ଜୟପୁର: ରାଜସ୍ଥାନରେ ସଚିନ ପାଇଲଟଙ୍କ ବିଦ୍ରୋହକୁ ନେଇ ଛକାପଞ୍ଛା ଲାଗି ରହିଛି। ଏପରି ପରିସ୍ଥିତିରେ ଏଆଇସିସି ପକ୍ଷରୁ ଦୁଇ କଂଗ୍ରେସ ବିଧାୟକଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଛି । ଏହି ବିଧାୟକ ହେଲେ ଭଁଅର ଲାଲ ଶର୍ମା ଓ ବିଶବେନ୍ଦ୍ର ସିଂ। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ସହ ସରକାରକୁ ଭାଙ୍ଗିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁଇ ବିଧାୟକଙ୍କୁ ଏଆଇସିସି ପକ୍ଷରୁ ନୋଟିସ ଜାରି କରାଯାଇଛି […]
ଶ୍ରୀନଗର: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ୨ ଦିନିଆ ଗସ୍ତରେ ଯାଇ ଆଜି ଲେହରେ ପହଞ୍ଚିଛନ୍ତି। ସେଠାରେ ଭାରତୀୟ ସେନାର ଯାବାନମାନଙ୍କୁ ସମ୍ବୋଧିତ କରି ଯବାନଙ୍କ ମନୋବଳ ବଢାଇବା ସହ ଚୀନ୍କୁ ଦୃଢ ବାର୍ତ୍ତା ଦେଇଛନ୍ତି। ଲେହର ଲୁକୁଙ୍ଗ ଆଉଟପୋଷ୍ଟରେ ସୈନିକଙ୍କୁ ସମ୍ବୋଧିତ କରୁଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଦୁନିଆର କୌଣସି ଶକ୍ତି ଭାରତର ଏକ ଇଞ୍ଚ ଜମି ମଧ୍ୟ ଛୁଇଁ ପାରିବ ନାହିଁ। ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଯଦି ଭାରତର […]
ଭାଇ ଭଉଣୀର ଅନାବିଳ ଭଲ ପାଇବାର ଏକ ଦୃଶ୍ୟ। ଛୋଟ ହେଲେ ବି କୁନି ଭଉଣୀକୁ ମରଣ ମୁହଁରୁ ଛଡ଼ାଇ ଆଣିବା ପାଇଁ ୬ ବର୍ଷର ଭାଇ କୁକୁର ସହ ଲଢୁଛି। ମୁହାଁମୁହିଁ ସ୍ଥିତି। ଶେଷରେ ଜିତି ଯାଇଛି ଭାଇ। ମୁହଁରେ ଅନେକ କ୍ଷତ । ତଥାପି ସେ ଖୁସି ଭଉଣୀକୁ ବଞ୍ଚାଇ ପାରିଛି ବୋଲି। ଏମିତି ଏକ ଭିଡିଓ ସୋଶିଆଲ ମିଡିଆରେ ବେଶ ଭାଇରାଲ ହୋଇଛି। ଭାଇର ନାଁ ବ୍ରିଜର ୱାକର । ବୋଧହୁଏ ଆମେରିକାର […]
ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହୋଇପଡ଼ିଲାଣି କରୋନା ସ୍ଥିତି। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନୂଆ ରେକର୍ଡ କରୁଛି। ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ପାର କରିଛି। ସେହିପରି ମୃତକଙ୍କ ସଂଖ୍ୟା ୨୫ ହଜାର ୬୦୨କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ସର୍ବାଧିକ ୩୪ ହଜାର ୯୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩ ହଜାର ୮୩୨କୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟାରେ […]
ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ମୁକାବିଲାରେ ନିୟୋଜିତ ୯୦ରୁ ଅଧିକ ଡାକ୍ତରଙ୍କ ଜୀବନ ଗଲାଣି । ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଏହି ତଥ୍ୟ ପ୍ରକାଶିତ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ, ଭାରତରେ କୋଭିଡ-୧୯ ଡ୍ୟୁଟି କରୁଥିବା ୯୩ ଜଣ ଡାକ୍ତରଙ୍କର ଇତି ମଧ୍ୟରେ ମୃତ୍ୟୁ ହୋଇସାରିଛି। ୧ ହଜାର ୨୭୯ ଜଣ ଡାକ୍ତର ସଂକ୍ରମିତ ହୋଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ IMA ମୁଖ୍ୟ ଡାକ୍ତର ରାଜନ […]
ଜମ୍ମୁକାଶ୍ମୀର: ଆଜିଠୁ ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ୍ ଓ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍ଏମ୍ ନରଓ୍ୱାଣେ ମଧ୍ୟ ତାଙ୍କ ସହ ଏହି ଗସ୍ତରେ ସାମିଲ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲେହର ଷ୍ଟୁକୋ ପହଞ୍ଚି ଯାଇଛନ୍ତି | ପାରା କମାଣ୍ଡୋମାନେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମ୍ମାନ ପ୍ରଦର୍ଶନ କରିବା ପରେ ପାଙ୍ଗୋଙ୍ଗ ହ୍ରଦ ନିକଟରେ ପାରା କମାଣ୍ଡୋମାନେ ଯୁଦ୍ଧ ଅଭ୍ୟାସ […]
ନୂଆଦିଲ୍ଲୀ: ପ୍ରାୟ ୯୦ ଦିନ ପରେ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଫ୍ରାନ୍ସ ଏବଂ ଆମେରିକା ସହିତ ଏକ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି | ଏହି ଅନୁଯାୟୀ, ବର୍ତ୍ତମାନ ଏହି ଦେଶଗୁଡିକ ଶୁକ୍ରବାର ଅର୍ଥାତ୍ ଆଜିଠାରୁ ଆନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରି ପାରିବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ (ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଙ୍ଗ ପୁରୀ) ଏହି ସୂଚନା […]