• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

1111
କେବିସିରେ ୨୫ ଲକ୍ଷ ଜିତି ଯବାନଙ୍କ ପରିବାରକୁ ଦାନ କଲେ ଏନ୍‌ଡିଆର୍‌ଏଫ୍‌ ଟିମ୍‌

ମୁମ୍ୱାଇ: ‘କୌନ ବନେଗା କରୋଡ଼ପତି’ର କରମବୀର ସ୍ପେଶାଲ ଏପିସୋଡ଼ରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ଙ୍କୁ ଦେଖିବାକୁ ମିଳିଥିଲା। ଅମିତାଭ ବଚ୍ଚନଙ୍କ ସହିତ ହଟ୍‌ ସିଟ୍‌ରେ ଏନ୍‌ଡିଆର୍‌ଏଫ୍‌ର ମହାନିର୍ଦ୍ଦେଶକ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ, କମାଣ୍ଡାଣ୍ଟ୍‌ ଅନୁପମ ଶ୍ରୀବାସ୍ତବ ଓ ପ୍ରଦୀପ କୁମାର ଶ୍ରୀବାସ୍ତବ ବସିଥିଲେ।   Meet the bravehearts of @NDRFHQ and watch them play on #KBC, tonight at 9 PM @SrBachchan pic.twitter.com/YjrQXBYHFm — Sony TV (@SonyTV) August 30, 2019 […]

  • Saturday, 10 July 2021
amit yogi
ଭୁଲ୍‌ ଜନ୍ମଗତ ପ୍ରମାଣପତ୍ର ଦାଖଲ କରି ଗିରଫ ହେଲେ ଅମୀତ୍‌ ଯୋଗୀ

ରାୟପୁର: ନିର୍ବାଚନ ବେଳେ ଭୁଲ୍ ଜନ୍ମଗତ ପ୍ରମାଣପତ୍ର ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପୁଅ ତଥା ପୂର୍ବତନ ବିଧାୟକ ଅମିତ ଯୋଗୀ। ବିଳାସପୁର ସ୍ଥିତ ବାସଭବନରେ ଅମିତ ଥିବା ବେଳେ ଛତିଶଗଡ଼ ପୁଲିସ ଆଜି ତାଙ୍କୁ ଗିରଫ କରିଛି। ଗିରଫ ବେଳେ ଅମିତଙ୍କ ସମର୍ଥକ ଓ ପୁଲିସ ପ୍ରଶାସନ ମଧ୍ୟରେ ଠେଲାପେଲା ହୋଇଥିବା ସୂଚନା ରହିଛି। ଅମିତଙ୍କ ସମର୍ଥକମାନେ ଏହି ସମୟରେ ପୁଲିସ ପ୍ରଶାସନ […]

  • Saturday, 10 July 2021
apache-helicaptor
ଭାରତୀୟ ବାୟୁସେନାରେ ସାମିଲ୍ ହେଲା ୮ ‘ଆପାଚ୍‌’ ହେଲିକପ୍ଟର

ଶ୍ରୀନଗର: ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚାଲିଥିବା ବେଳେ ଭାରତୀୟ ବାୟୁସେନାରେ ଆଜି ସାମିଲ୍ ହୋଇଛି ଆମେରିକା ନିର୍ମିତ ୮ଟି ‘ଆପାଚ୍‌’ ହେଲିକପ୍ଟର। ପଠାନକୋଟ୍ ଏୟାରବେସରେ ବାୟୁସେନା ପ୍ରମୁଖଙ୍କ ଉପସ୍ଥିତିରେ ଆପାଚ୍‌ ଏଚ୍‌-୬୪ଇ ହେଲିକପ୍ଟର ସାମିଲ୍ ହୋଇଛି। ସୂଚନାଯୋଗ୍ୟ, ୨୦୧୬ରେ ଆତଙ୍କବାଦୀ ଏହି ଏୟାରବେସରେ ନିକଟରେ ଥିବା ସେନା କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ବାୟୁସେନାରେ ସାମିଲ୍ ହେବା ପୂର୍ବରୁ ନଡ଼ିଆ ଫଟା ଯାଇ ପାରମ୍ପରିକ ଭାବରେ ଏହାକୁ ବାୟୁସେନାରେ ସାମିଲ୍ କରାଯାଇଥିଲା।   Punjab: […]

  • Saturday, 10 July 2021
doctor
ଡାକ୍ତରଙ୍କ ସୁରକ୍ଷା ପାଇଁ ନୂଆ ଆଇନ- ପିଟିଲେ ୧୦ ବର୍ଷ ଜେଲ, ୧୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ସରକାରୀ ଡ୍ୟୁଟିରେ ଥିବା ଡାକ୍ତର ତଥା ସ୍ୱାସ୍ଥ୍ୟସେବାରେ ଜଡ଼ିତ ଅନ୍ୟ କର୍ମଚାରୀମାନେ ଅନେକ ସମୟରେ ରୋଗୀଙ୍କ ପରିବାର ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଅନେକ ସମୟରେ ଉତ୍ତ୍ୟକ୍ତ ସମ୍ପର୍କୀୟମାନେ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ମାରଧର କରିବା ସହ ଡାକ୍ତରଖାନାରେ ଭଙ୍ଗାରୁଜା ମଧ୍ୟ କରିଥାନ୍ତି। ଏପରି ହିଂସା ଦେଶ ବ୍ୟାପି ଏକ ବଡ ସମସ୍ୟା ସୃଷ୍ଟି କରିଛି। ଏପରି ହିଂସାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଖୁବ ଶୀଘ୍ର ଏକ ନୂଆ ଆଇନ ପ୍ରଣୟନ […]

  • Saturday, 10 July 2021
fire
ଓଏନ୍‌ଜିସି ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ; ୫ ମୃତ

ମହାରାଷ୍ଟ୍ର: ନଭି ମୁମ୍ବାସ୍ଥିତ ଉରଣ  ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ ବା ONGCର  ଏଲ୍‌ପିଜି ପ୍ଲାଣ୍ଟରେ ନିଆଁ ଲାଗି ଯାଇଛି। ପ୍ଲାଣ୍ଟର ଶୀତଳ ଭଣ୍ଡାରରେ ନିଆଁ ଲାଗି ଯାଇଥିବା ଜଣାଯାଇଛି । ପ୍ଲାଣ୍ଟ ଏତେ ଜୋରରେ ଜଳୁଛି ଯେ, ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଛି।  ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଥିବା ଜଣାଯାଇଛି। ଶୀତଳ ଭଣ୍ଡାରରେ ଆହୁରି ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଅନ୍ୟମାନଙ୍କୁ ସୁରକ୍ଷିତ […]

  • Saturday, 10 July 2021
sahoo
ପ୍ରଭାସଙ୍କ ଜଲୱା: ୩ ଦିନରେ ୨୦୦ କୋଟି ପାର କଲା ‘ସାହୋ’

ମୁମ୍ବାଇ: ବକ୍ସ ଅଫିସ୍‌ରେ ଧମାକା ପରେ ଧମାକା କରୁଛି ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଆକ୍ସନ୍‌ ଡ୍ରାମା ‘ସାହୋ’। ପ୍ରଥମ ଦିନରେ ସାରା ଦେଶରେ ୧୦୦ କୋଟି ପାର କରିଥିବା ‘ସାହୋ’ ଏବେ ପ୍ରଥମ ୱିକ୍‌ଏଣ୍ଡରେ ସର୍ବଭାରତୀୟ ବକ୍ସ ଫିସ୍‌ କଲେକ୍ସନ୍‌ରେ ୨୦୦ କୋଟି ପାର୍‌ କରିଦେଇଛି।  ସୂଚନା ଅନୁଯାୟୀ କେବଳ ହିନ୍ଦୀରେ ଏହା ପାଖାପାଖି ୮୦ କୋଟି ଟଙ୍କା ଆୟ କରିଛି। ବକ୍ସ ଅଫିସ୍‌ ଡଟ କମ୍‌ ମୁତାବକ ‘ସାହୋ(ହିନ୍ଦୀ)’ ଭର୍ସନ ପ୍ରଥମ ଦିନରେ ୨୪ କୋଟି, […]

  • Saturday, 10 July 2021
chi
ତିହାର୍ ଜେଲ୍ ଯିବାକୁ ଅମଙ୍ଗ ଚିଦାମ୍ୱରମ୍

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ସିବିଆଇ ରିମାଣ୍ଡରେ ଥିବା ପୂର୍ବତନ ଗୃହମନ୍ତ୍ରୀ ପି ଚିଦାମ୍ୱରମ୍ ତିହାର ଜେଲ୍ ଯିବା ପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି। ବୟସ ୭୪ ହୋଇଥିବାରୁ ତାଙ୍କୁ ଜେଲ୍ ପରିବର୍ତ୍ତେ ଗୃହବନ୍ଦୀ କରି ରଖାଯାଉ ବୋଲି ସୁପ୍ରିମକୋର୍ଟରେ ଆଜି ଶୁଣାଣି ବେଳେ ଚିଦାମ୍ୱରମ୍ କହିଛନ୍ତି। ଅଗଷ୍ଟ ୨୧ରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଏହି ବରିଷ୍ଠ କଂଗ୍ରେସ ନେତା ୧୧ ଦିନ ହେଲା ସିବିଆଇ ରିମାଣ୍ଡରେ ଅଛନ୍ତି। ଆଜି ଆଉ ତିନି ଦିନି […]

  • Saturday, 10 July 2021
Ranu1
ଗୀତ ପାଇଁ ଦିନେ ଉଜୁଡ଼ି ଯାଇଥିଲା ରାନୁଙ୍କ ଦାମ୍ପତ୍ୟ ଜୀବନ, ଆଉ ଆଜି.....

ମୁମ୍ବଇ:ସଙ୍ଗୀତ ଦୁନିଆକୁ ଅକସ୍ମାତ ଆସିଲେ ଆଉ ତାଙ୍କର ସୁମଧୁର କଣ୍ଠରେ ସମସ୍ତଙ୍କୁ ଚମକେଇ ଦେଲେ। ହଁ, ଆମେ ସେଇ  ଚର୍ଚ୍ଚିତ ଗାୟିକା ରାନୁ ମଣ୍ଡଳଙ୍କ କଥା କହୁଛୁ, ଯାହାର କଣ୍ଠର ଯାଦୁ ଆଜି ସାରା ଦେଶକୁ ବିମୋହିତ କରି ଦେଇଛି। ପେଟ ପାଇଁ ରେଳ ଷ୍ଟେସନରେ ସଂଘର୍ଷ କରୁଥିବା ରାନୁଙ୍କ ପାଖରେ ହୁଏତ ଆଜି ଅର୍ଥର ଅଭାବ ନାହିଁ, ହେଲେ ସେ ସଂଘର୍ଷର ଦିନକୁ ସେ ଭୁଲି ପାରୁ ନାହାନ୍ତି। ରାତାରାତି ସେଲେବ୍ରିଟି ପାଲଟି ଥିବା ରାନୁଙ୍କୁ […]

  • Saturday, 10 July 2021
sansad
ଛୁରି ଦେଖାଇ ସଂସଦ ପରିସରକୁ ପଶିଗଲେ ରାମ ରହିମ୍‌ଙ୍କ ସମର୍ଥକ !

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀର ସବୁଠାରୁ ସୁରକ୍ଷିତ ଅଞ୍ଚଳ ହେଉଛି ସଂସଦ ପରିସର। ବେଆଇନ ଭାବେ ଏହାର ପରିସରକୁ କେହି ପଶିବା ଏତେ ସହଜ କଥା ନୁହେଁ। ତଥାପି ସଂସଦ ପରିସର ମଧ୍ୟକୁ ଜଣେ ବ୍ୟକ୍ତି ଛୁରି ନେଇ ପଶି ଆସିଥିଲେ। ଅବଶ୍ୟ ପଶିବା ପୂର୍ବରୁ ତାଙ୍କୁ ଗିରଫ କରାଯାଇଛି। ତେବେ କିଏ ଏହି ବ୍ୟକ୍ତି ଜଣକ ? କାହିଁକି ଛୁରି ନେଇ ସଂସଦ ପରିସରକୁ ଆସିଥିଲେ ? ମିଳିଥିବା ସୂଚନା ଅନୁସାରେ, ଏହି ବ୍ୟକ୍ତିଙ୍କ ନାମ ସାଗର ଇନ୍‌ସା। […]

  • Saturday, 10 July 2021
1234567890-
ଜେଲ ପରିସରରେ ଧୁମ୍‌ଧାମ୍‌ରେ ଜନ୍ମଦିନ ପାଳିଲେ ଆଜୀବନ କଏଦୀ

ପାଟନା: ଜେଲ୍ ପରିସରରେ ହେଲା ଆଜୀବନ କଏଦୀଙ୍କ ମସ୍ତି ଭରା ଜନ୍ମଦିନ ପାଳନ।  ଜନ୍ମଦିନରେ କେକ୍ କଟାଯିବା ସହ ମଦ, ମାଂସ ଭୋଜିର ଆୟୋଜନ ବି ହୋଇଛି।  ମୋବାଇଲରେ ଏହାର ଭିଡିଓ ସୁଟ୍ ହୋଇଛି, ଯାହା ପରେ ଭାଇରାଲ ହୋଇଛି । ଏହି ଭିଡିଓ ଭାଇରାଲ ହେବା ପରେ  ଜେଲ୍ ବିଭାଗର ଦାୟିତ୍ୱହୀନତା ପଦାରେ ପଡ଼ିଛି। ଏହି ଘଟଣାରେ  ୪ ଜଣ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା ଘଟିଛି ବିହାର ସୀତାମାଢ଼ି ଜେଲ୍‌ରେ। ଏଠାରେ ଦୁଇଟି […]

  • Saturday, 10 July 2021
new-1
ବଦଳିଲେ ୩ ରାଜ୍ୟର ରାଜ୍ୟପାଳ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ୫ଟି ରାଜ୍ୟର ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ହିମାଚଳ ପ୍ରଦେଶର ରାଜ୍ୟପାଳ କାଲରାଜ ମିଶ୍ରଙ୍କୁ କଲ୍ୟାଣ ସିଂହଙ୍କ ସ୍ଥାନରେ ରାଜସ୍ଥାନର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ସେହିପରି କାଲରାଜ ମିଶ୍ରଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟୁଇଟ କରି କାଲରଜ ମିଶ୍ରଙ୍କ ନୂଆ ନିଯୁକ୍ତିକୁ ସ୍ୱାଗତ ଜଣାଇବା ସହିତ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ତାମିଲନାଡୁ ବିଜେପି […]

  • Saturday, 10 July 2021
5467890-
ଏନ୍ଆରସି ତାଲିକାରୁ ବାଦ୍ ପଡ଼ିଥିବା ବ୍ୟକ୍ତିଙ୍କ ପାଇଁ ଲଢିବ କଂଗ୍ରେସ

ନୂଆଦିଲ୍ଲୀ: ଆସାମର ଚୂଡ଼ାନ୍ତ ନାଗରିକ ତାଲିକା ବା ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ ( ଏନ୍ଆରସି) ତାଲିକାରୁ ବାଦ୍ ପଡ଼ିଥିବା ବ୍ୟକ୍ତିଙ୍କୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡ଼ିବ କଂଗ୍ରେସ। ଗତକାଲି ଗୃହମନ୍ତ୍ରଣାଳୟ ଏନଆରସି ତାଲିକା ପ୍ରକାଶ କରିବା ପରେ କଂଗ୍ରେସ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଏକ ବୈଠକ କରିଥିଲା। ବୈଠକରେ ବରିଷ୍ଠ ନେତାମାନେ ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଯେଉଁ ଯୋଗ୍ୟ ବ୍ୟକ୍ତିମାନେ […]

  • Saturday, 10 July 2021
୧୨୩୪୫
ବିଧାୟକ କହିଲେ-ବଂଶୀ ସ୍ୱନ ଶୁଣିଲେ ଗାଈ ଦେବ ଅଧିକ କ୍ଷୀର

ଗୁଆହାଟି: ଗୋପାଳକମାନଙ୍କର ସବୁଠାରୁ ବଡ଼ ଚିନ୍ତା-ଗାଈ କେମିତି ଅଧିକ କ୍ଷୀର ଦେବ। ଏଥିପାଇଁ ସେମାନେ ଅନେକ କିଛି କରିଥାନ୍ତି, ଯେମିତି ପଶୁ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ଖାଦ୍ୟ, ଔଷଧ ଯୋଗାଇଥାନ୍ତି। ତେବେ ଗୋପାଳକଙ୍କର ଏପରି ଚିନ୍ତାକୁ ଚୁଟ୍‌କିରେ ସମାଧାନ କରିପାରିଛନ୍ତି ଆସାମର ଜଣେ ବିଧାୟକ ଦିଲ୍ଲୀପ ପଲ୍। ଦିଲ୍ଲୀପଙ୍କ କହିବା ଅନୁଯାୟୀ, ବଂଶୀ ସ୍ୱନ ଶୁଣିଲେ  ଗାଈ ଅଧିକ କ୍ଷୀର ଦେବ। ସେ ଦାବି କରିଛନ୍ତି, ଏହା କେବଳ ପୁରାଣର କଥା ନୁହେଁ, ଆଧୁନିକ ଯୁଗରେ ମଧ୍ୟ […]

  • Saturday, 10 July 2021
lalu
କିଡନୀ ରୋଗରେ ଆକ୍ରାନ୍ତ ଲାଲୁ ଯାଦବ

ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତିରେ ଜେଲରେ ସଜା କାଟୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ୍। ଲାଲୁଙ୍କ କିଡ଼ନୀ ଖରାପ ହୋଇଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଜେଲରେ ରହିବା ପରେ ଲାଲୁ ବିଭିନ୍ନ ରୋଗର ଶିକାର ହୋଇ ଗତବର୍ଷ ପାଖରୁ ରାଞ୍ଜି ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଝାଡଖଣ୍ଡ ସ୍ଥିତି ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ରିମ୍ସ) ବା ରାଞ୍ଚି ହସ୍ପିଟାଲର ଡାକ୍ତର ପିକେ ଝା କହିଛନ୍ତି ଲାଲୁଙ୍କ […]

  • Saturday, 10 July 2021
texas
ଆତତାୟୀଙ୍କ ଗୁଳିମାଡ଼ରେ ୫ ମୃତ

ନୂଆଦିଲ୍ଲୀ:ଆମେରିକାର ଟେକସାସ୍‌ର ମିଡ୍‌ଲ୍ୟାଣ୍ଡ୍‌ ନିକଟ ଓଡେଶା ଅଞ୍ଚଳରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୧ ଜଣ  ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସର କହିବା ଅନୁସାରେ, ଗତକାଲି  ଦୁଇ ଜଣ ଆତତାୟୀ ପ୍ରଥମେ  ଏକ ଟ୍ରକ୍‌କୁ ହାଇଜାକ୍‌  କରିଥିଲେ। ଏହାପରେ ଗୁଳିମାଡ଼ କରିଥିଲେ। ତେବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା। ଏଥିରେ  ଜଣେ ଆତତାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତମାସରେ  ଆମେରିକାର ଟେକସାସ୍‌ […]

  • Saturday, 10 July 2021
pak
ପାକିସ୍ତାନ ନେତା ବିଦେଶରେ ଗାଇଲେ-‘ସାରେ ଜହାଁ ସେ ଅଚ୍ଛା.......’

ଲଣ୍ଡନ: ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପାଇଁ ପାଇଁ ଭାରତ ସରକାର ନିଷ୍ପତ୍ତି ନେବା ପରେ ପାକିସ୍ତାନର ଇମ୍ରାନ ସରକାର ରାଗରେ ରକ୍ତ ଚାଉଳ ଚୋବାଉଛନ୍ତି,  ବାରମ୍ବାର ଯୁଦ୍ଧ ଧମକ ଦେଉଛନ୍ତି। ଅନ୍ୟପକ୍ଷେ ଏହି ଦେଶର ରାଜନୈତିକ ଦଳ ମୁତ୍ତାହିଦା କ୍ୱମି ମୁଭମେଣ୍ଟ (Muttaḥidah Qaumī Movemeṅt) ) ର ପ୍ରତିଷ୍ଠାତା ଅଲତାଫ ହୁସେନଙ୍କର ଏକ ଭିଡିଓ ଜାରି କରିଛନ୍ତି ଯେଉଥିରେ ସେ ଗାଇଛନ୍ତି ‘ସାରେ ଯାହାଁ ସେ ଅଚ୍ଛା…ହିନ୍ଦୁସ୍ଥାନ ହମାରା..’। ଗୀତ ଗାଇବା ବେଳେ […]

  • Saturday, 10 July 2021
bank-1
ଶେଷ ହେଲା ସ୍ୱିସ୍‌ ବ୍ୟାଙ୍କ ଗୋପନୀୟତାର ଯୁଗ, ମିଳିବ ସବୁ ଆକାଉଣ୍ଟର ତଥ୍ୟ

ନୂଆଦିଲ୍ଲୀ: ସ୍ୱିସ୍‌ ବ୍ୟାଙ୍କରେ କୌଣସି ଭାରତୀୟ ଆଉ ନିଜର କଳାଧନ ଲୁଚାଇ କରି ରଖି ପାରିବେ ନାହିଁ । ଏହି ବ୍ୟାଙ୍କରେ କିଏ କିଏ ଧନ ସଂପତ୍ତି ରଖିଛନ୍ତି, ଏହି ମାସରୁ ତାହାର ଖୁଲାସା କରିବ ସ୍ୱିସ୍‌ ବ୍ୟାଙ୍କ । ଏଣିକି ସ୍ୱିସ୍‌ ବ୍ୟାଙ୍କରେ ଥିବା ଭାରତୀୟଙ୍କ ବ୍ୟାଙ୍କ ଆକାଉଣ୍ଟ ସଂପର୍କରେ ସବୁ ତଥ୍ୟ  ସରକାରଙ୍କୁ ମିଳି ପାରିବ। ଚଳିତ ମାସରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଭାରତ ଓ ସ୍ୱିଜରଲାଣ୍ଡ ମଧ୍ୟରେ […]

  • Saturday, 10 July 2021
hero
ଗୋଟିଏ ବୋତଲ ବିୟରର ଦାମ୍‌ ୮୭ ହଜାର !

ମୁମ୍ବାଇ:ୟୁପିଆଇ (unified payments interface) ମାଧ୍ୟମରେ କିଣିଲେ ବିୟର। ହେଲେ ଦେବାକୁ ପଡ଼ିଲା ୮୭ ହଜାର ଟଙ୍କା। ଶୁଣି ଆଶ୍ଚର୍ଯ୍ୟ ଲାଗୁଚି ନା ? ହେଲେ କଥାଟି ସତ। ମିଡିଆ ରିପୋର୍ଟ ଅନୁଯାୟୀ, ଜଣେ ମହିଳା ବିୟର ପାଇଁ  ମୁମ୍ବାଇର ପୋବାଇ ଅଞ୍ଚଳରେ ଷ୍ଟାର ୱାଇନ୍‌ ସପ୍‌କୁ ଫୋନ୍‌ କଲେ। ଦୋକାନ କର୍ମଚାରୀ ତାଙ୍କୁ ଗୁଗୁଲ୍‌ ପେ’ ଜରିଆରେ  ୪୨୦ ଟଙ୍କା ପେମେଣ୍ଟ କରିବାକୁ କହିଲେ। ଏଥିସହିତ ନିଜ ୟୁପିଆଇ ଆଇଡି ମଧ୍ୟ ମହିଳାଙ୍କୁ ଶେୟାର କଲେ। […]

  • Saturday, 10 July 2021
fire
କେମିକାଲ କାରଖାନାରେ ଫାଟିଗଲା ସିଲିଣ୍ଡର: ୧୦ ମୃତ

ମୁମ୍ୱାଇ: ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ଥିବା କେମିକାଲ କାରଖାନାରେ ଗ୍ୟାସ ସିଲିଣ୍ଡର ଫାଟି ୧୦ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପୁଲିସ୍ ସୂଚନା ଦେଇଛି। ପ୍ରଥମେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ଆସିଥିଲା ପରେ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ପାଖାପାଖି ୧୦୦ ଜଣ କର୍ମଚାରୀ ସିଲିଣ୍ଡର ବିସ୍ଫୋରଣ କରିବା ବେଳେ କାରଖାନାରେ କାମ କରୁଥିଲେ। ସକାଳ […]

  • Saturday, 10 July 2021
nrc
ଆସାମ ଚୂଡ଼ାନ୍ତ ନାଗରିକ ତାଲିକାରୁ ବାଦ୍‌ ପଡ଼ିଲେ ୧୯ ଲକ୍ଷ

ନୂଆଦିଲ୍ଲୀ: ଆସାମ୍‌ରେ ଚୂଡ଼ାନ୍ତ ନାଗିରକ ତାଲିକା ବା ଏନଆରସି (ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ)  ତାଲକା ଆଜି ପ୍ରକାଶ ପାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ପ୍ରାୟ୧୯ ଲକ୍ଷ ଲୋକଙ୍କୁ ବାଦ୍‌ ଦିଆଯାଇଛି। ଏନଆରସିର ଷ୍ଟେଟ୍‌ କୋ-ଅଡିନେଟର ପ୍ରତୀକ ହଜାରିକାଙ୍କ ସୂଚନା ଅନୁଯାୟୀ, ପ୍ରାୟ ୩କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣ ଏହି ତାଲିକାରେ ସାମିଲ ହୋଇ ପାରିଛନ୍ତି। ଏହି ତାଲିକା ପ୍ରକାଶ ପାଇବା ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ […]

  • Saturday, 10 July 2021
asnhyujdbfi
ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବାକି, ଇମ୍ରାନଙ୍କ ଅଫିସ୍‌ରୁ କଟାଯିବ ବିଜୁଳି !

ଇସ୍‌ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସରକାର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସଚିବାଳୟର ବିଜୁଳି ବିଲ୍‌ ବାବଦ ଅର୍ଥ ପୈଠ କରିପାରି ନାହାନ୍ତି। ଏକାଧିକ ଥର ଟଙ୍କା ଦେବାକୁ କହି ନିରାଶ ହୋଇଥିବା ଥିବା ବିଦ୍ୟୁତ ବିତରଣ କମ୍ପାନୀ ଏବେ ଇମ୍ରାନ୍‌ ଖାନ୍‌ଙ୍କ ସଚିବାଳୟରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି। ଇସ୍‌ଲାମାବାଦ ଇଲେକ୍ଟ୍ରିସିଟି ସପ୍ଲାଏ କମ୍ପାନୀ (ଆଇଇଏସସିଓ) […]

  • Saturday, 10 July 2021
modi
ଫିଟ୍ ଇଣ୍ଡିଆ ଅଭିଯାନରେ ସଫଳତାର ମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦେଶବାସୀଙ୍କୁ ଫିଟ୍ ରଖିବା ପାଇଁ କେନ୍ଦ୍ର ସରକାର ଏହି ଅଭିଯାନ ଆରମ୍ଭ କରିଛନ୍ତି। ଖୁବଶୀଘ୍ର ସବୁ ସ୍କୁଲ୍, କଲେଜ, ଜିଲ୍ଲା, ବ୍ଲକ ଏବଂ ଗାଁ ଗୁଡ଼ିକରେ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଆଜି ଉଦ୍‌ଘାଟନ ଉତ୍ସବ ଅବସରରେ ଦେଶବାସୀଙ୍କୁ ଫିଟ୍ ରହିବା ପାଇଁ ଅନେକ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଯେଉଁଥିରେ ସେ କହିଛନ୍ତି ଲିଫ୍ଟ ପରିବର୍ତ୍ତେ ଲୋକେ […]

  • Saturday, 10 July 2021
balkoni
ବାଲ୍‌କୋନି ରେଲିଂ ଧରି ଯୋଗ କରୁଥିଲେ, ୮୦ ଫୁଟ ତଳକୁ ଖସି ପଡ଼ିଲେ ଛାତ୍ରୀ

ମେକ୍ସିକୋ: ସୁସ୍ଥ ରହିବା ପାଇଁ ଜଣେ ଯୋଗ କରେ। ହେଲେ ଦୁର୍ଭାଗ୍ୟ, ଯୋଗ ମେକ୍ସିକୋର ଏଇ ଛାତ୍ରୀଙ୍କ ଜୀବନରେ ଆଣି ଦେଲା ବହୁତ ବଡ଼ ବିପର୍ଯ୍ୟୟ। ଯୋଗରେ ସେ ଏତେ ମଜ୍ଜି ଯାଇଥିଲେ ଯେ ଜାଣି ପାରିଲେନି, ଖସି ପଡିଲେ ୮୦ ଫଟ ତଳକୁ। ଆଉ ତା ପରେ.. ମେକ୍ସିକୋର ଏହି ୨୩ ବର୍ଷୀୟା ଛାତ୍ରୀ ଜଣକ ୬ ମହଲାରେ ରହୁଥିଲେ। ସବୁଦିନ ସକାଳେ ଯୋଗ କରନ୍ତି।  ବାଲ୍‌କୋନିର ରେଲିଂ ଧରି ବିଭିନ୍ନ ପ୍ରକାର ଯୋଗ କରିଥାନ୍ତି। […]

  • Saturday, 10 July 2021
ab
ମନପସନ୍ଦର ଜୋତାକୁ ତକିଆ ତଳେ ରଖି ଶୋଉଥିଲେ ଅମିତାଭ

ମୁମ୍ୱାଇ: ଟେଲିଭିଜନ୍‌ର ସବୁଠାରୁ ଲୋକପ୍ରିୟ ରିଆଲିଟି କ୍ୱିଜ୍‌ ଶୋ’ ହେଉଛି ‘କୌନ୍‌ ବନେଗା କରୋଡ଼ପତି’। ଗତକାଲି ଶୋ’ରେ ମଧ୍ୟପ୍ରଦେଶରୁ ଆସିଥିବା ପ୍ରତିଯୋଗୀ ନିତିନ୍‌ କୁମାର ପଟବା ଅମିତାଭ ବଚ୍ଚନଙ୍କ ସହିତ ମଜାମସ୍ତି କରିଥିଲେ। ଆଉ ଏହା ଦର୍ଶକଙ୍କର ଭରପୂର ମନୋରଞ୍ଜନ କରିଥିଲା। ନିତିନ୍‌ଙ୍କ ପରେ ମହାରାଷ୍ଟ୍ରରୁ ଆସିଥିବା ହେମନ୍ତ, ଶୋ’ରେ ପରିବାର ସହିତ ଥିବା ତାଙ୍କର ସ୍ନେହପୂର୍ଣ୍ଣ ସମ୍ପର୍କକୁ ଶେଆର୍‌ କରି ଭାବବିହ୍ୱଳ ହୋଇଥିଲେ। ଏହି ସମୟରେ ଅମିତାଭ ବଚ୍ଚନ ମଧ୍ୟ ତାଙ୍କର କିଛି ସ୍ମୃତିକୁ ଶୋ’ରେ […]

  • Saturday, 10 July 2021
142628
ଜାତିସଂଘକୁ ପାକିସ୍ତାନ ଲେଖିଥିବା ଚିଠିରେ ରାହୁଲଙ୍କ ସହ ରହିଛି ଆହୁରି ଅନେକ ନେତାଙ୍କ ନାମ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ୩୫ (ଏ) ପ୍ରସଙ୍ଗରେ ବୁଧବାର ଜାତିସଂଘକୁ ପାକିସ୍ତାନ ଚିଠି ଲେଖିଛି। ଯେଉଁଥିରେ ପାକିସ୍ତାନ ଭାରତୀୟ ନେତାଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ ଉଦ୍ଧୃତ କରି ନିଜ ଚିଠିକୁ ଟନିକ୍ ଯୋଗାଇଛି। ସେଥିରେ କେବଳ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ ଉଦ୍ଧୃତ କରିନି ପାକିସ୍ତାନ। ବରଂ ରାହୁଲଙ୍କ ମନ୍ତବ୍ୟ ସହିତ ହରିଆନା ମୁଖ୍ୟମନ୍ତ୍ରୀ ମନୋହର ଖଟ୍ଟର ଏବଂ ବିଜେପି ବିଧାୟକ ବିକ୍ରମ ସୋନିଙ୍କ ନାଁ ବି […]

  • Saturday, 10 July 2021