ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହଲ ଗାନ୍ଧି ଖୁବ୍ ଶୀଘ୍ର ଦଳର ଦାୟିତ୍ୱ ନେଇ ପାରନ୍ତି । ୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ପରେ ସେ ଦଳର ନେତୃତ୍ୱ ନେବାର ସମ୍ଭାବନା ରହିଛି ବୋଲି କଂଗ୍ରେସର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଛନ୍ତି। ଏବେ ଅନ୍ତରୀଣ ଅଧ୍ୟକ୍ଷ ଭାବେ ସୋନିଆ ଗାନ୍ଧି ନିଯୁକ୍ତ ହୋଇଛନ୍ତି। ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ପୁଣି ଥରେ ରାହୁଲ ଗାନ୍ଧି ଦଳର ନେତୃତ୍ୱ ନେଇ ପାରନ୍ତି ବୋଲି କୁହାଯାଇଛି। […]
ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ଦୁଷ୍କର୍ମ ଓ ନାବାଳିକାଙ୍କୁ ଯୌନ ନିର୍ଯାତନା ଘଟଣା। ଏହି ସବୁ ମାମଲାର ଶୀଘ୍ର ବିଚାର କରି ନ୍ୟାୟ ଦେବା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ଦେଶରେ ୧୦୨୩ଟି ଫାଷ୍ଟ୍ର ଟ୍ରାକ କୋର୍ଟ ସ୍ଥାପନ ହେବ ବୋଲି ଶୁକ୍ରବାର କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଶୁକ୍ରବାର ସଂସଦରେ କହିଛନ୍ତି। ସେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସ୍ମୃତି କହିଛନ୍ତି, ଏହି ଯୋଜନା ଅନୁଯାୟୀ […]
ହାଇଦ୍ରାବାଦ:ପୋଲିସ ଏନକାଉଣ୍ଟରରେ ମୃତ ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମରେ ସଂପୃକ୍ତ ୪ ଅଭିଯୁକ୍ତଙ୍କ ମୃତଦେହକୁ ଆସନ୍ତା ୯ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସଂରକ୍ଷିତ ରଖିବାକୁ ତେଲେଙ୍ଗାନା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାକୁ ନେଇ ମାନବାଧିକାର ସଂଗଠନ ଏବଂ କିଛି ମହିଳା ସଂଗଠନ ପକ୍ଷରୁ ହୋଇଥିବା ଏକ ଆବେଦନକୁ ନେଇ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ତେଲେଙ୍ଗାନା ହାଇକୋର୍ଟର ପ୍ରଧାନ ବିଚାରପତି । ଆବେଦନରେ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଦାବି କରାଯାଇଛି । […]
ଉନ୍ନାଓ:ମୃତ୍ୟୁ ସହ ଦୁଇ ଦିନ ସଂଘର୍ଷ କରିବା ପରେ ଶେଷରେ ଶୁକ୍ରବାର ରାତି ୧୧.୪୦ରେ ଆଖି ବୁଜିଲେ ଉନ୍ନାଓ ପୀଡିତା। ଦିଲ୍ଲୀ ସଫଦରଜଙ୍ଗ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା। ଝିଅର ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ। ଯନ୍ତ୍ରଣାରେ ଛଟ ପଟ ହେଉଥିବା ଝିଅର କାରୁଣ୍ୟ ଭରା ସେଇ ଶେଷ ଗୋଟିଏ ପଦ କଥା- ‘ମୋତେ ବଞ୍ଚାଇ ଦିଅ ଭାଇ’-ଏବେ ସମସ୍ତଙ୍କ ମନରେ ପ୍ରତି ମୁହୂର୍ତ୍ତରେ ଗୁଞ୍ଜିରି ଉଠୁଛି। ଝିଅକୁ ହରାଇବା ଦୁଃଖରେ ଭାଙ୍ଗି ପଡ଼ିଥିବା […]
ଜମ୍ମୁ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ପରେ ଏବେ ସେଠାକାର ଲୋକଙ୍କୁ ସ୍ୱତନ୍ତ୍ର ଭାବେ ଜମି ଓ ଚାକିରି କ୍ଷେତ୍ରରେ ସ୍ଥାୟୀ ଅଧିକାର ମିଳିବ। ବର୍ତ୍ତମାନ ନଯୁକ୍ତି ଅଭାବରୁ ଶିକ୍ଷତ ବେକାରୀଙ୍କ ସଂଖ୍ୟା ଜମ୍ମୁ-କଶ୍ମୀରରେ ବୃଦ୍ଧି ପାଇଛି। ତେଣୁ ସ୍ଥାନୀୟ ପ୍ରଶାସନ ଏମାନଙ୍କୁ ଏ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାୟୀ ଅଧିକାର ଦେବାକୁ ଲକ୍ଷ୍ୟ ରଖିଛି। ଏହାର ଅର୍ଥ ଏମାନେ ପ୍ରଥମେ ସ୍ଥାନୀୟ ଅଞ୍ଚଳର ଜମି ଓ ଚାକିରି ଉପରେ ନିଜର ଅଧିକାର ଜାହିର କରିବେ। […]
ନୂଆଦିଲ୍ଲୀ: ଆଉ ସଂସଦର କ୍ୟାଣ୍ଟିନ୍ରେ ସାଂସଦଙ୍କୁ ମିଳିବନି ସବସିଡି ଯୁକ୍ତ ଖାଦ୍ୟ। ଆଜି ସମସ୍ତ ସାଂସଦ ମିଳିତ ଭାବେ ଏହି ସବସିଡି ଖାଦ୍ୟ ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁସାରେ, ସାଂସଦମାନେ ଏଣିକି କ୍ୟାଣ୍ଟିନ୍ରେ ଖାଦ୍ୟ ଖାଇଲେ ସବସିଡି ଗ୍ରହଣ କରିବେ ନାହିଁ । ମାର୍କେଟ ଦର ଅନୁସାରେ ଟଙ୍କା ଦେବେ ବୋଲି ଜଣାପଡ଼ିଛି। ବାଚସ୍ପତି ଓମ ବିର୍ଲା ହିଁ ପ୍ରଥମେ ଖାଦ୍ୟରେ ସାଂସଦଙ୍କୁ ମିଳୁଥିବା ସବସିଡି ଯୁକ୍ତ ଖାଦ୍ୟ ଛାଡ଼ କରିବାକୁ ପ୍ରସ୍ତାବ […]
ଭୋପାଲ: ଘର ଦ୍ୱାର ନଥିବା ଜଣେ ୪ ବର୍ଷୀୟ ଶିଶୁକନ୍ୟାର ଅସହାୟତାର ଫାଇଦା ଉଠାଇ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ମଧ୍ୟପ୍ରଦେଶର ମହୱଠାରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା। ଏହି ଘଟଣାରେ ପୁଲିସ୍ ସଂପୃକ୍ତ ଜଣେ ଡିଜେକୁ ଗିରଫ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୋଲିସ୍ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ୫୦ଟି ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଅପରାଧୀଙ୍କ କୁକର୍ମ ସମ୍ପର୍କରେ ତଥ୍ୟ ହାସଲ କରିପାରି ଥିଲା। ଅପରାଧୀ ଜଣକ ବିବାହିତ ହୋଇଥିବା […]
ଉନ୍ନାଓ: ଉନ୍ନାଓରେ ଗଣବଳାତ୍କାର ଶିକାର ହୋଇଥିବା ଜଣେ ପୀଡ଼ିତାଙ୍କୁ ପେଟ୍ରୋଲ ପକାଇ ଜାଳି ଦେଇଛନ୍ତି ୫ ଜଣ ଯୁବକ । ଗୁରୁବାର ସକାଳେ ଘଟିଛି ଏହି ଭୟଙ୍କର ଘଟଣା। ପୀଡିତାଙ୍କ ବାପା ଖବର ଦେବା ପରେ ପୋଲିସ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଛି। ତାଙ୍କର ଅବସ୍ଥା ଗମ୍ଭୀର ରହିଛି। ତାଙ୍କ ଶରୀରର ୬୦ରୁ ୭୦ ଭାଗ ପୋଡ଼ି […]
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆ ଓ ତାଙ୍କ ଟିମ୍ ଆଜି ଅଳ୍ପକେ ଗୁଳିମାଡ଼ରୁ ବର୍ତ୍ତି ଯାଇଛନ୍ତି। ଆଜି ଆମେରିକାର ଐତିହାସିକ ପର୍ଲ ହାରବର ମିଲିଟାରୀ ବେସ୍ରେ ଆଜି ଜଣେ ବ୍ୟକ୍ତି ଅତର୍କିତ ଗୁଳିମାଡ଼ କରିଛନ୍ତି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରମଣକାରୀ ଜଣଙ୍କ ନିଜକୁ ମଧ୍ୟ ଗୁଳି କରି ଆତ୍ମହତ୍ୟା କରିଛି। ବାୟୁସେନା ମୁଖ୍ୟ ଓ ତାଙ୍କ ଟିମ୍ ହାୱାଇରେ ଅନୁଷ୍ଠିତ ପ୍ୟାସିଫିକ ଏୟାର ଫୋର୍ସ ଚିଫ୍ କନଫରେନ୍ସ (ପିଏସିଏସ୍-୨୦୧୯)ରେ ଯୋଗଦେବାକୁ […]
ଭୋପାଲ: ମଧ୍ୟପ୍ରଦେଶର ରେୱା ସହରରେ ଆଜି ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଯାତ୍ରୀବାହୀ ବସ୍କୁ ଧକ୍କା ଦେବାରୁ ରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ, ଆଜି ସକାଳ ୭ଟା ବେଳେ […]
ନୂଆଦିଲ୍ଲୀ:ବୟସର ସାୟାହ୍ନରେ ବାପା-ମା’ଙ୍କ ଦାୟିତ୍ୱ ନେବା ପୁଅଝିଅ କର୍ତ୍ତବ୍ୟ। ବାପା-ମା’ ଅବହେଳିତ, ନିର୍ଯାତିତ ହେଲେ ପୁଅଝିଅଙ୍କୁ ସମସ୍ତେ ନିନ୍ଦା କରିଥାନ୍ତି । ଏହି ଅବହେଳା ପାଇଁ ଅନେକ ସମୟରେ ମିଡିଆ ସାମ୍ନାରେ ପୁଅଝିଅଙ୍କୁ ବି ଲଜ୍ଜିତ, ଅପମାନିତ ହେବାକୁ ପଡିଥାଏ । ହେଲେ ବାପା-ମା’ଙ୍କ କଥା ବୁଝିବା ଖାଲି ପୁଅଝିଅଙ୍କ ଦାୟିତ୍ୱ ନୁହେଁ, ବୋହୂ-ଜ୍ୱାଇଁଙ୍କର ବି ସମାନ ଦାୟିତ୍ୱ ରହିଛି । ଯଦି ବୟସ୍କମାନେ ଅବହେଳିତ ହୁଅନ୍ତି ତେବେ ଏଥିପାଇଁ ସମାନ ଭାବେ ପୁଅଝିଅ ସହ ବୋହୂ-ଜ୍ୱାଇଁ […]
ଅହମଦାବାଦ: ସାରା ଦେଶରେ ହେଲମେଟ ପିନ୍ଧିବା ନେଇ କଡ଼ାକଡି ନିୟମ ହୋଇଥିବା ବେଳେ ଗୁଜରାଟ ସରକାର କିନ୍ତୁ ଏହି ନିୟମରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି। ଲୋକଙ୍କ ଦାବିକୁ ଆଖି ଆଗରେ ରଖି ଏଭଳି ପରିବର୍ତ୍ତନ କରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ସହର ମଧ୍ୟରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି ନିୟମ ଜାରି କରିଛନ୍ତି ସରକାର। ଗୁଜରାଟ ସରକାରର ପରିବହନ ମନ୍ତ୍ରୀ ଆରସି ଫଲଦୁ ଆଜି ଏହା କହିଛନ୍ତି। କିନ୍ତୁ ରାଜ୍ୟ ଓ […]
ନୂଆଦିଲ୍ଲୀ: ଏଣିକି ପାନ୍ କାର୍ଡ ଜାଗାରେ ଆଧାର କାର୍ଡ କିମ୍ୱା ଆଧାର କାର୍ଡ ଜାଗାରେ ପାନ୍ ନମ୍ୱର ଭୁଲରେ ଲେଖିଲେ ଜୋରିମାନା ଦେବାକୁ ପଡ଼ିବ। ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଛି। ଆୟକର ବିଭାଗ ଏଭଳି ଭୁଲ୍ ପାଇଁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି କହିଛି। ତେଣୁ ଆଧାର କାର୍ଡ କିମ୍ୱା ପାନ ନମ୍ୱର ଲେଖୁଥିଲେ ସତର୍କ ଭାବରେ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଟିକସ ଦେବା ବେଳେ ଅନେକ […]
ଭୁବନେଶ୍ୱର : ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ସମଗ୍ର ରାଜ୍ୟରେ ଉଠିଛି ପ୍ରତିବାଦର ସ୍ୱର। ପ୍ରତିବାଦରେ ଆଜି ନବୀନ ନିବାସରେ ପଶିବାକୁ ଉଦ୍ୟମ କରିଛି ବିଜେପି ମହିଳା ମୋର୍ଚ୍ଚା । ଶତାଧିକ ସଂଖ୍ୟାରେ ମହିଳା ବିଭିନ୍ନ ଦିଗରୁ ନବୀନ ନିବାସ ଆଡ଼କୁ ମାଡ଼ି ଆସିବାରୁ ସେମାନଙ୍କୁ ଆୟତ୍ତ କରିବାକୁ ପୁଲିସ୍କୁ ନାକେଦମ ହେବାକୁ ପଡ଼ିଛି। ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡା, ସୁରମା ପାଢୀ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ସଂଖ୍ୟାରେ ମହିଳା ଆଜି ନବୀନ ନିବାସ […]
ଶ୍ରୀନଗର:ଉତ୍ତର କାଶ୍ମୀରର କେତେକ ଅଞ୍ଚଳରେ ପ୍ରବଳ ହିମସ୍ଖଳନ ହେଉଛି। ମଙ୍ଗଳବାର ବିଳମ୍ବିତ ରାତିରୁ ଏହି ହିମସ୍ଖଳନ ଚାଲୁ ରହିଛି। କୁପୱାଡା ଜିଲ୍ଲାର ସଟୀ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ଯବାନ ନିଖୋଜ ଥିବା ଖବର ମିଳିଛି। କୁହାଯାଉଛି, କାଶ୍ମୀରର ଗୁରେଜ ଏବଂ କରନାହ ସେକ୍ଟରରେ ହୋଇଥିବା ବରଫ ତୁଫାନରେ ସେନାର କେତେକ ଯବାନ ଫଶି ରହିଛନ୍ତି। ଉତର କାଶ୍ମୀରର କୁପୱାଡ଼ା ଜିଲ୍ଲାର କରନାହ ଏବଂ ବାନ୍ଦୀପୋରାର ଗୁରେଜ ସେକ୍ଟରରେ ଗତକାଲି ରାତିରୁ ହିମସ୍ଖଳନ ହେଉଛି। ୧୮ ହଜାର […]
ବଣ୍ଡା: ପୁଅକୁ ଚାହିଁ ଚାହିଁ ୬ଟି ଝିଅ ଜନ୍ମ ଦେବାରୁ ଉଭୟ ମା’ ଏବଂ ୬ ଝିଅକୁ ଘରୁ ବାହାର କରିଦେଇଛି ସ୍ୱାମୀ। ଉତ୍ତର ପ୍ରଦେଶ ବଣ୍ଡା ଜିଲ୍ଲାର କୋରହି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଉଭୟ ସ୍ୱାମୀ ଏବଂ ଦେଢଶୂର ତାଙ୍କୁ ନିର୍ଯାତନା ଦେଇଛନ୍ତି ବୋଲି ୪୦ ବର୍ଷ ବୟସ୍କ ମହିଳା ଶାହଜହନ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କୁ ଘରୁ ବାହାର କରି ଦେଇ ଅନ୍ୟ ଜଣେ ଯୁବତୀଙ୍କ ସହ ତାଙ୍କର ସ୍ୱାମୀ ଲୁକମନ […]