ଇମ୍ଫାଲ: ମଣିପୁର ଅତିରକ୍ତ ପୋଲିସ ଅଧୀକ୍ଷକ (ASP) ଥୌନାଓଜମ ବୃନ୍ଦା ଏକ ଡ୍ରଗ୍ସ ମାମଲାର ଅଦାଲତ ଶୁଣାଣି ପରେ ପାଇଥିବା ସମ୍ମାନଜନକ ପୋଲିସ ପଦକ ଫେରାଇ ଦେଇଛନ୍ତି। ସେ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କୁ ନିଜ ମେଡାଲ ଫେରାଇ ଦେଇଛନ୍ତି। ଏକ ଡ୍ରଗ୍ସ ମାମଲାରେ ଭାରତୀୟ ଜନତା ପାର୍ଟିର ପୂର୍ବ ଏଡିସି ଚେୟାରମ୍ୟାନଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଡ୍ରଗ୍ସ ମାମଲା ଯାଞ୍ଚରେ ନିଜର ପାରଦର୍ଶିତା ପାଇଁ ପୋଲିସ ଅଧିକାରୀ ବ୍ରିନ୍ଦାଙ୍କୁ ଏହି ମେଡାଲ ମିଳିଥିଲା। […]
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଫେରିବେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଜୟ ମହାନ୍ତିଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ଅଣାଯିବ। ଗତ କିଛିଦିନ ହେଲା ଅସୁସ୍ଥ ହୋଇ ସେ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ତାଙ୍କୁ ଓଡ଼ିଶା ଫେରାଇ ଆଣି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବ। ସେଠାରେ ତାଙ୍କ ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି। […]
ନବରଙ୍ଗପୁର: କେଉଁଠି ସମ୍ପତ୍ତି ପାଇଁ ପର ହୋଇଯାଉଛି ଆପଣାର ମଣିଷ। ଅଚିହ୍ନା ପାଲଟି ଯାଉଛି ରକ୍ତର ସମ୍ପର୍କ। ମାରପିଟ… ହଣାକଟା। ହେଲେ ନବରଙ୍ଗପୁରରେ ଦେଖିବାକୁ ମିଳିଛି କିଛି ନିଆରା ଦୃଶ୍ୟ। ଏଠି ସମ୍ପର୍କ ସନ୍ତାନ, ପରିବାର ସହ ନୁହେଁ, ସମ୍ପର୍କ ଏଠି ଗଢି ଉଠିଛି ମହାପ୍ରଭୁ ଜଗନ୍ନାଥଙ୍କ ସହ। ଜଗନ୍ନାଥଙ୍କୁ ନିଜର ପୁଅ ବୋଲି ଭାବୁଥିଲେ। ଆଉ ନିଜର ତିନି ମହଲା କୋଠା ସେଇ ପୁଅ ହିଁ ନେଉ ବୋଲି ସେ ଚାହୁଁଥିଲେ। ଆଉ ତାଙ୍କ ଦେହାନ୍ତ […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ ହୋଇଛି। ଗତକାଲି ରାତି ପ୍ରାୟ ୧୧ଟା ୪୬ ମିନିଟ୍ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ, ଏନସିଆର୍ ଓ ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିଚର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୨ ଥିବା ସୂଚନା ମିଳିଛି । ଭୂମିକମ୍ପର ଉତ୍ପତ୍ତି ସ୍ଥଳ ହରିଆଣାର ଗୁରୁଗ୍ରାମଠାରୁ ୪୮ କିଲୋମିଟର୍ ଦୂରରେ ଥିଲା। ଭୂକମ୍ପ ହେବା କ୍ଷଣି ଲୋକେ ନିଜ ଘରୁ ବାହାରି ଆସିଥିଲେ। ବେଶ କିଛି ସମୟ ପାଇଁ ଦିଲ୍ଲୀ […]
ଲଣ୍ଡନ- ଇଂଲଣ୍ଡର ନଟିଙ୍ଗମଶାୟର (Nottinghamshire) ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଖାଲି ଆଶ୍ଚର୍ଯ୍ୟ ହେବେନି ବରଂ ମାନବିକତା ପରି ଏକ ଶବ୍ଦ ଉପରୁ ବିଶ୍ୱାସ ତୁଟିଯିବ । ଏଠାରେ ୧୯ ମାସର ଏକ ଶିଶୁକୁ ତା’ର ନିଶାଗ୍ରସ୍ତ ମା’ ଫୁଟନ୍ତା ପାଣିରେ ପକାଇ ଦେଇଛି । କୋକିନ ନିଶାରେ ପିଲାଟିକୁ ଖାଲି ଫୋପାଡ଼ି ଦେଇନି, ବରଂ ଏକ ଘଣ୍ଟା ପର୍ଯ୍ୟନ୍ତ ପିଲାଟିକୁ ସେମିତି କଷ୍ଟରେ ଛଟପଟ […]
ସୁରତ: ଛୋଟ, ହେଲେ ଦାନ ତାର କେତେ ମହାନ ସତେ ! ମରି ବି ହୋଇଗଲା ଅମର। ଖାଲି ଅମର ନୁହେଁ, ୭ ଜଣଙ୍କୁ ଦେଇଗଲା ନୂଆ ଜୀବନ । ସେ ଗୁଜରାଟ ସୁରତ ଜିଲ୍ଲାର ଏକ ଅଢେଇ ବର୍ଷର ଶିଶୁ। ନାଁ ତାର ୟଶ ଓଝା। ଏଇ ଅଢେଇ ବର୍ଷର ଶିଶୁ ନିଜ ଜୀବନ ବଦଳରେ ୭ ଜଣଙ୍କୁ ନୂଆ ଜୀବନ ଦେଇ ଯାଇଛି। ଅଢେଇ ବର୍ଷର ଶିଶୁ ୟଶ। ଗୁଲୁଗୁଲୁ ସୁନ୍ଦର ଚେହେରାରେ ସମସ୍ତଙ୍କ […]
ୱାଶିଂଟନ: ନିର୍ବାଚନରେ ଆନୁଷ୍ଠାନିକ ଭାବେ ଜିତିବା ପରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ୱିଲମିଙ୍ଗଟନ୍ କ୍ୱିନ ଭେନ୍ୟୁରେ ତାଙ୍କର ପ୍ରଥମ ଅଭିଭାଷଣ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଯୋଗୀମାନଙ୍କୁ ମୁଁହତୋଡ ଜବାବ ଦେଇଛନ୍ତି । ଟ୍ରମ୍ପଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ତାଙ୍କର ଏହି ଅଭିଭାଷଣକୁ ସାରା ଆମେରିକାରେ ଲୋକମାନେ ଟେଲିଭିଜନ ଜରିଆରେ ଦେଖିଥିଲେ । ସେ କହିଥିଲେ, ଏହି ନିର୍ବାଚନ ହେଉଛି ଆମେରିକା ଲୋକଙ୍କ ପ୍ରକୃତ ଇଛାର […]