ନୂଆଦିଲ୍ଲୀ: ଆଜି ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ। ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ, ଯାହାକି ରାତି ୧୧ଟା ୧୫ ମିନିଟ୍ରେ ଆରମ୍ଭ ହୋଇ ରାତି ୨ଟା ୩୪ ମିନିଟ୍ରେ ଶେଷ ହେବ। ଏସିଆ, ୟୁରୋପ, ଆଫ୍ରିକା, ଅଷ୍ଟ୍ରେଲିଆ, ଭାରତ ମହାସାଗର,ଆଣ୍ଟାର୍ଟିକା ଓ ଦକ୍ଷିଣ ଆମେରିକାର ଅଧିକାଂଶ ଅଞ୍ଚଳରେ ଏହି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ। ଚଳିତ ବର୍ଷ ଜାନୁଆରୀ ୧୦ରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇଥିଲା। ଆଜି ପରେ ତୃତୀୟ ଗ୍ରହଣ ଜୁଲାଇ […]
ଝାରସୁଗୁଡ଼ା: ଘରର ଜଣେ ପୁଅର ମୃତ୍ୟୁ ପରେ ଦୁଃଖରେ ମ୍ରିୟମାଣ ହୋଇ ମା’ଙ୍କ ସମେତ ୫ ଭାଇଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏହି ଘଟଣାରେ ପୂର୍ବରୁ ପରିବାରର ୩ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ପରିବାରର ଜଣେ ପୁଅର ମୃତ୍ୟୁ ପରେ ପ୍ରଥମେ ଘରର ଆଉ ଜଣେ ପୁଅ, ତା’ପରେ ମା’ ଓ ଜଣେ ଭଉଣୀଙ୍କ ମୃତ୍ୟୁ ଘଟିଥିଲା। ଆଜି ସକାଳେ ଆଉ ଜଣକ […]
ନୂଆଦିଲ୍ଲୀ: ଝାଡ଼ଖଣ୍ଡ ଓ କର୍ଣ୍ଣାଟକରେ ଆଜି ସକାଳେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। National Center for Seismologyର ସୂଚନା ଅନୁଯାୟୀ, ଆଜି ସକାଳ ୬ଟା ୫୫ ମିନିଟ୍ରେ ଝାଡ଼ଖଣ୍ଡର ଜାମ୍ସେଦପୁରରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରରେ ଏହାର ତୀବ୍ରତା ୪.୭ ଥିଲା। ସେହିପରି କର୍ଣ୍ଣାଟକର ହାମ୍ପିରେ ସମାନ ସମୟରେ ଅର୍ଥାତ୍ ସକାଳ ୬ଟା ୫୫ ମିନିଟ୍ରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି। National […]
ଭୁବନେଶ୍ୱର: କରୋନା ସଂକ୍ରମଣ ବଢ଼ିଥିବା ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରତି ଶନିବାର ଓ ରବିବାର ୧୧ ଜିଲ୍ଲାକୁ ସଟ୍ଡାଉନ୍ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ସଟ୍ଡାଉନ୍ ସତ୍ତ୍ୱେ ମଧ୍ୟ ବସ୍ ଚଳାଚଳ କରିବ। ଏହାସହ ପ୍ରାଇଭେଟ୍ ଗାଡ଼ି ଓ ଟ୍ୟାକ୍ସି ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ଏୟାରପୋର୍ଟକୁ ଚଳାଚଳ କରିପାରିବ। ଏ ନେଇ ଟ୍ୱିଟ୍ କରି ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଓଭରବ୍ରିଜ୍ ରେଳ ଧାରଣା ନିକଟରୁ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ସ୍ୱାମୀ ଜଣେ ଡିଏସ୍ପି ବୋଲି ସୂଚନା ମିଳିଛି। ମହିଳା ଜଣକ ସ୍ୱାମୀଙ୍କ ସହ ବୈଦ୍ୟନାଥପୁର ଥାନା ଖଡ଼ାସିଂରେ ରହୁଥିଲେ। କୌଣସି କାରଣରୁ ତାଙ୍କ ସ୍ୱାମୀ କଟକକୁ କାମରେ ଆସିଥିବାବେଳେ ଘରେ ପୁଅ,ବୋହୂଙ୍କ ସହ ଉକ୍ତ ମହିଳା ଜଣକ ଥିଲେ। ତେବେ ଗତକାଲି ରାତିରେ ରେଳ ଧାରଣା ନିକଟରୁ ସମ୍ପୃକ୍ତ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। […]
ଭୁବନେଶ୍ୱର: କ୍ୱାରେଣ୍ଟିନ୍ ସେଣ୍ଟରରୁ ବାହାରିଲା ନାଗ ସାପ। ଭୁବନେଶ୍ୱର ଉପକଣ୍ଠ ବାଳକାଟି ନିକଟ ଏକ ଘରୋଇ ନର୍ସିଂ କଲେଜରେ ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟରରୁ ଏକ ନାଗ ସାପ ଉଦ୍ଧାର କରାଯାଇଛି। ଗତକାଲି ସନ୍ଧ୍ୟାରେ କ୍ୱାରେଣ୍ଟିନ୍ ସେଣ୍ଟରରେ ନାଗ ସାପକୁ ଜଣେ ପ୍ରବାସୀ ଦେଖି ଅନ୍ତେବାସୀଙ୍କୁ ଜଣାଇଥିଲେ। ଏହାପରେ ସ୍ନେକ୍ ହେଲ୍ପ୍ଲାଇନ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ସ୍ନେକ୍ ହେଲ୍ପ୍ଲାଇନ୍ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ନାଗ ସାପକୁ ଉଦ୍ଧାର କରିଥିଲେ।
ମୁମ୍ବାଇ: ସ୍ଥଳ ଭାଗ ଛୁଇଁବା ପରେ ବାତ୍ୟା ‘ନିସର୍ଗ’ ଦୁର୍ବଳ ହୋଇଛି। ସିଭିୟର୍ ସାଇକ୍ଲୋନିକ୍ ଷ୍ଟ୍ରମ୍ରୁ ଏବେ ସାଇକ୍ଲୋନ୍ରେ ପରିଣତ ହୋଇଛି ‘ନିସର୍ଗ’। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଯାଏ ମହାରାଷ୍ଟ୍ରର ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତକାଲି ଅପରାହ୍ନରେ ମହାରାଷ୍ଟ୍ରର ଅଲିବାଗ୍ ନିଟରେ ‘ନିସର୍ଗ’ ଲ୍ୟାଣ୍ଡ୍ଫଲ୍ କରିବା ପରେ ବ୍ୟାପକ କ୍ଷୟକ୍ଷତି […]