• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

helmet
ଗାଡ଼ି ରେଜିଷ୍ଟ୍ରେସନ ପାଇଁ ୨ଟି ହେଲମେଟ୍ ବାଧ୍ୟତାମୂଳକ

ଭୋପାଲ: ମଧ୍ୟପ୍ରଦେଶରେ ଦୁଇ ଚକିଆ ଗାଡ଼ି ପଞ୍ଜୀକରଣ କରିବା ପାଇଁ ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଏଣିକି ଗାଡ଼ି ପଞ୍ଜୀକରଣ କରିବା ପୂର୍ବରୁ ଆବେଦନକାରୀଙ୍କ ପାଖରେ ଦୁଇଟି ହେଲମେଟ୍ ଅଛି କି ନାହିଁ, ତାର ପ୍ରମାଣ ଦେଖାଇବାକୁ ପଡ଼ିବ। ରାଜ୍ୟର ପରିବହନ ସଚିବ ଶୈଳେନ୍ଦ୍ର ଶ୍ରୀବାସ୍ତବ ଗତକାଲି ଏହି ସୂଚନା ଦେଇଛନ୍ତି। ଚାଳକ ଓ ସହଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ମଧ୍ୟପ୍ରଦେଶ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ମୋଟର […]

  • Saturday, 10 July 2021
mamata-banerjee
ବେଙ୍ଗଲକୁ ଯିଏ ଆସିବ ସିଏ ବଙ୍ଗଳା କହିବା ଜରୁରୀ !

କୋଲକାତା: ପଶ୍ଚିମବଙ୍ଗରେ ଦିନକୁ ଦିନ ବଢ଼ୁଛି ହିଂସା। ରାଜ୍ୟରେ ମମତା ସରକାରଙ୍କୁ ଚ୍ୟାଲେଞ୍ଜ କରି ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି। ଏହାରି ଭିତରେ ଏଭଳି ଆନ୍ଦୋଳନ ପଛରେ ରାଜନୀତିକ ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏବେ ସେ ଭାଷା କାର୍ଡ ଖେଳି ରାଜ୍ୟରେ ବଙ୍ଗାଳୀ-ଅଣ ବଙ୍ଗାଳୀ ଵିଦ୍ଵେଷ ସୃଷ୍ଟି କରି ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି ବୋଲି କୁହାଯାଉଛି। ଗତକାଲି ଏହି ଆନ୍ଦୋଳନ ଓ ବଢୁଥିବା ରାଜନୀତିକ ହିଂସାକୁ ନଜରରେ ରଖି ଉତ୍ତର ୨୪ […]

  • Saturday, 10 July 2021
Manmohan-Singh-
୨୭ ବର୍ଷ ପରେ ସଂସଦ ବାହାରେ ରହିବେ ମନମୋହନ ସିଂହ

ନୂଆଦିଲ୍ଲୀ: ଗତକାଲି ଶେଷ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳ। ୧୭ତମ ଲୋକସଭା ଆରମ୍ଭ ହେବାର ତିନି ଦିନ ପୂର୍ବରୁ ମନମୋହନଙ୍କ କାର୍ଯ୍ୟକାଳ ଶେଷ ହୋଇଛି।୧୯୯୧ରୁ ଲଗାତାର ୫ ଥର ସଂସଦକୁ ସେ ନିର୍ବାଚିତ ହୋଇଆସୁଥିଲେ ମନମୋହନ ସିଂହ। କିନ୍ତୁ ଚଳିତଥର ପ୍ରଥମଥର ପାଇଁ ଦେଶର ଏହି ଅନୁଭବୀ ନେତା ତଥା ପୂର୍ବତନ ଆରବିଆଇ ଗଭର୍ଣ୍ଣର ସଂସଦରେ ଆଉ ଦେଖାଯିବେ ନାହିଁ। ଆସାମରୁ ରାଜ୍ୟସଭା ସାଂସଦ ଭାବେ ମନମୋହନ ସିଂହ ସଂସଦରେ ପ୍ରତିନିଧିତ୍ୱ କରୁଥିଲେ। ଆସାମରେ […]

  • Saturday, 10 July 2021
860_main_fossil_fuels_explainer
କମୁଛି ପେଟ୍ରୋଲ ଓ ଡିଜେଲ ଦର, ୪୫ ଦିନରେ ୩ ଟଙ୍କା

ନୂଆଦିଲ୍ଲୀ: କମି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର। ଆଜି ପେଟ୍ରୋଲ ଲିଟର ପିଛା ୧୯ରୁ ୨୦ ପଇସା ଏବଂ ଡିଜେଲ ୨୪ରୁ ୨୬ ପଇସା କମିଥିବା ଜଣାପଡ଼ିଛି। ଗତକାଲି ପେଟ୍ରୋଲ ୧୬ରୁ ୧୮ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ ୧୬ରୁ ୧୭ ପଇସା ହ୍ରାସ ପାଇଥିଲା। ତୈଳ କମ୍ପାନୀ ଇଣ୍ଡିଆନ ଅଏଲ ଓ୍ୱେବସାଇଟର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬୯ ଟଙ୍କା ୨୯ ପଇସା, ମୁମ୍ୱାଇରେ ୬୯.୯୯ ପଇସା, କୋଲକାତାରେ ୭୫ […]

  • Saturday, 10 July 2021
wb-doctor-strike
ପଶ୍ଚିମବଙ୍ଗରେ ଇସ୍ତଫା ଦେଲେଣି ୫୦୦ରୁ ଅଧିକ ଡାକ୍ତର

କୋଲକାତା: ଆଜି ପଞ୍ଚମ ଦିନରେ ପହଞ୍ଚିଛି ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ। ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କୁ ସୁରକ୍ଷା ଯୋଗାଇଦେବା ପରିବର୍ତ୍ତେ ମମତା ସରକାର ଆନ୍ଦୋଳନରତ ଡାକ୍ତରଙ୍କୁ ଧମକ ଓ ଚେତାବନୀ ଦେଇଥିଲେ। ଯାହାକୁ ବିରୋଧ କରି ପଶ୍ଚିମବଙ୍ଗର ଡାକ୍ତରଙ୍କୁ ସମର୍ଥନ କରିଛନ୍ତି ଅଧିକାଂଶ ରାଜ୍ୟର ଡାକ୍ତରମାନେ। ପଶ୍ଚିମବଙ୍ଗରେ ଚିକିତ୍ସା କରିବା ଅସୁରକ୍ଷିତ ଦର୍ଶାଇ ଇତି ମଧ୍ୟରେ ରାଜ୍ୟରେ ୫୦୦ରୁ ଅଧିକ ଡାକ୍ତର ଇସ୍ତଫା ଦେଇସାରିଛନ୍ତି। ପରିଣାମସ୍ୱରୂପ ରୋଗୀ ସେବା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଏହି ଆନ୍ଦୋଳନରେ ଦେଶ […]

  • Saturday, 10 July 2021
tantrka
ତାନ୍ତ୍ରିକ ସହ ଶାରୀରିକ ସମ୍ପର୍କ ନ ରଖିବାରୁ ସ୍ତ୍ରୀକୁ ବୁଡ଼ାଇ ମାରିଲା ସ୍ୱାମୀ

ଆଲିଗଡ଼: ସ୍ୱାମୀ ସାଜିଲା ହତ୍ୟାକାରୀ। ତାନ୍ତ୍ରିକ ସହ ଶାରୀରିକ ସମ୍ପର୍କ ରଖିବାକୁ ରାଜି ନ ହେବାରୁ ନିଜ ସ୍ତ୍ରୀକୁ ନଦୀରେ ବୁଡ଼ାଇ ମାରିଦେଇଛି ସ୍ୱାମୀ। ଉତ୍ତର ପ୍ରଦେଶର ଆଲିଗଡ଼ରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁବାର ଦିନ ଏହି ଘଟଣା ଘଟିଛି ବୋଲି ଆଲିଗଡ଼ ପୁଲିସ ସୂଚନା ଦେଇଛି। ଉଭୟ ସ୍ୱାମୀ ଏବଂ ତାନ୍ତ୍ରିକକୁ ପୁଲିସ ବାନ୍ଧି ନେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମନପାଲ (ମୃତ ମହିଳାଙ୍କ ସ୍ୱାମୀ) ତାଙ୍କ  ସ୍ତ୍ରୀକୁ ତାନ୍ତ୍ରିକ ସନ୍ଥଦାସ ଦୁର୍ଗା ଦାସଙ୍କ  ସହ […]

  • Saturday, 10 July 2021
hospital-bihar
ଏନସେଫାଲାଇଟିସ ବିହାରରେ ୬୭ ଶିଶୁଙ୍କ ଜୀବନ ନେଲାଣି

ପାଟନା: ବିହାରର ମୁଜାଫରନଗର ଜିଲ୍ଲାରେ ଆତଙ୍କ ଖେଳାଇଛି ଆକ୍ୟୁଟ୍ ଏନସେଫାଲାଇଟିସ ସିଣ୍ଡ୍ରୋମ୍ (ଏଇଏସ)। ଏହି ରୋଗରେ ଆକ୍ରାନ୍ତ ହୋଇ ଏଯାଏ ୬୭ ଜଣ ଛୋଟ ପିଲାଙ୍କର ମୃତ୍ୟୁ ହୋଇଛି। ହାଇପୋଗ୍ଲାଇସିମିଆ ବା ରକ୍ତଚାପ ବହୁତ କମ୍ ରହିବାରୁ ଏପରି ମୃତ୍ୟୁ ହେଉଛି ବୋଲି ଡାକ୍ତରମାନେ କହିଛନ୍ତି। ଗତକାଲି ଶ୍ରୀକୃଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲରେ ୬ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ କେଜ୍ରିଓ୍ୱାଲ ହସ୍ପିଟାଲରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏବେ ବି ଶତାଧିକ ଛୋଟ […]

  • Saturday, 10 July 2021
lpg cylindar
ପୁଣି ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦାମ

ନୂଆଦିଲ୍ଲୀ: ମହଙ୍ଗା ହେଲା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦର। ଏଣିକି ଗ୍ରାହକଙ୍କୁ ଏଲ୍‌ପିଜି ସିଲିଣ୍ଡର ପିଛା ୨ ଟଙ୍କା ଅଧିକ ଦେବାକୁ ପଡ଼ିବ। ସରକାର ଏଲ୍‌ପିଜି ଡିଲରମାନଙ୍କ କମିଶନ ବୃଦ୍ଧି କରିବା ପରେ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ବୃଦ୍ଧି ପାଇଛି। ଦିଲ୍ଲୀରେ ୧୪.୨ କେଜି ସିଲିଣ୍ଡରର ମୂଲ୍ୟ ୫୦୭.୪୨ ଟଙ୍କା ରହିଛି। ପୂର୍ବରୁ ଏହା ୫୦୫.୩୪ଟଙ୍କା ଥିଲା। ଗତବର୍ଷ ସେପ୍ଟେମ୍ବରରେ ଏଲ୍‌ପିଜି ବିତରକଙ୍କ କମିଶନ ବାବଦରେ ୧୪.୨ କେଜି ସିଲିଣ୍ଡର ପିଛା ୪୮ ଟଙ୍କା ୮୯ ପଇସା ଓ […]

  • Saturday, 10 July 2021
_c9e4e190-8e6a-11e9-a1b4-540227be794e
ତୃତୀୟ ଦିନରେ ଡାକ୍ତରଙ୍କ ଆନ୍ଦୋଳନ,ଧମକ ଦେଲେ ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ମମତା ସରକାର ଗତକାଲି ଜୁନିଅର ଡାକ୍ତରଙ୍କ ଆନ୍ଦୋଳନକୁ ଭ୍ରୁକ୍ଷେପ ନକରି ସେମାନଙ୍କୁ ତୁରନ୍ତ କାମରେ ଯୋଗ ଦେବା ପାଇଁ କହିଥିଲେ। ଯଦି ସେମାନେ ଏପରି ନ କରନ୍ତି ତାହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଧମକକୁ ପଶ୍ଚିମବଙ୍ଗର ଆନ୍ଦୋଳନରତ ଜୁନିୟର ଡ଼ାକ୍ତର ସଂଘ ପ୍ରତ୍ୟାଖ୍ୟାନ କରିଥିଲା। ମମତାଙ୍କ ଏଭଳି ଧମକର ପ୍ରତିବାଦରେ ସାରା ଦେଶର ଡାକ୍ତରମାନେ ରଣହୁଙ୍କାର ଦେଇଛନ୍ତି। ଆଜି ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ମଙ୍ଗଳବାର […]

  • Saturday, 10 July 2021
11111
'ପଶ୍ଚିମବଙ୍ଗକୁ ‘ମିନି ପାକିସ୍ତାନ’ କରିଛନ୍ତି ଦିଦି'

ଅଗରତାଲା: ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ବିବାଦ ଓ ଲଢ଼େଇ ଜାରି ରହିଛି। ଏହାରି ଭିତରେ ତ୍ରିପୁରା ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀ ପାପିୟା ଦତ୍ତ ଗତକାଲି ଏକ ଦଳୀୟ ସଭାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗରେ ଯେଉଁଭଳି ହତ୍ୟା, ଗୁଣ୍ଡାଗର୍ଦି ବଢ଼ିଛି ତାହା ଏବେ ‘ମିନି ପାକିସ୍ତାନ’ ପାଲଟିଗଲାଣି। ଏଥିପାଇଁ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି ଏହି ବିଜେପି ନେତ୍ରୀ। ଆଗାମୀ […]

  • Saturday, 10 July 2021
i-4-1
AN-୩୨ ବିମାନରେ ଥିବା ସମସ୍ତ ୧୩ ଜଣ ମୃତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଦୁର୍ଘଟଣାଗ୍ରସ୍ତ ବିମାନ AN-୩୨ରେ ଥିବା ୮ କ୍ରିଉ ସଦସ୍ୟ ଏବଂ ୫ ବାୟୁସେନା ଅଧିକାରୀଙ୍କର ମୃତ୍ୟୁ ହୋଇଛି। ଆଜି ଭାରତୀୟ ବାୟୁସେନା ଟ୍ୱିଟ୍ କରି ଏହି ସୂଚନା ଦେଇଛି। ବାୟୁସେନା ଉଲ୍ଲେଖ କରିଛି ଯେ ବିମାନଟି ଦୁର୍ଘଟଣା ହୋଇ ପଡ଼ିଥିବା ସ୍ଥାନରେ ଆଜି ୮ ଜଣିଆ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ। ହେଲେ ଘଟଣାସ୍ଥଳରେ କେହି ବଞ୍ଚିଥିବା ଦେଖିବାକୁ ମିଳିନାହିଁ। ମୃତ ବାୟୁସେନା ଅଧିକାରୀ ହେଲେ ଜି.ଏମ୍. ଚାର୍ଲସ, ଏଚ୍, ବିନୋଦ, ଆର.ଥପ୍ପା, ଏ.ତନଓ୍ୱର, […]

  • Saturday, 10 July 2021