ନୂଆଦିଲ୍ଲୀ: ଅଲଜାଇମର ରୋଗରେ ପୀଡିତ ଦିଲ୍ଲୀର ଜଣେ ୮୭ ବର୍ଷ ବୟସ୍କା ମହିଳା ଏବଂ ତାଙ୍କ ୯୦ ବର୍ଷ ବୟସ୍କ ସ୍ୱାମୀ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି। କରୋନା ସହ ଲଢି ସୁସ୍ଥ ହେବା ପରେ ଏବେ ଉଭୟେ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି। ସାରା ବିଶ୍ୱରେ କରୋନାରେ ଅଧିକ ବୟସ୍କ ଲୋକଙ୍କ ଜୀବନ ଯାଉଥିବାବେଳେ ଏହି ଦମ୍ପତ୍ତିଙ୍କ ସୁସ୍ଥ ହେବା ଘଟଣା ରୋଗୀ ତଥା ଡାକ୍ତରଙ୍କ ପାଇଁ ନିଶ୍ଚୟ ଆଶାର କିରଣ ଅଟେ। […]