ୱାଶିଂଟନ: ଆସନ୍ତାକାଲି ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍ । ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ ଜୋ ବାଇଡେନ୍। ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର ଲାଗି ଆମେରିକୀୟ ସଂସଦୀୟ ପରମ୍ପରା ଅନୁସାରେ ଚାଲିଛି ପ୍ରସ୍ତୁତି । ହ୍ୱାଇଟହାଉସ ଓ କ୍ୟାପିଟଲ ହିଲ୍ ଚାରିପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି । ତେବେ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ୍ ଶପଥ ଉତ୍ସବରେ ଯୋଗ ଦେଉନଥିବାରୁ, ଉପରାଷ୍ଟ୍ରପତି ମାଇକ୍ ପେନ୍ସ ହିଁ କ୍ଷମତା […]
ସୁରଟ: ଗୁଜରାଟର ସୁରଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୧୪ ଶ୍ରମିକଙ୍କ ଜୀବନ। ସୁରଟର ପଲୋଡ଼ ଗ୍ରାମ ନିକଟ କିମ୍ ମାଣ୍ଡବୀ ରୋଡ଼ ଫୁଟପାଥରେ ସୋମବାର ବିଳମ୍ବିତ ରାତିରେ ଶୋଇଥିଲେ ୧୮ ଜଣ ଶ୍ରମିକ। ଏକ ଟ୍ରକ ଦ୍ରୁତ ଗତିରେ ଆସି ଏହି ଶ୍ରମିକଙ୍କ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ପରେ ଆଉ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଗୋଟିଏ ଶିଶୁ ଥିବା ମଧ୍ୟ ଜଣାପଡିଛି […]
ନୂଆଦିଲ୍ଲୀ: ସାରା ଦେଶରେ ଗତକାଲି ପାଳିତ ହୋଇଯାଇଛି ଭାରତୀୟ ସେନା ଦିବସ । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ଦିନ । ବୀର ଯବାନଙ୍କ ପାଇଁ ବନ୍ଦନା କରିବାର ଦିନ। ପରିସ୍ଥିତି ଯାହା ବି ହେଉ ନା କାହିଁକି, ଭାରତୀୟ ସେନା ସବୁଠି, ସବୁ ପରିସ୍ଥିତିରେ ଲଢେଇ କରିଛି ଓ ବିଜୟ ହାସଲ କରି ତ୍ରିରଙ୍ଗା ପତାକା ଉଡାଇଛି । ଆପଣ ଜାଣନ୍ତି କି କାହିଁକି ଜାନୁଆରୀ ୧୫ ତାରିଖକୁ ସେନା ଦିବସ ଭାବେ ପାଳନ […]
ନୂଆଦିଲ୍ଲୀ: ନାଥୁଲା ପାସ୍ (Nathula Pass)ରେ ଚୀନ ସହ ହୋଇଥିବା ଯୁଦ୍ଧରେ ଭାରତ ଐତିହାସିକ ବିଜୟ ହାସଲ କରିଥିଲା। ଏହି ଯୁଦ୍ଧରେ ଚୀନକୁ ଏମିତି ଏକ ଶିକ୍ଷା ମିଳିଥିଲା, ଯାହା ପରଠାରୁ ଚୀନ ଦୀର୍ଘ ୫୨ ବର୍ଷ ମଧ୍ୟରେ କେବେ ବି ଗୁଳି ଚଳାଇବାକୁ ସାହସ ଯୋଗାଡ଼ କରିପାରିନି। ଗୁଳି ସରିଯିବା ପରେ ବି ଭାରତୀୟ ଯବାନମାନେ ଚୀନ ସେନାଙ୍କୁ ଆରପାର କରି ଦେଇଥିଲେ। ଆର୍ମି ଏହି ବିଜୟ ସଫଳତାକୁ କେବେ ବି ଭୁଲି ପାରିବ ନାହିଁ। […]
ଯମୁନାନଗର:‘ ବାପା ଶୋଇଛନ୍ତି। ଖାଇବା ବେଳକୁ ଉଠିବେ…’ ଏକ ମୃତ ଗଳିତ ଦେହକୁ ଉଦ୍ଧାର କରିବାକୁ ଯାଇଥିବା ପୋଲିସ ପୁଅର ଏପରି କଥା ଶୁଣି ଭାବୁକ ହୋଇ ଯାଇଥିଲେ। ଗୋଟିଏ ମୁହୂର୍ତ୍ତ ପାଇଁ ସେମାନଙ୍କ ଖାକି ଦୃହୟ ସହାନୁଭୂତିରେ ଭିଜି ଯାଇଥିଲା। ହରିଆଣାର ଯମୁନାନଗର ଜିଲ୍ଲାର ସେକ୍ଟର ୧୭ରେ ରିଟା ରୁହନ୍ତି ଜଣେ ୮୦ ବଷୟ ବୟସ୍କ ଅବସରପ୍ରାପ୍ତ ଆର୍ମି କ୍ୟାପ୍ଟେନ। ପାଖରେ ରହୁଥିଲେ ଏକମାତ୍ର ପୁତ୍ର। ବାର୍ଦ୍ଧ୍ୟକରେ ବାପା ପୁଅର ଆଶ୍ରାରେ ବଞ୍ଚିବା କଥା। ହେଲେ […]
ନୂଆଦିଲ୍ଲୀ: ଭାରତୀୟ ସେନାର ବଳ ବଢ଼ାଇବ ମେସିନ୍ ପିସ୍ତଲ। ଶହେ ମିଟର ଦୂରରୁ ଶତ୍ରୁପକ୍ଷକୁ କରିହେବ ଟାର୍ଗେଟ୍। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରଥମ ଥର ପାଇଁ ଏଭଳି ଏକ ଅତ୍ୟାଧୁନିକ ମେସିନ୍ ପିସ୍ତଲ ନିର୍ମାଣ କରାଯାଇଛି । ଭାରତୀୟ ସ୍ଥଳସେନା ସହାୟତାରେ ଡିଆରଡିଓ ପକ୍ଷରୁ ଏହା ନିର୍ମାଣ କରାଯାଇଛି । ଖାଲି ମସିନ୍ ପିସ୍ତଲ ନୁହେଁ, ଅତ୍ୟାଧୁନିକ ଡ୍ରୋନ୍, ମାଇକ୍ରୋ କପ୍ଟର ଓ ଏକ୍ସପ୍ଲୋଡର ଭଳି ଅନେକ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ମସିନ୍ ନିର୍ମାଣ କରାଯାଇଛି ସ୍ୱଦେଶୀ ଜ୍ଞାନ […]
ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପୁଣି ଥରେ ଆସିଛି ମହାଭିଯୋଗ। କ୍ୟାପିଟାଲ୍ ହିଲ୍ରେ ହୋଇଥିବା ହିଂସା ପରେ ଦ୍ୱିତୀୟ ଥର ପାଇଁ ଟ୍ରମ୍ପଙ୍କ ବିରୋଧରେ ପ୍ରସ୍ତାବ ପାରିତ ହୋଇଛି। ସିନେଟ୍ରେ ପୁଣି ଥରେ ଟ୍ରମ୍ପଙ୍କୁ ବିତାଡ଼ିତ କରିବାକୁ ପ୍ରସ୍ତାବ ପାରିତ କରାଯାଇଛି। ଟ୍ରମ୍ପଙ୍କ ବିରୋଧରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରାଯିବା ସହ ତାଙ୍କ ମହାଭିଯୋଗ ପ୍ରସ୍ତାବକୁ ଖୋଦ୍ ତାଙ୍କ ଦଳ ତଥା ରିପବ୍ଲିକାନରୁ ୧୦ ଜଣ ସଭ୍ୟ ବି ଏହାକୁ ସମର୍ଥନ ଜଣାଇଛନ୍ତି। ଆମେରିକା ଇତିହାସରେ ପ୍ରଥମ […]
ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଘାସ କରିଦେଲା କୋଟିପତି। ଘାସକୁ ଅନାବନା କହି କିଏ କାଟି ଫିଙ୍ଗି ଦେଉଛି। ଅଥଚ ଏହି ବେପାରୀମାନେ ଘାସ ପାଇଁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। କଥାଟା ଶୁଣିଲେ ଟିକେ ଅଡ଼ୁଆ ଲାଗିପାରେ । କିନ୍ତୁ ଏକଦମ୍ ସତକଥା । ପାମାରୋସା ଓ ଲେମନ ନାମକ ଦୁଇ ପ୍ରକାରର ଘାସ କିଛି ବ୍ୟବସାୟୀଙ୍କୁ କରିପାରିଛି ମାଲାମାଲ୍ । ପାମାରୋସା ଓ ଲେମନ ଘାସ ସାଧାରଣ ଘାସଠାରୁ ଭିନ୍ନ। ଏହି ବହୁମୂଲ୍ୟ […]
ନୂଆଦିଲ୍ଲୀ: ଫେସ୍ବୁକ୍ ଏବଂ ଟ୍ୱିଟର ପରେସ ଏବେ ୟୁଟ୍ୟୁବ ମଧ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ସପ୍ତାହ ପାଇଁ ବ୍ୟନ କରିଛି। ଆମେରିକାରେ ହିଂସାତ୍ମକ କାର୍ଯ୍ୟକଳାପକୁ ନେଇ ଚିନ୍ତା ପ୍ରକଟ କରିବା ସହ ଅନଲାଇନ ଓ ଭିଡିଓ ପ୍ଲାଟଫର୍ମ ଏପରି ଘୋଷଣା କରିଛି। ୟୁଟ୍ୟୁବ୍ ଏକ ସପ୍ତାହ ପାଇଁ ଏହି କଟକଣା ଲଗାଇଛି। ଏହାର କାରଣ ସମ୍ପର୍କରେ ଉତ୍ତର ରଖି ୟୁଟ୍ୟୁବ କହିଛି, ସେ କରିଥିବା ଯେ କୌଣସି ପୋଷ୍ଟକୁ ନେଇ ହିଂସା ବ୍ୟାପିପାରେ। ଆଗାମୀ ୭ ଦିନ ପାଇଁ […]
ଟ୍ୱିଟରରୁ ଡୋନାଲ୍ଡ ଟ୍ରମ୍ପ ବାସନ୍ଦ ହେବା ପରେ ବିଶ୍ୱର ସକ୍ରିୟ ରାଜନେତାଙ୍କ ମଧ୍ୟରେ ନରେନ୍ଦ୍ର ମୋଦିଙ୍କର ସବୁଠୁ ଅଧିକ ଫଲୋୟର। ଆକାଉଣ୍ଟ ସସପେଣ୍ଡ ପୂର୍ବରୁ ଟ୍ରମ୍ପଙ୍କର ୮୮.୭ ମିଲିୟନ ଫଲୋର୍ସ ଥିଲେ। ଏବେ ଟୁଇଟର ଟ୍ରମ୍ପଙ୍କୁ ବ୍ଲକ କରିବା ପରେ ମୋଦି ହୋଇଛନ୍ତି ନମ୍ବର ୱାନ । ତେବେ ମୋଦିଙ୍କର ଫଲୋର୍ସ ସଂଖ୍ୟା କେତେ ଜାଣନ୍ତି ? ବିଶ୍ୱର ସକ୍ରିୟ ରାଜନେତାଙ୍କ ମଧ୍ୟରେ ନରେନ୍ଦ୍ର ମୋଦିଙ୍କର ହେଉଛନ୍ତି ଅଧିକ ଫଲୋୟର। ଆଉ ଯାହାର କାରଣ ହେଉଛନ୍ତି ନିଜେ […]