• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

CabinetReshuffle
ବଦଳିଲା କେନ୍ଦ୍ର କ୍ୟାବିନେଟର ଚେହେରା

ବଦଳିଲା କେନ୍ଦ୍ର କ୍ୟାବିନେଟର ଚେହେରା । ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରସାରଣରେ ୧୫ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ୪୩ ମନ୍ତ୍ରୀ ସାମିଲ ହୋଇଛନ୍ତି ।

  • Thursday, 08 July 2021
petrol diesel rate
ନୂଆ ପେଟ୍ରୋଲିୟମ ମନ୍ତ୍ରୀ ଆସିବା ପରେ ପରେ ବଢିଲା ତୈଳ ଦର

ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ପଦବୀ ଛାଡ଼ିବା ପରେ ଦାୟିତ୍ୱ ସମ୍ଭାଳିଛନ୍ତି ହରଦୀପ ସିଂହ ପୁରୀ। ନୂଆ ପେଟ୍ରୋଲିୟମ ମନ୍ତ୍ରୀ ଆସୁ ଆସୁ ପୁଣି ବଢିଲା ତୈଳ ଦର।

mini car
ଆଦିବାସୀ ଯୁବକ ତିଆରି କଲେ ବ୍ୟାଟେରୀ ଚାଳିତ 'ମିନି କାର୍'

କଥାରେ ଅଛି ଇଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ମଣିଷ ଯେତେବେଳେ ଅସୁବିଧାରେ ଥାଏ ସେତେବେଳେ ତାର ଅଭିନବ ଉପାୟ ବାହାର କରେ ।

woman ministers
ଟିମ୍‌ ମୋଦିରେ ଆଉ ୭ ମହିଳା ମନ୍ତ୍ରୀଙ୍କୁ ପ୍ରାଧାନ୍ୟ

ମୋଦିଙ୍କ ଟିମ୍‌ରେ ସାମିଲ ହୋଇଛନ୍ତି ଆଉ ୭ ମହିଳା ମନ୍ତ୍ରୀ। ଏମାନଙ୍କୁ ମିଶାଇ ମନ୍ତ୍ରିମଣ୍ଡଳରେ ମହିଳା ମନ୍ତ୍ରୀଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି। 

himachal
ତୃତୀୟ ଲହରୀକୁ ଖୋଲାଖୋଲି ଆମନ୍ତ୍ରଣ! ମସୁରୀର ଜଳପ୍ରପାତରେ ଗାଧୋଉଛନ୍ତି ହଜାର ହଜାର ଲୋକ

ଦ୍ୱିତୀୟ ଲହରୀ ସାମାନ୍ୟ ଥମିଥିବା ବେଳେ ବେପରୁଆ ହୋଇଯାଇଛନ୍ତି ଜନସାଧାରଣ । ଅନେକ ରାଜ୍ୟରେ କରୋନା କଟକଣା ହଟାଇବା ଯୋଗୁଁ ଲୋକଙ୍କ ଭିଡି ଜମୁଛି । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଲୋକ ପାହାଡ଼ିଆ ଅଞ୍ଚଳକୁ ବୁଲିବା ପାଇଁ ଯାଉଛନ୍ତି । ଉତ୍ତରାଖଣ୍ଡର ମସୁରୀ-ନୈନିତାଲ ଭଳି ପର୍ଯ୍ୟଟନସ୍ଥଳୀରେ ଏବେ ଲୋକଙ୍କ ଭିଡି ଜମୁଛି ।

Ashwini Vaishnaw
ସାଧାରଣ ଲୋକଙ୍କ ପାଖରେ ଯେପରି ରେଳ ମନ୍ତ୍ରାଳୟ ସୁଫଳ ପହଞ୍ଚି ପାରିବ ସେଥିପାଇଁ କାମ କରିବି-ଅଶ୍ୱିନୀ ବୈଷ୍ଣବ

ମୋଦୀ ମନ୍ତ୍ରିମଣ୍ଡଳୀରେ ଏବେ  ଅନେକ ନୂଆ ମୁହଁ। ଏହି ନୂଆ ମୁହଁ ମଧ୍ୟରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ଦୁଇ ଜଣ ସାଂସଦ। ରାଜ୍ୟସଭା ସାଂସଦ ଅଶ୍ୱିନୀ କୁମାର ବୈଷ୍ଣବ ଓ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ହୋଇଛନ୍ତି ମନ୍ତ୍ରୀ। ଉଭୟେ ପ୍ରଥମ ଥର ସାଂସଦ ସାଙ୍ଗକୁ ମିନିଷ୍ଟର ହେବାର ସୁଯୋଗ ପାଇଛନ୍ତି।

encounter at pulwama
ପୁଲଓ୍ୱାମାରେ ଏନକାଉଣ୍ଟର: ୨୪ ଘଣ୍ଟାରେ ୫ ଆତଙ୍କୀ ନିପାତ

ଜାମ୍ମୁ-କାଶ୍ମୀରର ପୁଲଓ୍ୱାମା ପୁଚାଲ ଅଞ୍ଚଳରେ ହୋଇଛି ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

Virbhadra Singh
ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ପରଲୋକ

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସିମ୍‌ଲାରେ ଭୋର ୩ଟା ୪୦ରେ ତାଙ୍କର ଦେହାନ୍ତ ହୋଇଛି। 

Ashwini Vaishnav
ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିଲା ରେଳ ମନ୍ତ୍ରଣାଳୟ ଦାୟିତ୍ୱ

ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିଲା କେନ୍ଦ୍ର ରେଳ ମନ୍ତ୍ରଣାଳୟର ଦାୟିତ୍ୱ। ନୂଆ କରି ସାଂସଦ ହେଲେ, ଏବେ କେନ୍ଦ୍ରରେ କ୍ୟାବିନେଟ୍‌ ମନ୍ତ୍ରୀ ହେଲେ। ଆଉ ବର୍ତ୍ତମାନ ସମୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ବି ପାଇଲେ।

Two Odia Minister
ମୋଦିଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଲେ ୨ ଓଡ଼ିଆ ସାଂସଦ

କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ମୋଦିଙ୍କ ନୂଆ ଟିମରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ଦୁଇ ଜଣ ସାଂସଦ। ରାଜ୍ୟସଭା ସାଂସଦ ଅଶ୍ୱିନୀ କୁମାର ବୈଷ୍ଣବ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ହୋଇଥିବାବେଳେ ଓ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ହୋଇଛନ୍ତି ମନ୍ତ୍ରୀ। ଉଭୟେ ପ୍ରଥମ ଥର ସାଂସଦ ସାଙ୍ଗକୁ ମିନିଷ୍ଟର ହେବାର ସୁଯୋଗ ପାଇଛନ୍ତି। ତେବେ ମୋଦିଙ୍କ ମିନିଷ୍ଟ୍ରିରୁ ବାଦ୍ ପଡ଼ିଛନ୍ତି ବାଲେଶ୍ୱର ସାଂସଦ ତଥା ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।

 Cabinet reshuffle
କ୍ୟାବିନେଟ ମନ୍ତ୍ରୀ ଭାବେ ୧୫ ଜଣଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି

ବଦଳିଲା କେନ୍ଦ୍ର କ୍ୟାବିନେଟର ଚେହେରା । ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରସାରଣରେ ୧୫ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ୪୩ ମନ୍ତ୍ରୀ ସାମିଲ ହୋଇଛନ୍ତି । କ୍ୟାବିନେଟ ମନ୍ତ୍ରୀ ଭାବେ ୧୫ ଜଣଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି । ସେମାନେ ହେଲେ ନାରାୟଣ ରାଣେ, ସର୍ବାନନ୍ଦ ସୋନୱାଲ, ଡଃ ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ, ଅଶ୍ୱିନୀ ବୈଷ୍ଣବ, ପଶୁପତି ପାରସ, କିରନ୍ ରିଜିଜୁ, ରାଜକୁମାର ସିଂହ, ହରଦୀପ ସିଂ ପୁରୀ, ମନସୁଖ୍ ମାଣ୍ଡଭୀୟ, ଭୂପେନ୍ଦ୍ର ଯାଦବ, ପରଷୋତ୍ତମ ରୁପାଲା, ଜି. କିଶନ ରେଡ୍ଡୀ ଓ ଅନୁରାଗ ଠାକୁର ସାମିଲ ହୋଇଛନ୍ତି ।

Ashwini Vaishnaw
କେନ୍ଦ୍ରରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ ଶପଥ ନେଲେ ଅଶ୍ୱିନୀ ବୈଷ୍ଣବ

ରାଷ୍ଟ୍ରପତି ଭବନରେ ଶପଥ ନେଉଛନ୍ତି ମୋଦି ସରକାରର ମନ୍ତ୍ରୀ। ଓଡ଼ିଶାରୁ କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ ଶପଥ ନେଲେ ଅଶ୍ୱିନୀ ବୈଷ୍ଣବ। ଶ୍ରୀ ବୈଷ୍ଣବ ରାଜ୍ୟସଭାରୁ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି

Cabinet Ministers Resigned
ମୋଦିଙ୍କ ମନ୍ତ୍ରିମଣ୍ଡଳରୁ ୧୨ ମନ୍ତ୍ରୀଙ୍କ ଇସ୍ତଫା

ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ୧୨ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣର ପୂର୍ବରୁ କେନ୍ଦ୍ର ଆଇନ ତଥା ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସମେତ ୧୨ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବି ଶଙ୍କର ପ୍ରସାଦ ଏବଂ ପ୍ରକାଶ ଜାଭଡେକରଙ୍କ ସମେତ ୧୨ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରିଥିବା କହିଛନ୍ତି ରାଷ୍ଟ୍ରପତି ଭବନ ମୁଖପାତ୍ର କହିଛନ୍ତି ।

  • Wednesday, 07 July 2021
Modi Cabinet
ମୋଦିଙ୍କ ନୂଆ ଟିମ୍ : ୧୦ ଜଣଙ୍କୁ ପଦୋନ୍ନତି, ୩୩ ନୂଆ ଚେହେରା

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଆସିଛି ମନ୍ତ୍ରୀ ତାଲିକା । ୪୩ ମନ୍ତ୍ରୀ ଆଉ କିଛି ସମୟ ପରେ ନେବେ ଶପଥ । ଏହି ତାଲିକାରେ ନାରାୟଣ ରାଣେ, ସର୍ବାନନ୍ଦ ସୋନଓ୍ୱାଲ, ଡର ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆର. ପି. ସିଂହ, ଅଶ୍ୱିନୀ ବୈଷ୍ଣବ, ପଶୁପତି ପାରସ, କିରନ ରିଜିଜୁ, ରାଜକୁମାର ହରଦୀପ ସିଂହ ପୁରୀ, ମନସୁଖ ମାଣ୍ଡବ୍ୟ, ଭୁପେନ୍ଦ୍ର ଯାଦବ, ପରଷୋତ୍ତମ ରୁପାଲା, ଜି. କିଷାନ ରେଡ୍ଡି, ଅନୁରାଗ ସିଂ ଠାକୁର, ପଙ୍କଜ ଚୌଧୁରୀ, ଅନୁପ୍ରିୟା ପଟେଲ, ସତ୍ୟପାଲ ବଘେଲ, ରାଜୀବ ଚନ୍ଦ୍ରଶେଖର, ଶୋଭା କରନ୍ଦଲାଜେ, ଭାନୁପ୍ରତାପ ସିଂ ବର୍ମା ଓ ଦର୍ଶନା ବିକ୍ରମ ଜରଦୋଷଙ୍କ ସିଂହଙ୍କ ନାମ ରହିଛି ।

Ashwini Vaishnaw
କେନ୍ଦ୍ର କ୍ୟାବିନେଟ୍‌ରେ ସ୍ଥାନ ପାଇପାରନ୍ତି ଅଶ୍ୱିନୀ ବୈଷ୍ଣବ

କ୍ୟାବିନେଟ ମନ୍ତ୍ରୀ ହେବେ ବୈଷ୍ଣବ ! କ୍ୟାବିନେଟ ମନ୍ତ୍ରୀ ହୋଇପାରନ୍ତି ଅଶ୍ୱିନୀ ବୈଷ୍ଣବ। ଏନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି। ଏହାସହ ସାମ୍ନାକୁ ଆସିଲା ଶପଥ ନେବାକୁ ଥିବା ୪୩ ମନ୍ତ୍ରୀଙ୍କ ତାଲିକା। ତାଲିକାର ୬ନମ୍ବର ସ୍ଥାନରେ ରହିଛି ଅଶ୍ୱିନୀ ବୈଷ୍ଣବଙ୍କ ନାଁ। ତେବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାର ୨ ନୂଆ ମନ୍ତ୍ରୀ ସାମିଲ୍ ହେବା ସ୍ପଷ୍ଟ ହୋଇଛି । ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡ଼ୁ

Narendra Modi
ଏହି ମାନଙ୍କୁ ସନ୍ଧ୍ୟାରେ ମିଳିପାରେ ମନ୍ତ୍ରୀ ପଦ, ଦେଖନ୍ତୁ ପୂରା ତାଲିକା

ସେହିପରି, କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବି ଇସ୍ତଫା ଦେଇଛନ୍ତି । ଏହାସହ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ବି ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷରେ ଗତକାଲିଠାରୁ କେନ୍ଦ୍ରମନ୍ତ୍ରୀ ଥାବରଚାନ୍ଦ ଗେହଲୋଟଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।

pratap sarangi
ଇସ୍ତଫା ଦେଲେ ପ୍ରତାପ ଷଡ଼ଙ୍ଗୀ, ସ୍ୱାସ୍ଥ୍ୟମନ୍ତ୍ରୀ ପଦ ଛାଡ଼ିଲେ ଡାକ୍ତର ହର୍ଷବର୍ଦ୍ଧନ

କେନ୍ଦ୍ର ମନ୍ତିମଣ୍ଡଳରୁ ଇସ୍ତଫା ଦେଲେ ପ୍ରତାପ ଷଡ଼ଙ୍ଗୀ । ସଂପ୍ରସାରଣ ଅବସରରେ ଇସ୍ତଫା ଦେଇଥିବା ସୂଚନା । ଏମଏସଏମଇ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀ ଥିଲେ ପ୍ରତାପ ଷଡ଼ଙ୍ଗୀ ।

Bishweswar Tudu,Ashwini Vaishnaw
ଓଡ଼ିଶାରୁ ୨ ମନ୍ତ୍ରୀ ସାମିଲ ହେବା ନେଇ ସ୍ପଷ୍ଟ ହେଲା ଚିତ୍ର

ଆଜି ସନ୍ଧ୍ୟାରେ ମୋଦିଙ୍କ ଟିମର ନବକେଳବର । ନୂତନ କ୍ୟାବିନେଟରେ କାହାକୁ ମିଳିବ ମନ୍ତ୍ରୀପଦ ? ଏପରି କଳ୍ପନା ଜଳ୍ପନା ମଧ୍ୟରେ ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କ ନାଁ ଚର୍ଚ୍ଚାରେ ରହିଥିଲା । କେନ୍ଦ୍ରମନ୍ତ୍ରୀ ହୋଇପାରନ୍ତି ମୟୂରଭଂଜ ସାଂସଦ ।

Ramesh Pokhriyal
ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପୂର୍ବରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଓ ରମେଶ ପୋଖରିଆଲ

କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପୂର୍ବରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସନ୍ତୋଷ ଗଙ୍ଗୱାର ଓ ରମେଶ ପୋଖରିଆଲ। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବରୁ କିଛି ମନ୍ତ୍ରୀ ଇସ୍ତଫା ଦେଇଥିବା ସୂଚନା ମିଳିଛି। କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଶ୍ରମମନ୍ତ୍ରୀ ଥିଲେ ଗଙ୍ଗୱାର। ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ମଧ୍ୟ ଇସ୍ତଫା ଦେଇଛନ୍ତି।ସ୍ୱାସ୍ଥ୍ୟ ଗତ କାରଣ ଥିବାରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। କେବଳ ଏତିକି ନୁହେଁ ବରଂ ଦେବଶ୍ରୀ ଚୌଧୁରୀ, ସଦାନନ୍ଦ ଗୌଡ଼ା ମଧ୍ୟ ଇସ୍ତଫା ଦେଇଛନ୍ତି।

NarendraModi
ମୋଦି ମନ୍ତ୍ରୀମଣ୍ଡଳରେ କିଏ କିଏ ହେବେ ସାମିଲ?

ଆଜି ସଂଧ୍ୟା ୬ରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହେବ। ଏଥିପାଇଁ ବିଜ୍ଞପ୍ତ ପ୍ରକାଶ ପାଇଛି। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ରାଷ୍ଟ୍ରପତି ଭବନରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାପୂର୍ବରୁ ସେଭେନ୍ ଲୋକକଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନେତାଙ୍କ ଭିଡ଼ ଲାଗିଲାଣି

NarendraModi
ମୋଦିଙ୍କ ଟିମ୍‌ରେ ସାମିଲ ହୋଇପାରନ୍ତି ୧୮ ମନ୍ତ୍ରୀ, ସନ୍ଧ୍ୟା ୬ରେ ଶପଥ ଗ୍ରହଣ ଉତ୍ସବ

ମୋଦିଙ୍କ ଟିମ୍‌ରେ ସାମିଲ ହୋଇପାରନ୍ତି ନୂଆ ୧୮ ମନ୍ତ୍ରୀ। ରାଷ୍ଟ୍ରପତି ଭବନକୁ ୧୮ ଜଣଙ୍କ ନାଁ ଯାଇଥିବା ସୂଚନା ମିଳିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ୍‌ ନାଁ ଯାଇଥିବା ସୂଚନା ମିଳିଛି। ଏହାସହ ପଶୁପତି ପାରସ, ନାରାୟଣ ରାଣେ, ଭୂପେନ୍ଦ୍ର ଯାଦବଙ୍କ ନାଁ ମଧ୍ୟ ଯାଇଥିବା ସୂଚନା ମିଳିଛି

corona
ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୩, ୭୩୩ ନୂତନ ସଂକ୍ରମିତ ଚିହ୍ନଟ, ୯୩୦ ମୃତ

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ପ୍ରତିଦିନ ନୂତନ ସଂକ୍ରମିତଙ୍କ ଗ୍ରାଫ୍ ଖସୁଛି । ତେବେ ଏହାରି ଭିତରେ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟ ସମ୍ପର୍କରେ ଆଲର୍ଟ ମଧ୍ୟ ଜାରି ହୋଇସାରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ସୁଦ୍ଧା ବିପଦ ଟଳିନି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩,୭୩୩ ନୂଆ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ପୁଣି ୧୦୦୦ ପାଖାପାଖି ରହିଛି । ଗୋଟିଏ ଦିନରେ ୯୩୦ କରୋନା ସଂକ୍ରମିତ ଜୀବନ ହାରିଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୬ ଲକ୍ଷ ୬୩ ହଜାର ୬୬୫ କୁ ବୃଦ୍ଧି ପାଇଛି ।

Prime Minister Narendra Modi
କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ଗଠନ ହେଲା ନୂଆ ମନ୍ତ୍ରାଳୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ଗଠନ ହେଲା ନୂତନ ମନ୍ତ୍ରାଳୟ । ଦେଶରେ ସମବାୟ ଆନ୍ଦୋଳନକୁ ମଜଭୁତ କରିବା ତଥା ଏହାକୁ ନୀତିଗତ ଢାଞ୍ଚା ଦେବା ଉଦ୍ଦେଶ୍ୟରେ ମିନିଷ୍ଟ୍ରି ଅଫ କୋଅପରେସନ ବା ସହଯୋଗ ମନ୍ତ୍ରାଳୟ ଭାବେ ଏହି ନୂତନ ମନ୍ତ୍ରାଳୟ  ଗଠନ କରାଯାଇଛି  ।

Vizag Accident
ଭୁଶୁଡିପଡିଲା ନିର୍ମାଣାଧୀନ ଜାତୀୟ ରାଜପଥର ଓଭରବ୍ରିଜ୍

ଭୁଶୁଡିପଡିଲା ନିର୍ମାଣାଧୀନ ଜାତୀୟ ରାଜପଥର ଓଭରବ୍ରିଜ୍ । ବ୍ରିଜ ତଳେ ଚାପି ହୋଇ ରହିଛି କାର ଓ ଟ୍ରକ । ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ସଂଖ୍ୟା ବଢିବା ଆଶଙ୍କା କରାଯାଉଛି

NarendraModi
କାହାକୁ ମିଳିବ ମନ୍ତ୍ରୀ ପଦ? ଏବେଠୁ ଜୋର ଧରିଲାଣି ଚର୍ଚ୍ଚା

କ୍ୟାବିନେଟରେ ୮୧ ଜଣ ମନ୍ତ୍ରୀ ରହିବାର ବ୍ୟବସ୍ଥା ଥିବା ବେଳେ, ଏବେ ମାତ୍ର ୫୩ ଜଣ ମନ୍ତ୍ରୀ ଅଛନ୍ତି। ଅର୍ଥାତ୍ ଆହୁରି ୨୮ ଜଣଙ୍କୁ ମନ୍ତ୍ରୀ କରିବାର ବିକଳ୍ପ ମହଜୁଦ ରହିଛି ପ୍ରଧାନମନ୍ତ୍ରୀଙ୍କ ପାଖରେ। ତେଣୁ ଆସନ୍ତାବର୍ଷ ହେବାକୁ ଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ସେଠାକାର ସାଂସଦ ଓ ସହଯୋଗୀ ଦଳଙ୍କୁ ଗୁରୁତ୍ୱ ଦେଇପାରନ୍ତି ମୋଦି