• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

gold
କରୋନା ମହାମାରୀ ବେଳେ ରେକର୍ଡ ଭାଙ୍ଗିଲା ସୁନା ଦର

ମୁମ୍ବାଇ: ସାରାଦେଶ ଏବେ କରୋନା ଭଳି ମହାମାରୀ ସମୟ ଦେଇ ଗତି କରୁଥିବା ବେଳେ ସୁନା ଦର ଆଜି ରେକର୍ଡ ସ୍ତରରେ ପହଞ୍ଚିଛି।  Multi-Commodity Exchange (MCX)ରେ ସୁନା ଦର‌ ଆଜି ରେକର୍ଡ ଭାଙ୍ଗିଛି। ପ୍ରତି ୧୦ ଗ୍ରାମକୁ ସୁନା ଦର ପାଖାପାଖି ୫୦ ହଜାର ଟଙ୍କାରେ ପହଞ୍ଚିଛି। ଆଜି ସକାଳେ ଶେଆର୍‌ ମାର୍କେଟ୍‌ ଖୋଲିବା ମାତ୍ରେ ସୁନାର ଚାହିଦା ଦେଖିବାକୁ ମିଳିଥିଲା। ସକାଳ ପାଖାପାଖି ୯ଟା ୫୦ ମିନିଟ୍‌ ସମୟରେ MCXରେ ସୁନା ଦର ୪୦୯ଟଙ୍କା […]

mouse
ବର୍ଷାରେ ଓଦା ହୋଇ ନିଜ ଛୁଆକୁ ଏମିତି ବଞ୍ଚାଇଲା ମୂଷା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଭାଇରସ। ଏଥିପାଇଁ ଲକ୍‌ଡାଉନ୍ ଜାରି କରାଯାଇଛି। ଏହି ସମୟରେ ରିଲ୍‌ ଲାଇଫରୁ ଦୂରରେ ଥିବା ବଲିଉଡର କଳାକାରମାନେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟଭି ରହୁଛନ୍ତି। ସେମାନେ କିଛି ନା କିଛି ଉପାୟରେ ପ୍ରଶଂସକଙ୍କୁ ମନୋରଞ୍ଜନ କରୁଛନ୍ତି। ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଅନିର ନିଜ ଟ୍ୱିଟ୍‌ର ହ୍ୟାଣ୍ଡଲରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଗୋଟେ ଛୋଟ ମା’ ମୂଷାଟି ବର୍ଷାରେ ଓଦା […]

  • Tuesday, 06 July 2021
manodarpan
ଆରମ୍ଭ ହେଲା 'ମନୋଦର୍ପଣ' କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ମନସ୍ତାତ୍ତ୍ୱିକ ସହାୟତା ଦେବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଆରମ୍ଭ କରିଛନ୍ତି ‘ମନୋଦର୍ପଣ’ କାର୍ଯ୍ୟକ୍ରମ। ଏହାସହ ଏକ ଜାତୀୟ ଟୋଲ ଫ୍ରି ହେଲପ ଲାଇନ୍ ନମ୍ବର ଜାରି ହୋଇଛି। ଏହି ଟୋଲ ଫ୍ରି ନମ୍ବର ହେଲା ୮୪୪୮୪୪୦୬୩୨। ଏହି ହେଲ୍ପ ଲାଇନ ନମ୍ବରରେ ଉପଦେଶ ଦେବାରୁ ବିଶେଷଜ୍ଞ ଉପଲବ୍ଧ ରହିବେ। ମନୋଦର୍ପଣରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ପିଲାଙ୍କ ପରିବାର ଲୋକଙ୍କୁ ମାନସିକ ଓ ମନସ୍ତାତ୍ତିକ ସ୍ୱାସ୍ଥ୍ୟ ସଂପର୍କରେ ପରାମର୍ଶ […]

  • Tuesday, 06 July 2021
nag-missile
'ନାଗ୍'ର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଚୀନ୍ ସହ ସୀମାରେ ଉତ୍ତେଜନା ଭିତରେ ନିଜ ସାମରିକ କ୍ଷମତା ବଢ଼ାଇ ଚାଲିଛି ଭାରତ। ଡିଆରଡିଓ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଶକ୍ତିଶାଳୀ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ଧ୍ରୁବାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ବାଲେଶ୍ୱର ଆଇଟିଆରରେ ଗତ ୧୫ ଓ ୧୬ ତାରିଖରରେ ଏହି କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ ହୋଇଛି। #WATCH Trials of Helicopter-launched Nag Missile (HELINA), now named Dhruvastra anti-tank guided missile in direct and top attack […]

  • Tuesday, 06 July 2021
jay-panda
ପାକ୍ ସେନା ଓ ଆଇଏସ୍‌ଆଇ ସହ ବଲିଉଡ୍ ଲିଙ୍କ୍!

ଭୁବନେଶ୍ୱର: ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା ପାକିସ୍ତାନୀ ପ୍ରବାସୀ ଭାରତୀୟଙ୍କ ସହ ବଲିଉଡର କିଛି ବ୍ୟକ୍ତିଙ୍କର ସଂପର୍କ ରହିଛି। ଏଭଳି ଲୋକମାନେ ସେହି ପାକିସ୍ତାନୀ ଓ ପ୍ରବାସୀ ଭାରତୀୟଙ୍କ ସହିତ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିବା ଦରକାର। ବଲିଉଡକୁ ନେଇ ଏମିତି ଏକ ଚାଞ୍ଚଲ୍ୟକର ଟୁଇଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ତାଙ୍କର ଏହି ଟୁଇଟ୍‌କୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା […]

  • Tuesday, 06 July 2021
rahul
ରାହୁଲ୍ ଗାନ୍ଧି ଦେଲେ ୩୫୦ ଟିଭି ସେଟ୍

ୱେନାଡ୍: କରୋନାଭାଇରସ୍ ଯୋଗୁ ସବୁଠି ଲକଡାଉନ୍ ଜାରି ରହିଛି ଏବଂ ଏପର୍ଯ୍ୟନ୍ତ ସ୍କୁଲ୍ ଓ କଲେଜ ବନ୍ଦ ରହିଛି। ଏଭଳି ସ୍ଥିତିରେ ସ୍କୁଲ୍ ପକ୍ଷରୁ ଭର୍ଚ୍ୟୁଆଲ୍‌ କ୍ଲାସ୍ ଦିଆଯାଉଛି। କଂଗ୍ରେସ ନେତା ରାହୁଲ୍‌ ଗାନ୍ଧି ନିଜର ସଂସଦୀୟ ନିର୍ବାଚନ ମଣ୍ଡଳୀ ୱେନାଡ଼ରେ ପ୍ରାୟ ୩୫୦ ଟିଭି ସେଟ୍ ଦେଇଛନ୍ତି, ଯାହାଦ୍ୱାରା ପିଲାମାନଙ୍କୁ ପାଠପଢ଼ାରେ ଯେପରି କୌଣସି ସମସ୍ୟା ନହେବ। വയനാട്ടിലെ കുഞ്ഞുകൂട്ടുകാരുമായി സംസാരിച്ചു. പഠിച്ചുയരാൻ കൂടെയുണ്ടാകും……. pic.twitter.com/xq1rU085ip — Rahul Gandhi – Wayanad (@RGWayanadOffice) July […]

  • Tuesday, 06 July 2021
cp
ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାଜସ୍ଥାନ ବିଧାନସଭା ବାଚସ୍ପତି

ଜୟପୁର: ରାଜସ୍ଥାନରେ ବିଦ୍ରୋହୀ ବିଧାୟକଙ୍କୁ ନୋଟିସ ମାମଲା ଏବେ ହାଇକୋର୍ଟରୁ ଯାଇ ସୁପ୍ରିମ କୋର୍ଟରେ ପହଞ୍ଚିଛି। ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାଚସ୍ପତି ସି ପି ଜୋଶୀ। ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ ମୁଁ କେବଳ ନୋଟିସ ପଠାଇଛି, କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। କୌଣସି ସଦସ୍ୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାର କ୍ଷମତା ବାଚସ୍ପତିଙ୍କ ନିକଟରେ ରହିଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ କୋର୍ଟ ଏହି […]

  • Tuesday, 06 July 2021
journalist
ଆଖି ବୁଜିଲେ ଗାଜିଆବାଦର ଆହତ ସାମ୍ବାଦିକ

ଲକ୍ଷ୍ନୌ: ଗାଜିଆବାଦରେ ଦୁର୍ବୁତ୍ତଙ୍କ ଗୁଳିର ଶିକାର ହୋଇଥିବା ସାମ୍ବାଦିକ ବିକ୍ରମ ଜୋଶୀଙ୍କ ଚିକିତ୍ସାଧିନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି। ସୋମବାର ରାତିରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ବୁଧବାର ସକାଳେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୯ ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି। ସୋମବାର ବିଚ ରାସ୍ତାରେ ନିଜର ଦୁଇ ଛୋଟ ଛୋଟ ଝିଅଙ୍କ ସାମ୍ନାରେ ସାମ୍ବାଦିକଙ୍କୁ ଦୃର୍ବୃତ୍ତ ଗୁଳିକରି ହତ୍ୟା କରିଥିବାର ହୃଦୟ ବିଦାରକ ଚିତ୍ର ସିସିଟିଭରେ କଏଦ […]

  • Tuesday, 06 July 2021
china
ପୁଣି ଥରେ ଧୋକା ଦେଉଛି କି ଚୀନ?

ନୂଆଦିଲ୍ଲୀ: ପୁଣି ଥରେ ଧୋକା ଦେଉଛି କି ଚୀନ? ଦୁଇ ଦେଶ ମଧ୍ୟରେ ସୈନ୍ୟ ଅପସାରଣ ନେଇ ସହମତି ସତ୍ତ୍ୱେ ପୂର୍ବ ଲଦାଖର କିଛି ଅଞ୍ଚଳରେ ଏବେବି ହଟିନି ଚୀନ ସେନା। LAC ନିକଟରେ ଏବେବି ଅନେକ ସ୍ଥାନରେ ଚୀନ ସେନାର ଉପସ୍ଥିତି ନଜର ଆସିଛି। ଗଲୱାନ ଘାଟୀ, ହଟ୍ ସ୍ପ୍ରିଙ୍ଗ, ଏବଂ ପାନଗଙ୍ଗ ହ୍ରଦ ନିକଟର କିଛି ଅଞ୍ଚଳରୁ ଡ୍ରାଗନ ଦେଶ ଏହାର ସେନା ହଟାଇଦେଇଛି। କିନ୍ତୁ ଫିଙ୍ଗର -୫ରୁ ଫିଙ୍ଗର -୮ ଭିତରେ ଥିବା […]

  • Tuesday, 06 July 2021
usa
ଆମେରିକା ଓ ଚୀନ ମଧ୍ୟରେ ଆହୁରି ବିଗିଡ଼ିଲା ସଂପର୍କ

ୱାଶିଂଟନ: ଆମେରିକା ଓ ଚୀନ ମଧ୍ୟରେ ସଂପର୍କ ଅଧିକରୁ ଅଧିକ ତିକ୍ତ ହେବାରେ ଲାଗିଛି। ହଷ୍ଟନରେ ଥିବା ବାଣିଜ୍ୟିକ ଦୂତାବାସକୁ ୭୨ ଘଣ୍ଟା ଭିତରେ ବନ୍ଦ କରିବା ଲାଗି ଚୀନ୍‌କୁ ନିର୍ଦ୍ଦେଶ ଦେଇଛି ଆମେରିକା। ଚୀନ୍‌ର ବାଣିଜ୍ୟିକ ଦୂତାବାସରେ ଅନ୍ଧାରରେ କିଛି କାଗଜପତ୍ର ଜଳାଇ ଦିଆଯାଉଥିବା ଏବଂ ପୁଣି ପାଣି ଢାଳି ନିଆଁ ଲିଭାଯାଉଥିବା ଘଟଣା ପ୍ରଚାର ହୋଇଥିଲା। ସ୍ଥାନୀୟ ପୋଲିସ କର୍ମଚାରୀ ଏସମ୍ପର୍କରେ ଖବର ପାଇବା ପରେ ଦୂତାବାସ ପରିସରରେ ପଶିବାକୁ ଚାହିଁଥିଲେ।  ତେବେ ଏଥିପାଇଁ […]

  • Tuesday, 06 July 2021
china
LACରୁ ହଟୁନି ଚୀନ; ଏବେ ବି ଠୁଳ କରିଛି ୪୦ ହଜାର ସୈନ୍ୟ

ନୂଆଦିଲ୍ଲୀ: ପୁଣି ଥରେ ଧୋକା ଦେଉଛି ଚୀନ ! ଦୁଇ ଦେଶ ମଧ୍ୟରେ ସୈନ୍ୟ ଅପସାରଣ ନେଇ ସହମତି ପ୍ରକାଶ ପାଇବା ସତ୍ତ୍ୱେ ପୂର୍ବ ଲଦାଖର କିଛି ଅଞ୍ଚଳରେ ଏବେ ବି ଚୀନ ତାର ସେନା ମୁତୟନ କରିଛି। LAC ନିକଟରେ ଅନେକ ସ୍ଥାନରେ ଏବେ ବି ଚୀନ ସେନାର ଉପସ୍ଥିତି ଦେଖିବାକୁ ମିଳିଛି। ଗଲୱାନ ଘାଟୀ, ହଟ୍ ସ୍ପ୍ରିଙ୍ଗ, ଏବଂ ପାନଗଙ୍ଗ ହ୍ରଦ ନିକଟର କିଛି ଅଞ୍ଚଳରୁ ଡ୍ରାଗନ ତାହାର ସେନା ହଟାଇଦେଇଛି ସିନା କିନ୍ତୁ […]

  • Tuesday, 06 July 2021
bihar flood
ବିହାରରେ ବନ୍ୟା ପରିସ୍ଥିତି ସଙ୍ଗୀନ; ପାଣିଘେରରେ ଲୋକ

ପାଟନା: ବନ୍ୟା ଜଳରେ ଉବୁଟୁବୁ ହେଉଛି ବିହାର। କିଛି ଦିନ ଧରି ହେଉଥିବା ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କୋସି ନଦୀ ଓ ତିଲଯୁଗାର ଜଳସ୍ତର ବଢିବା ଯୋଗୁଁ ଏବେ ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ ହୋଇଛନ୍ତି । ବିହାରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ ଲାଗି ରହିଛି। ଏହା ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଭୋଜପୁର, […]

  • Tuesday, 06 July 2021