ୍ୟପଟେ ରାଜସ୍ଥାନ ଏବଂ ପଞ୍ଜାବ ପରେ…

  • Monday, 05 July 2021
new virus
ଚୀନରେ ନୂଆ ଭାଇରସର ଆତଙ୍କ; ୭ ମୃତ, ୬୦ରୁ ଅଧିକ ହେଲେଣି ଆକ୍ରାନ୍ତ

ବେଜିଂ:  କରୋନା ଭାଇରସର ଆତଙ୍କରୁ ଏ ପର୍ଯ୍ୟନ୍ତ ବିଶ୍ୱ ମୁକ୍ତି ପାଇନି। ଏବେ ଚୀନରୁ ମାଡ଼ି ଆସୁଛି ଆଉ ଏକ ଆତଙ୍କ। ଚୀନରେ ଦେଖା ଦେଇଛି ଆଉ ଏକ ନୂଆ ତଥା ଭୟଙ୍କର ଭାଇରସ। ଏହି ନୂଆ ସଂକ୍ରାମକ ଭାଇରସରେ ଚୀନ୍‌ର ୭ ଜଣଙ୍କର ମୃତ୍ୟୁ ଘଟିଲାଣି। ୬୦ରୁ ଅଧିକ ଆକ୍ରାନ୍ତ ହେଲେଣି। ଚୀନ ସରକାରୀ ମିଡିଆ ବୁଧବାର ଏ ନେଇ ଲୋକଙ୍କୁ ସତର୍କ କରାଇବା ସହ ଏହା ସଂକ୍ରାମକ ହୋଇପାରେ ବୋଲି ଚେତାବନୀ ଦେଇଛି। ଚୀନ […]

  • Monday, 05 July 2021
srinagar
ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଲେ ବିଜେପି ନେତା

ଶ୍ରୀନଗର: ଜମ୍ମୁ-କାଶ୍ମୀର କୁଲ୍‌ଗାମ୍‌ ଜିଲ୍ଲାରେ ଆତଙ୍କବାଦୀଙ୍କ ଗୁଳିରେ ବିଜେପି ନେତା ତଥା ସରପଞ୍ଚ ସଜାଦ୍ ଅହମ୍ମଦ ପ୍ରାଣ ହରାଇଛନ୍ତି। ଆଜି ସକାଳେ ଆତଙ୍କବାଦୀମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ସଜାଦ୍ ଅହମ୍ମଦଙ୍କୁ ମିଶାଇ ଗତ କିଛି ସପ୍ତାହ ଭିତରେ ଆତଙ୍କବାଦୀମାନେ ୪ଜଣ ବିଜେପି ନେତାଙ୍କ ଉପରେ ଆକ୍ରମଣ କରି ସାରିଲେଣି। ସଜାଦ୍ କୁଲ୍‌ଗାମ୍‌ ଜିଲ୍ଲା ବିଜେପି ଉପାଧ୍ୟକ୍ଷ ଥିଲେ।        

  • Monday, 05 July 2021
Capture
୪୬ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ୬ ଘଣ୍ଟାରେ ୩୩୦ ମିମି ବର୍ଷିଲା

ମୁମ୍ବାଇ: ପ୍ରବଳ ବର୍ଷାରେ ବେହାଲ ମହାରାଷ୍ଟ୍ର। ଉବୁଟୁବୁ ମାୟାନଗରୀ ମୁମ୍ବାଇ। ଲଗାଣ ବର୍ଷା ଯୋଗୁଁ ମୁମ୍ବାଇର ଅନେକ ଅଞ୍ଚଳରେ ଅଣ୍ଟେ ଉଚ୍ଚର ପାଣି ଜମି ରହିଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥାରେ ଲୋକେ ଫସି ରହିଥିବା ଦେଖିବାକୁ ମିଳିଛି । ଚର୍ଚ୍ଚଗେଟ୍‌,    ୱର୍ଲି, ଚୌପାଟୀ, ହିନ୍ଦ୍‌ମାତା, ମଦନପୁରା ଆଦି ଅଞ୍ଚଳ ବେଶୀ ପ୍ରଭାବିତ ହୋଇଛି । ବୁଧବାର ପରିସ୍ଥିତି ଆହୁରି ସଙ୍ଗୀନ ଥିଲା । ୪୬ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା। ମାତ୍ର ୬ […]

  • Monday, 05 July 2021
sp binaya
ମୁମ୍ବାଇରେ ଗୃହବନ୍ଦୀ ଏସ୍‌ପି ବିନୟ ତିଓ୍ୱାରୀ; କୋର୍ଟ ଦ୍ୱାରସ୍ଥ ହେବ ବିହାର ପୋଲିସ

ମୁମ୍ବାଇ: ବାଧ୍ୟବାଧକତା କ୍ୱାରେଣ୍ଟିନ୍ ନୁହେଁ, ପାଟନା ଏସ୍‌ପି ବିନୟ ତିଓ୍ୱାରୀଙ୍କୁ ଗୃହବନ୍ଦୀ କରି ରଖିଛି ମୁମ୍ବାଇ ପୋଲିସ । ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ତାଙ୍କ ବାପା କେକେ ସିଂଙ୍କ ଅଭିଯୋଗ ଆଧାରରେ ମୁମ୍ବାଇ ଯାଇଥିଲା ବିହାର ପୋଲିସର ଏକ ଟିମ୍। ଏନେଇ ଆଗୁଆ ସୂଚନା ଦିଆଯିବା ସହ ଅଧିକାରୀଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ କରିବାକୁ କୁହାଯାଇଥିଲା । କିନ୍ତୁ ପାଟନା ଏସ୍‌ପିଙ୍କୁ ବିଏମ୍‌ସି ଅଧିକାରୀମାନେ କ୍ୱାରେଣ୍ଟିନ୍‌ରେ ରଖିଛନ୍ତି ଯାହା ଅଣପେସାଦାର ମନବୃତ୍ତିର ପରିଚୟ […]

  • Monday, 05 July 2021
jay-panda1
ଜାମ୍ମୁ ଓ କାଶ୍ମୀରର ନୂଆ ଉପ ରାଜ୍ୟପାଳଙ୍କୁ ଶୁଭେଚ୍ଛା ଜଣାଇଲେ ବୈଜୟନ୍ତ

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରର ନୂଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଉପରାଜ୍ୟପାଳ) ଭାବେ ନିଯୁକ୍ତ ହେବା ପରେ ମନୋଜ ସିହ୍ନାଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ମନୋଜ ସିହ୍ନା ଜଣେ ଭଦ୍ର, ବିଚକ୍ଷଣ, ଉଚ୍ଚ ଶିକ୍ଷିତ, ରାଜନୈତିକ ଓ ପ୍ରାଶାସନିକ ଭାବେ ବେଶ୍ ଅଭିଜ୍ଞ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା। ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦ ପାଇଁ ସେ ସଂପୂର୍ଣ୍ଣ ଭାବେ ଯୋଗ୍ୟ ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି। କିଛି […]

  • Monday, 05 July 2021
rbi
'୨୦୨୦-୨୧ ଆର୍ଥିକ ବର୍ଷରେ ନେଗେଟିଭ୍ ରହିବ ଜିଡିପି ଅଭିବୃଦ୍ଧି ହାର'

ନୂଆଦିଲ୍ଲୀ: କରୋନାଭାଇରସ୍ ସଙ୍କଟ ସମୟରେ ଦେଶର ଅର୍ଥବ୍ୟବସ୍ଥା ଅଭିବୃଦ୍ଧି ପାଇଁ ଆଜି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରେସ୍ କନଫରେନ୍ସ କରି ବଡ଼ ଘୋଷଣା କରିଛନ୍ତି। ଶକ୍ତିକାନ୍ତ ଦାସ କହିଛନ୍ତି, ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ନେଗେଟିଭ ରହିବ। ମୁଦ୍ରାନୀତି ଘୋଷଣା ଅବସରରେ ସେ କହିଛନ୍ତି, ଦେଶରୁ ଲକଡାଉନ୍ ହଟିବା ପରେ ଆର୍ଥିକ କାରବାର ବଢୁଥିଲା। କିନ୍ତୁ କରୋନା ସଂକ୍ରମଣ ଏହା ଉପରେ ଗଭୀର ପ୍ରଭାବ ପକାଇଛି। […]

  • Monday, 05 July 2021
,----
ପୁଣି ଘୁଞ୍ଚିଲା ମାଲ୍ୟାଙ୍କ ଶୁଣାଣି; କୁଆଡ଼େ ଗଲା ଦସ୍ତାବିଜ‌ ?

ନୂଆଦିଲ୍ଲୀ: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପୁନର୍ବିଚାର ଆବେଦନ ଉପରେ ଶୁଣାଣି ଅଗଷ୍ଟ ୨୦ ପାଇଁ ଟଳି ଯାଇଛି। କୋର୍ଟଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। କାରଣ ଶୁଣାଣି ବେଳେ ତାଙ୍କ ଫାଇଲ୍‌ରୁ ଏକ ଦସ୍ତାବିଜ ଉପଲବ୍ଧ ହୋଇ ନ ପାରିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି କୋର୍ଟ। ୨୦୧୭ରେ ସୁପ୍ରିମକୋର୍ଟର ଅବମାନନା କରିଥିବା ଅଭିଯୋଗରେ ମାଲ୍ୟାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ମାଲ୍ୟା ସୁପ୍ରିମ୍‌କୋର୍ଟ ବିରୋଧରେ ଯାଇ ତାଙ୍କର ସମ୍ପତ୍ତି ନିଜ ପରିବାର ଲୋକଙ୍କ ନାଁକୁ ଟ୍ରାନ୍ସଫର କରି […]

  • Monday, 05 July 2021