• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

plastic-used-in-pakistan
ବର୍ଜ୍ୟ ପ୍ଲାଷ୍ଟିକ୍‌ରୁ ତିଆରି ହେଲା ୧ କିମିର ରାସ୍ତା

ବେଙ୍ଗାଲୁରୁ: ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଏବେ ଜୋରଦାର ପ୍ରୟାସ ଚାଲିଛି। କାରଣ ଏହା ମାଟିରେ ମିଶୁ ନାହିଁ। ଫଳରେ ପରିବେଶ ପ୍ରଦୂଷଣ ହେଉଛି। କିନ୍ତୁ ଏହି ପ୍ଲାଷ୍ଟିକରୁ ମୁକୁଳିବା ପାଇଁ ଏବେ ନୂଆ ରାସ୍ତା ବାହାରିଛି। ବେଙ୍ଗାଲୁରୁର ଦ୍ୱିତୀୟ ବିମାନ ବନ୍ଦର ନିକଟରେ ହେଉଥିବା ରାସ୍ତା ଅଳିଆ ଗଦାରେ ପଡ଼ିଥିବା ପ୍ଲାଷ୍ଟିକରୁ ତିଆରି ହୋଇଛି। ୧ କିଲୋମିଟର ରାସ୍ତାରେ ପାଖାପାଖି ୧ ଟନ୍ ପ୍ଲାଷ୍ଟିକ୍ ବ୍ୟବହାର ହୋଇଥିବା ଜଣାପଡ଼ିଛି। ପ୍ଲାଷ୍ଟିକର ପିରମାଣ ୭ ପ୍ରତିଶତ […]

  • Saturday, 10 July 2021
343456
ପାକିସ୍ତାନ ସରକାରଙ୍କ ଗୁମର ଖୋଲିଲା ‘ଭଏସ ଅଫ୍ କରାଚି’

ନ୍ୟୁୟର୍କ: ଜାତିସଂଘ ସାଧାରଣ ପରିଷଦ ବୈଠକରେ ଆଜି ଭାରତ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ପାକିସ୍ତାନର ଭଏସ ଅଫ୍ କରାଚି ନାମକ ଏକ ସଂଗଠନ ପାକିସ୍ତାନ ସରକାରର ଗୁମର ଖୋଲିଛି। ଜାତିସଂଘ ଚାରିପଟେ ଟ୍ରକ, ଟ୍ୟାକ୍ସିରେ ଡିଜିଟାଲ ମିଡିଆର ସାହାଯ୍ୟ ନେଇ ନିଜର ସ୍ୱର ଉତ୍ତୋଳନ କରିଛି ଭଏସ ଅଫ କରାଚି ସଂଗଠନ। ଏହି ସଂଗଠନର ସଦସ୍ୟ ସମସ୍ତେ ମୋହାଜିର ଜାତିର। ପାକିସ୍ତାନରେ ଏମାନେ ଅଳ୍ପସଂଖ୍ୟକଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ପାକିସ୍ତାନରେ ଏହି […]

  • Saturday, 10 July 2021
4535
କାଙ୍ଗାଳ ପାକିସ୍ତାନକୁ ଆର୍ଥିକ ସହାୟତା ଦେଲେ ବିଲ୍ ଗେଟ୍‌ସ

ନ୍ୟୁୟର୍କ: ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ଅନେକ ପ୍ରସଙ୍ଗରେ ପାକିସ୍ତାନ ନିଜର ପରାଜୟ ସ୍ୱୀକାର କରିସାରିଛି, ଯାହାକି ପାକ ସରକାରଙ୍କୁ ନିରାଶ କରିଛି। ହେଲେ ଏହି ନିରାଶ ଭିତରେ ସହଯୋଗର ହାତ ବଢ଼ାଇଛି ବିଲ୍ ଗେଟସ ଫାଉଣ୍ଡେସନ। ଯାହାକି ପାକିସ୍ତାନ ପାଇଁ ଖୁସି ଖବର। ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ବିଲ୍ ଗେଟସ ଫାଉଣ୍ଡେସନର ପ୍ରତିଷ୍ଠାତା ବିଲ୍‌ ଗେଟସଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା। ଏହି ଅବସରରେ ଦୁଇ ପକ୍ଷଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି। ପାକିସ୍ତାନକୁ […]

  • Saturday, 10 July 2021
12245
କିର୍ଗିଜସ୍ତାନରେ ଓଡ଼ିଶାର ନାଁ ଉଜ୍ଜ୍ୱଳ କଲେ ଓଡ଼ିଆ ଛାତ୍ରୀ ଗୌତମୀ

ଭୁବନେଶ୍ୱର: କିର୍ଗିଜସ୍ତାନରେ ଓଡ଼ିଶାର ନାଁକୁ ଉଜ୍ଜ୍ୱଳ କରିଛନ୍ତି ଓଡ଼ିଆ ଛାତ୍ରୀ ଗୌତମୀ ପାଣିଗ୍ରାହୀ। କିର୍ଗିଜସ୍ତାନ ମାଟିରେ ପରିଚୟ କରାଇଛନ୍ତି ଭାରତ ତଥା ଓଡ଼ିଶାର ସଂସ୍କୃତି, ଐତିହ୍ୟକୁ । ବିଶେଷକରି ଜଗନ୍ନାଥ ସଂସ୍କୃତି, ଓଡ଼ିଶାର ଟେକ୍ସଟାଇଲ ତଥା ଅନ୍ୟାନ୍ୟ କଳାନୈପୁଣ୍ୟ ଉପରେ କହିଛନ୍ତି କିର୍ଗିଜସ୍ତାନର ଯୁବପୀଢିଙ୍କୁ। ଭାରତ ଓ କିର୍ଗିଜସ୍ଥାନ ସରକାରଙ୍କ ପକ୍ଷରୁ ଏକ ଦ୍ୱିପାକ୍ଷିକ ଯୁବ ଭାବ ବିନିମୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତର ଏକ ଟିମ୍‌ କିର୍ଗିଜସ୍ତାନ ଯିବା ଲାଗି ମନୋନୀତ ହୋଇଥିଲେ। […]

  • Saturday, 10 July 2021
p92rlgf8_pune-floods-ani_625x300_26_September_19
ଅବିଶ୍ରାନ୍ତ ବର୍ଷା: ଚାଲିଗଲା ୧୭ ଜୀବନ

ପୁଣେ: ମହାରାଷ୍ଟ୍ରର ପୁଣେରେ ଅବିଶ୍ରାନ୍ତ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। କିଛି ସ୍ଥାନରେ ଜଳ ପ୍ରଳୟ ଯୋଗୁ କାନ୍ଥ ଭୁଶୁଡ଼ି ପଡ଼ିଛି। ଇତି ମଧ୍ୟରେ ବନ୍ୟା ଓ କାନ୍ଥ ଭୁଶୁଡ଼ି ବିଭିନ୍ନ ସ୍ଥାନରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେହିପରି ଜଳବନ୍ଦୀ ଭାବେ ଥିବା ଶତାଧିକ ଲୋକଙ୍କୁ ଉଦ୍ଧାରକାରୀ ଦଳ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ କହିଛନ୍ତି, ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି […]

  • Saturday, 10 July 2021
SORRY-AMMA
୧୨ ବର୍ଷର ଝିଅକୁ ଯୌନ ରାକ୍ଷସଙ୍କ ମୁହଁକୁ ଠେଲି ଦେଲେ ବାପା-ମା‘

ଥୁରୁଅନନ୍ତପୁରମ: କୁହାଯାଏ ଅଭାବରେ ପଡ଼ିଲେ ମଣିଷର ସ୍ୱଭାବ ବଦଳିଯାଏ। ଏହି ଅଭାବୀ ମଣିଷର ‌ଏମିତି ଅସ୍ୱାଭାବିକ କାଣ୍ଡ ଆମେ ଅନେକ ଦେଖି ଆସିଛେ। ହେଲେ ଥିରୁଅନନ୍ତପୁରର ଏହି ଅଭାବି ପରିବାରର ଜୀବନ ଯନ୍ତ୍ରଣା ଆପଣଙ୍କ ଛାତି ଥରାଇଦେବ। ଅଭାବ ପଡ଼ି ଯେ ବାପାମା’ ଏମିତି କିଛି କରିପାରନ୍ତି ! ଏଠି ଆର୍ଥିକ ଅନଟନରୁ ମୁକୁଳିବା ପାଇଁ ବାପା ଓ ମାଆ ନିଜ ଝିଅକୁ ଯୌନ ବଜାରରେ ବିକ୍ରି କରି ଦେଇଛନ୍ତି। ଯେଉଁ ବୟସରେ ବାପାର ଆଙ୍ଗୁଳି ଧରି […]

  • Saturday, 10 July 2021
cyclone
ଡିପ୍‌ ଡିପ୍ରେସନ୍‌ର ରୂପ ନେଲା ଲଘୁଚାପ

ନୂଆଦିଲ୍ଲୀ: ଭାରତ ମହାସାଗର ଓ ଏହାର ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍‌ ଡିପ୍ରେସନ୍‌ରେ ପରିଣତ ହୋଇଛି। ଆଜି ସଂଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ। ୩୦ ତାରିଖ ସଂଧ୍ୟାରେ ଏହି ବାତ୍ୟା ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଅନ୍ୟପକ୍ଷେ, ଘରୋଇ […]

  • Saturday, 10 July 2021
ସମ୍ଭାବ୍ୟ ଆତଙ୍କବାଦୀ ହମ୍‌ଲା ନେଇ ମିଛ ଫୋନ କଲ୍‌ କରିଥିବା ପୂର୍ବତନ ସେନା କର୍ମଚାରୀ ଗିରଫ

ବେଙ୍ଗାଲୁରୁ: ଦେଶରେ ସମ୍ଭାବ୍ୟ ଆତଙ୍କବାଦୀ ହମ୍‌ଲା ନେଇ କର୍ଣ୍ଣାଟକ ପୁଲିସ୍‌କୁ ଫୋନ କରିଥିବା ଟ୍ରକ୍‌ ଡ୍ରାଇଭରକୁ ପୁଲିସ୍‌ ଗିରଫ କରିଛି। ଡ୍ରାଇଭର ଜଣକ ମିଛରେ ଏହି ଫୋନ କରିଥିବା ଜଣାପଡ଼ିଛି। ଗିରଫ ଡ୍ରାଇଭରଙ୍କ ନାଁ ସୁନ୍ଦରମୂର୍ତ୍ତି। ସେ ଜଣେ ପୂର୍ବତନ ସେନା କର୍ମଚାରୀ ବୋଲି ସୂଚନା ମିଳିଛି। ଗତକାଲି ଅପରାହ୍ନରେ କର୍ଣ୍ଣାଟକ ପୁଲିସ୍‌ କଣ୍ଟ୍ରୋଲ ରୁମ୍‌କୁ ସୁନ୍ଦରମୂର୍ତ୍ତି ଫୋନ କରି ଦେଶରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ଥିବା କହିଥିଲେ। କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପୁଡୁଚେରୀ, ଗୋଆ ଓ ମହାରାଷ୍ଟ୍ରରେ […]

  • Saturday, 10 July 2021
qw-4
ଅଯୋଧ୍ୟା ମାମଲା ଶୁଣାଣିବେଳେ ସୁପ୍ରିମକୋର୍ଟରେ କ୍ଷମା ମାଗିଲେ ମୁସଲିମ ପକ୍ଷ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଚାଲିଥିବା ଅଯୋଧ୍ୟା ଜମି ବିବାଦର ଶୁଣାଣି ବେଳେ ଆଜି ମୁସଲିମ ପକ୍ଷ କ୍ଷମା ମାଗିଛନ୍ତି। ବୁଧବାର ଶୁଣାଣି ବେଳେ ୨୦୦୩ରେ ଏଏସ୍‌ଆଇ ଦେଇଥିବା ରିପୋର୍ଟ ଉପରେ ମୁସଲିମ ପକ୍ଷ ପ୍ରଶ୍ନ ଉଠାଇଥିଲେ। ଏହାପରେ କୋର୍ଟ ରିପୋର୍ଟ ଉପରେ କାହିଁକି ପ୍ରଶ୍ନ ଉଠାଉଛନ୍ତି ବୋଲି କହିବା ସହ ନିଜର ଯୁକ୍ତି ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଜବାବରେ ଆଜି ମୁସଲିମ ପକ୍ଷଙ୍କ ପାଇଁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ରାଜୀବ ଧାବନ କହିଛନ୍ତି, “ଏଏସ୍ଆଇ […]

  • Saturday, 10 July 2021
rbi-1..
ଟଙ୍କା ଉଠାଣ ପରିମାଣ ୧ହଜାରରୁ ୧୦ ହଜାରକୁ ବୃଦ୍ଧି କଲା ଆରବିଆଇ

ନୂଆଦିଲ୍ଲୀ: ଦୁଇ ଦିନର କଟକଣା ପରେ ଆଜି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପଞ୍ଜାବ୍ ଆଣ୍ଡ ମହାରାଷ୍ଟ୍ର କୋପରୋଟିଭ୍ (ପିଏମସି) ବ୍ୟାଙ୍କରୁ ଟଙ୍କା ଉଠାଇବା ନିୟମରେ କୋହଳ କରିଛି। ପୂର୍ବରୁ ୧୦୦୦ ଟଙ୍କା ସର୍ବାଧିକ ଉଠାଇବା ପାଇଁ ଆରବିଆଇ ଅନୁମତି ଦେଇଥିବା ବେଳେ ଆଜି ଏହାକୁ ବୃଦ୍ଧି କରି ୧୦ ହଜାର ଟଙ୍କା କରିଛି। ଆଗାମୀ ୬ ମାସ ଯାଏ କରେଣ୍ଟ ଆକାଉଣ୍ଚ କିମ୍ୱା ସେଭିଂସ ଆକାଉଣ୍ଟରୁ ସର୍ବାଧିକ ୧୦ ହଜାର ଟଙ୍କା ଉଠାଇ ହେବ। […]

  • Saturday, 10 July 2021
4363536
କାର୍‌ରେ ନିଆଁ ଲଗାଇ, ଗୁଳି ଫୁଟାଇ ଏମିତି ଜବାବ୍‌ ଦେଲେ ଯୁବକ

ମଥୁରା: ମଥୁରାରେ ଘଟିଥିବା ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନିଜେ ବସିଥିବା କାରରେ ନିଆଁ ଲଗାଇ ଦେଲେ। ଗାଡି ଅଟକାଇ ଗୁଳି ଫୁଟାଇଲେ। ଶେଷରେ ଗାଡ଼ିରୁ ଓହ୍ଲାଇବା ପରେ ବଡ଼ ପାଟିରେ ଚିତ୍କାର କରିବାକୁ ଲାଗିଲେ। ବିନା କାରଣରେ ଜଣେ ଏପରି କାହିଁକି କରିବ ? ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ନା ? ଏହାଠାରୁ ଆହୁରି ଆଶ୍ଚର୍ଯ୍ୟ ହେବେ, ଯଦି ଜାଣିବେ ସେ ବଡ ପାଟିରେ ଚିତ୍କାର କରି କ’ଣ କହୁଥିଲେ […]

  • Saturday, 10 July 2021
343536
ମାସିକ ଖର୍ଚ୍ଚ ଉଠାଇ ପାରିବ ଆତଙ୍କବାଦୀ ହାଫିଜ୍ ସୟିଦ

ନୂଆଦିଲ୍ଲୀ: ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷିତ ହାଫିଜ୍ ସୟିଦ୍ ଏଣିକି ମାସିକ ୧,୫୦, ୦୦୦ ଟଙ୍କା ମାସିକ ଉଠାଇପାରିବ। ପାକିସ୍ତାନର ଅନୁରୋଧ କ୍ରମେ ଜାତିସଂଘ ସୁରକ୍ଷା ପରିଷଦ ଏହି ଅନୁମତି ଦେଇଛି। ହାଫିଜ୍ ସୟିଦ ଉପରେ ୪ ଜଣ ନିର୍ଭରଶୀଳ। ଘର ଚଳାଇବା ପାଇଁ ଟଙ୍କା ଆବଶ୍ୟକ ରହିଥିବା ବେଳେ ବ୍ୟାଙ୍କ ଆକାଉଣ୍ଟ ପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ହାଫିଜ୍ ଟଙ୍କା ଉଠାଇ ପାରୁନଥିଲା। ଏହାପରେ ଅଗଷ୍ଟ ୧୫ ତାରିଖରେ ପାକିସ୍ତାନ […]

  • Saturday, 10 July 2021
5765
ସଂସଦ ଭବନ ନିର୍ମାଣ ପାଇଁ ୬୦ ଲକ୍ଷ ଟଙ୍କା ଦାନ !

ଏକ ଭବ୍ୟ ଇମାରତ। କୋଟି କୋଟି ଟଙ୍କା ବ୍ୟୟରେ ନିମିତ ଏହି କୋଠା ଯେତିକି ସୁନ୍ଦର ସେତିକି ସୁରକ୍ଷିତ।  ଏହାକୁ କୁହାଯାଏ କନାସେଟ। ହଁ, ଏଠି ଆମେ ଇସ୍ରାଏଲର ସଂସଦ ଭବନ କଥା କହୁଛୁ।  ଜାଣନ୍ତି କିପରି ତିଆରି ହୋଇଛି ଏହି ଭବ୍ୟ ଇମାରତ୍ । ଏହି ସୁନ୍ଦର କୋଠା ନିର୍ମିତ ହୋଇଛି ଦାନରେ ଆଉ ଏହି ଅର୍ଥ ଦାନ କରିଥିଲେ ଜଣେ  ବିଟ୍ରିଶ ଇହୁଦୀ। ଦୀର୍ଘଦିନର ସଂଘର୍ଷ ପରେ ଇସ୍ରାଏଲ ୧୯୪୮ରେ ଏକ ଦେଶର ମାନ୍ୟତା […]

  • Saturday, 10 July 2021
Capture1
ଅକ୍ଟୋବରରେ ହେବ ହରିଆନା, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ହରିଆନା ଓ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ଆଜି ବିଗୁଲ ବାଜିଛି। ଦେଶର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଆଜି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଅକ୍ଚୋବର ୨୧ ତାରିଖରେ ଏହି ଦୁଇ ରାଜ୍ୟରେ ଭୋଟ୍‌ ଗ୍ରହଣ ହେବ ଓ ୨୪ ତାରିଖରେ ଭୋଟ୍ ଗଣତି ହେବ। ଏହା ସହିତ ଏହି ଦୁଇ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଛି।  ସୂଚନାଯୋଗ୍ୟ, ନଭେମ୍ୱର ୨ରେ ହରିଆନା ଏବଂ ନଭେମ୍ୱର […]

  • Saturday, 10 July 2021
t5754
ପାକିସ୍ତାନକୁ ବଡ଼ ଝଟ୍‌କା; ବେଷ୍ଟ ଫ୍ରେଣ୍ଡ୍‌ ଚୀନ୍‌ ଛାଡ଼ିଲା ହାତ

ନୂଆଦିଲ୍ଲୀ; ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏ ନେଇ ଇମ୍ରାନ ସରକାର ଚାପରେ ରହିଛି। ଅନ୍ୟପକ୍ଷେ ଆତଙ୍କବାଦକୁ ନେଇ ଅନ୍ତର୍ଜାତୀୟ ଚାପ ମଧ୍ୟ କମ୍‌ ନୁହେଁ।  ଏସବୁ ଭିତରେ ଇମ୍ରାନ ସରକାରଙ୍କୁ ଏବେ ଆଉ ଏକ ଜୋରଦାର୍‌ ଝଟ୍‌କା ଲାଗିଛି। ଏଇ ଝଟ୍‌କା ଦେଇଛି ବେଷ୍ଟ ଫ୍ରେଣ୍ଡ ଚାଇନା। ପାକିସ୍ତାନର ଆର୍ଥିକ ସ୍ଥିତି ଦେଖି ଏବେ ଚୀନ୍‌ ମଧ୍ୟ ପାକିସ୍ତାନର ହାତ ଛାଡ଼ି ଦେଇଛି। ପ୍ରତି ଦୁର୍ଦ୍ଦିନରେ ପାକିସ୍ତାନକୁ ସହାୟତାର ହାତ […]

  • Saturday, 10 July 2021
543234
‘ତେଜସ’ରେ ଉଡ଼ିଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲଢ଼ୁଆ ବିମାନ ‘ତେଜସ’ରେ ଆଜି ଉଡ଼ିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ରାଜନାଥ ହେଉଛନ୍ତି ଦେଶର ପ୍ରଥମ ପ୍ରତିରକ୍ଷାମନ୍ତ୍ରୀ ଯିଏ କି ତେଜସରେ ଉଡ଼ିଛନ୍ତି। ସକାଳ ୯ଟା ୫୮ ମିନିଟରେ ବାଙ୍ଗାଲୋରରେ ରାଜନାଥ ସିଂହ ଏହି ଉଡ଼ାଣ ମାରିଥିଲେ। ଆକାଶ ମାର୍ଗରେ ୩୦ ମିନିଟ୍ ଉଡ଼ାଣ ମାରିବା ବେଳେ ପାଇଲଟଙ୍କ ପଛ ସିଟରେ ସେ ବସିଥିଲେ। ଉଡାନ ଭରିବା ପରେ ରାଜନାଥ ସିଂ କହିଛନ୍ତି, ‘ଉଡାନ ବେଶ ସହଜ ଏବଂ ଆରାମଦାୟକ […]

  • Saturday, 10 July 2021
76432
ଏକେ-୪୭ ଧରି ଏମିତି ଧମକ ଦେଲେ ଯୁବତୀ..

ୱାଶିଂଟନ: ଛାତ୍ରଛାତ୍ରୀ ତଥା ଯୁବପୀଢିଙ୍କ ମଧ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ହିଂସା ମନୋଭାବ। ଏହାର ଅନେକ ଉଦାହରଣ ଆମେ ଶୁଣି ଆସିଛୁ। ଏଠାରେ ଆମେ କହିବାକୁ ଯାଉଥିବା ଘଟଣା ଏହାର ଆଉ ଏକ ପୁନରାବୃତ୍ତି। ତେବେ ଏହି ଅପରାଧର ନାୟିକା ଜଣେ ଯୁବତୀ । ଯୁବତୀ ଜଣକ ଏକେ-୪୭ ଧରି ୪୦୦ ଲୋକଙ୍କୁ ଗୁଳିକରି ହତ୍ୟା କରିବା ପାଇଁ କୁଆଡ଼େ ଧମକ ଦେଇଥିଲେ। ତେବେ ପ୍ରଶ୍ନ ଉଠେ କାହିଁକି ସେ ଏପରି କଲେ ? ହଁ, […]

  • Saturday, 10 July 2021
IIT
ଛାତ୍ରଙ୍କ କମାଲ୍‌: ସହରବାସୀଙ୍କ ପାଇଁ ତିଆରି କଲେ ତିନି ଚକିଆ ଇ-ଗାଡି ‘ଦେଶ୍‌ଲା’

କୋଲକାତା:ପରିବେଶ ସୁରକ୍ଷା ପାଇଁ ଛାତ୍ରଙ୍କ ସଫଳ ପ୍ରୟାସ। ତିଆରି କଲେ ପ୍ରଦୂଷଣ ରହିତ ଇ-ଗାଡ଼ି । ଖଡଗପୁର ଆଇଆଇଟିର ୫୦ ଜଣ ଛାତ୍ର ମିଶି ତିଆରି କରିଛନ୍ତି ଏହି ଅଭିନବ ପରିବେଶ ଉପଯୋଗୀ ଯାନ । ଗାଡ଼ିର ନାମ ‘ଦେଶଲା’। ବଜାରେ ଏବେ ଚାଲୁଥିବା ତିନି ଚକିଆ ଅଟୋ ଏବଂ ହାଇ ମେଣ୍ଟନାନ୍ସ ଇ-ରିକ୍ସାକୁ ଏହି ଇ-ଗାଡି ଚ୍ୟାଲେଞ୍ଜ ଦେବ ବୋଲି କହିଛନ୍ତି  ଛାତ୍ରମାନେ। ଆଇଆଇଟି ଖଡ଼ଗପୁର ମେକାନିକାଲ ଇଞ୍ଜିନିୟରିଂ ବିଭାଗ ପ୍ରଫେସର ବିକ୍ରାନ୍ତ ରଚେଲା ଏହି […]

  • Saturday, 10 July 2021