• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

hemant-soren
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ହତ୍ୟା ଧମକ

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଇ-ମେଲ୍‌ରେ ଆସିଲା ହତ୍ୟା ଧମକ। ଇ-ମେଲ୍‌ରେ ହତ୍ୟା ଧମକ ଆସିବା ପରେ ରାଞ୍ଚି ସାଇବର ଥାନାରେ ଏକ ମାମଲା ରୁଜୁ ହୋଇଛି। ହେମନ୍ତ ସୋରେନ୍‌ ତାଙ୍କ ପଥ ବଦଳେଇ ଦିଅନ୍ତୁ, ନହେଲେ ତାଙ୍କୁ ହତ୍ୟା କରାଯାଇପାରେ ବୋଲି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କେହି ଜଣେ ଦୁର୍ବୃତ୍ତ ମେଲ୍‌ କରିଛି। ଏହି ମେଲ୍‌ ଜର୍ମାନୀ ଓ ସ୍ୱିଜର୍‌ଲ୍ୟାଣ୍ଡରୁ ସର୍ଭରରୁ ଆସିଥାଇପାରେ ବୋଲି କୁହାଯାଉଛି। ଏହା ଏକ ଡିସ୍‌ପୋଜାଲ୍‌ ମେଲ୍‌। ଡିସ୍‌ପୋଜାଲ୍ ମେଲ୍‌ ହେଉଛି […]

  • Tuesday, 06 July 2021
MODI
ଜାତିସଂଘରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦବୋଧନ; 'ଭାରତରେ କରୋନା ସୁସ୍ଥ ହାର ଅଧିକ'

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ୍ ବା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାତିସଂଘରେ ଅର୍ଥନୀତି ଓ ସାମାଜିକ ପରିଷଦରେ ଉଦବୋଧନ ଦେଇଛନ୍ତି। ନ୍ୟୁୟର୍କରେ ଆୟୋଜିତ ଜାତିସଂଘର ୭୫ତମ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଛନ୍ତି। ଜାତିସଂଘରେ ମୋଦି କରୋନା ଲଢ଼େଇରେ ଭାରତର ଭୂମିକା ଏବଂ ସଫଳତା କଥା ବଖାଣିଛନ୍ତି। ସେ କହିଛନ୍ତି, ଆମେ କରୋନା ମୁକାବିଲାକୁ ଜନ ଆନ୍ଦୋଳନରେ ପରିଣତ କରିଛୁ। ଏଥିପାଇଁ ଆମେ ସାର୍କ କୋଭିଡ୍‌ ଜରୁରୀକାଳୀନ ପାଣ୍ଠି ଗଠନ […]

  • Tuesday, 06 July 2021
ial
ଜେଲରେ ୮୬ଜଣ କଏଦୀଙ୍କୁ କରୋନା

ଶ୍ରୀନଗର: ଜେଲରେ ପଶିଲା କରୋନା ଏବଂ ଏଥିରେ ୮୬ଜଣ କଏଦୀଙ୍କୁ କରୋନା ହୋଇଛି। ଏମିତି ଘଟଣା ଦେଖିବାକୁ ମିଳିଛି ଜମ୍ମୁ ଓ କଶ୍ମୀରର ଅନନ୍ତନାଗରେ ଥିବା ଏକ ଜେଲରେ, ଯେଉଁଠାରେ କରୋନା ଭାଇରସ ଏଣ୍ଟ୍ରି କରିଛି। ଜେଲର ଅଧାରୁ ଅଧିକ କଏଦୀ କରୋନାରେ ଆକ୍ରାନ୍ତ ହୋଇଥିବା ଜେଲ୍ ଅଧୀକ୍ଷକ କହିଛନ୍ତି। ଜେଲ୍ ଅଧୀକ୍ଷକ କହିଛନ୍ତି, ଜେଲରେ ଉପସ୍ଥିତ ୧୯୦ଜଣ କଏଦୀଙ୍କ ମଧ୍ୟରୁ ୮୬ଜଣଙ୍କ ମଧ୍ୟରେ କରୋନା ଭୂତାଣୁ ସଂକ୍ରମଣ ଦେଖା ଦେଇଛି। ଅନ୍ୟ କଏଦୀଙ୍କୁ କିପରି ସଂକ୍ରମଣ […]

  • Tuesday, 06 July 2021
ଐଶ୍ୱର୍ଯ୍ୟା ରାୟ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଦିନ ତଳେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା ଓ ସେ ହୋମ କ୍ଵାରେଣ୍ଟିନରେ ଥିଲେ। ମୁମ୍ବାଇର ନାନାବତୀ ହସ୍ପିଟାଲରେ ଐଶ୍ୱର୍ଯ୍ୟାଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୂଚନାଥାଉ କି, ଗତ ସପ୍ତାହରେ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ପରିବାର ସଦସ୍ୟଙ୍କ କରୋନା ଟେଷ୍ଟ କରାଯାଇଥିଲା ଓ ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ […]

  • Tuesday, 06 July 2021
earthquake-8 (1)
ବନ୍ୟା ପରେ ଡରାଇଲା ଭୂକମ୍ପ

ଗୌହାଟି: ଗୋଟିଏପଟେ ଆସାମରେ ବନ୍ୟା ସ୍ଥିତି ଅସମ୍ଭାଳ ଥିବାବେଳେ ଅନ୍ୟପଟେ ଭୂକମ୍ପ ଲୋକଙ୍କୁ ଆହୁରି ଭୟଭୀତ କରାଇଛି। ଆଜି ଭୋର ସମୟରେ ଆସାମର ହୈଲାକାଣ୍ଡିରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି। National Center for Seismology(NCS)ର ସୂଚନା ଅନୁସାରେ, ଆଜି ଭୋର ୪ଟା ୨୫ମିନିଟ୍‌ରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ହଠାତ୍‌ ଭୂକମ୍ପ ହେବା ଯୋଗୁ ଭୟରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ। ବର୍ତ୍ତମାନ […]

  • Tuesday, 06 July 2021
iit 1
କୋହଳ ହେଲା IITରେ ନାମଲେଖା ନିୟମ

ନୂଆଦିଲ୍ଲୀ: କୋହଳ ହେଲା ଆଇଆଇଟିରେ ନାମଲେଖା ନିୟମ। ଆଇଆଇଟିରେ ନାମ ଲେଖାଇବା ପାଇଁ ଏଥର ଯୁକ୍ତ ୨ ମାର୍କକୁ ବିଚାରକୁ ନିଆଯିବ ନାହିଁ। ଚଳିତଥର ଯୁକ୍ତ ୨ର କିଛି ପରୀକ୍ଷାକୁ ସମ୍ପୃକ୍ତ ବୋର୍ଡମାନେ ବାତିଲ କରିଛନ୍ତି। ଯାହାକୁ ଦୃଷ୍ଟିରେ ରଖି Joint Admission Board (JAB), JEE (Advanced) ୨୦୨୦ରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ପାଇଁ ଯୋଗ୍ୟତା ମାନଦଣ୍ଡରେ କୋହଳ କରିଛି।  ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ପୂର୍ବରୁ JEE (Advanced) ପରୀକ୍ଷାରେ ଯୋଗ୍ୟତା […]

  • Tuesday, 06 July 2021
bp-petrol-pump-fb
ପୁଣି ମହଙ୍ଗା ହେଲା ଡିଜେଲ ଦର

ନୂଆଦିଲ୍ଲୀ:  ଫଳ ଏବଂ ପନିପରିବା ମୂଲ୍ୟ ବୃଦ୍ଧି  ଚିନ୍ତା ବଢାଇଥିବାବେଳେ ଏବେ ଆଉ ଝଟ୍‌କା।  ଗତ କିଛି ଦିନ ହେବ ଡିଜେଲ ମୂଲ୍ୟ ବୃଦ୍ଧି ହେତୁ ଟ୍ରକ ଚାଳକମାନେ ପରିବହନ ଭଡା ବୃଦ୍ଧି କରିବାକୁ ବାଧ୍ୟ ହୋଇଥିଲେ। ତେବେ ଟ୍ରକ ଭଡା ବୃଦ୍ଧିର ସର୍ବାଧିକ ପ୍ରଭାବ ପଡିଥିଲା ଫଳ ଏବଂ ପନିପରିବା ମାର୍କେଟ୍‌ରେ। ଏପରି ପରିସ୍ଥିତିରେ ଘରୋଇ ବଜାରରେ ଡିଜେଲ ମୂଲ୍ୟ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବୃଦ୍ଧି ପାଇଛି | ସରକାରୀ ତୈଳ କମ୍ପାନୀଗୁଡିକ ଆଜି […]

  • Tuesday, 06 July 2021
special school
ଅଗଷ୍ଟ ୩୧ ଯାଏ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସବୁ ସ୍ପେଶାଲ ସ୍କୁଲ୍ ବନ୍ଦ

ନୂଆଦିଲ୍ଲୀ/ଭୁବନେଶ୍ୱର: ମହାମାରୀ କରୋନା ପାଇଁ ଅଗଷ୍ଟ ୩୧ ଯାଏ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସବୁ ସ୍ପେଶାଲ ସ୍କୁଲ୍ ବନ୍ଦ ରହିବ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ  ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସବୁ ସ୍ପେଶାଲ ସ୍କୁଲ୍‌ ଗୁଡ଼ିକୁ ଅଗଷ୍ଟ ୩୧ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ସମସ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଚିଠି ଲେଖି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅବଗତ କରାଇଛି। ପୂର୍ବରୁ ସରକାରଙ୍କ ଗାଇଡଲାଇନ୍‌ ଅନୁଯାୟୀ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ […]

  • Tuesday, 06 July 2021
Coronavirus
ଦେଶରେ ପ୍ରଥମ କରୋନା ଗୋଷ୍ଠୀ ସଂକ୍ରମଣ, ସୂଚନା ଦେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ଥିରୁଭନନ୍ତପୁରମ୍‌: ସାରା ଦେଶରେ କରୋନା ଏହାର କାୟା ବିସ୍ତାର କରି ଚାଲିଥିବାବେଳେ ଏବେ ଏମିତି ଏକ ତଥ୍ୟ ସାମ୍ନାକୁ ଆସିଛି, ଯାହା ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। କେରଳର କିଛି ଅଞ୍ଚଳରେ କରୋନା ଗୋଷ୍ଠୀ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ପ୍ରଥମ ଥର ପାଇଁ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ ଶୁକ୍ରବାର ଏ ନେଇ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାୟି ସୂଚନା ଦେଇ କହିଛନ୍ତି, ବର୍ତ୍ତମାନ ରାଜଧାନୀ ଥିରୁଭନନ୍ତପୁରମ୍‌ରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର। ପୁନ୍ଥୁରା ଓ ପୁଲ୍ଲୁଭିଲ୍ଲା […]

new born
ଅଜବ ଶିଶୁ ! ଆଖି, କାନ ନାହିଁ ହେଲେ ଦେହରେ ରହିଛି ଏମିତି ଚିହ୍ନ

ହାଓଡ଼ା: ପଶ୍ଚିମବଙ୍ଗର ହାୱାଡ଼ାରେ ଜନ୍ମ ନେଇଥିବା ଏକ ଅଜବ ଶିଶୁକୁ ନେଇ ଏବେ ଖୁବ ଚର୍ଚ୍ଚା। ଏହି ଅଜବ ଶିଶୁର ଫଟୋ ତ ଆମ ଦେଖାଇ ପାରିବୁନି। ତେବେ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି। ଶିଶୁଟିର ଆଖି ନାହିଁ କି କାନ ନାହିଁ । ଡାକ୍ତରଙ୍କ କହିବାନୁସାରେ, ଶିଶୁଟି ଏକ ବିରଳ ରୋଗୀରେ ଆକ୍ରାନ୍ତ। ଡାକ୍ତରୀ ବିଦ୍ୟାରେ ଏହି ରୋଗକୁ Harlequin Ichthyosis କୁହାଯାଇଥାଏ।  ଏହି ରୋଗରେ ପୀଡିତ ଶିଶୁର ସମଗ୍ର ଶରୀରରେ ଏକ […]

  • Tuesday, 06 July 2021
enc-jamm
ସୋପିଆନ୍‌ରେ ଏନକାଉଣ୍ଟର; ପୁଣି ୩ ଆତଙ୍କୀ ନିପାତ୍‌

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ୨୪ ଘଣ୍ଟାରେ ୬ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ। ଗତକାଲି ୩ ଆତଙ୍କୀ ନିହତ ହୋଇଥିବାବେଳେ ଶନିବାର ସକାଳେ ସୋପିଆନ୍ ଜିଲ୍ଲାରେ ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି।ସ୍ଥାନୀୟ ଅମଶୀପୋରା ଗାଁରେ  ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସେନା, ସିଆରପିଏଫ୍ ଓ ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା । କିନ୍ତୁ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ । […]

  • Tuesday, 06 July 2021
corona
ଭାରତରେ କରୋନା ସ୍ଥିତି; ୨୪ ଘଣ୍ଟାରେ ୩୪ ହଜାର ୮୮୪ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଆଜି ବି ଦେଶରେ ସମାନ ସ୍ଥିତିରେ ରହିଛି କରୋନା ପ୍ରଭାବ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪ ହଜାର୮୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଦିନକରେ ୬୭୧ଜଣଙ୍କ ମୃତ୍ୟୁ ଘଟିଛି। ଏଥି ସହ ଦେଶରେ  ମୃତ୍ୟୁ ସଂଖ୍ୟା ୨୬ ହଜାର ୨୭୩କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୭୧୬ରେ ପହଞ୍ଚିଛି । ସୂଚନା ଥାଉ କି, ଦେଶରେ ୩ ଲକ୍ଷ ୫୮ ହଜାର ୬୯୨ଜଣ ଆକ୍ରାନ୍ତ […]

  • Tuesday, 06 July 2021
squrall
‘ମତେ ବି ଟୋପେ ଦିଅ...’ ମଣିଷ ପରି କେମିତି ପାଣି ମାଗୁଛି ଗୁଣ୍ଡୁଚିମୂଷା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଗୁଣ୍ଡୁଚିମୂଷାର(Squirrel)ଏକ ହୃଦୟସ୍ପର୍ଶୀ ଭିଡିଓ ଖୁବ୍‌ ଜୋରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ଖୁସି ହୋଇଯିବେ। ଗୁଣ୍ଡୁଚିମୂଷାକୁ ଶୋଷ ଲାଗୁଛି। ଠିକ୍‌ ସେହି ସମୟରେ ଜଣେ ବ୍ୟକ୍ତିଙ୍କ ହାତରେ ପାଣି ବୋତଲ ଦେଖି ଗୁଣ୍ଡୁଚିମୂଷାଟି ପାଣି ପିଇବା ପାଇଁ ବ୍ୟକ୍ତିଙ୍କ ପାଖକୁ ଯାଉଛି। ଏହି ଭିଡିଓକୁ ବନ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟ୍ୱିଟ୍‌ରେ ଶେୟାର କରିଛନ୍ତି। Squirrel asking for water…. pic.twitter.com/JNldkB0aWU — Susanta Nanda IFS (@susantananda3) […]

  • Tuesday, 06 July 2021
anchor
ଚାଲିଥିଲା LIVE ନ୍ୟୁଜ୍, ‌ହଠାତ୍‌ ଆଙ୍କରଙ୍କ ଭାଙ୍ଗିଗଲା ଦାନ୍ତ; ତା’ପରେ...

ନୂଆଦିଲ୍ଲୀ: ଯଦିଓ ହଠାତ୍ ତାଙ୍କର ଦାନ୍ତ ଭାଙ୍ଗି ଯାଇଥିଲା, ତଥାପି ସେ ପୂରାପୂରି ଶାନ୍ତ ଥିଲେ। ଆଉ ଚାଲୁ ରଖିଥିଲେ ତାଙ୍କର ଲାଇଭ୍‌ ନ୍ୟୁଜ୍‌ ପ୍ରୋଗ୍ରାମ୍‌। ଲାଇଭ୍‌ ସମୟରେ ନ୍ୟୁଜ୍‌ ଆଙ୍କରମାନେ ସବୁବେଳେ ନିଜକୁ ପୂରାପୂରି ପ୍ରସ୍ତୁତ ରଖିବା ସହ ପ୍ରଫେସନାଲ୍‌ ହୋଇଥାନ୍ତି। ଏବେ ଏମିତି ଜଣେ ନ୍ୟୁଜ୍‌ ଆଙ୍କରଙ୍କୁ ନେଇ ବେଶ୍‌ ଚର୍ଚ୍ଚା। ୟୁକ୍ରେନ୍‌ର ଜଣେ ନ୍ୟୁଜ୍‌ ଆଙ୍କର ନ୍ୟୁଜ୍‌ ପଢ଼ୁଥିବା ସମୟରେ ହଠାତ୍ ତାଙ୍କର ଆଗ ଦାନ୍ତ ଭାଙ୍ଗି ଯାଇଥିଲା। ଲାଇଭ୍ broadcast ସମୟରେ […]

  • Tuesday, 06 July 2021
pak
ଇସ୍‌ଲାମାବାଦରେ ହିନ୍ଦୁ ମନ୍ଦିର ନିର୍ମାଣକୁ ସ୍ୱାଗତ କଲେ ପାକ୍‌ ମନ୍ତ୍ରୀ

ଇସ୍‌ଲାମାବାଦ୍‌: ପାକିସ୍ତାନରେ ମନ୍ଦିର ନିର୍ମାଣକୁ ଜୋରଦାର ବିରୋଧ କରାଯାଉଥିବାବେଳେ ପାକିସ୍ତାନର ଜଣେ ମନ୍ତ୍ରୀ ଆଶ୍ୱାସନା ଦେଇ ମନ୍ଦିର ନିର୍ମାଣ କରାଯିବ ବୋଲି କହିଛନ୍ତି। Khyber Pakhtunkhwa ବିଧାନ ସଭାର ଜଣେ ମନ୍ତ୍ରୀ ମନ୍ଦିର ନିର୍ମାଣକୁ ସମର୍ଥନ କରି ଇସଲାମବାଦରେ କୃଷ୍ଣ ମନ୍ଦିର ନିର୍ମାଣ ହେଲେ ସେ ଏହାକୁ ସ୍ୱାଗତ କରିବେ ବୋଲି ଶୁକ୍ରବାର କହିଛନ୍ତି। ଏହି ମନ୍ତ୍ରୀ ଜଣକ ହେଉଛନ୍ତି ରବି କୁମାର ଓ ସେ Khyber Pakhtunkhwa ବିଧାନସଭାର ଜଣେ ମନ୍ତ୍ରୀ। ପୂର୍ବରୁ ଇସ୍‌ଲାମାବାଦରେ କୃଷ୍ଣମନ୍ଦିର […]

  • Tuesday, 06 July 2021