• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Capture
ମସ୍‌ଜିଦ୍‌ ଜାଗାରେ ସ୍କୁଲ ନିର୍ମାଣ କରାଯିବା ଉଚିତ୍‌-ସଲିମ୍‌ ଖାନ୍‌

ନୂଆଦିଲ୍ଲୀ:ଦୀର୍ଘଦିନ ଧରି ଚାଲିଥିବା ଅଯୋଧ୍ୟା ବିବାଦର ସମାଧାନ ହୋଇ ଯାଇଛି। ସୁପ୍ରିମ କୋର୍ଟର ମୁଖ୍ୟ ବିଚାର ପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଏକ ଖଣ୍ଡପୀଠ ଶନିବାର ସର୍ବସମ୍ମତି କ୍ରମେ ରାୟ ଶୁଣାଇଛନ୍ତି ଯେ, ଏହି ବିବାଦୀୟ ସ୍ଥାନରେ ମନ୍ଦିର ନିର୍ମାଣ କରାଯବ। ମସଜିଦ୍‌ ନିର୍ମାଣ ପାଇଁ ଅନ୍ୟତ୍ର ୫ ଏକର ଜମି ସରକାର ଯୋଗାଇ ଦେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହି ରାୟ ପ୍ରକାଶ ପାଇବା ପରେ ବିଭିନ୍ନ ସ୍ଥାନରୁ ପ୍ରତିକ୍ରିୟାମାନ ଆସିଛି। […]

  • Saturday, 10 July 2021
4556667
ସୁପ୍ରିମକୋର୍ଟ ତ୍ରୁଟିଶୂନ୍ୟ ନୁହନ୍ତି-ଅଯୋଧ୍ୟା ରାୟ ଶୁଣାଣି ପରେ କହିଲେ ଓୱେସି

ହାଇଦ୍ରାବାଦ: ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ୍‌ ଓୱେସି ଶନିବାର ଅଯୋଧ୍ୟା ରାୟକୁ ନେଇ ଅସନ୍ତୋଷ ଜାହିର କରିବା ସହ ପୂର୍ବତନ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜେଏସ୍‌ ବର୍ମାଙ୍କୁ ଉଦ୍ଧୃତ କରି କହିଛନ୍ତି, ସୁପ୍ରିମ୍‌କୋର୍ଟ ‘ସୁପ୍ରିମ୍‌’ ନିଶ୍ଚୟ, କିନ୍ତୁ ‘ତ୍ରୁଟିଶୂନ୍ୟ’ ନୁହନ୍ତି। ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଓୱେସି ଏକ ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ ଉକ୍ତିକୁ ବାରମ୍ବାର ଦୋହରାଇଛନ୍ତି। ଅଯୋଧ୍ୟା ରାୟ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ମତ ଦେଇଛନ୍ତି। ଓୱେସି କହିଛନ୍ତି, ଏହା ପ୍ରମାଣ ଉପରେ ଆସ୍ଥାର ବିଜୟ। […]

  • Saturday, 10 July 2021
123
ଅଯୋଧ୍ୟା ଶୁଣାଣି: ପ୍ରସାରଣ ସମୟରେ ଯତ୍ନବାନ ହେବାକୁ ଟିଭି ଚ୍ୟାନେଲମାନଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ଶନିବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଚ୍ୟାନେଲ ଏବଂ କେବଳ ଟିଭିମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ପ୍ରସାରଣ ସମୟରେ ଯତ୍ନବାନ ହେବାକୁ ଏଥିରେ କୁହାଯାଇଛି। ଏହାକୁ ସମସ୍ତ ସ୍ୟାଟେଲାଇଟ୍‌, ଡିଟିଏଚ୍‌, ଏମ୍‌ଏସ୍‌ଓ ଏବଂ କେବଲ ଟିଭି ଅପରେଟର ମାନିବାକୁ ନିର୍ଦ୍ଦେଶ ରହିଛି। ଏଥିରେ କୁହାଯାଇଛି ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ଅଯୋଧ୍ୟା ରାୟ ସମ୍ପର୍କିତ କୌଣସି ଆଲୋଚନା, ବିତର୍କ ଏବଂ ରିପୋର୍ଟିଂ ସମୟରେ ପ୍ରୋଗ୍ରାମ୍‌ କୋଡ୍‌ ବା କାର୍ଯ୍ୟକ୍ରମ […]

  • Saturday, 10 July 2021
1234
ଅଯୋଧ୍ୟା ଶୁଣାଣି: ଅସନ୍ତୁଷ୍ଟ ପକ୍ଷଙ୍କ ପାଇଁ ରହିଛି ଏଇ ୨ ବିକଳ୍ପ

ନୂଆଦିଲ୍ଲୀ: ଅଯୋଧ୍ୟା ରାମଜନ୍ମଭୂମି ବାବରୀ ମସ୍‌ଜିଦ ବିବାଦ ୭୦ ବର୍ଷ ଧରି ଚାଲିବା ପରେ ସୁପ୍ରିମକୋର୍ଟ ଆଜି ତାଙ୍କର ରାୟ ଶୁଣାଇଛନ୍ତି। ୨.୭୭ ଏକର ଭୂମି ରାମଲାଲା ବିରାଜମାନକୁ ଦେଇଥିବାବେଳେ ସୁନ୍ନି ୱାକଫ ବୋର୍ଡକୁ ୫ ଏକର ଭୂମି ଅଯୋଧ୍ୟାର ଅନ୍ୟ ପ୍ରମୁଖ ସ୍ଥାନରେ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ସର୍ବସମ୍ମତି କ୍ରମେ ଏହି ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ତ ଚୂଡ଼ାନ୍ତ ରାୟ ବୋଲି କୁହାଯାଇ […]

  • Saturday, 10 July 2021
098761`
କରତାରପୁର କରିଡରର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କରତାରପୁର କରିଡରର ଲୋକାର୍ପଣ କରିଛନ୍ତି । ଉଦ୍‌ଘାଟନ ପରେ ପ୍ରଥମ ବ୍ୟାଚ  ଯାତ୍ରୀଦଳଙ୍କ ଯାତ୍ରାର ଶୁଭାରମ୍ଭ କରିଛନ୍ତି ମୋଦି । ପ୍ରଥମ ବ୍ୟାଚରେ ୫୫୦ ଜଣ ଯାତ୍ରୀଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହ ସାଂସଦ ସନ୍ନି ଦେଓଲ, କେନ୍ଦ୍ରମନ୍ତ୍ରୀ ହରସିମରତ କୌର, ହରଦୀପ ସିଂହ ପୁରୀ, ଭଗଓ୍ୱତ ମାନ୍ ପ୍ରମୁଖ ଯାତ୍ରା କରୁଛନ୍ତି । କରିଡର ସହ ପାସେଞ୍ଜର ଟର୍ମିନାଲ ବିଲଡିଂ ବା ଇଣ୍ଟେଗ୍ରେଟେଡ୍ ଚେକ୍ ପୋଷ୍ଟର […]

  • Saturday, 10 July 2021
1234567
କାହାର ହାର୍‌ ହୋଇନି କି କାହାର ଜିତ୍‌ ହୋଇନି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ଆଜି ଅଯୋଧ୍ୟା ମାମଲାର ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରତିକ୍ରିୟା ଜଣାଇଛନ୍ତି। ପି.ଏମ. ମୋଦି କହିଛନ୍ତି, ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଅଯୋଧ୍ୟା ମାମଲାରେ ତାଙ୍କର ନିଷ୍ପତ୍ତି ଶୁଣାଇ ଦେଲେ। ହେଲେ କିଏ ହାରିଲା-କିଏ ଜିତିଲା ଏହାର ଉତ୍ତର ରାୟରୁ କେହି ଖୋଜିବା ଉଚିତ୍‌ ନୁହେଁ। ରାମ ଭକ୍ତି ହେଉ ଅବା ରହିମ୍‌ ଭକ୍ତି- ଏପରି ସମୟରେ ଆମ ଭିତରେ ଭାରତଭକ୍ତିର ଭାବନା ଜାଗ୍ରତ ହେବା […]

  • Saturday, 10 July 2021
23456
ସନ୍ତୁଷ୍ଟ ନୁହଁ, କିନ୍ତୁ ସମ୍ମାନ ଦେବୁ-ରାୟ ଶୁଣାଣି ପରେ ଏମିତି କହିଲେ ମୁସଲିମ୍ ପର୍ସନଲ ଲ ବୋର୍ଡ୍

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପ୍ରକାଶ ପାଇଛି। ବିବାଦୀୟ ସ୍ଥଳକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ। ସେହିଭଳି ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ମସଜିଦ୍ ନିର୍ମାଣ ପାଇଁ ଜାଗା ଦେବାକୁ ଦେଇଛନ୍ତି ଆଦେଶ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମୁସଲିମ ପକ୍ଷଙ୍କୁ ୫ଏକର ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତାସହ  ମସଜିଦ ନିର୍ମାଣରେ ସହାୟତା ପାଇଁ […]

  • Saturday, 10 July 2021
111111
ଅଯୋଧ୍ୟା ମାମଲା ଶୁଣାଣି: ବିବାଦୀୟ ସ୍ଥାନରେ ହେବ ରାମମନ୍ଦିର

ନୂଆଦିଲ୍ଲୀ:ଦୀର୍ଘ ୪୦ ଦିନ ଧରି ମାରାଥନ ଶୁଣାଣି ପରେ ଆଜି ଅଯୋଧ୍ୟାର ବିବାଦୀୟ ସ୍ଥାନ ଉପରେ ସୁପ୍ରିମକୋର୍ଟ ତାଙ୍କର ନିଷ୍ପତ୍ତି ଶୁଣାଇଛନ୍ତି। ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ସର୍ବସମ୍ମତି କ୍ରମେ ଅର୍ଥାତ୍‌ ୫-୦ରେ ଶୁଣାଇଛନ୍ତି ଏହି ଐତିହାସିକ ରାୟ। ନିର୍ମୋହୀ ଆଖଡ଼ାର ଦାବିକୁ ଖାରଜ କରି ସୁପ୍ରିମ୍‌କୋର୍ଟ ରାମଙ୍କ ଜନ୍ମଭୂମି ଏବଂ ସୁନ୍ନି ୱାକଫ ବୋର୍ଡକୁ ହିଁ ପକ୍ଷକାର ମାନି ମାମଲାର ବିଚାର କରିଛନ୍ତି। ଆଲହାବାଦ୍‌ କୋର୍ଟ ଦ୍ୱାରା ବିବାଦୀୟ ଜାଗାକୁ ତିନି ପକ୍ଷ […]

  • Saturday, 10 July 2021
SupremeCourt
ଅଯୋଧ୍ୟା ମାମଲାର ଶୁଣାଣି: ମୁସ୍‌ଲିମ ପକ୍ଷଙ୍କୁ ଅନ୍ୟତ୍ର ଜାଗା ଦେବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦର ଶୁଣାଣି ସୁପ୍ରିମ୍‌ କୋର୍ଟରେ ଆରମ୍ଭ ହୋଇ ଯାଇଛି। ୫ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ସକାଳ ସାଢେ ୧୦ଟାରେ ସେମାନଙ୍କ ଶୁଣାଣି ପଢି ଶୁଣାଇବା ଆରମ୍ଭ  କରିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ପଢି ଶୁଣାଇଥିଲେ ଏହି ଐତିହାସିକ ରାୟ। ୧-ସିଆ ୱାକଫ୍ ବୋର୍ଡର ସିଙ୍ଗଲ ଲିଭ୍ ପିଟିସନ ଖାରଜ ୨-ନିର୍ମୋହି ଆଖଡ଼ା ପିଟିସନ ବି ଖାରଜ ହୋଇଥିବା ସୂଚନା ୩-ନିର୍ମୋହି ଆଖଡ଼ା ସେବାୟତ ନୁହଁନ୍ତି କହିଲେ କୋର୍ଟ ୪-ବାବ୍ରି ମସଜିଦ ମିର୍ […]

  • Saturday, 10 July 2021
1513604070 (1)
ଉଚ୍ଚସ୍ତରୀୟ ବୈଠକ ଡାକିଲେ ଅମିତ୍‌ ଶାହ

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବାକୁ ଯାଉଛି ଅଯୋଧ୍ୟା ରାୟ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ଜଜ୍‌ଙ୍କ ସୁରକ୍ଷା ଓ ଶାନ୍ତି ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ରାୟ ପ୍ରକାଶ ପାଇବାର କିଛି ସମୟ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ଗୁଇନ୍ଦା ମୁଖ୍ୟ ଅରବିନ୍ଦ କୁମାର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗଦେବାର […]

  • Saturday, 10 July 2021
123451asd
କୋଇଲା ଖଣିରେ ଦୁର୍ଘଟଣା ଜନିତ କ୍ଷତିପୂରଣ ରାଶି ୩ ଗୁଣା ବଢ଼ିଲା

ନୂଆଦିଲ୍ଲୀ: କୋଇଲା ଖଣିରେ ହେଉଥିବା ଦୁର୍ଘଟଣା ଜନିତ କ୍ଷତିପୂରଣ ରାଶିକୁ ୩ ଗୁଣ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। କୋଇଲା କମ୍ପାନୀ ଏବଂ କମ୍ପାନୀ ସହ ଜଡ଼ିତ ଥିବା ଅନ୍ୟ କମ୍ପାନୀର ଶ୍ରମିକ ଓ କର୍ମଚାରୀମାନେ ଏହି ଲାଭ ପାଇବେ। ପୂର୍ବରୁ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ରାଶି ମିଳୁଥିଲା। ଏବେ ଏହା ୧୫ ଲକ୍ଷ ଟଙ୍କା କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ […]

  • Saturday, 10 July 2021
download
ଫେସ୍‌ବୁକ୍‌ରେ ଆଉ ଖୋଲି ପାରିବେନି ଫେକ୍‌ ଆକାଉଣ୍ଟ

ନୂଆଦିଲ୍ଲୀ: ଫେସ୍‌ବୁକ୍‌ରେ ଆଉ କେହି ଫେକ୍‌ ଆକାଉଣ୍ଟ ଖୋଲି ପାରିବେନି। କାରଣ ଫେସ୍‌ବୁକ୍‌ ଏବେ ୟୁଜର୍ସମାନଙ୍କୁ ଚିହ୍ନଟ କରିବ।ଆଣୁଛି ଏକ ନୂଆ ସିଷ୍ଟମ୍‌। ଆପ୍‌ ରିଭର୍ସ ଇଞ୍ଜିନିୟର ଜେନ୍‌ ମାନ୍‌ଚା ୱାନ୍ଗଙ୍କ କହିବା ଅନୁଯାୟୀ ସୁରକ୍ଷା ଏବଂ ଗୋପନୀୟତାକୁ ଦୃଷ୍ଟିରେ ରଖି ଫେସବୁକ୍‌ ଫେସିଆଲ ରେକଗ୍‌ନେସନ ସିଷ୍ଟମ(facial-recognition-system)ର ମାନ ବୃଦ୍ଧି କରିବାକୁ ଯାଉଛି। ଏହି ଟେକ୍ନଲଜି ଦ୍ୱାରା ଫେସବୁକ୍‌ ଜାଣିପାରିବ ବ୍ୟବହାର କରାଯାଉଥିବା ଆକାଉଣ୍ଟର ୟୁଜର୍ସ ଅସଲି ବା ନକଲି। ଫେସବୁକ୍‌ରେ ଫେକ୍‌ ପ୍ରୋଫାଇଲ ସଂଖ୍ୟା ବଢିବାରେ […]

  • Saturday, 10 July 2021
123456
ବିଜେପି-ଶିବସେନା ଜିଦ୍‌ରେ ଅଟଳ, ରାଜ୍ୟପାଳଙ୍କ ପାଖରେ ରହିଛି ୪ ବିକଳ୍ପ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପି-ଶିବେସନା ଯେପରି ମୁହାଁମୁହିଁ ସ୍ଥିତିରେ ଅଛନ୍ତି,  ସରକାର ଗଢ଼ିବା ନେଇ ଅନିଶ୍ଚିତତା ଦେଖା ଦେଇଛି। ଆସନ୍ତାକାଲି ଶେଷ ହେଉଛି ଚଳିତ ବିଧାନସଭାର କାର୍ଯ୍ୟକାଳ। ଏଭଳି ସ୍ଥିତିରେ ରାଜ୍ୟପାଳ ଭଗତ ସିଂହ କୋଶିୟାରିଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର । ସମ୍ବିଧାନ ବିଶେଷଜ୍ଞ ସୁବାସ କଶ୍ୟପ କହିଛନ୍ତି ବର୍ତ୍ତମାନ ସ୍ଥିତିରେ ରାଜ୍ୟପାଳଙ୍କ ପାଖରେ ୪ଟି ବିକଳ୍ପ ରହିଛି। ୧. ରାଜ୍ୟପାଳ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇବା ପାଇଁ କହିପାରିବେ। ଯେତେ […]

  • Saturday, 10 July 2021
1212
୯୨ରେ ପାଦ ଥାପିଲେ ଆଡଭାନୀ

ନୂଆଦିଲ୍ଲୀ: ବିଜେପିର ଭୀଷ୍ମପିତାମହ କୁହାଯାଉଥିବା  ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ଆଜି ୯୨ ବର୍ଷରେ ପାଦ ଥାପିଛନ୍ତି।  ଏହି ଅବସରରେ ଦଳ ତଥା ଦଳ ବାହାରର ନେତା ଓ ଶୁଭେଚ୍ଛୁମାନେ ତାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ବିଜେପି ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡା ତାଙ୍କ ବାସଭବନକୁ ଯାଇ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଆଡ଼ଭାନୀଙ୍କୁ ଆଜି ଭେଟିବା ପୂର୍ବରୁ […]

  • Saturday, 10 July 2021