• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ISRO-GRAPH
ଚନ୍ଦ୍ରରେ ଅବତରଣ କରିବା ପୂର୍ବରୁ କ’ଣ ଥିଲା ଇସ୍ରୋ ପାଇଁ ଚ୍ୟାଲେଞ୍ଜ?

ନୂଆଦିଲ୍ଲୀ: ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଯାଇ ଲ୍ୟାଣ୍ଡର ବିକ୍ରମ ସହିତ ଇସ୍ରୋର ଯୋଗାଯୋଗ ବିଳମ୍ୱିତ ରାତିରେ ବିଚ୍ଛିନ୍ନ ହୋଇଛି। ହେଲେ ସଫ୍ଟ ଲ୍ୟାଣ୍ଡିଂ କରିବା ପୂର୍ବରୁ ଅନ୍ତିମ ୧୫ ମିନିଟ୍ ସବୁଠୁ ଜଟିଳ ଥିଲା ବୋଲି ଇସ୍ରୋ ପୂର୍ବରୁ କହିସାରିଥିଲା। ଯାହାକି ସତ ହୋଇଛି। ଯଦି ଲ୍ୟାଣ୍ଡର ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ କରିଥାନ୍ତା ତାହେଲେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ପ୍ରଥମ ଦେଶ ହୋଇଥାନ୍ତା। କାରଣ ଦକ୍ଷିଣ ମେରରୁ ପହଞ୍ଚି ଚନ୍ଦ୍ରକୁ ଛୁଇଁବା […]

  • Saturday, 10 July 2021
Untitled-1
ଲ୍ୟାଣ୍ଡର ବିକ୍ରମ ଅବତରଣ ପୂର୍ବର ସେଇ ଶେଷ ୧୫ ମିନିଟ୍.....

ନୂଆଦିଲ୍ଲୀ: ଭାରତର ମିଶନ ଚନ୍ଦ୍ରଯାନ ୨ ଶୁକ୍ରବାର ବିଳମ୍ୱିତ ରାତିରେ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବାର ୨.୧ କିଲୋମିଟର ପୂର୍ବରୁ ଇସ୍ରୋ ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା। ରାତି ପ୍ରାୟ ୧.୩୮ ମିନିଟରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ଲ୍ୟାଣ୍ଡ କରିବ ବୋଲି ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିଲା। ୧.୪୪ ମିନିଟରେ ଲ୍ୟାଣ୍ଡର ବିକ୍ରମ ରଫ ବ୍ରେକିଂ ଟାଇମକୁ ମଧ୍ୟ ସଫଳତାର ସହ ପାର କରିଥିଲା। ଏହାପରେ ବୈଜ୍ଞାନିକମାନେ ଚନ୍ଦ୍ରଯାନ ୨ର ବେଗକୁ କମାଇ ଦେଇଥିଲେ। ୧.୪୯ ମିନିଟ୍ […]

  • Saturday, 10 July 2021
modi-isro
ସଫଳତା ପାଇବା ପର୍ଯ୍ୟନ୍ତ ଆମକୁ ଧୈର୍ଯ୍ୟ ଧରିବାକୁ ପଡ଼ିବ- ଇସ୍ରୋ ବୈଜ୍ଞାନିକଙ୍କୁ ଏମିତି କହି ସାନ୍ତ୍ୱନା ଦେଲେ ମୋଦି

ନୂଆଦିଲ୍ଲୀ: ଶେଷ ମୁହୂର୍ତ୍ତରେ ଚନ୍ଦ୍ରଯାନ-୨ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ  ଭାଙ୍ଗି ପଡ଼ିଛି ସାରା ଦେଶ। ନିଜର କୋହକୁ ସମ୍ବରଣ କରିପାରି ନାହାନ୍ତି ଇସ୍ରୋ ବୈଜ୍ଞାନିକ। ଏପରି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁସ୍ଥିତ ଇସ୍ରୋ ମୁଖ୍ୟାଳୟରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଇସ୍ରୋ ବୈଜ୍ଞାନିକଙ୍କ ମନୋବଳ ବଢାଇବାକୁ ପ୍ରୟାସ କରିଛନ୍ତି । ଧୈର୍ଯ୍ୟ ନ ହରାଇ ଆଗକୁ ବଢିବାକୁ ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଇସ୍ରୋର ବୈଜ୍ଞାନିକମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ […]

  • Saturday, 10 July 2021
pak-1
ଚନ୍ଦ୍ରଯାନ-୨କୁ ନେଇ ଏମିତି ଟ୍ୱିଟ୍‌ କଲେ ପାକ୍‌ ମନ୍ତ୍ରୀ ଫବାଦ ଚୌଧୁରୀ, ନିଜ ଦେଶରେ ବି ଘେରିଲେ ଲୋକେ

ନୂଆଦିଲ୍ଲୀ:ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ଏହି ଘଟଣା  କେବଳ ଭାରତ ନୁହେଁ, ସାରା ବିଶ୍ୱବାସୀଙ୍କୁ ହତାଶ କରିଛି । ଏପରି ସମୟରେ ମଧ୍ୟ ପାକିସ୍ତାନ ଭାରତ ବିରୋଧରେ ବିଷୋଦ୍‌ଗାର କରିବାକୁ ଭୁଲିନି। ରାଗ ସୁଝାଇବାକୁ କୌଣସି ସୁଯୋଗ ହାତ ଛଡ଼ା କରିବାକୁ ଚାହୁଁନି। ଅବଶ୍ୟ ଏଥିପାଇଁ ନିଜ ଘରେ ବି ତାକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଚନ୍ଦ୍ରଯାନ-୨ ସଫଳତାର ହାତପାହାନ୍ତାରେ ପହଞ୍ଚିବା ପରେ ସାରା ଦେଶରେ ଖୁସିର ଲହରୀ […]

  • Saturday, 10 July 2021
shehala
ଶେହଲା ରସିଦଙ୍କ ନାଁରେ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ ହେଉଥିବା କହି ସୋଶାଲ ମିଡିଆରେ ଆପତ୍ତି ଜନକ ପୋଷ୍ଟ କରିବା ଜେଏନ୍‌ୟୁର ପୂର୍ବତନ ଛାତ୍ର ନେତା ଶେହଲା ରସିଦଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଥିପାଇଁ ତାଙ୍କ ନାଁରେ ଆଜି ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ସେଲ ପକ୍ଷରୁ ଶେହଲାଙ୍କ ନାଁରେ ୧୨୫-ଏ, ୧୫୩-ଏ, ୧୫୩, ୫୦୪ ଓ ୫୦୫ ଅନୁଯାୟୀ ମାମଲା ରୁଜୁ କରିଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାକୁ ଶେହଲା ବିରୋଧ କରି […]

  • Saturday, 10 July 2021
mugabe
ପରଲୋକରେ ଜିମ୍ବାୱେ ପ୍ରତିଷ୍ଠାତା ରବର୍ଟ ମୁଗାବେ

ସିଙ୍ଗାପୁର: ଜିମ୍ୱାୱେର ଫାଉଣ୍ଡିଂ ଫାଦର ବା ପ୍ରତିଷ୍ଠାତା ରବର୍ଟ ମୁଗାବେ ଆଉ ନାହାନ୍ତି। ଦୀର୍ଘ ୩ ଦଶନ୍ଧି ଧରି ଜିମ୍ବାୱେକୁ ଶାସନ କରୁଥିବା ମୁଗାବେ ଆଜି ୯୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦେଶର ପ୍ରଥମ ରାଷ୍ଟ୍ରପତି ମୁଗାବେଙ୍କ ଦେହାନ୍ତ ସମ୍ପର୍କରେ ଏବେ ଜିମ୍ବାୱେର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଥିବା ଇମେରସନ୍‌ ମାନାଙ୍ଗାୱାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଚଳିତ ବର୍ଷ ମୁଗାବେ ଗୁରୁତର ଅସୁସ୍ଥ ହୋଇଥିଲେ। ଏଥିପାଇଁ ତାଙ୍କୁ ସିଙ୍ଗାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା […]

  • Saturday, 10 July 2021
modi
ହୃଦୟ ଜିତିଲେ ମୋଦି, ସୋଫା ବଦଳରେ ଚେୟାରରେ ବସିଲେ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଦେଶବାସୀଙ୍କ ହୃଦୟକୁ ଜିତି ନାହାନ୍ତି, ବିଶ୍ୱ ଦରବାରରେ ବି ସେ ନିଜର ମହାନତା ପ୍ରଦର୍ଶନ କରିଛନ୍ତି। ଦୁଇ ଦିନିଆ ରୁଷ ଗସ୍ତରେ ଥିବା ମୋଦି କେମିତି ସମସ୍ତଙ୍କ ହୃଦୟ ଜିତିବାକୁ ସକ୍ଷମ ହୋଇଛନ୍ତି, ତା’ର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ରୁଷ ଗସ୍ତରେ ଯାଇଥିବା ମୋଦି ଗତକାଲି ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ଯୋଗ ଦେଇଥିଲେ। ମୋଦି ମୁଖ୍ୟ ଅତିଥି ହୋଇଥିବାରୁ ତାଙ୍କ ସହ ଅନ୍ୟ ପ୍ରତିନିଧିମାନେ ଫଟୋ […]

  • Saturday, 10 July 2021
p.chidambaram
ତିହାର ଜେଲରେ ଏମିତି କଟିଲା ଚିଦାମ୍ବରମଙ୍କ ପ୍ରଥମ ରାତି

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ନୂଆ ଠିକଣା ଏବେ ତିହାର ଜେଲ। ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତ ଚିଦାଙ୍କୁ ସେପ୍ଟେମ୍ବର ୧୯ ଯାଏ ତିହାର ଜେଲକୁ ପଠାଇ ଦେଇଛନ୍ତି। ତେବେ ଦେଶର ଏହି ପୂର୍ବତନ ଅର୍ଥ ଓ ଗୃହମନ୍ତ୍ରୀ ତିହାର ଜେଲର ୱାର୍ଡ ନଂ ୭ରେ ପ୍ରଥମ ରାତି କେମିତି କାଟିଲେ, ସେକଥା ଏବେ ସାମ୍ନାକୁ ଆସିଛି। ମିଳିଥିବା […]

  • Saturday, 10 July 2021
puri
ଦଇତାପତି ନିଯୋଗର ନିବେଦନ-‘ସହମତି ଭିତ୍ତିରେ ଉଚ୍ଛେଦ କରାଯାଉ’,

ପୁରୀ (ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଘଟଣାରେ ପ୍ରଶାସନ ତୀବ୍ର ବିରୋଧର ସମ୍ମୁଖୀନ ହେଉଥିବାବେଳେ ଆଜି  ମୁହଁ ଖୋଲିଛି ଦଇତାପତି ନିଯୋଗ। ଏ ସଂକ୍ରାନ୍ତରେ  ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗା ଚରଣ ଦାସମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, କାହାକୁ ଦୁଃଖ ଦେଇ ନୁହେଁ, ସହମତି ଭିତ୍ତିରେ ଏହି କାମ ଉଚ୍ଛେଦ ହେବା ଉଚିତ୍ । ସେ କହିଛନ୍ତି,  ୭୫ ମିଟର ପରିଧି ମଧ୍ୟରେ ବହୁ ସେବାୟତଙ୍କ ବାସଗୃହ ରହିଛି।  ସେମାନଙ୍କ ମଧ୍ୟରୁ ଅଧତ୍କାଂଶ ମହାପ୍ରଭୁଙ୍କ ନୀତିକାନ୍ତି […]

  • Saturday, 10 July 2021
chandrayaan 2
ଆଜି ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବିକ୍ରମ ଲ୍ୟାଣ୍ଡର, ଇସ୍ରୋ କେନ୍ଦ୍ରରେ ରହି ମୋଦି ଦେଖିବେ ଏହି ଐତିହାସିକ ଦୃଶ୍ୟ

ନୂଆଦିଲ୍ଲୀ:ମହାକାଶ ଅଭିଯାନ କ୍ଷେତ୍ରରେ ଭାରତ ପାଇଁ ଏକ ଐତିହାସିକ ଦିନ ଆଜି। ଚନ୍ଦ୍ରଯାନ-୨ ଆଜି ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଲାଣ୍ଡିଂ କରିବାର ୩ ଘଣ୍ଟା ପରେ ରୋଭର ପ୍ରଜ୍ଞା ଚନ୍ଦ୍ରରେ ତାର ଯାତ୍ରା ଶୁଭାରମ୍ଭ କରିବ। ଏହି ଯାତ୍ରା ପାଇଁ ଚନ୍ଦ୍ରଯାନ -୨ର ବିକ୍ରମ ଲ୍ୟାଣ୍ଡର ପ୍ରସ୍ତୁତ ରହିଛି। ଆଜି ରାତିରେ ଏହାର ସପ୍ଟ ଲାଣ୍ଡିଂକୁ ଦେଖିବା ପାଇଁ ଖାଲି ଦେଶ ନୁହେଁ, ସାରା ବିଶ୍ୱ ଉତ୍କଣ୍ଠାର ସହ ଅପେକ୍ଷା କରିଛି । ଯଦି ଏହି […]

  • Saturday, 10 July 2021
firework
ବାଣ କାରଖାନାରେ ବିସ୍ଫୋରଣ, ୧୧ ମୃତ

ଚଣ୍ଡିଗଡ: ପଞ୍ଜାବ ଗୁରୁଦାସପୁର ଜିଲ୍ଲାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି। ଏଥିରେ ୧୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। କାରଖାନାର ଦୁଇଟି ଘରେ ୫୦ରୁ ଅଧିକ ଲୋକ ଫଶି ରହିଥିବା ମଧ୍ୟ ସୂଚନା ରହିଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାଣ ବିସ୍ପୋରଣର ଶବ୍ଦ ଏତେ ଜୋର ଥିଲା ଯେ କାରଖାନା ନିକଟରେ ଥିବା ଲୋକମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ। Gurdaspur: Fire breaks out […]

  • Saturday, 10 July 2021
singer1
ଲାଇଭ ଶୋ’ କରୁଥିଲେ, ଚାଲିଗଲା ଜୀବନ

ମେଙ୍ଗାଲୁରୁ: ମୃତ୍ୟୁ କେତେବେଳେ ଏବଂ କେମିତି ଆସିବ, ସେକଥା ହୁଏତ କେହି ଜାଣି ନଥିବେ। ଲାଇଭ ଶୋ’ରେ ଗୀତ ଗାଉଥିବା ବେଳେ ପ୍ରଖ୍ୟାତ କୋଙ୍କଣି କଣ୍ଠଶିଳ୍ପୀ ଜେରୀ ବାଜ୍ଜୋଡିଙ୍କ ମୃତ୍ୟୁ ଘଟିବା ପୁଣିଥରେ ଏହି କଥାକୁ ପ୍ରମାଣିତ କରିଛି। ମଙ୍ଗଳବାର ବିଳମ୍ବିତ ରାତିରେ ୫୧ ବର୍ଷୀୟ ଜେରୀ ବେଜାଇଠାରେ ଗଣେଶ ପୂଜା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଗୀତ ଗାଉଥିଲେ। ଏହି ସମୟରେ ଷ୍ଟେଜ ତଳେ ଶହଶହ ଲୋକ ଏକତ୍ରିତ ହୋଇଥିଲେ। ତେବେ ଗୀତ ଗାଉଥିବା ବେଳେ ହଠାତ୍‌ […]

  • Saturday, 10 July 2021
MODI-PUTIN1
ପରସ୍ପରକୁ କୁଣ୍ଢାଇଲେ, ସାରା ବିଶ୍ୱକୁ ବନ୍ଧୁତ୍ୱର ପରିଚୟ ଦେଲେ ମୋଦି-ପୁଟିନ

ନୂଆଦିଲ୍ଲୀ: ରୁଷିଆ ଭାରତର ବିଶ୍ୱସ୍ତ ବନ୍ଧୁ। ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ପୁରୁଣା। ତିନି ଦିନିଆ ରୁଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ଲାଦିବୋସ୍ତୋକରେ ଏହା କହିଛନ୍ତି।  ଆମେ ଅନେକ ସମୟରେ ଦେଖା ହୋଇଛୁ।  ଅନେକ ପ୍ରସଙ୍ଗ ବାବଦରେ ଫୋନରେ କଥା ହୋଇଛୁ। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇ ଦେଶର ବିଭିନ୍ନ ପ୍ରସଙ୍ଗ ବାବଦରେ ଆଲୋଚନା କରିବାକୁ ମୁଁ କେବେ ସଙ୍କୋଚ ଅନୁଭବ କରେନାହିଁ ବୋଲି ପ୍ରଧାନମନ୍ତ୍ରୀ […]

  • Saturday, 10 July 2021
atanki
କାଶ୍ମୀରରେ ୨ ଆତଙ୍କୀକୁ ଧରିଲା ସେନା, ଭିଡିଓ ଜାରି

ଶ୍ରୀନଗର: ସୀମାରେ ଭାରତୀୟ ସେନାକୁ ବଡ଼ ସଫଳତା। କଶ୍ମୀରରେ ଅନୁପ୍ରବେଶ କରିଥିବା ଦୁଇ ଆତଙ୍କବାଦୀକୁ ଗିରଫ କରିଛି ଭାରତୀୟ ସେନା। ଗିରଫ ୨ ଜଣ ଆତଙ୍କବାଦୀ ସଂଗଠନ ଲଶ୍କାର-ଇ-ତଇବାର। ଚିନାର ସେନାର କମାଣ୍ଡର ଲେଫ୍ଟନେଣ୍ଟ ଜେନେରାଲ୍ କେଜିଏସ ଧିଲୋନ୍ ଏବଂ ଜମ୍ମୁ କଶ୍ମୀର ପୁଲିସର ଏଡିଜି ମୁନୀର ଖାନ ଆଜି ଏକ ସାମ୍ବାଦିକ ସମ୍ମିଳନରେ ଏହି ସୂଚନା ଦେଇଛନ୍ତି। ୨୨ ଅଗଷ୍ଟ ବିଳମ୍ୱିତ ରାତ୍ରିରେ ବାରମୁଳା ଜିଲ୍ଲାର ବୋନିୟର ସେକ୍ଟରରୁ ଏହି ଦୁଇ ଆତଙ୍କବାଦୀକୁ ଗିରଫ କରାଯାଇଥିଲା। […]

  • Saturday, 10 July 2021
meyar
ଦିଲ୍ଲୀରୁ ଫେରିବା ପରେ ଗୃହବନ୍ଦୀ ହେଲେ ଶ୍ରୀନଗର ମେୟର

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସବୁକିଛି ଠିକଠାକ୍ ନାହିଁ ବୋଲି ମନ୍ତବ୍ୟ ଦେବା ଶ୍ରୀନଗର ମେୟର ଜୁନେଦ୍ ଅଜିମ୍ ମଟ୍ଟୁଙ୍କୁ ମହଙ୍ଗା ପଡ଼ିଛି। ଚିକିତ୍ସା ପାଇଁ ଦିଲ୍ଲୀକୁ ଯାଇ ଫେରିବା ପରେ ଗୃହବନ୍ଦୀ ହୋଇଛନ୍ତି। ସୋମବାର କିଛି ଗଣମାଧ୍ୟମକୁ ଜମ୍ମୁ କଶ୍ମୀର ବାବଦରେ ନିଜର ମନ୍ତବ୍ୟ ଦେଇଥିଲେ ଜୁନେଦ୍ ଅଜିମ୍ ମଟ୍ଟୁ। ତାଙ୍କ ଦଳ ଜମ୍ମୁ କଶ୍ମୀର ପିପୁଲସ କନଫରେନସ୍ (ଜେକେପିସି)ର ମୁଖ୍ୟ ସଜଦ ଗନ୍ନୀ ଲୋନ୍ ଓ ଅନ୍ୟାନ୍ୟ ଦଳର ନେତାଙ୍କୁ ଗିରଫ କରାଯିବାକୁ ସେ ସମାଲୋଚନା […]

  • Saturday, 10 July 2021
kashmir
କାଶ୍ମୀରରେ ବଢୁଛି ରେଡିଓର ଚାହିଦା

ଶ୍ରୀନଗର: ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହେବାର ଦୁଇ ଦିନ ପୂର୍ବରୁ କଶ୍ମୀରରେ ଇଣ୍ଟରନେଟ୍, ମୋବାଇଲ ଓ କେବୁଲ୍ ଟିଭି ସେବା ବନ୍ଦ ରହିଛି। ଏବେ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କୋହଳ ହେବା ପରେ ଜମ୍ମୁ କଶ୍ମୀର ବାସୀ ନିଜ ଅଞ୍ଚଳର ଖବର ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ କେବୁଲ୍ ଟିଭି ବଦଳରେ ସେଟ୍ ଅପ୍ ବକ୍ସ ଏବଂ ଯେଉଁମାନେ ଡିଟିଏଚ ବିଲ୍ ଦେଇ ପାରୁନାହାନ୍ତି । ତେଣୁ ସେମାନେ ରେଡିଓ କିଣୁଥିବାର […]

  • Saturday, 10 July 2021
imran
କଶ୍ମୀର ପ୍ରସଙ୍ଗକୁ ନେଇ ନିଜ ଦେଶରେ ଲୋକହସା ହେଲେ ଇମ୍ରାନ

ଇସ୍‌ଲାମାବାଦ୍‌: ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ଔଷଧ ବିକଳରେ ତାଟିଆ କାମୁଡ଼ିବାରେ ଲାଗିଛି। ଏପରି କି ଭାରତ ସରକାରଙ୍କୁ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଯୁଦ୍ଧ ଧମକ ଦେଉଛନ୍ତି। କଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ)କୁ ନେବ ବୋଲି ମଧ୍ୟ କହିଥିଲା। ହେଲେ ଖୋଦ୍‌ ପାକିସ୍ତାନ ସରକାରଙ୍କ ଓକିଲ ଇମ୍ରାନ୍‌ ଖାନ୍‌ଙ୍କୁ ଲୋକହସା କରାଇଛନ୍ତି। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପାଖରେ ଆଇସିଜେକୁ ଯିବାକୁ […]

  • Saturday, 10 July 2021
taliban
ଶାନ୍ତି ଚୁକ୍ତି ଘୋଷଣା ପରେ ଆତ୍ମଘାତୀ ହମଲା, ୧୬ ମୃତ

କାବୁଲ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ତାଲିବାନ ପକ୍ଷରୁ ଆତ୍ମଘାତୀ ଆକ୍ରମଣ କରାଯାଇଛି। ଆଫ୍‌ଗାନିସ୍ତାନର ରାଜଧାନୀ କାବୁଲରେ ଆଜି ସଂଗଠନ ପକ୍ଷରୁ ହମ୍‌ଲା କରାଯାଇଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ଆଫଗାନିସ୍ତାନରେ ତାଲିବାନ ସକ୍ରିୟ ଥିବାରୁ ଆମେରିକା ଏମାନଙ୍କୁ ଦମନ କରିବାକୁ ଉଦ୍ୟମ କରୁଛି। ଏଥିପାଇଁ ବ୍ୟାପକ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ଦୀର୍ଘବର୍ଷ ହେଲାଣି ମୁତୟନ […]

  • Saturday, 10 July 2021