ଖୋର୍ଦ୍ଧା: ସେସୁକୁ ଟାଟା ପାୱାରା ଅଧିଗ୍ରହଣ କରିବା ପରେ ପ୍ରାୟ ୭ହଜାର କର୍ମଚାରୀ ଚାକିରି ହରାଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ଫ୍ରାଞ୍ଚାଇଜ୍ ଅଧୀନରେ କାମ କରୁଥିବା ୬ ହଜାର ୭୦୦ କର୍ମଚାରୀଙ୍କୁ କାମରୁ ଛଟେଇ କରାଯାଇଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ୨୦୦୮ ମସିହାରୁ ଫାଇଲିନ୍, ହୁଡହୁଡ୍, ଫନି ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ କାମ କରି ଆସୁଥିବା ଏହି କର୍ମଚାରୀଙ୍କୁ ଏବେ ହଠାତ୍ କାମରୁ ହଟାଇ ଦିଆଯାଇଛି। ମହାମାରୀ କରୋନା ସମୟରେ ସରକାରଙ୍କ ଏପରି ପଦକ୍ଷେପକୁ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓଲ୍ଡ୍ ଟାଉନ୍ର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର କିଛି ଘରକୁ ସର୍ଭେଲାନ୍ସରେ ରଖାଯାଇଥିବା ଜଣାପଡ଼ିଛି। କରୋନା ସଂକ୍ରମଣ ଆଶଙ୍କାରେ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କାହିଁକି ଏହି ଘର ଗୁଡ଼ିକୁ ସର୍ଭେଲାନ୍ସରେ ରଖାଗଲା ସେନେଇ ସରକାର ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ କରି ନାହାନ୍ତି। ଏପରିକି ସେହି ଅଞ୍ଚଳକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ ମଧ୍ୟ ଘୋଷଣା ହୋଇନାହିଁ କିମ୍ବା କିଛି ସ୍ପଷ୍ଟ ଭାବେ […]
ଭୁବନେଶ୍ୱର: ରାଜ୍ୟରେ ଆହୁରି ୪ ଦିନ ଅର୍ଥାତ୍ ୭ ତାରିଖ ଯାଏ ବର୍ଷା ଲାଗି ରହିବ। ଏହାସହ ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି। ବିହାରରୁ ଛତିଶଗଡ଼ ମଧ୍ୟରେ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ଓଡ଼ିଶାରେ ୪ ଦିନ ଯାଏ ବର୍ଷା ଲାଗି ରହିବା ସହ ୩୦/୪୦ କି.ମି ବେଗରେ ପବନ ବହିପାରେ। ଏ ନେଇ ୧୯ ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। […]
ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମାରେ ଆଜି ସକାଳେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି। National Centre for Seismologyର ସୂଚନା ଅନୁସାରେ, ଆଜି ସକାଳ ୭ଟା ୧୦ମିନିଟ୍ରେ ଏହି ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କିଛି ଜଣାପଡ଼ିନାହିଁ। Earthquake of magnitude 4.3 on the Richter scale hit Bangladesh-India border region at 07:10 am today: National […]
ନୂଆଦିଲ୍ଲୀ: ସେଭିଂସ୍ ଡିପୋଜିଟ୍ ଉପରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI) ଏହାର ସୁଧ ହାର କମାଇଛି। ୫ ବେସିସ୍ ପଏଣ୍ଟ ହ୍ରାସ କରି ଏହାକୁ ୨.୭୦ ପ୍ରତିଶତ ରଖିଛି SBI। ଗତ ମେ ୩୧ ତାରିଖରୁ ଏହା ପିଛିଲା ଭାବେ ଲାଗୁ ହେବ। ଏହାକୁ ମିଶାଇ ଚଳିତ ବର୍ଷ ୨ ମାସରେ ୨ ଥର ସେଭିଂସ୍ ଡିପୋଜିଟ୍ ଉପରେ ସୁଧ ହାର ହ୍ରାସ କଲାଣି SBI। ଗତ ଏପ୍ରିଲରେ ମଧ୍ୟ ସେଭିଂସ୍ ଡିପୋଜିଟ୍ ଉପରେ ସୁଧହାର ହ୍ରାସ […]
ମୁମ୍ବାଇ: ମହାରାଷ୍ଟ୍ରରେ ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା ‘ନିସର୍ଗ’। ଘଣ୍ଟାକୁ ୧୩ କି.ମି. ବେଗରେ ଏହା ଗତି କରୁଛି। ଭୀଷଣ ବାତ୍ୟାର ରୂପ ନେଇ ଆଜି ଅପରାହ୍ନରେ ମୁମ୍ବାଇର ୯୬ କିଲୋମିଟର ଦକ୍ଷିଣକୁ ଆଲିବାଗ ନିକଟରେ ଲ୍ୟାଣ୍ଡ୍ଫଲ୍ କରିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ସୂଚନା ଦେଇଛି। ଯେଉଁ ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁବ, ସେହି ସମୟରେ ମୁମ୍ବାଇ ସହ ଥାଣେ, ପାଲଘର ଓ ରାଇଗଡ ଜିଲ୍ଲାରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର , ଏପରିକି ୧୨୦ […]
ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି। ଏନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀ କେରଳରେ ପହଞ୍ଚିବା ପରେ IMD ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଲା’ ନିନା ପ୍ରଭାବରେ ଚଳିତ ଥର ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି IMD ଡିଜି କହିଛନ୍ତି। ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ୧୦୨ % ବର୍ଷା ହେବା ନେଇ ଆକଳନ କରାଯାଇଛି। ସେହିପରି ଉତ୍ତର-ପଶ୍ଚିମାଞ୍ଚଳରେ ସର୍ବାଧିକ ୧୦୭% ବର୍ଷା, […]
ଭୁବନେଶ୍ୱର/ରାଇପୁର: ଓଡ଼ିଶା ପ୍ରତି ଅଧିକ ବଢ଼ିଲା ପଙ୍ଗପାଳ ଭୟ। ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଜଙ୍ଗଲରେ ଏହି ପଙ୍ଗପାଳ ଦଳ ପହଞ୍ଚିବା ପରେ ଓଡ଼ିଶାରେ ପଙ୍ଗପାଳ ପହଞ୍ଚିବା ନେଇ ଛନକା ଆହୁରି ବଢ଼ିଛି। ଛତିଶଗଡ଼ କୋରିଆ ଜିଲ୍ଲାରେ ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ଦେଖିବାକୁ ମିଳିଛି। ଭରତପୁର ଜଙ୍ଗଲରେ ଏମାନେ ଥିବାବେଳେ ଗ୍ରାମାଞ୍ଚଳ ଆଡ଼କୁ ମୁହାଁଇବାର ଆଶଙ୍କା ରହିଛି। ତେବେ ପଙ୍ଗପାଳଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ ହୋଇଛି। ଜଙ୍ଗଲ ପାଖରେ ରହୁଥିବା ଗାଁ ଲୋକେ ପଙ୍ଗପାଳକୁ ଘଉଡ଼ାଇବା ପାଇଁ […]
ନୂଆଦିଲ୍ଲୀ: କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏନେଇ ଭାରତୀୟ ପାଣିପାଗ ବିଭାଗର ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି। ଠିକ୍ ସମୟରେ ଚଳିତ ବର୍ଷ ମୌସୁମୀ ବାୟୁ କେରଳରେ ପହଞ୍ଚିଛି। ସାଧାରଣତଃ ଜୁନ୍ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିଥାଏ ଏବଂ ଜୁଲାଇ ୧୫ ସୁଦ୍ଧା ଏହା ସାରା ଦେଶକୁ ଆଚ୍ଛାଦିତ କରିଥାଏ। କିନ୍ତୁ ଚଳିତ ଥର ବାତ୍ୟା ‘ଅମ୍ପନ୍’ ଯୋଗୁ ମୌସୁମୀ ବାୟୁ ପହଞ୍ଚିବାରେ ବିଳମ୍ବ ହୋଇପାରେ ବୋଲି କୁହାଯାଇଥିଲା ଏବଂ ଜୁନ୍ […]
ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଜୁନ୍ ୩୦ ଯାଏ ଲକ୍ଡାଉନ୍ ଅବଧି ବୃଦ୍ଧି କରାଯାଇ ଥିବାବେଳେ ୩ଟି ପର୍ଯ୍ୟାୟରେ ଲକ୍ଡାଉନ୍ କଟକଣା ହଟିବ। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡ୍ଲାଇନ୍ସ ଜାରି ହୋଇଛି। ନୂଆ ଗାଇଡଲାଇନ୍ସ ଅନୁସାରେ, କଣ୍ଟେନ୍ମେଣ୍ଟ୍ ଜୋନ୍ରେ ଜୁନ୍ ୩୦ ଯାଏ ଲକ୍ଡାଉନ୍ କଟକଣା ବଳବତ୍ତର ରହିଛି। ତେବେ କଣ୍ଟେନ୍ମେଣ୍ଟ୍ ଜୋନ୍ ବାହାରେ ପର୍ଯ୍ୟାୟକ୍ରମେ କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। କଣ୍ଟେନ୍ମେଣ୍ଟ୍ ଜୋନ୍ […]
...
ନୂଆଦିଲ୍ଲୀ: ବଙ୍ଗୋପସାଗର ପରେ ଏବେ ଆରବ ସାଗରରେ ଦାନା ବାନ୍ଧୁଛି ଏକ ବାତ୍ୟା ! ଦକ୍ଷିଣ ପୂର୍ବ ଓ ମଧ୍ୟ ପୂର୍ବ ଆରବ ସାଗରରେ ସୃଷ୍ଟ ଲଘୁଚାପ ଆଜି ସନ୍ଧ୍ୟା ସୁଦ୍ଧା ଅବପାତର ରୂପ ନେଇପାରେ। ଏହାର ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ସାଇକ୍ଲୋନିକ୍ ଷ୍ଟର୍ମ ବା ବାତ୍ୟାର ରୂପ ନେବା ନେଇ ସମ୍ଭାବନା ରହିଛି। ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏହା ଉତ୍ତର ଦିଗକୁ ଗତି କରିବ। ଏହାପରେ ଦିଗ ପରିବର୍ତ୍ତନ କରି ଉତ୍ତର ଓ […]
ନୂଆଦିଲ୍ଲୀ: ଆରବ ସାଗର ଓ ଲାକ୍ଷାଦ୍ୱୀପ ଉପରେ ସୃଷ୍ଟ ଲଘୁଚାପ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ଆସନ୍ତା ସପ୍ତାହରେ ମହାରାଷ୍ଟ୍ର ଓ ଗୁଜରାଟରେ ପହଞ୍ଚିବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଡିପ୍ରେସନ୍ ଓ କ୍ରମଶଃ ଘନୀଭୂତ ହୋଇ ଏହାର ୨୪ ଘଣ୍ଟା ମଧ୍ୟରେ ଏହା ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇପାରେ ବୋଲି ଆଇଏମ୍ଡି ଆକଳନ କରିଛି। ଏହା ଉତ୍ତରଦିଗକୁ ଗତି କରି […]