ନୂଆଦିଲ୍ଲୀ:ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୦ ଭୋଟ ଗଣତି ଚାଲିଛି । ଆଉ କିଛି ସମୟ ପରେ ମିଳିଯିବ ଚୂଡ଼ାନ୍ତ ଫଳାଫଳ । ଗଣା ସରି ନ ଥିଲେ ବି ସବୁ ସିଟ୍ର ଫଳାଫଳ ପ୍ରାୟ ସ୍ପଷ୍ଟ ହୋଇ ଆସିଲାଣି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଆସନର ଅଧିକାଂଶ ସ୍ଥାନରେ ଆମ୍ ଆଦ୍ମୀ ପାର୍ଟି (AAP) ପ୍ରାର୍ଥୀ ଆଗରେ ଥିବା ଜଣାଯାଇଛି। ପୁଣି ଥରେ କେଜ୍ରିୱାଲଙ୍କ ନେତୃତ୍ୱରେ ସରକାର ଗଠନ ହେବାକୁ ଯାଉଛି। ଆପ୍ ପ୍ରାର୍ଥୀ ୫୦ […]
ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇ ଯାଇଛି। ବର୍ତ୍ତମାନସୁଦ୍ଧା ଯାହା ଜଣାପଡ଼ିଛି, କ୍ଷମତା ଦଖଲ ଅଭିମୁଖେ ଆଗେଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଏହି ଗଣତି ମଧ୍ୟରେ ସମସ୍ତଙ୍କ ନଜର ଦିଲ୍ଲୀ ଆସନ ଉପରେ ରହିଛି। କାରଣ କ୍ରମାଗତ ତୃତୀୟଥର ପାଇଁ ଖୋଦ କେଜ୍ରିୱାଲ ଏହି ଆସନରୁ ଲଢ଼ୁଛନ୍ତି। ତାଙ୍କୁ ହରାଇବା ପାଇଁ ୨୮ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ ସମସ୍ତଙ୍କୁ […]
ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ ଚଳିତ ମାସ ୨୪ରୁ ୨୫ ଭିତରେ ଭାରତ ଆସିବେ। ଏନେଇ ସୋମବାର ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଗସ୍ତବେଳେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ହ୍ୱାଇଟ୍ ହାଉସ ପକ୍ଷରୁ ଟ୍ୱିଟ୍ରେ ସୂଚନା ଦିଆଯାଇଛଇ। ଏହାଛଡ଼ା ଟ୍ରମ୍ପଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ସଂପର୍କ ଓ ସହଭାଗିତା ବୃଦ୍ଧିରେ ସହାୟକ ହେବ […]
ନୂଆଦିଲ୍ଲୀ:ଅଣାୟତ୍ତ ହେଉଛି କରୋନା। ଦିନକୁ ଦିନ ବଢିଚାଲିଛି ମୃତକଙ୍କ ସଂଖ୍ୟା। ଚୀନ୍ରେ କରୋନା ମୃତ୍ୟୁ ସଂଖ୍ୟା ୧୦୦୦ ଟପିଛି । ହୁବେଇ ଓ ଉହାନରେ ସ୍ଥିତି ଅଣାୟତ୍ତ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୮୦୦ରେ ପହଞ୍ଚିଛି। ଗତକାଲି ହୁବେଇରେ ୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାଛଡ଼ା ଗୋଟିଏ ଦିନରେ ଗତକାଲି ୨ ହଜାର ୯୭ ଜଣ ନୂଆକରି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷରେ ୨୪ଟି ଦେଶରେ ୩୧୯ ଜଣଙ୍କଠାରେ ନବୋଲେ କରୋନା […]
ନୂଆଦିଲ୍ଲୀ: ଚାଇନାରେ ଜୀବନ ନେଉଥିବା ପ୍ରାଣଘାତୀ କରୋନା ଭାଇରସର ଭୟ ଭାରତର ଦିଲ୍ଲୀରେ ଦେଖିବାକୁ ମିଳିଛି। ଆଜି ଏହି ଭୟଙ୍କର ଭାଇରସରେ ସଂକ୍ରମଣ ହୋଇଥିବା ସନ୍ଦେହରେ ୩ ଜଣଙ୍କୁ ଦିଲ୍ଲୀର ରାମ ମନୋହର ଲୋହିଆ(ଆରଏମଏଲ) ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣ ଚାଇନା ନାଗରିକ। ଏହି ଚାଇନିଜ ନାଗରିକ ଦ୍ୱୟ ଜାନୁଆରୀ ୧ ଓ ଜାନୁଆରୀ ୨୯ରେ ଭାରତ ଆସିଥିଲେ। ସେହିପରି ତୃତୀୟ ସନ୍ଦିଗ୍ଧ ଜଣଙ୍କ ବୟସ ୩୪ ବର୍ଷ। ସେ ଗତବର୍ଷ ନଭେମ୍ବରରୁ […]
ମୁମ୍ୱାଇ: ମୁମ୍ୱାଇରୁ ଜବତ ହେଲା ନକଲି ନୋଟ। କ୍ରାଇମ ବ୍ରାଞ୍ଚ ଟିମ୍ ଆଜି ମୁମ୍ବାଇ ବିମାନ ବନ୍ଦରରୁ ୨୪ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି। ଦୁବାଇରୁ ଆସୁଥିବା ଜଣେ ବ୍ୟକ୍ତି ଏହି ନକଲି ନୋଟ ନେଇ ଆସିଥିଲେ। ସେ ମୁମ୍ୱାଇ ବିମାନ ବନ୍ଦରର ବସ ଷ୍ଟପରେ ଛିଡ଼ା ହୋଇଥିବା ବେଳେ ତାଙ୍କ ବ୍ୟବହାର ଦେଖି କ୍ରାଇମବ୍ରାଞ୍ଚ ଟିମ୍ ସନ୍ଦେହ ପ୍ରକାଶ କରି ଧରିଥିଲା। କ୍ରାଇମ ବ୍ରାଞ୍ଚ ତାଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ମୁମ୍ୱାଇର […]
ବିଜାପୁର: ଛତିଶଗଡ଼ର ବିଜାପୁରରେ ଆଜି ମାଓବଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ସିଆରପିଏଫ୍ କୋବ୍ରା ବାଟାଲିୟନର ୨ ଯବାନ ସହିଦ ହୋଇଛନ୍ତି। ତେବେ ପାଲଟା ଆକ୍ରମଣରେ ଜଣେ ନକ୍ସଲ ନିହତ ହୋଇଛି। ସିଆରପିଏଫ ଯବାନଙ୍କ ପକ୍ଷରୁ ଇରାପାଲ୍ଲି ଗାଁରେ ଆଜି ସକାଳେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସେଠାରେ ଲୁଚି ରହିଥିବା ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ହଠାତ୍ ଗୁଳି ମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ […]
ନୂଆଦିଲ୍ଲୀ: ଦିଲ୍ଲୀ ଶାହୀନ ବାଗ ମାମଲାର ଶୁଣାଣି ସୁପ୍ରିମ୍ କୋର୍ଟ ଫେବ୍ରୁଆରୀ ୧୭ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ତେବେ ଶାହୀନବାଗରେ ଗତ ଦୁଇ ମାସ ହେଲା ନାଗରିକତା ସଂଶୋଧନ ଆଇନ ଏବଂ ନ୍ୟାଶନାଲ ରେଜିଷ୍ଟର ଫର୍ ସିଟିଜେନ (ଏନଆରସି) ବିରୋଧରେ ଚାଲିଥିବା ଆନ୍ଦୋଳନକୁ ନେଇ ଆଜି ସୁପ୍ରିମକୋର୍ଟ କୌଣସି ନିର୍ଦ୍ଦେଶ ତ ଦେଇ ନାହାନ୍ତି ତେବେ ଏହା ଉପରେ ଟୀପ୍ପଣି ଦେଇ କହିଛନ୍ତି କୌଣସି ସାବଜନୀନ ସ୍ଥାନ ବିକ୍ଷୋଭ ପାଇଁ ବନ୍ଦ କରିପାରିବ ନାହିଁ। ହେଲେ ଆନ୍ଦୋଳନକାରୀଙ୍କୁ […]
ନୂଆଦିଲ୍ଲୀ:ଦିଲ୍ଲୀର ଶାଲିମାରବାଗ୍ରେ ୪୪ବର୍ଷୀୟ ଜଣେ ବ୍ୟକ୍ତି ନିଜ ପୁଅ ଓ ଝିଅକୁ ହତ୍ୟା କରିବା ପରେ ନିଜେ ମେଟ୍ରୋ ଟ୍ରେନ୍ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମଧୂର ମଲାନୀ ନାମକ ଏହି ବ୍ୟକ୍ତି ଜଣକ ଗଭୀର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିଲେ। ଏ ନେଇ ସେ ବହୁତ୍ ଡିପ୍ରେସନ୍ରେ ଥିଲେ। ସଂଯୋଗ ବଶତଃ ତାଙ୍କର ପତ୍ନୀ ଘରେ ନ ଥିବାରୁ ବର୍ତ୍ତି ଯାଇଛନ୍ତି। ହେଲେ କିଛି ସମୟ ପରେ ଘରକୁ ଫେରି ନିଜର ଉଜୁଡ଼ା ସଂସାରକୁ […]
ନୂଆଦିଲ୍ଲୀ: ପଦୋନ୍ନତିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ଗତ ସପ୍ତାହରେ ରାୟ ଶୁଣାଇବା ପରେ ତାତିଛନ୍ତି ବିରୋଧୀ । ଏ ନେଇ ମୋଦି ସରକାରକୁ ଘେରିବା ଆରମ୍ଭ କରିଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି ମୋଦି ସରକାର ସଂରକ୍ଷଣ ବା କୋଟା ବ୍ୟବସ୍ଥା ବିରୋଧୀ । ଦେଶରୁ ସଂରକ୍ଷଣ ବ୍ୟବସ୍ଥା ଉଠାଇ ଦେବାକୁ ଚାହୁଁଛି ବିଜେପି। ସରକାର ପୁଣିଥରେ ସୁପ୍ରିମ କୋର୍ଟଙ୍କ ରାୟ ବିରୋଧରେ ଆବେଦନ କରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି। ରାହୁଲ […]
ନୂଆଦିଲ୍ଲୀ:
ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମ୍କୋର୍ଟଙ୍କ ରାୟ କେନ୍ଦ୍ର ସରକାରଙ୍କୁ ଏକପ୍ରକାର ଆଶ୍ୱସ୍ତି ଦେଇଛି। ୨୦୧୮ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ସଂଶୋଧିତ ଏସ୍ସି/ଏସ୍ଟି ଆଇନକୁ ସୁପ୍ରିମ କୋର୍ଟ କାଏମ ରଖିଛନ୍ତି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ନିର୍ଯାତନା ନିବାରଣ) ସଂଶୋଧନ ଆଇନ ୨୦୧୮କୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍ ଅରୁଣ ମିଶ୍ରା, ଜଷ୍ଟିସ ବୀନୀଶ ଶରଣ ଏବଂ ଜଷ୍ଟିସ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଏହି ଆବେଦନର ରାୟ ୨-୧ରେ ଶୁଣାଇଛନ୍ତି। ସୁପ୍ରିମ୍ […]
ବେଜିଂ: ଦିନକୁ ଦିବ ଭୟଙ୍କର ହେଉଛି କରୋନା ଭାଇରସ । ଆତଙ୍କ ଖେଳାଇ ଦେଇଛି ଚାଇନାରେ । ଟଳି ପଡ଼ୁଛି ଗୋଟିଏ ପରେ ଗୋଟିଏ ଜୀବନ। ଶୁକ୍ରବାର ସୁଦ୍ଧା କରୋନା ଭାଇରସ ୬୩୬ ଜଣଙ୍କ ଜୀବନ ନେଇଥିବା ବେଳେ ଆଜି ଏହିସଂଖ୍ୟା ୭୦୦ ଅତିକ୍ରମ କରିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୩୪,୫୪୬ରେ ପହଞ୍ଚି ଯାଇଛି। ପ୍ରତିକାର କରାଯାଇ ପାରୁ ନ ଥିବାରୁ ଚୀନରେ ନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଡିସେମ୍ବର ମାସରୁ ଚାଇନାରେ […]
ନୂଆଦିଲ୍ଲୀ:ସକାଳୁ ସକାଳୁ ଆରମ୍ଭ ହୋଇ ଯାଇଛି ଦିଲ୍ଲୀ ବିଧାନସଭା ପାଇଁ ଭୋଟ ଗ୍ରହଣ। ସକାଳ ୮ଟାରୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ମତଦାନ ସାବ୍ୟସ୍ତ କରୁଛନ୍ତି ଦିଲ୍ଲୀବାସୀ। ନିଜ ମନ ପସନ୍ଦର ନେତାଙ୍କୁ ବାଛୁଛନ୍ତି। ନୂଆଦିଲ୍ଲୀ ସମେତ ଦିଲ୍ଲୀର ଅନ୍ୟ ଅଞ୍ଚଳରେ ସୁରଖୁରେ ଭୋଟ୍ ଗ୍ରହଣ ଚାଲିଛି । ବିଭିନ୍ନ ବୁଥ୍ରେ ଚଳିତ ଥର ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ଦିଲ୍ଲୀର ୭୦ଟି ଆସନର ୧୩ ହଜାର ୭୫୦ଟି ବୁଥରେ ୬୭୨ ପ୍ରାର୍ଥୀଙ୍କ […]
ବେଜିଂ:ଭୟଙ୍କର ହେଉଛି କରୋନା। ଚୀନରେ ୭୦୦ ଜଣଙ୍କ ଜୀବନ ନେଲାଣି କରୋନା। ତେବେ କରୋନା ବ୍ୟାପିବା ପଛର କାରଣ ଖୋଜି ପାଇଛନ୍ତି ବୈଜ୍ଞାନିକ। ଶୁକ୍ରବାର ଏ ନେଇ ବୈଜ୍ଞାନିକ ସୂଚନା ଦେଇ କହିଛନ୍ତି, ମରଣାନ୍ତକ ଭାଇରସ୍ କରୋନା ବ୍ୟାପିବା ପଛରେ ବଜ୍ରକାପ୍ତାର ଭୂମିକା ରହିଥିବା ଆଶଙ୍କା କରାଯାଉଛି। ଏମାନଙ୍କୁ ହିଁ ଏହି ଭୟଙ୍କର ଭୂତାଣୁ ବାହକ ବୋଲି କହିଛନ୍ତି ବୈଜ୍ଞାନିକ। ଏହାର ଅନ୍ୟତମ କାରଣ ସ୍ୱରୂପ କୁହାଯାଉଛି, ପ୍ରତିବର୍ଷ ହଜାର ହଜାର ବଜ୍ରକାପ୍ତାଙ୍କୁ ସେମାନଙ୍କ ଔଷଧୀୟ ଗୁଣ […]
ରାୟପୁର: ଜୀବନ ସେମାନଙ୍କ ପାଇଁ ଥିଲା ଏକ ଚ୍ୟାଲେଞ୍ଜ। ହସି ହସି ଗ୍ରହଣ କରି ନେଇଥିଲେ। ଆଉ ଆଜି ଏଇ ଜୀବନ ଯୁଦ୍ଧରେ ଜିତି ଯାଇଛନ୍ତି ଦୁଇ ଭାଇ ଶିବନାଥ ଓ ଶିବରାମ। ଛୋଟ ପିଲା, ହେଲେ ଦମ୍ କମ୍ ନୁହେଁ। ଭାଗବାନ ତାଙ୍କ ପ୍ରତି ନିର୍ଦ୍ଦୟ ହୋଇଗଲେ। କିନ୍ତୁ ସେମାନଙ୍କ ମନରେ ଦୁଃଖ, କ୍ଷୋଭ କି ଅଭିମାନ-ଅଭିଯୋଗ କିଛି ନାହିଁ। ହସି ହସି ଜୀବନକୁ ଉପଭୋଗ କରୁଛନ୍ତି। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଏଇ […]
ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଶୁକ୍ରବାର ପୁଣିଥରେ କଶ୍ମୀର ପ୍ରସଙ୍ଗରେ ସରକାରକୁ ସମାଲୋଚନା କରିଛନ୍ତି। କଶ୍ମୀରରେ ଦୁଇ ବରିଷ୍ଠ ନେତାଙ୍କୁ ଅଟକ ରଖିବା ନେଇ ସେ ସରକାରଙ୍କ ଉପରେ ବର୍ଷିବା ସହ କହିଛନ୍ତି, କାଶ୍ମୀରରେ ସରକାର ଯେଉଁଭଳି ଶାସନ ଚଳାଇଛନ୍ତି, ତାହା କେବେ ଗ୍ରହଣୀୟ ନୁହେଁ। କାଶ୍ମୀର ଭୌଗଳିକଭାବେ ଭାରତ ସହ ମିଶି ରହିଛି ହେଲେ ମାନସିକ ଭାବେ ଆମ ସହିତ ନାହିଁ ବୋଲି ଅଧୀର ରଞ୍ଜନ କହିଛନ୍ତି। ଗୁରୁବାର ରାତିରେ ଜମ୍ମୁ […]
ନୂଆଦିଲ୍ଲୀ:ବର୍ଷକର ଶିଶୁ ଏବେ ୭ କୋଟି ଟଙ୍କାର ମାଲିକ। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା ! କଥାଟା ସତ। ଏହି ଭାଗ୍ୟବାନ ଶିଶୁଙ୍କ ନାଁରେ ତାଙ୍କ ବାପା ୟୁଏଇ(ୟୁନାଇଟେଡ୍ ଆରବ ଏମିରେଟ୍)ରେ ଏକ ଲଟେରୀ ଟିକେଟ କିଣିଥିଲେ। ଆଉ ଏହି ଲଟେରୀରେ ସେ ୭ ଲକ୍ଷ ଟଙ୍କା ଜିତିଛନ୍ତି। ୟୁଏଇ ମିଡିଆ ରିପୋର୍ଟ ଅନୁସାରେ, ଭାରତର ରସିମ ରେହମାନଙ୍କ ଏକ ବର୍ଷର ଶିଶୁପୁତ୍ର ମୋହମ୍ମଦ ସଲାହ। ପ୍ରାୟ ବର୍ଷେ ହେବ ରସିମ୍ ଦୁବାଇ ଡ୍ୟୁଟି ଫ୍ରି ପ୍ରମୋଶନରେ […]
ନୂଆଦିଲ୍ଲୀ:ଚୀନରେ ଭୟଙ୍କର ଭାବେ କାୟା ବଢାଇ ଚାଲିଛି କରୋନା ଭାଇରସ। ଗୁରୁବାର ୭୩ ଜଣଙ୍କର ମୃତ୍ୟୁ ଘଟିବା ପରେ ଏବେ ଦେଶରେ ମୃତ୍ୟୁ ସଂଖ୍ୟା ୬୩୬ରେ ପହଞ୍ଚିଛି। ୩୧ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । କରୋନା ଉତ୍ପତ୍ତିସ୍ଥଳ ୟୁହାନରେ ପରିସ୍ଥିତି ଅଧିକ ସଙ୍ଗୀନ ହୋଇଛି । ଏଠାରେ ସ୍କୁଲ କଲେଜ, ଅଫିସ, ସପିଂ ମଲ ଆଦି ବନ୍ଦ ରହିଥିବା ଦେଖିବାକୁ ମିଳୁଛି । ଲୋକଙ୍କୁ ଅତ୍ୟାବଶ୍ୟକ କ୍ଷେତ୍ରରେ ଘରୁ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । […]