• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

adhir
ଧାରା ୩୭୦ ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ-କହିଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଧାରା ୩୭୦କୁ ଉଚ୍ଛେଦ କରିଥିବା ବେଳେ ଏହାକୁ କଂଗ୍ରେସ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧ କରିଛି। ତେବେ ଆଜି ଲୋକସଭାରେ ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିପାରିବେ ନାହିଁ ଏବଂ ଏହା ଦେଶର ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ ବୋଲି କହିଛନ୍ତି କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ। ଲୋକସଭାରେ ସେ ଏଭଳି ମତ ରଖୁଥିବା ବେଳେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଶ୍ଚର୍ଯ୍ୟ ହୋଇ ଅଧୀର ରଞ୍ଜନଙ୍କୁ […]

  • Saturday, 10 July 2021
ekta
ଦିନେ ଜନ୍ମମାଟିରୁ ଅଧିକାର ହରାଇଥିଲେ, ଏବେ ଜମି କିଣିବାର ସ୍ୱପ୍ନ ପୂରଣ କରିବେ ଏଇ ଟେଲି ଅଭିନେତ୍ରୀ

ନୂଆଦିଲ୍ଲୀ: ଗତକାଲି ସଂସଦରେ ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଛନ୍ତି। ଏହି ଧାରା ଅନୁସାରେ କଶ୍ମୀରର ଝିଅ ଅନ୍ୟ ରାଜ୍ୟର ପୁଅକୁ ବିବାହ କଲେ ନିଜର କଶ୍ମୀରର ନାଗରିକତା ହରାଉଥିଲେ। ଏହି ଧାରା ଉଚ୍ଛେଦ ହେବା ପରେ କେବଳ ବଲିଉଡ୍‌ ସେଲେବ୍ରିଟି ନୁହଁନ୍ତି, ଟେଲିଭିଜନ ଅଭିନେତ୍ରୀମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ଟେଲି ଅଭିନେତ୍ରୀ ଏକତା କୌଲ୍‌ ୩୭୦ ଉଠିବା ପରେ ସବୁଠାରୁ ଅଧିକ ଖୁସି ହୋଇଛନ୍ତି। ଏହାର କାରଣ ଏକତା କଶ୍ମୀରର ଝିଅ କିନ୍ତୁ […]

  • Saturday, 10 July 2021
Capture-234
ଶ୍ରାବଣର ପ୍ରଥମ ସୋମବାର ଚନ୍ଦ୍ରଯାନ, ୩ୟରେ ଉଠିଲା ଧାରା ୩୭୦ ଆଉ ୪ର୍ଥରେ....... ?

ଭୁବନେଶ୍ୱର : ଶ୍ରାବଣ ମାସର ପ୍ରଥମ ସୋମବାରରେ ମୋଦି ସରକାର ଚନ୍ଦ୍ରପୃଷ୍ଠକୁ ପଠାଇଲେ ଚନ୍ଦ୍ରାୟନ-୨।   ଦ୍ୱିତୀୟ ସୋମବାରରେ  ସଂସଦରେ ପାସ୍‌ କରାଇଲେ ବହୁ ପ୍ରତୀକ୍ଷିତ ତିନି ତଲାକ୍‌ ବିଲ୍‌  । ଆଜି ଥିଲା ତୃତୀୟ ସୋମବାର। ଅର୍ଥାତ୍‌  ଆଜି ବି ଥିଲା ମୋଦି ସରକାରଙ୍କର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଆଜି କଶ୍ମୀରରୁ ଉଚ୍ଛେଦ କଲେ ଧାରା ୩୭୦। ଲାଗୁଛି ଯେମିତି କ୍ଷମତାକୁ ଆସିବା ପରେ ମୋଦି ସରକାର ଗୋଟିଏ ପରେ ଗୋଟିଏ ମାଷ୍ଟର ଷ୍ଟ୍ରୋକ୍‌ ଖେଳି ଚାଲିଛନ୍ତି। […]

  • Saturday, 10 July 2021
Lal Krishna Advani
ମୋଦିଙ୍କ ନିଷ୍ପତ୍ତିକୁ ପ୍ରଶଂସା କଲେ ବିଜେପି ଭେଟରାନ ଏଲ କେ ଆଡଭାନୀ

ନୂଆଦିଲ୍ଲୀ: ଧାରା ୩୭୦କୁ ହଟାଇବା ପାଇଁ ମୋଦି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତା’କୁ ପୂରଣ କରିଛନ୍ତି। ଅର୍ଥାତ ଜମ୍ମୁ-କଶ୍ମୀରରେ ଭାରତର ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଭଳି ନିୟମ ପ୍ରଣୟନ କରାଯିବ। ଏହି ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ ବିଜେପିର ଭେଟରାନ ଲାଲକୃଷ୍ଣ ଆଡଭାନୀ ପ୍ରଶଂସା କରିଛନ୍ତି। ଶ୍ରୀ ଆଡଭାନୀ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ କଶ୍ମୀର ସମ୍ପର୍କରେ ଏପରି […]

  • Saturday, 10 July 2021
123
ଜମ୍ମୁ-କଶ୍ମୀରରୁ କେମିତି ହଟିଲା ଧାରା ୩୭୦

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଲାଗୁ ହେଉଥିବା ଧାରା ୩୭୦କୁ ଆଜି କେନ୍ଦ୍ର ସରକାର ରାଷ୍ଟ୍ରପତିଙ୍କ ସ୍ଵତନ୍ତ୍ର ଅନୁମୋଦନ କ୍ରମେ ଅଚଳ କରିଦେଇଛନ୍ତି। ତେବେ ଏହି ୩୭୦ ଧାରାକୁ ହଟାଇବା ପାଇଁ କେନ୍ଦ୍ର ସରକାର ୩୭୦ ଧାରାକୁ ହିଁ ବ୍ୟବହାର କରିଛନ୍ତି। ଧାରା ୩୭୦ର ସେକ୍ସନ ୩ ଅନୁଯାୟୀ, ଜମ୍ମୁ-କଶ୍ମୀରରେ ଲାଗୁ ହେଉଥିବା ସ୍ୱତନ୍ତ୍ର ରାଜ୍ୟମାନ୍ୟତା କେବଳ ରାଷ୍ଟ୍ରପତିଙ୍କ ହାତରେ ରହିଛି। ସେହିପରି ରାଷ୍ଟ୍ରପତି ହିଁ ସ୍ୱତନ୍ତ୍ର ଗେଜେଟ୍‌ ମାଧ୍ୟମରେ ଏହାକୁ ଯେକୌଣସି ମୁହୂର୍ତ୍ତରେ ଅକାମୀ କରିଦେଇପାରିବେ। ବିଜେପି ଲୋକସଭା […]

  • Saturday, 10 July 2021
2345
ଫିଲ୍ମ ପାଇଁ ଆଖିକୁ ବାଜି ଲଗେଇଥିଲେ ଶ୍ରୀଦେବୀ

ମୁମ୍ବାଇ: ଯେବେ ବି ଫିଲ୍ମ ଇଣ୍ଡଷ୍ଟ୍ରୀରେ ‘ନାଗିନ୍‌’ ଚରିତ୍ର କଥା ଉଠେ, ସର୍ବପ୍ରଥମେ ସମସ୍ତଙ୍କ ମୁହଁରେ ଆସେ ଗୋଟିଏ ନାଁ। ଆଉ ସେ ହେଲେ ‘ଶ୍ରୀଦେବୀ’। ୧୯୮୬ ମସିହାରେ ରିଲିଜ୍ ହୋଇଥିବା ‘ନାଗିନା’ ଫିଲ୍ମରେ ନାଗିନ୍ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ ଶ୍ରୀଦେବୀ। ଏହି ଫିଲ୍ମରେ ସେ ସାପଙ୍କ ସହ ଷ୍ଟଣ୍ଟ୍‌ କରିଥିଲେ। ଏପରିକି ଏହି ଫିଲ୍ମ ପାଇଁ ସେ ନିଜ ଆଖିକୁ ବି ବାଜି ଲଗାଇ ଦେଇଥିଲେ। ସ୍ଥିତି ଏମିତି ହୋଇଥିଲା ଯେ, […]

  • Saturday, 10 July 2021
2017_11img06_Nov_2017_
ଧାରା ୩୭୦: ବିଜେପିକୁ ବିରୋଧୀଙ୍କ ସମର୍ଥନ, ସହଯୋଗୀଙ୍କ ବିରୋଧ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିବା ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ଏକାଧିକ ବିରୋଧୀ ଦଳ ସମର୍ଥନ କରିଛନ୍ତି। ତେବେ ବିଜେପିର ସହଯୋଗୀ ଦଳ ନୀତୀଶ କୁମାରଙ୍କ ଜେଡିୟୁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛି। ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଏ ସଂକ୍ରାନ୍ତ ସଂକଳ୍ପ ଆଣିଥିବା ବେଳେ ଜେଡିୟୁ ଏହାକୁ ବିରୋଧ କରିଥିଲା। ଏଥିସହ ଦଳର ସାଂସଦମାନେ ରାଜ୍ୟସଭାରେ କକ୍ଷତ୍ୟାଗ ମଧ୍ୟ କରିଥିଲେ। ଜେଡିୟୁ ମୁଖପାତ୍ର କେସି ତ୍ୟାଗୀ […]

  • Saturday, 10 July 2021
amit saha
ଧାରା-୩୭୦ ଅନୁସାରେ କି ସୁବିଧା ପାଉଥିଲା ଜମ୍ମୁ-କଶ୍ମୀର

ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ହେବା ପରେ ଆଜି ସମସ୍ତଙ୍କ ମହଁରେ ଗୋଟିଏ କଥା। କଣ ସେହି ଧାରାରେ ? କି  ସ୍ୱତନ୍ତ୍ରତା ସେଥିରେ ଅଛି ଯେଉଁଥିପାଇଁ ଆଜି ସାରା ଦେଶବାସୀଙ୍କ ମୁହଁରେ ଗୋଟିଏ ନାଁ-ଧାରା-୩୭୦। ଆସନ୍ତୁ ଜାଣିବା କ’ଣ ଅଛି ଏଇ ଧାରାରେ । ସମ୍ବିଧାନର ଧାରା ୩୭୦ ଅନୁସାରେ ସଂସଦ ଜମ୍ମୁ କଶ୍ମୀରର ସୁରକ୍ଷା, ବିଦେଶ ନୀତି ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବାବଦରେ ଆଇନ ଆଣି ପାରିବେ। କିନ୍ତୁ ଅନ୍ୟ କୌଣସି […]

  • Saturday, 10 July 2021
sssss
ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ପାକିସ୍ତାନକୁ ବାଧିଲା କି ?

ଇସ୍‌ଲାମାବାଦ: ଆଜି ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ଏଥିସହ ଜମ୍ମୁ-କଶ୍ମୀରକୁ ରାଜ୍ୟ ବଦଳରେ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେବାକୁ ସଂକଳ୍ପ ଆଗତ କରିଛନ୍ତି। ଏହାବାଦ୍‌ ଜମ୍ମୁ-କଶ୍ମୀରରୁ ଲଦାଖ ମଧ୍ୟ ଅଲଗା ହେବ। ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ପାକିସ୍ତାନ ରାଷ୍ଟ୍ରପତି ବିରୋଧ କରିଛନ୍ତି। ପାକିସ୍ତାନ ରାଷ୍ଟ୍ରପତି ଟ୍ୱିଟ୍‌ କରି କହିଛନ୍ତି, “ଭାରତ ସରକାର ପୁଣିଥରେ ଭାରତ […]

  • Saturday, 10 July 2021